< Hesabu 33 >
1 Hizi ndizo safari za wana wa Israeli hapo walipotoka katika nchi ya Misri pamoja na makundi yao ya kijeshi chini ya uongozi wa Musa na Haruni.
ଇସ୍ରାଏଲ-ସନ୍ତାନଗଣ ମୋଶା ଓ ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ସମୟରେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି।
2 Musa aliandika maeneo yote tangu walipoondoka mpaka walipofika, kama alivyoamuriwa na BWANA. Hizi ndizo safari zao kama kutoka kwao kulivyokuwa kwa kila walipotoka.
ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ; ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି।
3 Mwezi wa kwanza walisafiri kutoka Ramesi, waliondoka siku ya kumi na tano. Asubuhi siku iliyofuata baada ya Pasaka, Wana wa Israeli waliondoka wazi wazi, mbele ya machoya Wamisri wote.
ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିଷେଷ୍ଠାରୁ ଯାତ୍ରା କଲେ;
4 Hii ilitokea wakati Wamisiri walipokuwa wakizika wazaliwa wao wa kwanza, ambao BWANA alikuwa amewaua miongoni mwao, kwa kuwa pia alikuwa ameiadhibu miungu yao.
ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସରୀୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ସମୟରେ ଇସ୍ରାଏଲ-ସନ୍ତାନଗଣ ମିସରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଊର୍ଦ୍ଧ୍ୱ ହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ।
5 Wana wa Israeli walisafiri kutoka Ramesi na kuweka kambi
ଇସ୍ରାଏଲ-ସନ୍ତାନଗଣ ରାମିଷେଷ୍ଠାରୁ ଯାତ୍ରା କରି ସୁକ୍କୋତରେ ଛାଉଣି ସ୍ଥାପନ କଲେ।
6 Sukothi. Walisafiri toka Sukothi na kuweka kambi Ethamu, mwisho wa nyika.
ପୁଣି, ସେମାନେ ସୁକ୍କୋତରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ଏଥମରେ ଛାଉଣି ସ୍ଥାପନ କଲେ।
7 Wakasafiri kutoka Ethamu wakarudi mpaka Pi-Hahirothi, ambayo inaikabili Baali Zephoni, ambapo waliweka kambi kuikabili Migidoli
ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲ-ସଫୋନର ସମ୍ମୁଖସ୍ଥିତ ପୀହହୀରୋତକୁ ଫେରି ଆସିଲେ ଓ ମିଗ୍ଦୋଲର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ।
8 Kisha wakasafiri toka mkabala wa Pi-Hairothi na kupita katikati ya bahari kuelekea nyikani. Wakasafiri safari ya siku tatu katika nyika ya Ethamu na kuweka kambi Mara.
ଏଉତ୍ତାରେ ସେମାନେ ପୀହହୀରୋତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟଦେଇ ପ୍ରାନ୍ତରରେ ପ୍ରବେଶ କଲେ ଓ ଏଥମ ପ୍ରାନ୍ତରରେ ତିନି ଦିନର ପଥ ଯାଇ ମାରାରେ ଛାଉଣି ସ୍ଥାପନ କଲେ।
9 Wakasafiri kutoka Mara kufika Elimu. Pale Elimu kulikuwa na chemichemi kumi na mbili za maji na miti sabini ya mitende. hapo ndipo walipoweka kambi.
ପୁଣି, ମାରାରୁ ଯାତ୍ରା କରି ଏଲୀମରେ ଉପସ୍ଥିତ ହେଲେ; ସେହି ଏଲୀମରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ।
10 Walisafiri kutoka Elimu na kuweka kambi karibu na Bahari ya Shamu.
ତହୁଁ ସେମାନେ ଏଲୀମରୁ ଯାତ୍ରା କରି ସୂଫ ସାଗର ନିକଟରେ ଛାଉଣି ସ୍ଥାପନ କଲେ।
11 Walisafiri kutoka Bahari ya Shamu na kuweka kambi katika nyika ya Sini.
ପୁଣି, ସେମାନେ ସୂଫ ସାଗର ନିକଟରୁ ଯାତ୍ରା କରି ସୀନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ।
12 Walisafiri kutoka nyika ya Sini na kuweka kambi Dofka.
ପୁଣି, ସେମାନେ ସୀନ୍ ପ୍ରାନ୍ତରରୁ ଯାତ୍ରା କରି ଦପ୍କାରେ ଛାଉଣି ସ୍ଥାପନ କଲେ।
13 Wakasafiri kutoka Dofka na kuweka kambi Alushi.
ସେମାନେ ଦପ୍କାରୁ ଯାତ୍ରା କରି ଆଲୁଶରେ ଛାଉଣି ସ୍ଥାପନ କଲେ।
14 Wakasafiri kutoka Alushi na kuweka kambi Refidimu, ambapo watu walikosa maji ya kunywa.
ପୁଣି, ସେମାନେ ଆଲୁଶରୁ ଯାତ୍ରା କରି ରଫୀଦୀମରେ ଛାଉଣି ସ୍ଥାପନ କଲେ; ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନ ଥିଲା।
15 Walisafiri kutoka Refidimu na kuweka kambi kwenye nyika ya Sinai.
ଏଉତ୍ତାରେ ସେମାନେ ରଫୀଦୀମରୁ ଯାତ୍ରା କରି ସୀନୟ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ
16 Walisafiri kutoka nyika ya Sinai na kuweka kambi Kibrothi Hataava.
ଓ ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍-ହତ୍ତାବାରେ ଛାଉଣି ସ୍ଥାପନ କଲେ।
17 Walisafiri kutoka Kibrothi Hataava na kuweka kambi Hazerothi.
ପୁଣି, ସେମାନେ କିବ୍ରୋତ୍-ହତ୍ତାବାରୁ ଯାତ୍ରା କରି ହତ୍ସେରୋତରେ ଛାଉଣି ସ୍ଥାପନ କଲେ।
18 Walisafiri kutoka Hazerothi na kuweka kambi Rithima.
ପୁଣି, ସେମାନେ ହତ୍ସେରୋତରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ
19 Walisafiri kutoka Rithima na kuweka kambi Rimoni Perezi.
ଓ ସେମାନେ ରିତ୍ମାରୁ ଯାତ୍ରା କରି ରିମ୍ମୋନ୍-ପେରସରେ ଛାଉଣି ସ୍ଥାପନ କଲେ।
20 Walisafiri kutoka Rimoni Perezi na kuweka kambi Libna.
ପୁଣି, ସେମାନେ ରିମ୍ମୋନ୍-ପେରସରୁ ଯାତ୍ରା କରି ଲିବ୍ନାରେ ଛାଉଣି ସ୍ଥାପନ କଲେ।
21 Walisafiri kutoka Libna na kuweka kambi Risa.
ପୁଣି, ସେମାନେ ଲିବ୍ନାରୁ ଯାତ୍ରା କରି ରିସ୍ସାରେ ଛାଉଣି ସ୍ଥାପନ କଲେ।
22 Walisafiri kutoka Risa na kuweka kambi Kehelatha.
ପୁଣି, ସେମାନେ ରିସ୍ସାରୁ ଯାତ୍ରା କରି କହେଲାତରେ ଛାଉଣି ସ୍ଥାପନ କଲେ,
23 Walisafiri kutoka Kehelatha na kuweka kambi kwenye Mlima Sheferi.
ଓ ସେମାନେ କହେଲାତରୁ ଯାତ୍ରା କରି ଶେଫର ପର୍ବତରେ ଛାଉଣି ସ୍ଥାପନ କଲେ
24 Walisafiri kutoka Mlima Sheferi na kuweka kambi Harada.
ତହୁଁ ସେମାନେ ଶେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣି ସ୍ଥାପନ କଲେ,
25 Walisafiri kutoka Harada na kuweka kambi Makelothi.
ଓ ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣି ସ୍ଥାପନ କଲେ,
26 Walisafiri kutoka Makelothi na kuweka kambi Tahathi.
ଓ ସେମାନେ ମଖେଲୋତରୁ ଯାତ୍ରା କରି ତହତରେ ଛାଉଣି ସ୍ଥାପନ କଲେ।
27 Walisafiri kutoka Ttahalathi na kuweka kambi Tera.
ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣି ସ୍ଥାପନ କଲେ,
28 Walisafiri kutokaTera na kuweka kambi Mithika.
ଓ ସେମାନେ ତେରହରୁ ଯାତ୍ରା କରି ମିତ୍କାରେ ଛାଉଣି ସ୍ଥାପନ କଲେ
29 Walisafiri kutoka Mithika na kuweka kambi Hashimona.
ଓ ସେମାନେ ମିତ୍କାରୁ ଯାତ୍ରା କରି ହଶ୍ମୋନାରେ ଛାଉଣି ସ୍ଥାପନ କଲେ,
30 Walisafiri kutoka Hashimona na kuweka kambi Moserothi.
ଓ ସେମାନେ ହଶ୍ମୋନାରୁ ଯାତ୍ରା କରି ମୋଷେରୋତରେ ଛାଉଣି ସ୍ଥାପନ କଲେ।
31 Walisafiri kutoka Moserothi na kuweka kambi Bene Jaakani.
ପୁଣି, ସେମାନେ ମୋଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ,
32 Walisafiri kutoka Bene Jaakani na kuweka kambi Hori Hagidigadi.
ଓ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍ଗଦରେ ଛାଉଣି ସ୍ଥାପନ କଲେ
33 Walisafiri kutoka Hori Hagidigadi na kuweka kambi Jotibatha.
ଓ ସେମାନେ ହୋର୍ହଗିଦ୍ଗଦରୁ ଯାତ୍ରା କରି ଯଟ୍ବାଥାରେ ଛାଉଣି ସ୍ଥାପନ କଲେ,
34 Walisafiri kutoka Jotibatha na kuweka kambi Abrona.
ଓ ସେମାନେ ଯଟ୍ବାଥାରୁ ଯାତ୍ରା କରି ଆବ୍ରୋଣାରେ ଛାଉଣି ସ୍ଥାପନ କଲେ।
35 Walisafiri kutoka Abrona na kuweka kambi Ezioni Geberi.
ପୁଣି, ସେମାନେ ଆବ୍ରୋଣାରୁ ଯାତ୍ରା କରି ଇତ୍ସିୟୋନ-ଗେବରରେ ଛାଉଣି ସ୍ଥାପନ କଲେ।
36 Walisafiri toka Ezioini Geberi na kuweka kambi katika nyika ya Sini kule Kadeshi.
ପୁଣି, ସେମାନେ ଇତ୍ସିୟୋନ-ଗେବରରୁ ଯାତ୍ରା କରି ସୀନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),
37 Walisafiri kutoka Kadeshi na kuweka kambi Mlima Hori, Pembezoni mwa nchi ya Edomu.
ଓ ସେମାନେ କାଦେଶରୁ ଯାତ୍ରା କରି ଇଦୋମ ଦେଶର ପ୍ରାନ୍ତରସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ।
38 Hapo ndipo Haruni kuhani alipoenda kwenye Mlima Hori kwa amri ya BWANA na kufa kule mwaka wa arobaini bada ya Wisraeli kutoka katika nchi ya Misri, katika siku ya kwanza ya mwezi wa tano.
ଏଥିଉତ୍ତାରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ, ପୁଣି, ଇସ୍ରାଏଲ-ସନ୍ତାନଗଣ ମିସରରୁ ବାହାର ହୋଇ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ।
39 Haruni alikuwa na umri wa mika 123 alipokufa pale juu ya Mlima Hori.
ଆଉ ହୋର ପର୍ବତରେ ମରିବା ସମୟରେ ହାରୋଣଙ୍କର ବୟସ ଏକ ଶହ ତେଇଶ ବର୍ଷ ଥିଲା।
40 Wakanaani, mfalme wa Aradi, ambao waliishi kusini mwa nyika katika nchi ya Kanaani, walisikia juu ya ujio wa wana wa Israeli.
ଏଥିଉତ୍ତାରେ କିଣାନର ଦକ୍ଷିଣ ପ୍ରଦେଶ ନିବାସୀ କିଣାନୀୟ ଅରାଦର ରାଜା ଇସ୍ରାଏଲ-ସନ୍ତାନଗଣର ଆଗମନ ସମ୍ବାଦ ଶୁଣିଲେ।
41 Walisafiri kutika Mlima Hori n a kuweka kambi Zalimona.
ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲ୍ମୋନାରେ ଛାଉଣି ସ୍ଥାପନ କଲେ,
42 Walisafiri kutoka Zalimona na kuweka kambi Punoni.
ଓ ସେମାନେ ସଲ୍ମୋନାରୁ ଯାତ୍ରା କରି ପୂନୋନରେ ଛାଉଣି ସ୍ଥାପନ କଲେ,
43 Walisafiri kutoka Punoni na kuweka kambi Obothi.
ଓ ସେମାନେ ପୂନୋନରୁ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ।
44 Walisafiri kutoka Obothi na kuweka kambi Abarimu, katika mpaka wa Moabu.
ତହୁଁ ସେମାନେ ଓବୋତରୁ ଯାତ୍ରା କରି ମୋୟାବ ପ୍ରାନ୍ତସ୍ଥିତ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ,
45 Walisafiri kutoka Abarimu na kuweka kambi Diboni Gadi.
ଓ ସେମାନେ ଇୟୀ-ଅବାରୀମରୁ ଯାତ୍ରା କରି ଦୀବୋନ୍-ଗାଦ୍ରେ ଛାଉଣି ସ୍ଥାପନ କଲେ,
46 Walisafiri kutoka Diboni Gadi na kuweka kambi Alimoni Diblathaimu.
ଓ ସେମାନେ ଦୀବୋନ୍-ଗାଦ୍ରୁ ଯାତ୍ରା କରି ଅଲମୋନ-ଦିବ୍ଲାଥୟିମରେ ଛାଉଣି ସ୍ଥାପନ କଲେ।
47 Walisafiri kutoka Alimoni Diblathaimu na kuweka kambi kwenye milima ya Abarimu mkabala na Nebo.
ତହୁଁ ସେମାନେ ଅଲମୋନ-ଦିବ୍ଲାଥୟିମରୁ ଯାତ୍ରା କରି ନବୋ-ସମ୍ମୁଖସ୍ଥିତ ଅବାରୀମ୍ ପର୍ବତରେ ଛାଉଣି ସ୍ଥାପନ କଲେ।
48 Walisafiri kutoka mlima wa Abarimuna kuweka kambi kwenye nyanda za Moabu karibu na Yorodani huko Yeriko.
ପୁଣି, ସେମାନେ ଅବାରୀମ୍ ପର୍ବତରୁ ଯାତ୍ରା କରି ଯିରୀହୋ ସମ୍ମୁଖସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।
49 Waliweka kambi karibu na Yorodani, kutoka Bethi Jeshimothi mpaka Abeli Shitimu katika nyanda za Moabu.
ଆଉ ସେଠାରେ ଯର୍ଦ୍ଦନ ନିକଟସ୍ଥ ବେଥ୍-ଯିଶିମୋତଠାରୁ ଆବେଲ୍-ଶିଟୀମ ପର୍ଯ୍ୟନ୍ତ ମୋୟାବ-ପଦାରେ ଛାଉଣି ସ୍ଥାପନ କରି ରହିଲେ।
50 Hapo BWANA alinenana Musa katika nyanda za Moabu karibu na Yorodani kule Yeriko akasema,
ଏଥିଉତ୍ତାରେ ଯିରୀହୋସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
51 “Nena na wana wa Israeli uwaambie. 'Mtakapovuka mto Yorodani kuingia Kanaani,
“ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
52 ndipo mtakapowafukuza wenyeji wote mbele yenu. Mtaziharibu sanamu zote za kuchongwa. Mtaziharibu sanamu zao za kusubu na kuharibu mahali pao pote palipoinuka.
ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ।
53 Mtachukua hiyo ardhi iwe mali yenu na muishi ndani yake, kwa sababu nimewapeni hiyo nchi iwe mali yenu.
ପୁଣି, ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ।
54 Mtairithi hiyo nchi kwa kupiga kura, kwa kufuata kila ukoo. Kwa zile koo kubwa kubwa mtawapa sehemu kubwa ya ardhi, na kwa zile koo ndogo ndogo mtawapa sehemu ndogo ya ardhi. Kura itakapoanguka kwenye kila ukoo, hiyo ardhi itakuwa mali yake. Mtairithi ardhi kufuata ukoo wa kabilla la jamaa zenu.
ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ; ତୁମ୍ଭେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଓ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ; ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ, ତାହାର ବାଣ୍ଟ ସେହି ସ୍ଥାନରେ ହେବ; ଏହିରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ଅଧିକାର କରିବ।
55 Lakini kama hamtawafukuza wenyeji wa nchi hiyo watoke mbele yenu, ndipo wale watu mtakaowaruhusu wakae nanyi watakapokuwa kama sindano machoni mwenu na miiba katika mbavu zenu. Watayafanya maisha yenu yawe magumu katika nchi mnayoishi.
ମାତ୍ର ଯଦି ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀମାନଙ୍କୁ ତଡ଼ି ବାହାର କରି ନ ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ, ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ଓ ତୁମ୍ଭମାନଙ୍କ ପାର୍ଶ୍ଵରେ କଣ୍ଟକ ସ୍ୱରୂପ ହେବେ, ଆଉ ସେମାନେ ତୁମ୍ଭମାନଙ୍କ ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଳେଶ ଦେବେ।
56 Ndipo itakapotokea kuwa kile ambacho Mimi ninakusudia kufanya kwa wale watu, Nitawafanyia pia ninyi'”
ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।”