< Luka 21 >
1 Yesu alitazama akawaona wanaume matajiri waliokuwa wanaweka zawadi zao kwenye hazina.
୧ତାର୍ ପଚେ ଜିସୁ ଚାରିବେଡ୍ତି ଦେକ୍ଲା ଆରି ସାଉକାର୍ ଲକ୍ମନ୍ ମନ୍ଦିରର୍ ପେଟିଆଟାନେ ଦାନ୍ ଦେବାଟା ଦେକ୍ଲା ।
2 Akamuona mjane mmoja masikini akiweka senti zake mbili.
୨ସେବେଲା ଗଟେକ୍ ଅର୍କିତ୍ ରାଣ୍ଡି ମାଇଜି ମିସା ଜଡେକ୍ ତାମାକାସୁ ଦେବାଟା ଜିସୁ ଦେକ୍ଲା ।
3 Hivyo akasema, “Kweli nawaambieni, huyu Mjane maskini ameweka nyingi kuliko wengine wote.
୩“ମୁଇ ତମ୍କେ ସତ୍ କାତା କଇଲିନି, ସବୁ ଲକର୍ଟାନେଅନି ଏ ରାଣ୍ଡିମାଇଜି ଅଦିକ୍ ଦେଲା ଆଚେ ।
4 Hawa wote wametoa hizi zawadi kutoka katika vingi walivyonavyo. Lakini huyu mjane, katika umaskini wake, ametoa fedha zote alizokuwa nazo kwa ajili ya kuishi kwake.”
୪କାଇକେ ବଇଲେ ସାଉକାର୍ ଲକ୍ମନ୍ ନିଜର୍ ନିଜର୍ ଅଗଲ୍ଲା ଦନ୍ତେଇଅନି ଅଲପ୍ ଅଲପ୍ ଦେଲାଇ ଆଚତ୍ । ମାତର୍ ଏ, ନିଜେ ବଁଚ୍ବା ପାଇ ତାର୍ ଜେତ୍କି ରଇଲା ସବୁ ଦେଲା ଆଚେ ।”
5 Wakati wengine walipokuwa wakisema juu ya hekalu, namna lilivyokuwa limepambwa na mawe mazuri na matoleo, alisema,
୫କେତେଟା ସିସ୍ମନ୍ ମନ୍ଦିରର୍ ବିସଇ ନେଇକରି ନିଆଇ କର୍ତେ ରଇଲାଇ । “ତେଇ ଲାଦିରଇବା ସୁନ୍ଦର୍ ସୁନ୍ଦର୍ ପାକ୍ନା ଆରି ପର୍ମେସର୍କେ ସର୍ପି ଦେଲା ଦାନ୍ ସଙ୍ଗ୍ କେତେକ୍ ସୁନ୍ଦର୍ ଗର୍ ବାନ୍ଦ୍ଲାଇ ଆଚତ୍” ବଲି କାତାଅଇତେ ରଇଲାଇ ।
6 “Kwa habari ya mambo haya mnayoyaona, siku zitakuja ambazo hakuna jiwe moja ambalo litaachwa juu ya jiwe jingine ambalo halitabomolewa.”
୬“ଏନ୍ତି ଦିନ୍ ଆଇସି, ଏବେ ତମେ କାଇ କାଇଟା ଦେକ୍ଲାସ୍ନି ସେଟା ସବୁ କୁରୁପ୍ନାସ୍ ଜାଇସି । ଗଟେକ୍ ପାକ୍ନା ମିସା ତାର୍ ଜାଗାଇ ନ ରଏ । ସବୁ ମାଟିତେଇ ମିସି ଜାଇସି ।”
7 Hivyo wakamuuliza, wakasema, “Mwalimu, mambo haya yatatokea lini? Na nini ni itakuwa ishara kwamba haya mambo yako karibu kutokea?”
୭ତାର୍ ପଚେ ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ଏଟା ସବୁ କେବେ ଅଇସି? ଆରି ଏ ସବୁ ଗଟ୍ନା କେଟ୍ବା ଆଗ୍ତୁ ସେଟା କେଡେବଲ୍ ଅଇସି ବଲି କେନ୍ତି ଚିନି ଅଇସି?”
8 Yesu akajibu, “Muwe waangalifu kwamba msidanganywe. Kwa sababu wengi watakuja kwa jina langu, wakisema, 'Mimi ndiye, 'na 'Muda umekaribia'. Msiwafuate.
୮ଜିସୁ ସେମନ୍କେ କଇଲା, “ଜାଗ୍ରତ୍ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍ ମର୍ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍ଲା ଆଚେ, ମାତର୍ ତମେ ସେମନର୍ ପଚେ ଜାଆ ନାଇ ।
9 Mkisikia vita na vuruguvurugu msiogope, kwa sababu haya mambo lazima yatokee kwanza, lakini mwisho hautatokea upesi.”
୯ଆରି କେବେ ତମେ ଜୁଇଦ୍ ଆରି କିରମାର ଅଇବାଟା ସୁନ୍ସା, ସେବେଲା ଡରା ନାଇ । କାଇକେ ବଇଲେ ଏ ସବୁ ଗଟ୍ନା ଆଗ୍ତୁ ଅଇସିସେ । ମାତର୍ ଏ ଦୁନିଆର୍ ସେସ୍ ଦିନ୍ ସେଦାପ୍ରେ ନ ଆସେ ।”
10 Kisha akawaambia, “Taifa litainuka kupigana na taifa jingine, na ufalme juu ya ufalme mwingine.
୧୦ଆରି ଜିସୁ କଇଲା, “ଦେସ୍ ବିରୁଦେ ଦେସ୍ ଆରି ଜାତି ବିରୁଦେ ଜାତି ଉଟ୍ସି ।
11 Kutakuwa na matetemeko makubwa, na njaa na tauni katika maeneo mbalimbali. Kutakuwa na matukio ya kutisha na ishara za kutisha kutoka mbinguni.
୧୧ଦର୍ତନି ଚୁଲ୍ବୁଲ୍ସି । ବଡ୍ ରଗ୍ମନ୍ ଅଇସି ଆରି ଆକାସେ କେବେ ନ ଅଇବା କାବା ଅଇଜିବା ଚିନ୍ମନ୍ ଡିସ୍ସି ।
12 Lakini kabla ya mambo haya yote, wataweka mikono yao juu yenu na kuwatesa, kuwapeleka kwenye masinagogi na magereza, kuwaleta mbele za wafalme na wenye mamlaka kwa sababu ya jina langu.
୧୨ମାତର୍ ଏ ସବୁ ବିସଇ ନ ଅଇବା ଆଗ୍ତୁ, ତମ୍କେ ବାନ୍ଦିକରି ନେଇ ସାସ୍ତି ଦେବାଇ, ପାର୍ତନା ଗର୍ମନ୍କେ ବିଚାର୍ କରି ବନ୍ଦିଗରେ ପାକାଇବାକେ ସର୍ପିଦେବାଇ । ମର୍ପାଇ ତମେ ରାଜା ଆରି ସାସନ୍ କାରିଆମନର୍ ମୁଆଟେ ଟିଆ ଅଇସା ।
13 Hii itawafungulia fursa kwa ushuhuda wenu.
୧୩ମର୍ ବିସଇ ତମେ ବିନ୍ ଲକ୍ମନ୍କେ କଇବାକେ ଗଟେକ୍ ସମାନ୍ ବେଲା ଅଇସି ।
14 Kwahiyo amueni mioyoni mwenu kutoandaa utetezi wenu mapema,
୧୪ତେବର୍ ପାଇ ‘ମୁଇ ନିଜ୍କେ କେନ୍ତି ରକିଆ କର୍ବି?’ ସେ ବିସଇ ବାବିକରି ଆଗେଅନି ଚିନ୍ତା କରା ନାଇ ।
15 kwa sababu nitawapa maneno na hekima, ambayo adui zenu wote hawataweza kuipinga au kuikana.
୧୫କାଇକେ ବଇଲେ ମୁଇ ତମ୍କେ ଟିକ୍ପଦ୍ କଇବାକେ ଗିଆନ୍ ଦେବି । ତମ୍କେ ବିରଦ୍ କର୍ବା ଲକ୍ମନ୍ ସେ ଗିଆନର୍ ବାଦୁଲେ କାଇଟା କଇନାପାରତ୍ ।
16 Lakini mtakataliwa pia na wazazi wenu, ndugu zenu, jamaa zenu na rafiki zenu, na watawaua baadhi yenu.
୧୬ଆରି ତମର୍ ମାଆ ବାବା, ବାଇ, ନିଜର୍ ଲାଗାର୍ ଲିତାର୍ ଲକ୍, ମଇତର୍ମନ୍ ଆରି କୁଟୁମର୍ ଲକ୍ମନ୍, ତମ୍କେ ବିରଦିମନ୍କେ ସର୍ପି ଦେବାଇ ଆରି ତମର୍ ବିତ୍ରେ ଅନି କେତେ ଲକ୍କେ ମରାଇଦେବାଇ ।
17 Mtachukiwa na kila mmoja kwa sababu ya jina langu.
୧୭ତମେ ମର୍ତେଇ ବିସ୍ବାସ୍ କଲାସ୍ନି ବଲି ଗୁଲାଇ ଲକ୍ମନ୍ ତମ୍କେ ଇନ୍ କର୍ବାଇ ।
18 Lakini hakuna hata unywele mmoja wa vichwa vyenu utakaopotea.
୧୮ମାତର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ନ ନସେ ।
19 Katika kuvumilia mtaziponya nafsi zenu.
୧୯ତମେ ଡାଟ୍ଅଇ ରଇଲେ ଏ ସବୁ ବିସଇ ମୁର୍ଚିକରି, ତମର୍ ଆତ୍ମାକେ ରକିଆ କର୍ସା ।”
20 Mtakapoona Yerusalemu imezungukwa na majeshi, basi jueni kwamba uharibifu wake umekaribia.
୨୦“ମାତର୍ ଜେଡେବଲ୍ ତମେ ଜିରୁସାଲମ୍ ଗଡେ ବିରଦି ସନିଅମନ୍ ଚାରିବେଡ୍ତି କିନ୍ଦ୍ରି ରଇବାଟା ଦେକ୍ସା ବଇଲେ, ସେବେଲା ଜିରୁସାଲାମ୍ ନସ୍ଟ ଅଇବା ବେଲା ଲଗେ କେଟ୍ଲା ବଲି ଜାନା ।
21 Hapo wale walioko Yudea wakimbilie milimani, na wale walioko katikati ya jiji waondoke, na msiwaache walioko vijijini kuingia.
୨୧ସେବେଲାଇ କେ କେ ଜିଉଦା ଦେସେ ରଇବାଇ, ସେମନ୍ ଡଙ୍ଗର୍ ବିତ୍ରେ ପାଲାଅତ୍ । କେ କେ ଗଡ୍ ବିତ୍ରେ ରଇବାଇ ସେମନ୍ କେନେ ମିସା ବଁଚ୍ବାକେ ପାଲାଅତ୍ । କେ କେ ଗଡ୍ ବାଇରେ ରଇବାଇ ସେମନ୍ ଗଡ୍ ବିତ୍ରେ ନ ପୁରତ୍ ।
22 Maana hizi ni siku za kisasi, ili kwamba mambo yote yaliyoandikwa yapate kutimilika.
୨୨କାଇକେ ବଇଲେ ସେଟା ସାସ୍ତରର୍ ସବୁ ବିସଇ ଜେନ୍ତିକି ସିଦ୍ ଅଇସି, ସେଟାର୍ ପାଇ ସେ ଦିନ୍ମନ୍ ବେସି ଡଣ୍ଡ୍ ପାଇବା ଦିନ୍ମନ୍ ଅଇସି ।
23 Ole ni kwa wale walio na mimba na kwa wale wanyonyeshao katika siku hizo! Kwa maana kutakuwa na adha kuu juu ya nchi, na ghadhabu kwa watu hawa.
୨୩ସେ ଦିନ୍ମନ୍କେ ଗାଗ୍ଡେ ରଇବା ମାଇଜିମନ୍ ଆରି ଦୁଦ୍ କୁଆଇତେରଇବା ମାଆମନର୍ କେତେକ୍ ଦୁକର୍ ଦିନ୍ ଅଇସି । ଏ ଦେସର୍ ଲକ୍ମନ୍କେ ଅପର୍ବଲ୍ ଦୁକ୍ ଆଇସି ଆରି ସେମନ୍ ଡଣ୍ଡ୍ ପାଇବାଇ ।
24 Na wataanguka kwa ncha ya upanga na watachukuliwa mateka kwa mataifa yote, na Yerusalem itakanyagwa na watu wa mataifa, mpaka wakati wa watu wa mataifa utakapotimilika.
୨୪କେତେ ଲକ୍କେ କାଣ୍ଡାର୍ଦାର୍ ସଙ୍ଗ୍ ମରାଇବାଇ ଆରି କେତେ ଲକ୍ମନ୍କେ ବନ୍ଦିକରି ବିନ୍ବିନ୍ ଦେସେ ଦାରିଜିବାଇ । ଜିଉଦି ନଇଲା ଲକ୍ମନର୍ ବେଲା ନ ସାର୍ବାଜାକ ଜିରୁସାଲାମ୍ ବିନାସ୍ କର୍ବାକେ ଚାଡିଦେବାଇ ।”
25 Kutakuwa na ishara katika jua, mwezi na nyota. Na katika nchi kutakuwa na dhiki ya mataifa, katika kukata tamaa kutokana na mlio wa bahari na mawimbi.
୨୫“ବାଦ୍ଲେ, ବେଲ୍ଟାନେ, ଜନ୍ଟାନେ ତାରାମନର୍ଟାନେ କେବେ ନ ଡିସ୍ବା ଚିନ୍ମନ୍ ଡିସ୍ସି । ଦୁନିଆର୍ ସବୁ ଦେସର୍ ଲକ୍, ବେସି ଦୁକ୍ କସ୍ଟ ପାଇବାଇ । ଜେଡେବେଲା ସମ୍ଦୁରର୍ ବଡ୍ ଲଅଡି ଗରଜ୍ଲେ ଲକ୍ମନ୍ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ବାୟାବିକଲ୍ ଅଇଜିବାଇ ।
26 Kutakuwa na watu wakizimia kwa hofu na katika kutarajia mambo yatakoyo tokea juu ya dunia. Kwa maana nguvu za mbingu zitatikiswa.
୨୬ଆରି ଲକ୍ମନ୍ ଦୁନିଆଇ ଆଇବା ସବୁ ଗଟ୍ନା ଦେକିକରି ‘କାଇକେ ଏନ୍ତି ଅଇଲାନି?’ ବଲି ଡରିକରି କେତେ ଲକ୍ ମୁର୍ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍ମେସର ଚୁଲ୍ବୁଲାଇ ଦେଇସି ।
27 Kisha watamwona Mwana wa Adamu akija mawinguni katika nguvu na utukufu mkuu.
୨୭ସେବେଲାଇ ଲକ୍ମନ୍ ପର୍ମେସର୍ ତେଇଅନି ଆସିରଇବା ନର୍ପିଲା ମୁଇ, ବେସି ବପୁସଙ୍ଗ୍ ଆରି ଡାକ୍ପୁଟାଅଇକରି ବାଦ୍ଲେ ଆଇବାଟା ଦେକ୍ବାଇ ।
28 Lakini mambo haya yatakapoanza kutokea, simameni, inueni vichwa vyenu, kwa sababu ukombozi wenu umesogea karibu.”
୨୮ମାତର୍ ଏ ସବୁ ଗଟ୍ନା ଆରାମ୍ ଅଇଲେ ତମେ ଡାଟ୍ସଙ୍ଗ୍ ଟିଆଅଇ ଉପ୍ରେ ଦେକା । କାଇକେ ବଇଲେ ତମର୍ ରକିଆ ପାଇବା ଦିନ୍ ଲଗେ ଆଚେ ।”
29 Yesu akawaambia kwa mfano, “Uangalieni mtini, na miti yote.
୨୯ଆରି ଜିସୁ ସେମନ୍କେ ଗଟେକ୍ ଉଦାଅରନ୍ କଇଲା, “ଡୁମ୍ରି ଗଚ୍ ଆରି ବିନ୍ ସବୁ ଗଚର୍ କାତା ଚିନ୍ତା କରା ।
30 Inapotoa machipukizi, mnajionea wenyewe na kutambua kwamba kiangazi tayari kiko karibu.
୩୦ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କର୍ସି, ଆରି କାଁଚାପତ୍ରିଆ ଡିସ୍ଲେ କାରାଦିନ୍ କେଟ୍ଲା ବଲି ତମେ ଜାନ୍ସା ।
31 Vivyo hivyo, mnapoona mambo haya yanatokea, ninyi tambueni ya kwamba ufalme wa Mungu umekaribia.
୩୧ସେନ୍ତାରିସେ ଏ ସବୁ ବିସଇ ଅଇବାଟା ଦେକ୍ଲେ ପର୍ମେସରର୍ ରାଇଜ୍ କେଟି ଆଇଲା ବଲି ଜାନ୍ସା ।”
32 Kweli, nawaambieni, kizazi hiki hakitapita, mpaka mambo haya yote yatakapotokea.
୩୨“ମୁଇ ତମ୍କେ ସତ୍କାତା କଇଲିନି । ମନେ ରକା, ଏବେ ଜିବନ୍ ରଇବା ସବୁ ଲକ୍ମନର୍ ମରନ୍ ଅଇବା ଆଗ୍ତୁ ଏ ସବୁ ଗଟ୍ସି ।
33 Mbingu na nchi zitapita, lakini maneno yangu hayatapita kamwe.
୩୩ସରଗ୍ ଆରି ମଚ୍ପୁର୍ ନସି ଜାଇସି, ମାତର୍ ମର୍ ବାକିଅ କେବେ ନ ନସେ ।”
34 Lakini jiangalieni wenyewe, ili kwamba mioyo yenu isije ikalemewa na ufisadi, ulevi, na mahangaiko ya maisha haya. Kwa sababu ile siku itawajia ghafla
୩୪“ମାତର୍ ତମେ ନିଜର୍ ନିଜର୍ ବିସଇ ନେଇକରି ଜାଗ୍ରତ୍ ରୁଆ । ତମର୍ ମନ୍ ସବୁବେଲାଇ ବଜିବାତ୍ କରି ମଦ୍ ପେଣ୍ଡମ୍ କାଇବା ବିସଇ ଆରି କେନ୍ତାର୍ ଜିଇବାର୍ ଅଇସି କେନ୍ତାର୍ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍ ଅଟାତ୍ ପାନ୍ଦ୍ ପାରା ଆସି ଲାଗିଜାଇସି ।
35 kama mtego. Kwasababu itakuwa juu ya kila mmoja aishiye katika uso wa dunia nzima.
୩୫ସେନ୍ତାରିସେ ଏ ଦୁନିଆର୍ ସବୁ ଲକ୍କେ ସେଟା ଗଟ୍ସି ।
36 Lakini mwe tayari wakati wote, mwombe kwamba mtakuwa imara vya kutosha kuyaepuka haya yote yatakayotokea, na kusimama mbele za Mwana wa Adamu.”
୩୬ସେ ଦିନ୍ମନ୍କେ ଗଟ୍ବା ସବୁ ବିସଇ ଦେଇ, କାଇ ବିପଦ୍ ନ ଅଇ ଜିବାକେ ଆରି ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ମୁଆଟେ ଟିଆ ଅଇବାକେ, ପାର୍ତନା କରି ଜାଗରତ୍ ଅଇରୁଆ ।”
37 Hivyo wakati wa mchana alikuwa akifundisha hekaluni na usiku alitoka nje, na kwenda kukesha katika mlima unaoitwa wa Mzeituni.
୩୭ଜିସୁ ସେ ଦିନ୍ମନ୍କେ ମନ୍ଦିରେ ଜାଇ ନିମାନ୍ କାତା ସିକାଇ ଦେଇତେ ରଇଲା । ଆରି ତାର୍ ସିସ୍ମନର୍ ସଙ୍ଗ୍ ସବୁ ରାତି ବାରିଜାଇ ଜିତ୍ ନାଉଁର୍ ଡଙ୍ଗ୍ରେ ବିତାଇତେ ରଇଲା ।
38 Watu wote walimjia asubuhi na mapemaili kumsikiliza ndani ya hekalu.
୩୮ବେସି ଲକ୍ ଜିସୁର୍ କାତା ସୁନ୍ବାକେ ସବୁ ଦିନ୍ ସାକାଲେ ମନ୍ଦିରେ ଜାଇତେରଇଲାଇ ।