< Mambo ya Walawi 6 >

1 Bwana alisema na Musa kumwabia,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 “Kama mtu akifanya dhambi na kuvunja amri kinyume na Bwana, kama kujihusisha na uongo dhidi ya jirani yake kuhusu kitu fulani cha kutokuwa mwaminifu, au kama akidanganya au kuiba au amemdhurumu jirani.
“କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ, ଅର୍ଥାତ୍‍, ଗଚ୍ଛିତ ବା ହସ୍ତରେ ସମର୍ପିତ କିଅବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ;
3 Au akiokota kitu fulani ambacho jirani yake amepoteza na kusema uongo kuhusu hicho, na kuapa kwa uongo au kwa mambo kama haya ambayo watu wanaweza kutenda dhambi.
କିଅବା ହଜାଦ୍ରବ୍ୟ ପାଇ ତଦ୍‍ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ; ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ;
4 Ndipo itakuwa hivi, kama ametenda dhambi na hatia, kwamba lazima akirudishe kwa vyovyote alichoiba au kudanganya au amedhurumu au kitu kilichopotea naye kukiokota.
ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ୱାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,
5 Au kama amedanganya kwa jambo lolote, lazima atakirudisha kamilina kuongezea sehemu ya tano kwa kumlipa anayedai, kwa siku ile anayopatikana na hatia.
ଅବା ଯେକୌଣସି ବିଷୟରେ ମିଥ୍ୟା ଶପଥ କରିଅଛି, ସେହି ସବୁ ଦ୍ରବ୍ୟ ଫେରାଇ ଦେବ; ମଧ୍ୟ ସେ ତାହା ସମ୍ପୂର୍ଣ୍ଣ ରୂପେ ଓ ତହିଁ ସଙ୍ଗେ ତହିଁର ପଞ୍ଚମାଂଶ ଅଧିକ ଫେରାଇ ଦେବ; ସେ ଦୋଷୀ ବୋଲି ନିଶ୍ଚିତ ହେବା ଦିନରେ ସେହି ଦ୍ରବ୍ୟର ମାଲିକକୁ ତାହା ଦେବ।
6 Ataleta sadka ya hatia kwa Bwana: kondoo dume asiye na kasoro kutoka katika kundi lake kulingana na thamani yake, kama sadaka ya hatia kwa kuhani.
ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାର ଦୋଷାର୍ଥକ ବଳି ଉତ୍ସର୍ଗ କରିବ; ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁନ୍ତ ମେଷ ଦୋଷାର୍ଥକ ବଳି ନିମନ୍ତେ ଯାଜକ ନିକଟକୁ ଆଣିବ।
7 Kuhani atafanya upatanisho kwa ajili yake mbele ya Bwana, atakuwa amesamehewa kulingana na chochote kilicho mfanya kuwa na hatia.”
ତହୁଁ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଯେକୌଣସି କର୍ମ ଦ୍ୱାରା ଦୋଷୀ ହୋଇଥାଏ, ତହିଁରୁ କ୍ଷମାପ୍ରାପ୍ତ ହେବ।”
8 Ndipo Bwana alisema na Musa kumwambia,
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
9 “Mwagize Haruni na wanawe, kusema, 'hii ni sheria ya sadaka ya kuteketezwa: Sadaka ya kuteketezwa lazima iwe juu ya makaa ya madhabahu usiku wote hata asubuhi, na moto wa madhabahu utaendelea kuwaka.
“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ହୋମବଳିର ବ୍ୟବସ୍ଥା ଏହି; ହୋମଦ୍ରବ୍ୟ ସମସ୍ତ ରାତ୍ରି, ପ୍ରଭାତ ପର୍ଯ୍ୟନ୍ତ ବେଦିର ଅଗ୍ନିସ୍ଥାନ ଉପରେ ରହିବ, ପୁଣି ବେଦିର ଅଗ୍ନି ପ୍ରଜ୍ୱଳିତ ରହିବ।
10 Kuhani atavaa nguo zake za kitani na atavaa nguo za kitani ndani yake. Atatoa majivu yaliyobaki baada ya moto kutekeza sadaka ya kuteketezwa juu ya madhabahu, na ataweka majivu pembeni mwa madhabahu.
ପୁଣି ଯାଜକ ଆପଣା ଶୁକ୍ଳବସ୍ତ୍ର ଓ ଶରୀରରେ ଶୁକ୍ଳ ଜଙ୍ଘିଆ ପିନ୍ଧିବ; ଆଉ ସେ ବେଦି ଉପରେ ଅଗ୍ନିଦଗ୍ଧ ହୋମବଳିର ଭସ୍ମ ଉଠାଇ ବେଦି ପାର୍ଶ୍ୱରେ ରଖିବ।
11 Atavua mavazi haya na kuvaa mavazi mengine ili kuchukua majivu nje ya kambi na kupeleka mahali palipo safi.
ଏଥିଉତ୍ତାରେ ସେ ଆପଣାର ସେହି ବସ୍ତ୍ର ତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନକୁ ସେହି ଭସ୍ମ ନେଇଯିବ।
12 Moto katika madhabahu utaendelea kuwaka. Usizimike, na kuhani ataongeza kuni kila asubuhi. Atapanga juu yake sadaka ya kuteketezwa kama inavyotakiwa, na atateketeza juu yake mafuta ya sadaka ya amani.
ମାତ୍ର ବେଦିର ଉପରିସ୍ଥ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା ଲିଭିବ ନାହିଁ; ଯାଜକ ପ୍ରତ୍ୟେକ ପ୍ରଭାତରେ ତହିଁ ଉପରେ କାଷ୍ଠ ଜାଳିବ; ପୁଣି ସେ ତହିଁ ଉପରେ ହୋମବଳି ସଜାଇ ରଖିବ ଓ ମଙ୍ଗଳାର୍ଥକ ବଳିର ମେଦ ତହିଁ ଉପରେ ଦଗ୍ଧ କରିବ।
13 Moto lazima utaendelea kuwaka katika madhabahu, kamwe usizimike.
ବେଦି ଉପରେ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା କଦାପି ଲିଭିବ ନାହିଁ।
14 Hii ni sheria ya sadaka ya nafaka. Wana wa Haruni watatoa mbele ya Bwana katika madhabahu.
ଆଉ ଭକ୍ଷ୍ୟ ନୈବେଦ୍ୟର ବ୍ୟବସ୍ଥା ଏହି; ହାରୋଣର ପୁତ୍ରଗଣ ବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବେ।
15 Kuhani atachukua konzi ya unga laini wa sadaka ya nafaka na mafuta na ubani ambao uko juu ya sadaka ya nafaka, atateketeza juu ya madhabahu kuleta harufu nzuri ya shukrani ya kumpendeza Bwana.
ତହୁଁ ଯାଜକ ଆପଣା ମୁଷ୍ଟି ପୂର୍ଣ୍ଣ କରି ସେହି ଭକ୍ଷ୍ୟ ନୈବେଦ୍ୟରୁ କିଛି ସରୁ ମଇଦା ଓ କିଛି ତୈଳ ଓ ନୈବେଦ୍ୟ ଉପରିସ୍ଥ ସମସ୍ତ କୁନ୍ଦୁରୁ ନେଇ ତହିଁର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ବେଦିରେ ଦଗ୍ଧ କରିବ।
16 Haruni na wanae watakula sadaka inayobaki, italiwa bila kutiwa chachu mahali patakatifu. Watakula katika ua ya hema ya kukutania.
ପୁଣି, ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ; କୌଣସି ପବିତ୍ର ସ୍ଥାନରେ ତାଡ଼ି ବିନା ତାହା ଭୋଜନ କରାଯିବ; ସେମାନେ ସମାଗମ-ତମ୍ବୁର ପ୍ରାଙ୍ଗଣରେ ତାହା ଭୋଜନ କରିବେ।
17 Haitaokwa pamoja na chachu. Nimewapa kama sehemu ya sadaka yangu itolewayo kwa moto, ni takatifu sana, kama sadaka ya dhambi na sadaka ya hatia.
ତାଡ଼ି ସହିତ ତାହା ରନ୍ଧନ ହେବ ନାହିଁ। ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ; ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ତାହା ମହାପବିତ୍ର।
18 Kwa nyakati zote zijazo kupitia watu wa kizazi chako, mwanaume yeyote mzaliwa kutoka kwa Haruni aweza kula ni sehemu yake, ichukuliwayo katika sadaka ya Bwana kwa moto. Yeyote anayeigusa atakuwa mtakatifu.”
ହାରୋଣର ସନ୍ତାନଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ; ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାରରୁ ଏହା ଗ୍ରହଣ କରିବା ହେଉଛି ପୁରୁଷାନୁକ୍ରମରେ ତୁମ୍ଭମାନଙ୍କର ଅନନ୍ତକାଳୀନ ଅଧିକାର। ଯେକେହି ତାହା ସ୍ପର୍ଶ କରେ, ସେ ପବିତ୍ର ହେବ।”
19 Bwana aliongea tena na Musa kumwambia,
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
20 “Hii ni sadaka ya Haruni na wanawe ambayo watatoa kwa Bwana katika siku ambayo kila mwana atawekwa wakfu: sehemu ya kumi ya efa ya unga laini kama kawaida sadaka ya nafaka nusu yake asubuhi na nusu yake jioni.
“ଅଭିଷେକ ଦିନରେ ହାରୋଣ ଓ ତାହାର ପୁତ୍ରଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରିବେ, ତାହା ଏହି; ସେମାନେ ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବେ।
21 Itatengenezwa na mafuta katika kikaango, utaileta ikiwa imeandaliwa imeokwa katika vipande utatoa sadaka ya nafaka ili kuleta harufu nzuri kwa Bwana.
ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ, ଓଦା ହେଲେ ତୁମ୍ଭେ ତାହା ଭିତରକୁ ଆଣିବ; ପୁଣି ସେହି ରନ୍ଧନ କରାଯାଇଥିବା ଭକ୍ଷ୍ୟ ନୈବେଦ୍ୟର ଖଣ୍ଡ ଖଣ୍ଡ ଖାଦ୍ୟ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
22 Mwana wa Kuhani Mkuu atakayekuwa Kuhani Mkuu mpya kutoka miongoni mwa wanawe ataitoa. Kama amri ya milele, yote itateketezwa kwa Bwana.
ଏଥିଉତ୍ତାରେ ହାରୋଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ, ସେ ତାହା ଉତ୍ସର୍ଗ କରିବ; ଏହା ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ।
23 Kila sadaka ya nafaka ya kuhani itatekezwa yote. Haitaliwa kamwe.”
ଅର୍ଥାତ୍‍, ଯାଜକର ପ୍ରତ୍ୟେକ ଭକ୍ଷ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ରୂପେ ଦଗ୍ଧ ହେବ; ତାହା ଭୋଜନ କରାଯିବ ନାହିଁ।”
24 Bwana alisema tena Musa, kumwambia,
ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
25 “Sema na Haruni na watoto wake kwamba, 'Hii ni sheria ya sadaka ya dhambi: Sadaka ya dhambi lazima kuchinjwa mahali pa sadaka ya kuteketezwa itachinjwa mbeleya Bwana. Ni takatifu sana.
“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ପାପାର୍ଥକ ବଳିଦାନର ବ୍ୟବସ୍ଥା ଏହି; ଯେଉଁ ସ୍ଥାନରେ ହୋମବଳି ବଧ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ବଧ କରାଯିବ; ତାହା ମହାପବିତ୍ର।
26 Kuhani atakayeitoa kwa ajili ya dhambi ndiye atakayeila. Italiwa mahali patakatifu katika ua wa hema ya kukutania.
ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ବୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।
27 Yeyote atakayeigusa nyama yake atakuwa ni mtakatifu na kama damu itadondokea mavazi yatafuliwa mahali palipodondokewa, mahali patakatifu.
ଯେକେହି ତହିଁର ମାଂସ ସ୍ପର୍ଶ କରେ, ତାହା ପବିତ୍ର ହେବ; ପୁଣି ଯଦି କୌଣସି ବସ୍ତ୍ରରେ ତହିଁର ରକ୍ତର ଛିଟା ପଡ଼େ; ତେବେ ତୁମ୍ଭେ ସେହି ରକ୍ତ ସେଚିତ ବସ୍ତ୍ର ପବିତ୍ର ସ୍ଥାନରେ ଧୌତ କରିବ।
28 Lakini chungu kikipikiwa kitavunjwa, kama imepikiwa katika chombo cha shaba, lazima kitasuguliwa na kusafishwa kwa maji.
ମାତ୍ର ଯେଉଁ ମୃତ୍ତିକାର ପାତ୍ରରେ ତାହା ପାକ ହୁଏ, ତାହା ଭଙ୍ଗାଯିବ; ଯଦି ପିତ୍ତଳ ପାତ୍ରରେ ତାହା ପାକ ହୁଏ, ତେବେ ତାହା ମଜାଯିବ ଓ ଜଳରେ ପରିଷ୍କୃତ ହେବ।
29 Mwanaume yeyote miongoni mwa makuhani anaweza kula nyama hiyo kwa sababu ni takatifu sana.
ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ; ତାହା ମହାପବିତ୍ର।
30 Na hakuna sadaka ya dhambi italiwa ambayo damu yake imeletwa katika hema ya kukutania kufanya upatanisho katika mahali patakatifu. Ni lazima iteketezwe.
ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଯେକୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ବୁ ଭିତରକୁ ଅଣାଯାଏ, ତାହା ଭୋଜନ କରାଯିବ ନାହିଁ, ତାହା ଅଗ୍ନିରେ ଦଗ୍ଧ ହେବ।”

< Mambo ya Walawi 6 >