< Mambo ya Walawi 3 >
1 Kama mtu atoa dhabihu ambayo ni matoleo ya amani ya mnyama kutoka katika kundi, dume au jike, lazima atatoa mnyama asiyena kasoro mbele ya Bwana.
ଆଉ, କୌଣସି ବ୍ୟକ୍ତିର ଉପହାର ଯଦି ମଙ୍ଗଳାର୍ଥକ ବଳିଦାନ ହୁଏ; ଯଦି ସେ ପଲରୁ ଅଣ୍ଡିରା କି ମାଈ ଗୋରୁ ଦିଏ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁନ୍ତ ପଶୁ ଆଣିବ।
2 Ataweka mikono yake juu ya sadaka yake na atamchinja mbele ya mlango wa hema ya kukutania. Kisha wana wa Haruni makuhani watanyunyizia damu yake katika pande za madhabahu.
ପୁଣି, ସେ ସମାଗମ-ତମ୍ବୁର ଦ୍ୱାର ନିକଟରେ ଆପଣା ବଳିର ମସ୍ତକରେ ହସ୍ତ ରଖି ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ବେଦି ଉପରେ ଚତୁର୍ଦ୍ଦିଗରେ ଛିଞ୍ଚିବେ।
3 Mtu akitoa dhabihu ya amani itolewayo kwa moto kwa ajili ya Bwana. Mafuta yanayofunika au yanayoungana na hizo sehemu za ndani,
ଏଥିଉତ୍ତାରେ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ ଆଚ୍ଛାଦକ ମେଦ, ଅନ୍ତ ଉପରିସ୍ଥ ମେଦ,
4 figo mbili na mafuta yaliyofunika kiunoni na yanayozunguka ini, pamoja na figo atayatoa pamoja.
ଦୁଇ ଗୁର୍ଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।
5 Wana wa Haruni watayachoma hayo katika madhabahu pamoja na sadaka ya kutekezwa, juu ya kuni zilizo kwenye moto. Zitaleta harufu nzuri mbele ya Bwana; itakuwa sadaka ya itolewayo kwake kwa moto.
ତହୁଁ ହାରୋଣର ପୁତ୍ରଗଣ ବେଦି ଉପରିସ୍ଥ ଅଗ୍ନି, କାଷ୍ଠ ଓ ହୋମଦ୍ରବ୍ୟ ଉପରେ ତାହା ଦଗ୍ଧ କରିବେ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
6 Kama dhabihu ya amani ya mtu itolewayo kwa Bwana ni kutoka katika mifugo ni mbuzi au kondoo ni dume au jike, atatoa dhabihu isiyo na kasoro.
ଆଉ, ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷାଦିପଲରୁ ମଙ୍ଗଳାର୍ଥକ ବଳିଦାନ କରେ, ତେବେ ସେ ନିଖୁନ୍ତ ଅଣ୍ଡିରା କି ମାଈ ପଶୁ ଉତ୍ସର୍ଗ କରିବ।
7 Kama atatoa mwanakondoo kwa ajili ya dhabihu yake, atamtoa mbele za Bwana.
ଯଦି ସେ ଉପହାର ନିମନ୍ତେ ମେଷବତ୍ସ ବଳିଦାନ କରେ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବ;
8 Ataweka mkono wake juu ya ya kichwa cha dhabihu yake na atamchinja mbele ya hema ya kukutania. Ndipo wana wa Haruni watanyunyizia damu pande za madhabahu.
ପୁଣି ଆପଣା ବଳିର ମସ୍ତକରେ ହସ୍ତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ। ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।
9 Mtu akitoa sadaka ya dhabihu ya amani kama sadaka ya kusogezwa kwa moto kwa Bwana. Mafuta, mafuta ya mkia yatakatwa hapo karibu na mfupa wa kiuno, na mafuta yanayofunika matumbo na mafuta yaliyo katika matumbo,
ଏଥିଉତ୍ତାରେ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ଅର୍ଥାତ୍, ତହିଁର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ ମେରୁଦଣ୍ଡ ନିକଟରୁ ନେବ, ଅନ୍ତ ଆଚ୍ଛାଦକ ମେଦ, ଅନ୍ତ ଉପରିସ୍ଥ ସମସ୍ତ ମେଦ,
10 na figo zote mbili na mafuta yanayofunika yaliyo karibu na kiuno kitambi kilicho karibu na ini na figo ataziondoa zote.
ଦୁଇ ଗୁର୍ଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।
11 Na kuhani atayatekeza yote kwa moto katika madhabahu kama sadaka ya chakula isogezwayo kwa moto kwa Bwana.
ତହୁଁ ଯାଜକ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପ ଭୋଜନ।
12 Kama matoleo ya mtu ni mbuzi, ndipo ataitoa mbele ya Bwana.
ଆଉ, କେହି ଯଦି ଛାଗଳ ବଳିଦାନ କରେ, ତେବେ ସେ ତାହା ସଦାପ୍ରଭୁଙ୍କ ଛାମୁକୁ ଆଣିବ,
13 Ataweka mikono yake juu ya kichwa cha mbuzi na atamchinja mbele ya hema ya kukutania. Ndipo wana wa Haruni watanyunyizia damu pande zote za madhabahu.
ପୁଣି, ଆପଣା ବଳିର ମସ୍ତକରେ ହସ୍ତ ରଖି ସମାଗମ-ତମ୍ବୁ ନିକଟରେ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।
14 Mtu akitoa dhabihu kwa Bwana kwa njia ya moto. Ataondoa mafuta yanayozunguka matumbo, na mafuta yote yanayozunguka matumbo.
ଆଉ, ସେ ତହିଁରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ ଆଚ୍ଛାଦକ ମେଦ, ଅନ୍ତ ଉପରିସ୍ଥ ସମସ୍ତ ମେଦ,
15 Ataondoa pia figo mbili na mafuta yanayozunguka, ambayo yanazunguka kiuno na kitambi cha maini pamoja na figo.
ଦୁଇ ଗୁର୍ଦା, ତାହାର ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।
16 Kuhani atateketeza yote juu ya madhabahu kama matoleo ya chakula yatolewayo kwa moto, ni sadaka ya kuleta harufu nzuri sana. Mafuta yote ni ya Bwana.
ତହୁଁ ଯାଜକ ବେଦି ଉପରେ ତାହା ଦଗ୍ଧ କରିବ; ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପ ଭୋଜନ; ସମସ୍ତ ମେଦ ସଦାପ୍ରଭୁଙ୍କର।
17 Itakuwa ni amri ya kudumu kwa kizazi cha watu katika maeneo yote mtakapotengeneza makazi, kwamba hamtakula mafuta au damu.”'
ତାହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସମସ୍ତ ଗୃହରେ ପାଳନୀୟ ଅନନ୍ତକାଳୀନ ବିଧି; ତୁମ୍ଭେମାନେ ମେଦ ଓ ରକ୍ତ, କିଛି ଭୋଜନ କରିବ ନାହିଁ।”