< Waamuzi 3 >

1 Sasa Bwana aliyaacha mataifa haya yaijaribu Israeli, yaani kila mtu katika Israeli ambaye hakushiriki vita yoyote huko Kanaani.
ଇସ୍ରାଏଲ ମଧ୍ୟରେ ଯେଉଁମାନେ କିଣାନ ଦେଶୀୟ ଯୁଦ୍ଧସକଳ ଜାଣି ନ ଥିଲେ, ସେହି ଲୋକମାନଙ୍କୁ ପରୀକ୍ଷା କରିବା ନିମନ୍ତେ
2 (Alifanya hivyo ili kuwafundisha vita kizazi kipya cha Waisraeli ambao hawakujua kabla).
ଓ ଇସ୍ରାଏଲ-ସନ୍ତାନଗଣର ପୁରୁଷ-ପରମ୍ପରାକୁ ଶିକ୍ଷା ଦେବା ନିମନ୍ତେ, ଅର୍ଥାତ୍‍, ଯେଉଁମାନେ ଆଗେ ଯୁଦ୍ଧ ଜାଣି ନ ଥିଲେ, ସେମାନଙ୍କୁ ତାହା ଶିଖାଇବା ପାଇଁ ସଦାପ୍ରଭୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ଅବଶିଷ୍ଟ ରଖିଲେ, ଯଥା,
3 Haya ndio mataifa: wafalme watano kutoka kwa Wafilisti, Wakanaani wote, Wasidoni, na Wahivi waliokaa milima ya Lebanoni, kutoka Mlima Baali Hermoni hadi Hamathi.
ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ପୁଣି ବାଲ୍‍-ହର୍ମୋନ୍‍ ପର୍ବତଠାରୁ ହମାତରେ ପ୍ରବେଶ କରିବା ପଥ ପର୍ଯ୍ୟନ୍ତ ଲିବାନୋନ ପର୍ବତ ନିବାସୀ ସମସ୍ତ କିଣାନୀୟ ଓ ସୀଦୋନୀୟ ଓ ହିବ୍ବୀୟ ଲୋକ।
4 Mataifa haya yaliachwa kama njia ambayo Bwana angeijaribu Israeli, kuthibitisha kama watazitii amri alizowapa babu zao kupitia Musa.
ଏମାନଙ୍କ ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବା ନିମନ୍ତେ, ଅର୍ଥାତ୍‍, ସଦାପ୍ରଭୁ ସେମାନଙ୍କ ପିତୃଲୋକଙ୍କୁ ମୋଶାଙ୍କ ଦ୍ୱାରା ଯେ ଯେ ଆଜ୍ଞା ଆଦେଶ କରିଥିଲେ, ତାହାସବୁ ସେମାନେ ଶୁଣିବେ କି ନାହିଁ, ଏହା ଜାଣିବା ନିମନ୍ତେ, ଅବଶିଷ୍ଟ ରଖାଗଲେ।
5 Basi wana wa Israeli wakakaa kati ya Wakanaani, na Wahiti, na Waamori, na Waperizi, na Wahivi, na Wayebusi.
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ହିତ୍ତୀୟ ଓ ଇମୋରୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଓ କିଣାନୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।
6 Waliwachukua binti zao kuwa wake zao, nao wakawapa wana wao binti zao, nao wakaitumikia miungu yao.
ପୁଣି ସେମାନେ ସେମାନଙ୍କ କନ୍ୟାଗଣଙ୍କୁ ଆପଣାମାନଙ୍କର ଭାର୍ଯ୍ୟା ରୂପେ ଗ୍ରହଣ କଲେ ଓ ଆପଣା ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରଗଣଙ୍କୁ ବିବାହ କରିବା ନିମନ୍ତେ ଦେଲେ, ଆଉ ସେମାନଙ୍କ ଦେବତାମାନଙ୍କର ସେବା କଲେ।
7 Wana wa Israeli walifanya yaliyo mabaya machoni pa Bwana, wakamsahau Bwana, Mungu wao. Waliabudu Baali na Asherah.
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କୁ ପାସୋରି ବାଲ୍‍ ଦେବଗଣର ଓ ଆଶେରା ଦେବୀଗଣର ସେବା କଲେ।
8 Basi, hasira ya Bwana ikawaka juu ya Israeli, naye akawauza mkononi mwa Kushan-rishathaimu mfalme wa Aram Naharaimu. Watu wa Israeli walitumikia Kushan Rishathaimu kwa miaka nane.
ତହିଁରେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ଅରାମନହରୟିମ୍‍ର ରାଜା କୂଶନ୍-ରିଶୀୟାଥୟିମ୍‍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଠ ବର୍ଷ ପର୍ଯ୍ୟନ୍ତ ସେହି କୂଶନ୍‍-ରିଶୀୟାଥୟିମ୍‍ର ସେବା କଲେ।
9 Watu wa Israeli walipomwomba Bwana, Bwana akamuinua mtu atakayewasaidia wana wa Israeli, na mtu atakayewaokoa: Othnieli mwana wa Kenazi (ndugu mdogo wa Kalebu).
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ପାଇଁ କାଲେବଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ନୀୟେଲଙ୍କୁ ଉଦ୍ଧାରକର୍ତ୍ତା ରୂପେ ଉତ୍ଥାପନ କଲେ ଓ ସେ ସେମାନଙ୍କୁ ଉଦ୍ଧାର କଲେ।
10 Roho wa Bwana akamtia nguvu, naye akahukumu Israeli na akatoka kwenda vitani. Bwana akampa kuishinda Kush-rishataimu mfalme wa Aramu. Mkono wa Othnieli alishinda Kushan Rishathaimu.
ପୁଣି ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ଅଧିଷ୍ଠିତ ହୁଅନ୍ତେ, ସେ ଇସ୍ରାଏଲର ବିଚାର କଲେ ଓ ସେ ଯୁଦ୍ଧ କରିବା ନିମନ୍ତେ ବାହାରିଲେ, ଆଉ ସଦାପ୍ରଭୁ ସେହି ଅରାମୀୟ ରାଜା କୂଶନ୍‍-ରିଶୀୟାଥୟିମ୍‍କୁ ତାହା ହସ୍ତରେ ସମର୍ପଣ କଲେ; ପୁଣି କୂଶନ୍‍-ରିଶୀୟାଥୟିମ୍‍ ଉପରେ ତାହାର ହସ୍ତ ପ୍ରବଳ ହେଲା।
11 Nchi ilikuwa na amani kwa miaka arobaini. Ndipo Otinieli mwana wa Kenazi akafa.
ତହିଁରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ଏଉତ୍ତାରେ କନସର ପୁତ୍ର ଅତ୍ନୀୟେଲ ମଲା।
12 Baada ya hayo, Waisraeli wakafanya yaliyo mabaya machoni pa Bwana; Bwana akampa Egloni mfalme wa Moabu nguvu, kuwashinda Waisraeli.
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ଏହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ସେମାନେ କରିବାରୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ମୋୟାବର ରାଜା ଇଗ୍ଲୋନକୁ ସବଳ କଲେ।
13 Eglon alijiunga na wana wa Amoni na Waamaleki wakaenda na kuwashinda Israeli, na walichukua mji wa Mitende.
ତହୁଁ ସେ ଅମ୍ମୋନ ଓ ଅମାଲେକ-ସନ୍ତାନଗଣକୁ ଆପଣା ନିକଟରେ ଏକତ୍ର କଲା ଓ ସେ ଯାଇ ଇସ୍ରାଏଲକୁ ଆଘାତ କରି ଖର୍ଜ୍ଜୁରପୁର ଅଧିକାର କଲା।
14 Watu wa Israeli walimtumikia Eglon mfalme wa Moabu kwa miaka kumi na nane.
ତହିଁରେ ଇସ୍ରାଏଲ-ସନ୍ତାନଗଣ ଅଠର ବର୍ଷ ପର୍ଯ୍ୟନ୍ତ ମୋୟାବୀୟ ରାଜା ଇଗ୍ଲୋନର ସେବା କଲେ।
15 Wana wa Israeli walipomwomba Bwana, Bwana akamwinua mtu aliyewasaidia, Ehudi mwana wa Gera, Mbenjamini, mtu shoto. Wana wa Israeli wakamtuma kwa Egloni, mfalme wa Moabu, kwa malipo yao ya kodi.
ତହୁଁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମୀନ୍ ବଂଶୀୟ ଗେରାର ପୁତ୍ର ଏହୂଦକୁ ଉତ୍ପନ୍ନ କଲେ, ସେ ବାଁହାତିଆ ଥିଲେ। ପୁଣି ଇସ୍ରାଏଲ-ସନ୍ତାନଗଣ ତାହା ଦ୍ୱାରା ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ଭେଟି ପଠାଇଲେ।
16 Ehudi akajifanyia upanga uliokuwa na makali kuwili, urefu wa dhiraa moja; aliufunga chini ya nguo zake juu ya mguu wake wa kulia.
ତହିଁରେ ଏହୂଦ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ୱିଧାର ଖଡ୍ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ।
17 Akampa Egloni Mfalme wa Moabu malipo ya kodi. (Egloni alikuwa mtu mnene sana.)
ତହୁଁ ସେ ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ସେହି ଭେଟି ନେଲେ; ସେହି ଇଗ୍ଲୋନ ଏକ ମୋଟା ଲୋକ ଥିଲା।
18 Baada ya Ehudi kulipa malipo ya kodi, aliondoka na wale waliokuwa wameibeba.
ଆଉ ସେ ଭେଟି ଦେଇ ସାରିଲା ଉତ୍ତାରେ ଭେଟି ଦ୍ରବ୍ୟବାହକ ଲୋକମାନଙ୍କୁ ପଠାଇଦେଲେ।
19 Hata hivyo Ehudi mwenyewe, alipofikia mahali ambapo sanamu za kuchonga zilitengenezwa karibu na Gilgali, akageuka na kurudi, akasema, 'Nina ujumbe wa siri kwako, mfalme wangu.' Eglon akasema, 'Nyamazeni kimya!' Kwa hiyo wote waliomtumikia wakatoka kwenye chumba.
ମାତ୍ର ସେ ଆପେ ଗିଲ୍‍ଗଲ୍‍ସ୍ଥ ପଥରଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ୍‍, “ମୁଁ ଆପଣଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।” ତେବେ ରାଜା କହିଲା, “ତୁନି ହୋଇଥାଅ।” ତହୁଁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଛାମୁରୁ ବାହାରିଗଲେ।
20 Ehudi akaja kwake. Mfalme alikuwa amekaa peke yake, peke yake katika chumba cha juu cha baridi. Ehudi akasema, 'Nina ujumbe kutoka kwa Mungu kwa ajili yeko.' Mfalme akasimama kutoka katika kiti chake.
ଏଥିରେ ଏହୂଦ ତାହା ନିକଟକୁ ଗଲେ; ସେତେବେଳେ ସେ ଆପଣା ଗ୍ରୀଷ୍ମକାଳୀନ ଉପର ମହଲାରେ ଏକାକୀ ବସିଥିଲା। ତହିଁରେ ଏହୂଦ କହିଲେ, “ଆପଣଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ କଥା ଅଛି;” ତହୁଁ ସେ ଆପଣା ସିଂହାସନରୁ ଉଠିଲା।
21 Ehudi akanyoosha mkono wake wa kushoto na akachukua upanga kutoka mguu wake wa kulia, na akautia ndani ya mwili wa mfalme.
ତେବେ ଏହୂଦ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ୍ଗ ନେଇ ତାହାର ପେଟ ଭୁସିଲେ;
22 Na kipini cha upanga kikaingia ndani yake baada ya upanga, nao ukatokea nyuma yake, na mafuta yakashikamana juu ya upanga, kwa kuwa Ehudi hakuutoa upanga nje ya mwili wake.
ତହିଁରେ ଖଡ୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ୍ଗ ପଛଭାଗରେ ବାହାରିଲା।
23 Kisha Ehudi akatoka kwenye ukumbi na akafunga milango ya chumba cha juu nyuma yake na akawafungia.
ଏଉତ୍ତାରେ ଏହୂଦ ତାହାକୁ ରୁଦ୍ଧକରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡ଼କୁ ବାହାରିଗଲେ।
24 Baada ya Ehudi kuondoka, watumishi wa mfalme wakaja; wakaona milango ya chumba cha juu imefungwa, kwa hiyo wakafikiri, 'Hakika atakuwa anajitoa mwenyewe katika hali ya baridi ya chumba cha juu.'
ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ-ବଦ୍ଧ ହୋଇଅଛି; ଏଥିରେ ସେମାନେ କହିଲେ, “ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରିରେ ଆପଣା ପାଦ ଢାଙ୍କୁ ଅଛନ୍ତି।”
25 Walizidi kuwa na wasiwasi hata walipoanza kuhisi kuwa walikuwa wakipuuza wajibu wao wakati mfalme bado hakufungua milango ya chumba cha juu. Kwa hiyo walichukua ufunguo wakawafungua, tazama bwana wao, ameanguka chini, amekufa.
ତହୁଁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ; ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ; ଏହେତୁ ସେମାନେ କଞ୍ଚିକାଠି ନେଇ କବାଟ ଫିଟାଇଲେ; ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି।
26 Wakati watumishi wakisubiri, wakijiuliza nini wanapaswa kufanya, Ehudi alikimbia na kupita mahali ambako kulikuwa na sanamu za kuchonga, na hivyo akakimbia kwenda Seira.
ମାତ୍ର ସେମାନେ ବିଳମ୍ବ କରି ରହିବା ବେଳେ ଏହୂଦ ପଳାଇ ସେହି ପଥର ଖଣି ପାର ହୋଇ ସିୟୀରାକୁ ଚାଲିଗଲେ।
27 Alipofika, alipiga tarumbeta katika nchi ya mlima wa Efraimu. Kisha wana wa Israeli wakashuka pamoja naye kutoka milimani, naye akawaongoza.
ପୁଣି ସେ ସେହି ସ୍ଥାନରେ ପହୁଞ୍ଚି ଇଫ୍ରୟିମ-ପର୍ବତମୟ ଦେଶରେ ତୂରୀ ବଜାଇଲେ, ତହିଁରେ ଇସ୍ରାଏଲ-ସନ୍ତାନଗଣ ତାଙ୍କ ସହିତ ପର୍ବତମୟ ଦେଶରୁ ଆସନ୍ତେ, ସେ ସେମାନଙ୍କର ଅଗ୍ରଗାମୀ ହୋଇ ଚାଲିଲେ।
28 Akawaambia, Nifuate, kwa kuwa Bwana atawashinda adui zenu, Wamoabu. Wakamfuata, wakakamata vivuko vya Bonde la Yordani, toka kwa Wamoabi, wala hawakuruhusu mtu yeyote kuvuka mto.
ପୁଣି ସେ ସେମାନଙ୍କୁ କହିଲେ, “ମୋʼ ପଛେ ପଛେ ଆସ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।” ତହୁଁ ସେମାନେ ତାଙ୍କ ପଛେ ପଛେ ଚାଲି ମୋୟାବୀୟମାନଙ୍କ ବିରୁଦ୍ଧରେ ଯର୍ଦ୍ଦନ ଘାଟମାନ ହସ୍ତଗତ କରି କୌଣସି ଲୋକକୁ ପାର ହେବାକୁ ଦେଲେ ନାହିଁ।
29 Wakati huo waliwaua watu elfu kumi wa Moabu, na wote walikuwa watu wenye nguvu na wenye uwezo. Hakuna aliyekimbia.
ସେତେବେଳେ ସେମାନେ ମୋୟାବର ଊଣାଧିକ ଦଶ ହଜାର ଲୋକଙ୍କୁ ବଧ କଲେ, ପ୍ରତ୍ୟେକେ ବୃହତକାୟ ଓ ବିକ୍ରମଶାଳୀ ଲୋକ ଥିଲା; କେହି ପଳାଇ ପାରିଲା ନାହିଁ।
30 Kwa hiyo siku hiyo Moabu ilishindwa na nguvu ya Israeli. Na nchi ilikuwa na amani kwa miaka thelathini.
ଏହିରୂପେ ମୋୟାବ ସେହି ଦିନ ଇସ୍ରାଏଲ ହସ୍ତାଧୀନରେ ବଶୀଭୂତ ହେଲା। ତହୁଁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ପାଇଲା।
31 Baada ya Ehudi, mwamuzi aliyefuata alikuwa Shamgari mwana wa Anathi ambaye aliwaua Wafilisti 600 kwa konzo la ng'ombe. Pia aliwaokoa Israeli kutoka kwenye hatari.
ଆଉ ଏହୂଦଙ୍କ ପରେ ଅନାତର ପୁତ୍ର ଶମ୍‍ଗର (ବିଚାରକର୍ତ୍ତା) ହେଲେ, ସେ ପଲେଷ୍ଟୀୟ ଛଅ ଶହ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ବଧ କଲେ; ସେ ମଧ୍ୟ ଇସ୍ରାଏଲର ଏକ ଉଦ୍ଧାରକର୍ତ୍ତା ଥିଲେ।

< Waamuzi 3 >