< Yeremia 42 >
1 Kisha amri wote wa jeshi na Yonathan mwana wa Karea, Jezania mwana wa Hoshaia, na watu wote kutoka mdogo kwa mkubwa walimkaribia Yeremia nabii.
ଏଥିଉତ୍ତାରେ ସେନାପତି ସମସ୍ତେ, କାରେହର ପୁତ୍ର ଯୋହାନନ୍ ଓ ହୋଶୋୟୀୟର ପୁତ୍ର ଯାସନୀୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମୀୟ ଭବିଷ୍ୟଦ୍ବକ୍ତା ନିକଟକୁ ଆସି କହିଲେ,
2 Walisema naye, “Acha maombi yetu yaje mbele yako. Omba kwa ajili yetu kwa Yahwe Mungu wako kwa ajili ya watu hawa ambao wanabaki kwani tuko wachache katika idadi, kama unavyoona.
“ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କର ନିବେଦନ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆପଣ ଆମ୍ଭମାନଙ୍କ ନିମନ୍ତେ, ଅର୍ଥାତ୍, ଅବଶିଷ୍ଟ ଏହି ସକଳ ଲୋକଙ୍କ ନିମନ୍ତେ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ; କାରଣ ଆପଣ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛନ୍ତି, ଆମ୍ଭେମାନେ ଅନେକ ଥିଲୁ, ଏବେ ଅଳ୍ପମାତ୍ର ରହିଅଛୁ।
3 Muulize Yahwe Mungu wako atuambia sisi njia yakuendea na nini tufanye.”
ତହିଁରେ କେଉଁ ପଥ ଆମ୍ଭମାନଙ୍କର ଗନ୍ତବ୍ୟ ଓ କେଉଁ କର୍ମ ଆମ୍ଭମାନଙ୍କର କର୍ତ୍ତବ୍ୟ, ଏହା ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଜ୍ଞାତ କରାଇବେ।”
4 Basi Yeremia nabii alisema nao, “Nimewasikia, Tazama, Nitaomba kwa Yahwe Mungu wenu kama mlivyoomba. Vyovyote Yahwe ananijibu, Nitawambia. Sitawaficha chochote ninyi.”
ସେତେବେଳେ ଯିରିମୀୟ ଭବିଷ୍ୟଦ୍ବକ୍ତା ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କର କଥା ଶୁଣିଲି; ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେକୌଣସି ଉତ୍ତର ଦେବେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ କରିବି ନାହିଁ।”
5 Walisema na Yeremia, “Na Yawhe awe shahidi mkweli na mwaminifu dhidi yenu, kama hatutafanya kila kitu ambacho Yahwe Mungu wenu anatuambia kufanya.
ତହିଁରେ ସେମାନେ ଯିରିମୀୟଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସାରେ ଯଦି ଆମ୍ଭେମାନେ କର୍ମ ନ କରୁ, ତେବେ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ସତ୍ୟ ଓ ବିଶ୍ୱସ୍ତ ସାକ୍ଷୀ ହେଉନ୍ତୁ।
6 Hata kama ni vizuri au vibaya, tutatii sauti ya Yahwe Mungu wetu, ambaye tunawatuma ninyi, ili kwamba iwe vizuri pamoja nasi wakati tunatii sauti ya Yahwe Mungu wetu.”
ତାହା ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ମାନିଲେ, ଆମ୍ଭମାନଙ୍କର ମଙ୍ଗଳ ହେବ।”
7 Basi ilitokea kwamba baada ya siku kumi, neno la Yahwe lilikuja kwa Yeremia.
ଏଥିଉତ୍ତାରେ ଦଶ ଦିନ ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।
8 Kwa hiyo Yeremia alimwita Yonathan mwana wa Karea na amri wote jeshi pamoja naye, na watu wote kutoka mdogo kwa mkubwa.
ତହିଁରେ ସେ କାରେହର ପୁତ୍ର ଯୋହାନନ୍କୁ ଓ ତାହାର ସଙ୍ଗୀ ସେନାପତି ସମସ୍ତଙ୍କୁ ଓ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାକି ସେମାନଙ୍କୁ କହିଲେ,
9 Na alisema nao, “Yahwe, Mungu wa Israel, ambaye umenituma mimi ili niweze kuweka maombi yako mbele zake. Yahwe asema hivi,
“ତୁମ୍ଭେମାନେ ଯାହାଙ୍କ ନିକଟରେ ଆପଣାମାନଙ୍କର ନିବେଦନ ଜଣାଇବାକୁ ମୋତେ ପଠାଇଥିଲ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
10 Kama mtarudi na kuishi katika nchi hii, basi nitawajenga na sitawararua chini; Nitapanda na sitawangoa, kwa kuwa nitageuza maafa ambayo nimeleta juu yako.
ଯଦି ତୁମ୍ଭେମାନେ ଏହି ଦେଶରେ ଆହୁରି ବାସ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ନିର୍ମାଣ କରିବା, ଆଉ ଭାଙ୍ଗିବା ନାହିଁ ଓ ଆମ୍ଭେ ତୁମ୍ଭମାନଙ୍କୁ ରୋପଣ କରିବା, ଉତ୍ପାଟନ କରିବା ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯେ ଅମଙ୍ଗଳ କରିଅଛୁ, ତହିଁରୁ କ୍ଷାନ୍ତ ହେଲୁ।
11 Msimugope mfalme wa Babeli, ambaye mnamuogopa. Msimuogope-hili ni tamko la Yahwe kwani niko pamoja nanyi kuwahifadhi na kuwaokoa toka mkono wake.
ତୁମ୍ଭେମାନେ ଯେଉଁ ବାବିଲ ରାଜା ବିଷୟରେ ଭୀତ ଅଛ, ତାହାକୁ ଭୟ କର ନାହିଁ, ସଦାପ୍ରଭୁ କହନ୍ତି, ତାହାକୁ ଭୟ କର ନାହିଁ; କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ।
12 Kwa kuwa nitawapa rehema. Nitakuwa na huruma juu yenu, na nitawarudisha kwenye nchi yenu.
ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା, ତହିଁରେ ସେ ତୁମ୍ଭମାନଙ୍କ ପ୍ରତି ଦୟା ବହି ତୁମ୍ଭମାନଙ୍କ ଦେଶକୁ ତୁମ୍ଭମାନଙ୍କୁ ପ୍ରତ୍ୟାଗମନ କରାଇବ।
13 Lakini tudhani kusema kwamba, “Hatutakaa katika nchi hii”- kama hamtasikiliza sauti yangu, sauti ya Yahwe Mungu wenu.
ମାତ୍ର ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ ଏ ଦେଶରେ ବାସ କରିବା ନାହିଁ ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ନ ମାନି ଯଦି କୁହ,
14 Tudhani kwamba mnasema, “Hapana! Tutaenda kwenye nchi ya Misri, ambayo hatutaona vita yoyote, ambayo hatutasikia sauti ya tarumbeta, na hatutaona njaa ya chakula. Tutaishi huko.”
ନା; ମାତ୍ର ଆମ୍ଭେମାନେ ମିସର ଦେଶକୁ ଯିବା, ସେଠାରେ ଆମ୍ଭେମାନେ ଯୁଦ୍ଧ ଦେଖିବା ନାହିଁ, କି ତୂରୀ ଶବ୍ଦ ଶୁଣିବା ନାହିଁ, କିଅବା ଖାଦ୍ୟର ଅଭାବ ଭୋଗିବା ନାହିଁ; ଆଉ, ସେଠାରେ ଆମ୍ଭେମାନେ ବାସ କରିବା।
15 Sasa sikiliza neno hili la Yahwe, wewe mabaki ya Yuda. Yahwe wa majeshi, Mungu wa Israel, asema hivi, 'Kama kweli mtatoka kwenda Misri, kwenda na kuishi huko,
ଏହେତୁ ହେ ଯିହୁଦାର ଅବଶିଷ୍ଟ ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ: ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେମାନେ ଯଦି ମିସରରେ ପ୍ରବେଶ କରିବା ପାଇଁ ନିତାନ୍ତ ଉତ୍ସୁକ ହୁଅ ଓ ସେଠାରେ ପ୍ରବାସ କରିବା ପାଇଁ ଯାଅ;
16 basi upanga ambao mnauogopa utawapita huko kwenye nchi ya Misri. Njaa ambayo mnawasiwasi nayo itawafatilia huko Misri. Na mtakufa huko.
ତେବେ ଏହା ଘଟିବ ଯେ, ଯେଉଁ ଖଡ୍ଗକୁ ତୁମ୍ଭେମାନେ ଭୟ କରୁଅଛ, ତାହା ତୁମ୍ଭମାନଙ୍କର ପଛେ ଗୋଡ଼ାଇ ମିସରରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷୟରେ ତୁମ୍ଭେମାନେ ଭୀତ ହେଉଅଛ, ତାହା ମିସର ଦେଶରେ ତୁମ୍ଭମାନଙ୍କର ପଛେ ପଛେ ଲାଗି ରହିବ ଓ ସେଠାରେ ତୁମ୍ଭେମାନେ ମରିବ।
17 Basi itatokea kwamba wanaume wote waliondoka kwenda Misri kuishi huko watakufa kwa upanga, njaa, au pigo. Hapatakuwa na mwathirika wao, hakuna atakayetoroka maafa ambayo nitaleta juu yao.
ଯେଉଁମାନେ ମିସରକୁ ଯାଇ ସେଠାରେ ପ୍ରବାସ କରିବା ପାଇଁ ଉତ୍ସୁକ ହୁଅନ୍ତି, ସେସମସ୍ତ ଲୋକଙ୍କ ପ୍ରତି ଏହି ପ୍ରକାର ଘଟିବ; ସେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ; ପୁଣି, ଆମ୍ଭେ ସେମାନଙ୍କ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତହିଁରୁ ସେମାନଙ୍କ ମଧ୍ୟରେ କେହି ଉତ୍ତୀର୍ଣ୍ଣ ଅବା ରକ୍ଷାପ୍ରାପ୍ତ ହେବେ ନାହିଁ।
18 Kwa kuwa Yahwe wa majeshi, Mungu wa Israel, asema hivi: Kama gadhabu yangu na hasira yangu imemwanga juu ya wakazi wa Yerusalem, kwa njia hiyo hasira yangu itamwangwa juu yenu kama mtaenda Misri. Mtakuwa sababu ya hasira na hofu, sababu la kuzungumza laana, na kitu kisichokuwa na heshima. Na hamtaona eneo hili tena.”
କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯିରୂଶାଲମ ନିବାସୀମାନଙ୍କ ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ଢଳା ଯାଇଅଛି, ସେପରି ତୁମ୍ଭେମାନେ ଯେତେବେଳେ ମିସରରେ ପ୍ରବେଶ କରିବ, ସେତେବେଳେ ତୁମ୍ଭମାନଙ୍କ ଉପରେ ଆମ୍ଭର ପ୍ରଚଣ୍ଡ କୋପ ଢଳାଯିବ; ପୁଣି, ତୁମ୍ଭେମାନେ ଅଭିଶାପ, ବିସ୍ମୟ, ଶ୍ରାପ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଆଉ ଦେଖିବ ନାହିଁ।
19 Basi Yeremia alisema, “Yahwe amezungumza kuhusu ninyi - mabaki ya Yuda. Msiende Misri! Unajua kwa hakika kwamba nimekuwa shahidi dhidi yenu leo.
ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ କହିଅଛନ୍ତି, ‘ତୁମ୍ଭେମାନେ ମିସରକୁ ଯାଅ ନାହିଁ,’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ।
20 Kwa kuwa mmejidanganya vibaya wenyewe wakati mliponituma mimi kwenda kwa Yahwe Mungu wenu na kusema, 'Omba kwa Yahwe Mungu wetu kwa ajili yetu. Kila kitu ambacho Yahwe Mungu wetu asema, tuambie, na tutaibeba.'
ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା କରିବୁ।’
21 Kwa kuwa nimekwisha toa taarifa kwako leo, lakini hajusikiliza sauti ya Yahwe Mungu wenu au kwa chochote kuhusu ambacho alinituma mimi kwako.
ପୁଣି, ଆଜି ମୁଁ ତୁମ୍ଭମାନଙ୍କୁ ତାହା ଜଣାଇଲି; ମାତ୍ର ଯେଉଁ ବିଷୟରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଲେ, ତହିଁର କୌଣସି ବିଷୟରେ ତୁମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କଲ ନାହିଁ।
22 Basi sasa, utajua kwa hakika kwamba utakufa kwa upanga, njaa, na pigo katika eneo ambalo ulitamani kwenda kuishi.”
ଏହେତୁ ଏବେ ନିଶ୍ଚୟ ଜାଣ ଯେ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଯିବା ପାଇଁ ବାଞ୍ଛା କରୁଅଛ, ସେ ସ୍ଥାନରେ ତୁମ୍ଭେମାନେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।”