< Yeremia 19 >

1 Bwana akasema hivi, “Nenda ukanunue chupa ya udongo wakati ukiwa na wazee wa watu na makuhani.
ସଦାପ୍ରଭୁ ଏହି କଥା କହିଲେ, “ତୁମ୍ଭେ ଯାଇ କୁମ୍ଭକାରର ଏକ ମୃତ୍ତିକା ପାତ୍ର କ୍ରୟ କର, ଆଉ ଲୋକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କର କେତେକ ପ୍ରାଚୀନ ଲୋକଙ୍କୁ ନେଇ,
2 Kisha uende mpaka bonde la Ben Hinomu wakati wa kuingia kwenye mlango uliovunjika wa mfinyanzi, na huko utangaza maneno nitakayokuambia.
ହାର୍ଶିତ୍‍ ଦ୍ୱାରର ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର;
3 Ukisema, 'Sikilizeni neno la Bwana, wafalme wa Yuda na wenyeji wa Yerusalemu! Bwana wa majeshi, Mungu wa Israeli, asema hivi, “Tazameni, na nitaletea msiba juu ya mahali hapa, na masikio ya kila mtu anayesikia yatawaka.
ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୂଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନ ପ୍ରତି ଅମଙ୍ଗଳ ଘଟାଇବା, ତାହା ଯେ ଶୁଣେ, ତାହାର କର୍ଣ୍ଣ ଶିହରି ଉଠିବ।
4 Nitafanya hivyo kwa sababu wameniacha na kudharau mahali hapa. Katika mahali hapa wanatoa sadaka kwa miungu mingine ambayo hawakuijua. Wao, baba zao, na wafalme wa Yuda pia wamejaza mahali damu isiyo na hatia.
କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଏହି ସ୍ଥାନକୁ ପରର ସ୍ଥାନ ବୋଲି ଜ୍ଞାନ କରି ତହିଁ ମଧ୍ୟରେ ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଓ ଯିହୁଦାର ରାଜାମାନେ ଯେଉଁ ଅନ୍ୟ ଦେବଗଣକୁ ଜାଣିଲେ ନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି।
5 Walimjengea Baali mahali pa juu na kuwachoma watoto wao kwa moto kama sadaka za kuteketezwa kwake-kitu ambacho sijawaamuru au kutaja, wala hakuingia ndani ya akili yangu.
ପୁଣି, ଆପଣା ପୁତ୍ରଗଣକୁ ହୋମବଳି ରୂପେ ବାଲ୍‍ଦେବ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି; ତାହା ଆମ୍ଭେ ଆଦେଶ କରି ନାହୁଁ, କି କହି ନାହୁଁ, କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ।
6 Kwa hiyo, tazama, siku zinakuja-hili ndilo tamko la Bwana-ambapo mahali hapa hapataitwa tena Tofethi, bonde la Ben Hinomu, kwa kuwa litakuwa bonde la machinjo.
ଏଥିନିମନ୍ତେ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଏହି ସ୍ଥାନ ତୋଫତ୍‍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି।
7 Katika mahali hapa nitatamgua mipango ya Yuda na Yerusalemu. Nitawafanya wapate kuuawa kwa upanga mbele ya adui zao na kwa mkono wa wale wanaotafuta maisha yao. Ndipo nitawapa miili yao kuwa chakula cha ndege wa angani na wanyama wa dunia.
ପୁଣି, ଆମ୍ଭେ ଏହି ସ୍ଥାନରେ ଯିହୁଦାର ଓ ଯିରୂଶାଲମର ମନ୍ତ୍ରଣା ବ୍ୟର୍ଥ କରିବା; ପୁଣି, ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଖଡ୍ଗ ଦ୍ୱାରା ଓ ସେମାନଙ୍କ ପ୍ରାଣ ଅନ୍ୱେଷଣକାରୀମାନଙ୍କ ହସ୍ତ ଦ୍ୱାରା ସେମାନଙ୍କୁ ନିପାତ କରିବା; ଆଉ, ଆମ୍ଭେ ଖେଚର ପକ୍ଷୀଗଣକୁ ଓ ଭୂଚର ପଶୁଗଣକୁ ସେମାନଙ୍କର ଶବ ଖାଦ୍ୟ ନିମନ୍ତେ ଦେବା।
8 Ndipo nitaifanya mji huu kuwa uharibifu na kitu cha kuzomewa, kila mtu anayepita atashangaa na kuzomea kwa sababu mateso yake yote.
ଆମ୍ଭେ ଏହି ନଗରକୁ ବିସ୍ମୟର ଓ ଶୀସ୍‍ ଶବ୍ଦର ପାତ୍ର କରିବା; ଆଉ, ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ତହିଁ ପ୍ରତି ଘଟିତ ସକଳ ଉତ୍ପାତ ସକାଶୁ ବିସ୍ମିତ ହୋଇ ଶୀସ୍‍ ଶବ୍ଦ କରିବ।
9 Nitawafanya wale nyama ya wana wao na binti zao; kila mtu atakula mwili wa jirani yake katika dhiki na katika uchungu ambao umeletwa kwao na maadui zao na wale wanaotaka maisha yao.'”
ଆଉ, ସେମାନଙ୍କର ଶତ୍ରୁମାନେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନେ ସେମାନଙ୍କୁ ଅବରୋଧ କରିବା ଓ ସଙ୍କଟରେ ପକାଇବା ସମୟରେ ଆମ୍ଭେ ସେମାନଙ୍କୁ ଆପଣା ଆପଣା ପୁତ୍ରକନ୍ୟାର ମାଂସ ଭୋଜନ କରାଇବା ଓ ପ୍ରତ୍ୟେକେ ଆପଣା ଆପଣା ମିତ୍ରର ମାଂସ ଖାଇବେ।’
10 Kisha utavunja chupa ya udongo mbele ya watu ambao walikwenda pamoja nawe.
ଆଉ, ତୁମ୍ଭେ ତୁମ୍ଭ ସଙ୍ଗୀ ଲୋକମାନଙ୍କ ସାକ୍ଷାତରେ ସେହି ପାତ୍ର ଭାଙ୍ଗି ସେମାନଙ୍କୁ କହିବ,
11 Uwaambie,'Bwana wa majeshi asema hivi: nitafanya jambo hili kwa watu hawa na mji huu- hii ndiyo ahadi ya Bwana, kama vile Yeremia alivyovunja chupa ya udongo ili isiweze kutengenezwa tena. Watu watazika wafu huko Tofethi hata hapatabaki mahali pa kuzika.
‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଯେପରି କେହି କୁମ୍ଭକାରର ପାତ୍ର ଭାଙ୍ଗି ପକାଇଲେ ତାହା ପୁନର୍ବାର ଯୋଡ଼ାଯାଇ ନ ପାରେ, ଆମ୍ଭେ ସେହିପରି ଏହି ଲୋକମାନଙ୍କୁ ଓ ଏହି ନଗରକୁ ଭାଙ୍ଗି ପକାଇବା; ତହିଁରେ କବର ସ୍ଥାନର ଅଭାବ ନ ହେବା ଯାଏ ଲୋକମାନେ ତୋଫତ୍‍ରେ କବର ଦେବେ।
12 Hivyo ndivyo nitakavyopafanya mahali hapa na wenyeji wake nitakapofanya jiji hili kama Tofethi, hili ndio tamko la Bwana;
ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା, ଆମ୍ଭେ ଏହି ନଗରକୁ ତୋଫତ୍‍ ତୁଲ୍ୟ କରିବା।
13 kwa hiyo nyumba za Yerusalemu na wafalme wa Yuda watakuwa kama Tofethi, nyumba zote zilizo juu ya watu waovu wanaoabudu nyota zote za mbinguni na kumwaga sadaka za kinywaji kwa miungu mingine.'”
ତହିଁରେ ଅଶୁଚିକୃତ ଯିରୂଶାଲମସ୍ଥ ସକଳ ଗୃହ ଓ ଯିହୁଦାର ରାଜାଗଣର ଗୃହ, ଅର୍ଥାତ୍‍, ଯେସକଳ ଗୃହର ଛାତ ଉପରେ ସେମାନେ ଆକାଶମଣ୍ଡଳସ୍ଥ ସୈନ୍ୟଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଢାଳିଅଛନ୍ତି, ସେସକଳ ତୋଫତ୍‍ ସ୍ଥାନ ତୁଲ୍ୟ ହେବ।’”
14 Ndipo Yeremia akatoka Tofethi, ambako Bwana amemtuma ahubiri. Akasimama katika ua wa nyumba ya Bwana, akawaambia watu wote,
ଏଥିଉତ୍ତାରେ ସଦାପ୍ରଭୁ ଯିରିମୀୟଙ୍କୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବା ନିମନ୍ତେ ଯେଉଁ ତୋଫତ୍‍କୁ ପଠାଇଥିଲେ, ସେ ସେହି ସ୍ଥାନରୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ;
15 “Bwana wa majeshi, Mungu wa Israeli, asema hivi, Tazameni, nitawaletea mji huu na miji yake yote maafa yote niliyonena dhidi yake, kwa kuwa walifanya shingo zao kuwa ngumu na kukataa kusikiliza maneno yangu.'”
“ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଯେଉଁ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି।”

< Yeremia 19 >