< Isaya 42 >

1 Tazama, mtumishi wangu, niliyekushika; niliyekuchagua, kwake ninapata furaha. Nimeiweka roho yangu juu yake; ataleta haki kwa mataifa.
ଯାହାଙ୍କୁ ଆମ୍ଭେ ଧାରଣ କରୁ, ଏପରି ଆମ୍ଭ ଦାସଙ୍କୁ, ଯାହାଙ୍କଠାରେ ଆମ୍ଭ ଚିତ୍ତ ସନ୍ତୁଷ୍ଟ, ଏପରି ଆମ୍ଭର ମନୋନୀତ ଲୋକଙ୍କୁ ଦେଖ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ସ୍ଥାପନ କରିଅଛୁ; ସେ ଅନ୍ୟ ଦେଶୀୟମାନଙ୍କ ମଧ୍ୟକୁ ନ୍ୟାୟବିଚାର ଆଣିବେ।
2 Hatalia wala kupiga kelele, wala sauti yake haitasikika mitaani.
ସେ ଚିତ୍କାର କିମ୍ବା ଉଚ୍ଚ ଶବ୍ଦ କରିବେ ନାହିଁ, କିଅବା ରାଜପଥରେ ଆପଣା ରବ ଶୁଣାଇବେ ନାହିଁ।
3 Mwanzi ulioangamizwa hatauvunja, na wala utambi unaowaka na kutoa mwanga hautaungua: atatekeleza haki kwa uaminifu.
ସେ ଛେଚା-ନଳ ଭାଙ୍ଗିବେ ନାହିଁ ଓ ସଧୂମ ବଳିତା ଲିଭାଇବେ ନାହିଁ; ସେ ସତ୍ୟତାରେ ନ୍ୟାୟବିଚାର ଆଣିବେ।
4 wala hatazimia wala kukata tamaa mpaka atakapoanzisha haki katika nchi; na pwani inasubiria sheria yake.
ସେ ପୃଥିବୀରେ ନ୍ୟାୟବିଚାର ସ୍ଥାପନ ନ କରିବା ପର୍ଯ୍ୟନ୍ତ ନିସ୍ତେଜ ଓ ହୀନସାହସ ହେବେ ନାହିଁ; ଆଉ, ଦ୍ୱୀପଗଣ ତାହାଙ୍କ ବ୍ୟବସ୍ଥାର ଅପେକ୍ଷାରେ ରହିବେ।
5 Mungu Yahwe asema hivi—yeye aliyeziumba mbingu na yeye zinyoosha nje, yeye aliyeiumba nchi na vitu vyote izalishavyo, yeye aliyewapa punzi watu na wale waishio juu:
ଯେ ଆକାଶମଣ୍ଡଳ ସୃଷ୍ଟି କରି ବିସ୍ତାର କଲେ; ଯେ ଭୂତଳ ଓ ତଦୁତ୍ପନ୍ନସକଳ ବିଛାଇଲେ; ଯେ ତହିଁ ଉପରିସ୍ଥ ସକଳ ଲୋକଙ୍କୁ ନିଶ୍ୱାସପ୍ରଶ୍ୱାସ ଦିଅନ୍ତି ଓ ତନ୍ମଧ୍ୟରେ ଗମନାଗମନକାରୀମାନଙ୍କୁ ପ୍ରାଣ ଦିଅନ୍ତି, ସେହି ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି;
6 Mimi Yahwe nimekuita kwa haki yangu na nitakushika kwa mkono wangu. Nitakutunza wewe, na nitakuweka wewe kama agano kwa watu wangu, kama mwanga wa wayunani
“ଆମ୍ଭେ ସଦାପ୍ରଭୁ, ଧର୍ମରେ ତୁମ୍ଭକୁ ଆହ୍ୱାନ କରିଅଛୁ ଓ ତୁମ୍ଭର ହସ୍ତ ଧରି ତୁମ୍ଭକୁ ରକ୍ଷା କରିବୁ, ଆଉ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରିବା ପାଇଁ, ବନ୍ଦୀମାନଙ୍କୁ କାରାକୂପରୁ ଓ ଅନ୍ଧକାରରେ ବସିଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାର କରି ଆଣିବା ପାଇଁ,
7 Kuyafungua macho ya vipofu, kuwatoa waliofungwa gerezani, kuwatoa wale walio gizani kutoka kwenye nyumba iliyofungiwa.
ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ଓ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ କରି ନିଯୁକ୍ତ କରିବୁ।
8 Mimi ni Yahwe, Hilo ndilo jina langu; na utukufu wangu sitashiriana na mtu mwingine wala sifa zangu sitashirkiana na sanamu ya kuchonga.
ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ।
9 Tazama, mambo ya nyuma yamekuja na kupita, sasa ninakaribia kutangaza mambo mapya. Kabla hayajaanza kutokea nitawambia kuhusu wao.''
ଦେଖ, ଆଦ୍ୟ ବିଷୟମାନ ସିଦ୍ଧ ହେଲା, ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ; ସେହି ସବୁ ଅଙ୍କୁରିତ ହେବାର ପୂର୍ବେ ତଦ୍‍ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଉ।”
10 Mwimbieni Yahwe wimbo mpya, na sifa zake kutoka mwisho wa nchi; wewe ushukae chini kwenye bahari, na vyote vilivyomo ndani yake, waishio pwani na wale wanaoishi huko.
ହେ ସମୁଦ୍ରଗାମୀମାନେ ଓ ସମୁଦ୍ର ମଧ୍ୟସ୍ଥିତ ସମସ୍ତେ, ହେ ଦ୍ୱୀପଗଣ ଓ ତନ୍ନିବାସୀମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଓ ପୃଥିବୀର ପ୍ରାନ୍ତରୁ ତାହାଙ୍କର ପ୍ରଶଂସା ଗାନ କର।
11 Wacha jangwa na miji ilie, vijiji anavyoishi na Kaderi, lia kwa furaha! waache wenyeji wa Sela waimbe; waache wapige kelele juu ya kilele cha mlima.
ପ୍ରାନ୍ତର ଓ ତହିଁର ନଗରସକଳ, କେଦାରର ବସତି ଗ୍ରାମସକଳ ଉଚ୍ଚ ରବ କରନ୍ତୁ; ଶୈଳନିବାସୀମାନେ ଗାନ କରନ୍ତୁ, ପର୍ବତଗଣର ଶିଖରରୁ ସେମାନେ ମହାନାଦ କରନ୍ତୁ।
12 waache wamtukuze Yahwe na kutangaza sifa zake katika aridhi ya pwani.
ସେମାନେ ସଦାପ୍ରଭୁଙ୍କୁ ଗୌରବ ଦେଉନ୍ତୁ ଓ ଦ୍ୱୀପସମୂହ ମଧ୍ୟରେ ତାହାଙ୍କର ପ୍ରଶଂସା ପ୍ରଚାର କରନ୍ତୁ।
13 Yahwe atatoka nje kama shujaa; kama mtu wa vita ataichochea bidii yake. Atapiga kelele, ndio, atalia kw kishindo katika vita yake; atawaonyesha adui zake nguvu zake.
ସଦାପ୍ରଭୁ ବୀର ତୁଲ୍ୟ ବିଜେ କରିବେ; ସେ ଯୋଦ୍ଧାର ନ୍ୟାୟ ଆପଣା ଉଦ୍‍ଯୋଗ ଉତ୍ତେଜିତ କରିବେ; ସେ ଉଚ୍ଚସ୍ୱର କରିବେ, ହଁ, ସେ ମହାନାଦ କରିବେ; ସେ ଆପଣା ଶତ୍ରୁଗଣର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ।
14 Nimenyamaza kimyi kwa mda mrefu; bado nimendelea kujizuia mimi mwenyewe; Nitalia kama mwanamke anayetaka kuzaa; nitatweta na kuugua.
ଆମ୍ଭେ ଦୀର୍ଘ କାଳ ନୀରବ ହୋଇଅଛୁ; ଆମ୍ଭେ ସ୍ଥିର ହୋଇ ଆପଣାକୁ କ୍ଷାନ୍ତ କରିଅଛୁ; ଏବେ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଡାକ ଛାଡ଼ିବା; ଆମ୍ଭେ ଏକାବେଳେ ଦୀର୍ଘ ନିଶ୍ୱାସ ଟାଣି ବ୍ୟଗ୍ରଚିତ୍ତ ହେବା।
15 Nitaiharibu milima na vilima na kukausha uoto wake wa asili; nitajeuza mito kuwa visiwa na nitakausha matindiga.
ଆମ୍ଭେ ପର୍ବତ ଓ ଉପପର୍ବତଗଣକୁ ଧ୍ୱଂସିତ କରିବା ଓ ତହିଁର ତୃଣସବୁ ଶୁଷ୍କ କରିବା; ଆଉ, ଆମ୍ଭେ ନଦ-ନଦୀକୁ ଦ୍ୱୀପ ଓ ଜଳାଶୟକୁ ଶୁଷ୍କ କରିବା।
16 Nitawaleta vipofu kwa njia wasioijua; katika njia wasiyoijua Nitawapitisha wao. Nitaligeuza giza kuwa mwanga mbele yao, na kupanyoosha mahali palipopotoka. Mambo yote haya nitayafanya, na sitaachana na wao.
ପୁଣି, ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବା; ଯେଉଁ ମାର୍ଗ ସେମାନେ ଜାଣନ୍ତି ନାହିଁ, ସେହି ସବୁ ମାର୍ଗରେ ସେମାନଙ୍କୁ କଢ଼ାଇବା; ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୁଅ ଓ ବକ୍ରସ୍ଥାନସବୁକୁ ସଳଖ କରିବା। ଏହିସବୁ କାର୍ଯ୍ୟ ଆମ୍ଭେ କରି ସେମାନଙ୍କୁ ପରିତ୍ୟାଗ କରିବା ନାହିଁ।
17 Watageuka nyuma, wataabishwa sana, wale wote wanaoiamini sanamu ya kuchonga, wanaosema na kuziambia sanamu za chuma, ''Nyinyi ni miungu wetu.''
ଯେଉଁମାନେ ଖୋଦିତ ପ୍ରତିମାଗଣରେ ନିର୍ଭର କରନ୍ତି ଓ ଛାଞ୍ଚରେ ଢଳା ପ୍ରତିମାଗଣକୁ “ତୁମ୍ଭେମାନେ ଆମ୍ଭମାନଙ୍କର ଈଶ୍ୱର” ବୋଲି କୁହନ୍ତି, ସେମାନେ ବିମୁଖ ଓ ଅତିଶୟ ଲଜ୍ଜିତ ହେବେ।
18 Sikilizeni ewe kiziwi; tazama, ewe kipofu, ili uweze kuona.
ହେ ବଧିରମାନେ, ଶୁଣ; ହେ ଅନ୍ଧମାନେ, ତୁମ୍ଭେମାନେ ଦେଖିବା ପାଇଁ ଅନାଅ।
19 aliye kipofu ila mtumishi wangu? au kiziwi ni kama mjumbe niliyemtuma? Ni nani aliye kipofu kama mpenzi wangu wa agano, au kipofu kama mtumishi wa Yahwe?
ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ?
20 Mmeona mambo mengi, lakini hamuelewi; masikio yamefunguka, lakini hakuna anayesikia.
ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁ ନାହଁ; ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।
21 Itampendeza Yahwe kuisifu haki yake na kuitukuza sheria yake.
ସଦାପ୍ରଭୁ ଆପଣା ଧର୍ମ ସକାଶୁ ବ୍ୟବସ୍ଥାକୁ ମହତ ଓ ସମ୍ଭ୍ରାନ୍ତ କରିବାକୁ ସନ୍ତୁଷ୍ଟ ହେଲେ।
22 Lakini watu hawa ni wale waliokamtw na kutekwa; wote wamenaswa kwenye mashimo; wafungwa wote wamewekwa gerezani; wamekuwa mateka na hakuna hata mmoja wa kuwaokoa wao, hakuna asemaye, warudisheni.''
ମାତ୍ର ଏହି ଲୋକମାନେ ଅପହୃତ ଓ ଲୁଟିତ; ସେସମସ୍ତେ ଗର୍ତ୍ତରେ ପାଶବଦ୍ଧ ଓ କାରାଗାରରେ ଲୁଚାଯାଇଅଛନ୍ତି; ସେମାନେ ହୃତଧନ ହେବା ପାଇଁ ଅଛନ୍ତି, ପୁଣି ଉଦ୍ଧାରକର୍ତ୍ତା କେହି ନାହିଁ; ସେମାନେ ଲୁଟିତ ସ୍ୱରୂପ ହେବା ପାଇଁ ଅଛନ୍ତି ଓ ଫେରାଇ ଦିଅ ବୋଲି କହିବା ପାଇଁ କେହି ନାହିଁ।
23 Ni nani miongoni mwenu atalisikiliza hili? nani atayasikia na ni nani atasikia wakati ujao?
ଏହି କଥାରେ ଯେ କର୍ଣ୍ଣପାତ କରିବ ଓ ଶ୍ରବଣ କରି ଭବିଷ୍ୟତ୍‍କାଳ ନିମନ୍ତେ ମନୋଯୋଗ କରିବ, ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି?
24 Ni nani aliyemtoa Yakobo kwa majambazi, na Israeli kwa wanyang'anyi? Je hakuwa Yahwe, dhidi ya wale waliotenda dhambi, waliokataa kutembea katika njia zako na wale waliokataa kusheshimu sheria yako.
ଯାକୁବକୁ ଲୁଟିତ ସ୍ୱରୂପ ହେବା ପାଇଁ ଓ ଇସ୍ରାଏଲକୁ ଅପହାରକମାନଙ୍କ ହସ୍ତରେ କିଏ ସମର୍ପଣ କଲେ? ଯାହାଙ୍କ ବିରୁଦ୍ଧରେ ଆମ୍ଭେମାନେ ପାପ କରିଅଛୁ ଓ ଯାହାଙ୍କ ପଥରେ ଲୋକମାନେ ଗମନ କରିବାକୁ ସମ୍ମତ ନୋହିଲେ, ଅଥବା ସେମାନେ ଯାହାଙ୍କ ବ୍ୟବସ୍ଥାର ଆଜ୍ଞାକାରୀ ନୋହିଲେ, ସେହି ସଦାପ୍ରଭୁ କି ଏହା କରି ନାହାନ୍ତି?
25 Hivyo basi humwaga asira yake kali nje dhidi yao, kwa uharibifu wa vita. Iliwaka kuwazunguka wao, hata hawakujua hilo, lakini hawakuyachukulia hayo moyoni mwao.
ଏହେତୁ ସେ ତାହାର ଉପରେ ଆପଣା କ୍ରୋଧର ପ୍ରଚଣ୍ଡତା ଓ ଯୁଦ୍ଧର ପ୍ରବଳତା ଢାଳିଦେଲେ; ତହିଁରେ ତାହା ଚତୁର୍ଦ୍ଦିଗରେ ଅଗ୍ନି ଜ୍ୱଳି ଉଠିଲା, ମାତ୍ର ସେ ଜାଣିଲା ନାହିଁ; ପୁଣି, ଅଗ୍ନି ତାହାକୁ ଦଗ୍ଧ କଲା, ତଥାପି ସେ ମନୋଯୋଗ କଲା ନାହିଁ।

< Isaya 42 >