< Isaya 25 >

1 Yahwe wewe ni Mungu wangu; nitakutukuza wewe, nitalisifu jina lako; maana umetenda matendo ya ajabu, mambo uliyoyapanga toka zamaini, kwa uaminifu na ukamilifu.
ହେ ସଦାପ୍ରଭୋ, ତୁମ୍ଭେ ମୋହର ପରମେଶ୍ୱର; ମୁଁ ତୁମ୍ଭର ଗୌରବ କରିବି, ମୁଁ ତୁମ୍ଭ ନାମର ପ୍ରଶଂସା କରିବି; କାରଣ ତୁମ୍ଭେ ଆଶ୍ଚର୍ଯ୍ୟକ୍ରିୟା, ଅର୍ଥାତ୍‍, ପୁରାତନ କାଳର ମନ୍ତ୍ରଣାସବୁ ବିଶ୍ୱସ୍ତତାରେ ଓ ସତ୍ୟରେ ସାଧନ କରିଅଛ।
2 Maana umeufanya mji kuwa chungu, ngome ya mji, uharibifu na ngome ya wageni kuwa si mji.
ଯେହେତୁ ତୁମ୍ଭେ ନଗରକୁ ଢିପି, ପ୍ରାଚୀର-ବେଷ୍ଟିତ ନଗରକୁ କାନ୍ଥଡ଼ା କରିଅଛ; ବିଦେଶୀମାନଙ୍କ ରାଜପୁରୀକୁ ବିନଷ୍ଟ କରିଅଛ; ତାହା ଆଉ କେବେ ନିର୍ମିତ ହେବ ନାହିଁ।
3 Hivyo basi watu wenye nguvu watakutukuza wewe; na mji waishio watu wasio na ukatili watakuogopa wewe.
ଏଥିପାଇଁ ବଳବାନ ଲୋକମାନେ ତୁମ୍ଭର ଗୌରବ କରିବେ ଓ ଭୟଙ୍କର ଗୋଷ୍ଠୀୟମାନଙ୍କ ନଗର ତୁମ୍ଭଙ୍କୁ ଭୟ କରିବ।
4 Maana umekuwa katika eneo salama kwa aliye masikni, makazi kwa mhitaji ambaye yuko kwenye dhiki- makazi kwa aliyeko kwenye dhoruba na kivuli kwa aliyeko kwenye jua. Pale punzi ya watu wakatili imekuwa kama dhoruba dhidi ya ukuta,
କାରଣ ତୁମ୍ଭେ ଦରିଦ୍ରର ଦୃଢ଼ ଦୁର୍ଗ, ଦୀନହୀନର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ, ଭୟଙ୍କର ଲୋକମାନଙ୍କ ଶ୍ୱାସବାୟୁ ପ୍ରବଳ ବତାସ ତୁଲ୍ୟ ପ୍ରାଚୀରରେ ଲାଗିବା ବେଳେ ପ୍ରବଳ ବତାସ ନିବାରକ ଆଶ୍ରୟ, ତାପ ନିବାରକ ଛାୟା ହୋଇଅଛ।
5 na jua kwenye aridhi kavu, na watazuia kelele za wageni, kama vile jua linavyozuiliwa na kivuli cha mawingu, hivyo basi nyimbo wasio na makosa zimejibiwa.
ଯେପରି ତୁମ୍ଭେ ଶୁଷ୍କ ଦେଶରେ ତାପକୁ, ସେହିପରି ବିଦେଶୀମାନଙ୍କର କୋଳାହଳକୁ ନିବାରଣ କରିବ; ଯେପରି ମେଘର ଛାୟା ଦ୍ୱାରା ତାପ, ସେହିପରି ଭୟଙ୍କର ଲୋକମାନଙ୍କର ଗାୟନ ଧ୍ୱନି କ୍ଷାନ୍ତ କରାଯିବ।
6 Katika mlima huu Yahwe wa majeshi atafanya kwa watu sikukuu ya ya vitu vilivyonona, na mvinyo uliochaguliwa, zabuni ya nyama na sikuku juu ya sira.
ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର, ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର, ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ।
7 Na katika mlima huu atauharibu mfuniko uliowekwa juu watu wote, na mtandao wa kusuka juu ya mataifa.
ଆଉ, ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ।
8 Atameza kifo daima, na Bwana Yahwe atayafuta machozi katika nyuso zetu; na aibu ya watu wake itatupwa mbali kutoka duniani kote, maana Yahwe amesema hivyo.
ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି।
9 Yatazungumzwa katika siku hiyo, ''Huyu ni Mungu wetu; na tunayemngoja, na atatuokoa. Huyu ni Yahwe; tuliyemngoja, tutafurahia na kushangilia wokovu wake.''
ପୁଣି, ସେହି ଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ; ଏ ସଦାପ୍ରଭୁ ଅଟନ୍ତି; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ, ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ।”
10 Maana katika mlima huu mkono wa Bwana utashuka; na Moabu itakanyagwakangwa chini kwenye eneo lake, na hata majani yatakanyagwakanyagwa chini katika shimo lililojaa mbolea.
କାରଣ ଏହି ପର୍ବତରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହେବ, ଆଉ ଯେପରି କୁଟା ଖତଗଦାର ଜଳରେ ପଦ ତଳେ ଦଳିତ ହୁଏ, ସେହିପରି ମୋୟାବ ସ୍ୱ ସ୍ଥାନରେ ଦଳିତ ହେବ।
11 Wataitawnya mikono yao katikati yao, kama vile mpiga mbizi atawanyavyo mikono yake wakati akipiga mbizi. Lakini Bwana atashusha kiburi chao chini japo kuwa na ujuzi katika mikono yao.
ଆଉ, ପହଁରିବା ଲୋକ ଯେପରି ପହଁରିବା ପାଇଁ ହସ୍ତ ବିସ୍ତାର କରେ, ସେହିପରି ସେ ତହିଁ ମଧ୍ୟରେ ଆପଣା ହସ୍ତ ବିସ୍ତାର କରିବ; ମାତ୍ର ତାହାର ହସ୍ତ-କୌଶଳ ସମେତ ସେ ତାହାର ଗର୍ବ ଖର୍ବ କରିବେ।
12 Na ataiangusha chini kwenye aridhi kuta za ngome, kwenye mavumbi.
ପୁଣି, ସେ ତୁମ୍ଭର ଉଚ୍ଚ ପ୍ରାଚୀରଯୁକ୍ତ ଦୃଢ଼ ଦୁର୍ଗ ନିପାତ କରି ନତ କରିଅଛନ୍ତି ଓ ତାହା ଭୂମିସାତ୍‍ କରି ଧୂଳିରେ ମିଶାଇ ଅଛନ୍ତି।

< Isaya 25 >