< Hosea 1 >
1 Hili ni neno la Bwana lililofika kwa Hosea mwana wa Beeri siku za Uzia, Yothamu, Ahazi na Hezekia, wafalme wa Yuda, na katika siku za Yeroboamu mwana wa Yoashi, mfalme wa Israeli.
ଯିହୁଦାର ରାଜାଗଣ ଉଷୀୟ, ଯୋଥମ୍, ଆହସ୍ ଓ ହିଜକୀୟର ରାଜତ୍ୱ ସମୟରେ ଯୋୟାଶ୍ର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ସମୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ବେରିଙ୍କ ପୁତ୍ର ହୋଶେୟଙ୍କର ନିକଟରେ ଉପସ୍ଥିତ ହେଲା।
2 Wakati Bwana alipozungumza kwanza kupitia Hosea, akamwambia, “Nenda ukajitwalie mke ambaye ni kahaba. Atakuwa na watoto ambao ni matokeo ya ukahaba wake. Kwa maana nchi inafanya uzinzi mkubwa kwa kumwacha Bwana.”
ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ୱାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ, “ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ ଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର; କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରିଅଛି।”
3 Basi Hosea akaenda akamwoa Gomeri binti Diblaimu, naye akachukua mimba, akazaa mtoti mwanamume.
ତହିଁରେ ସେ ଯାଇ ଦିବ୍ଲାଇମର କନ୍ୟା ଗୋମରକୁ ଗ୍ରହଣ କଲା ଓ ସେ ଗର୍ଭବତୀ ହୋଇ ତାହାର ଏକ ପୁତ୍ର ପ୍ରସବ କଲା।
4 Bwana akamwambia Hosea, Mwite jina lake Yezreeli. Kwa maana kwa muda mfupi nitaiadhibu nyumba ya Yehu kwa sababu ya kumwaga damu huko Yezreeli; nami nitamaliza ufalme wa nyumba ya Israeli.
ତହୁଁ ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ; କାରଣ ଅଳ୍ପ ସମୟ ପରେ ଆମ୍ଭେ ଯେହୂର ବଂଶକୁ ଯିଷ୍ରିୟେଲର ରକ୍ତପାତର ପ୍ରତିଫଳ ଭୋଗ କରାଇବା ଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା।
5 Itatokea siku ile nitakapovunja upinde wa Israeli katika bonde la Yezreeli.
ପୁଣି, ସେହି ସମୟରେ ଆମ୍ଭେ ଯିଷ୍ରିୟେଲର ଉପତ୍ୟକାରେ ଇସ୍ରାଏଲର ଧନୁ ଭଗ୍ନ କରିବା।”
6 Gomeri akachukua mimba tena akamzaa binti. Ndipo Bwana akamwambia Hosea, “Mwite jina lake Lo Ruhama; kwa maana sitawahurumia tena nyumba ya Israeli, nisije nikawasamehe kwa njia yoyote.
ଆଉ, ଗୋମର ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା। ଆଉ, ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭେ ତାହାର ନାମ ଲୋ-ରୁହାମା ରଖ; କାରଣ ଆମ୍ଭେ କୌଣସି ପ୍ରକାରେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁ ସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ।
7 Hata hivyo nitawahurumia nyumba ya Yuda, nami nitawaokoa mwenyewe, Bwana, Mungu wao. Sitawaokoa kwa upinde, upanga, vita, farasi, au wapanda farasi. '
ମାତ୍ର ଆମ୍ଭେ ଯିହୁଦା ବଂଶ ପ୍ରତି ଦୟା କରିବା ଓ ଧନୁ, ଖଡ୍ଗ, ଯୁଦ୍ଧ କି ଅଶ୍ୱଗଣ କିଅବା ଅଶ୍ୱାରୋହୀଗଣ ଦ୍ୱାରା ସେମାନଙ୍କୁ ଉଦ୍ଧାର ନ କରି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଉଦ୍ଧାର କରିବା।”
8 Baada ya Gomeri kumwachisha Lo Ruhama, alipata mimba na kuzaa mtoto mwingine mwanamume.
ସେହି ସ୍ତ୍ରୀ ଲୋ-ରୁହାମାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଉତ୍ତାରେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କଲା।
9 Ndipo Bwana akasema, “Mwite jina la Lo Ami; kwa kuwa ninyi si watu wangu, wala mimi si Mungu wenu.”
ତହିଁରେ ସଦାପ୍ରଭୁ କହିଲେ, “ତୁମ୍ଭେ ତାହାର ନାମ ଲୋ-ଆମୀ (ଆମ୍ଭର ଲୋକ ନୁହେଁ) ରଖ; କାରଣ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନାହିଁ।”
10 Hata hivyo idadi ya watu wa Israeli itakuwa kama mchanga wa bahari, ambayo haiwezi kupimwa au kuhesabiwa. Itakuwa pale ambapo waliambiwa, “Ninyi si watu wangu,” wataambiwa, “Ninyi ni watu wa Mungu aliye hai.”
ତଥାପି ଇସ୍ରାଏଲ-ସନ୍ତାନଗଣର ସଂଖ୍ୟା ସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ; ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ, “ତୁମ୍ଭେମାନେ ଆମ୍ଭର ଲୋକ ନୁହଁ” ବୋଲି କୁହାଯାଇଥିଲା, ସେହି ସ୍ଥଳରେ ସେମାନଙ୍କୁ କୁହାଯିବ ଯେ, “ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର ସନ୍ତାନଗଣ ଅଟ।”
11 Watu wa Yuda na watu wa Israeli watakusanyika pamoja. Wao wataweka kiongozi mmoja wao wenyewe, na watatoka kutoka nchi, kwa maana itakuwa siku ya Yezreeli kuu.
ଆଉ, ଯିହୁଦାର ସନ୍ତାନଗଣ ଓ ଇସ୍ରାଏଲର ସନ୍ତାନଗଣ ଏକତ୍ର ସଂଗ୍ରହ କରାଯିବେ ଓ ସେମାନେ ଆପଣାମାନଙ୍କ ଉପରେ ଏକ ଜଣକୁ ପ୍ରଧାନ ରୂପେ ନିଯୁକ୍ତ କରି ଦେଶରୁ ଯାତ୍ରା କରିବେ; କାରଣ ଯିଷ୍ରିୟେଲର ଦିନ ମହତ୍ ଦିନ ହେବ।