< Mwanzo 20 >

1 Abraham akasafiri kutoka pale hadi nchi ya Negebu, na akakaa kati ya Kadeshi na Shuri. Akawa mgeni akiishi Gerari.
ଏଥିଉତ୍ତାରେ ଅବ୍ରହାମ ସେଠାରୁ ଦକ୍ଷିଣ ଦେଶକୁ ଯାତ୍ରା କରି କାଦେଶ ଓ ଶୂରର ମଧ୍ୟସ୍ଥାନରେ ଥାଇ ଗରାରରେ ପ୍ରବାସ କଲେ।
2 Abraham akasema kususu mkewe Sara, “ni dada yangu.” Kwa hiyo Abimeleki mfalme wa Gerari akatuma watu wake kumchukua Sara.
ପୁଣି, ଅବ୍ରହାମ ଆପଣା ଭାର୍ଯ୍ୟା ସାରା ବିଷୟରେ କହିଲେ, “ସେ ମୋହର ଭଗିନୀ;” ଏହେତୁ ଗରାରର ରାଜା ଅବିମେଲକ ଲୋକ ପଠାଇ ସାରାକୁ ନେଇଗଲେ।
3 Lakini Mungu akamtokea Abimeleki usiku katika ndoto, akamwambia, “Tazama, wewe ni mfu kutokana na mwanamke uliye mchukua, kwa kuwa ni mke wa mtu.”
ତହୁଁ ରାତ୍ରିକାଳରେ ପରମେଶ୍ୱର ସ୍ୱପ୍ନ ଯୋଗେ ଅବିମେଲକଙ୍କ ନିକଟକୁ ଆସି କହିଲେ, “ଦେଖ; ତୁମ୍ଭେ ମୃତକଳ୍ପ, କାରଣ ସେହି ଯେଉଁ ସ୍ତ୍ରୀକୁ ତୁମ୍ଭେ ନେଇଅଛ, ତାହାର ସ୍ୱାମୀ ଅଛି।”
4 Basi Abimeleki alikuwa bado hajamkaribia hivyo akasema, “Bwana, Je utaua hata taifa lenye haki?
ମାତ୍ର ଅବିମେଲକ ତାହାର ସହବାସ କରି ନ ଥିବାରୁ କହିଲେ, “ହେ ପ୍ରଭୁ, ଯେଉଁ ଦେଶୀୟ ଲୋକେ ନିର୍ଦ୍ଦୋଷ, ସେମାନଙ୍କୁ ହିଁ କି ଆପଣ ବଧ କରିବେ?
5 Je si yeye mwenyewe aliye niambia, 'Sara ni dada yangu?' Hata Sara mwenyewe alisema, 'ni kaka yangu.' Nimefanya hili katika uadilifu wa moyo wangu na katika mikono isiyo na hatia.”
ସେହି ବ୍ୟକ୍ତି କି ନିଜେ ମୋତେ କହି ନ ଥିଲା ଯେ, ସେ ମୋହର ଭଗିନୀ? ପୁଣି, ସେହି ସ୍ତ୍ରୀ ନିଜେ କହିଲା କି ସେ ମୋହର ଭ୍ରାତା; ଏଣୁ ମନର ସରଳତା ଓ ହସ୍ତର ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଅଛି।”
6 Kisha Mungu akasema naye katika ndoto, “Kweli, ninajua pia kwamba umefanya hili katika uadilifu wa moyo wako, na pia nilikuzuia usitende dhambi dhidi yangu mimi. Ndiyo maana sikuruhusu umshike.
ତେବେ ପରମେଶ୍ୱର ସ୍ୱପ୍ନ ଯୋଗେ ତାହାକୁ କହିଲେ, “ତୁମ୍ଭେ ମନର ସରଳତାରେ ଏହି କର୍ମ କରିଅଛ; ଏହା ଆମ୍ଭେ ଜାଣୁ; ପୁଣି, ଆମ୍ଭେ ମଧ୍ୟ ଆମ୍ଭ ବିରୁଦ୍ଧରେ ପାପ କରିବାକୁ ତୁମ୍ଭକୁ ବାରଣ କଲୁ; ଏନିମନ୍ତେ ତାଙ୍କୁ ସ୍ପର୍ଶ କରିବାକୁ ତୁମ୍ଭଙ୍କୁ ଦେଲୁ ନାହିଁ।
7 Kwa hiyo, mrudishe huyo mke wa mtu, kwa kuwa ni nabii. Atakuombea, na utaishi. Lakini usipo mrudisha, ujuwe kwamba wewe pamoja na wote walio wa kwako mtakufa hakika.
ଏହେତୁ ଏବେ ସେହି ମନୁଷ୍ୟର ଭାର୍ଯ୍ୟାକୁ ଫେରାଇ ଦିଅ; ଯେହେତୁ ସେ ଭବିଷ୍ୟଦ୍‍ବକ୍ତା, ସେ ତୁମ୍ଭ ଲାଗି ପ୍ରାର୍ଥନା କରିବ, ତହିଁରେ ତୁମ୍ଭେ ବଞ୍ଚିବ; ମାତ୍ର ଯଦି ତାଙ୍କୁ ଫେରାଇ ନ ଦେବ, ତେବେ ଅବଶ୍ୟ ତୁମ୍ଭେ ସପରିବାରରେ ମରିବ, ଏହା ଜାଣିଥାଅ।”
8 Abimeleki akaamka asubuhi na mapema akawaita watumishi wake wote waje kwake. Akawasimulia mambo haya yote, na watu wale wakaogopa sana.
ଏଥିଉତ୍ତାରେ ଅବିମେଲକ ପ୍ରଭାତରେ ଉଠି ଦାସମାନଙ୍କୁ ଡାକି ଏସବୁ ବୃତ୍ତାନ୍ତ ସେମାନଙ୍କ କର୍ଣ୍ଣଗୋଚର କରନ୍ତେ, ସେମାନେ ଅତି ଭୟାକୁଳ ହେଲେ।
9 Kisha Abimeleki akamwita Abraham na kumwambia, “Umetufanyia jambo gani? Ni kwa jinsi gani nimekutenda dhambi kwamba umeniletea mimi na ufalme wangu dhambi hii kubwa? Umenifanyia mimi jambo ambalo halipaswi kufanywa.”
ତହିଁରେ ଅବିମେଲକ ଅବ୍ରହାମଙ୍କୁ ଡାକି କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି ବ୍ୟବହାର କଲ? ତୁମ୍ଭେ ଯେ ଆମ୍ଭକୁ ଓ ଆମ୍ଭର ରାଜ୍ୟକୁ ମହା ପାପଗ୍ରସ୍ତ କଲ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଏପରି କି ଦୋଷ କରିଅଛୁ? ତୁମ୍ଭେ ଆମ୍ଭ ପ୍ରତି ଅକର୍ତ୍ତବ୍ୟ କର୍ମ କଲ।”
10 Abimeleki akamwambia Abraham, “Nini kilikushawishi wewe kutenda jambo hili?”
ଅବିମେଲକ ଅବ୍ରହାମଙ୍କୁ ଆହୁରି କହିଲେ, “ତୁମ୍ଭେ କʼଣ ଦେଖି ଏରୂପ କର୍ମ କଲ?”
11 Abraham akasema, “Ni kwasababu nilifikiri hakika hakuna hofu ya Mungu katika sehemu hii, na kwamba wataniua kwa ajili ya mke wangu.'
ସେତେବେଳେ ଅବ୍ରହାମ କହିଲେ, “ଏ ଦେଶରେ ପରମେଶ୍ୱରଙ୍କ ପ୍ରତି କିଛି ଭୟ ନାହିଁ; ଏନିମନ୍ତେ ମୁଁ ଭାବିଲି, ଏମାନେ ଅବା ମୋହର ଭାର୍ଯ୍ୟା ଲୋଭରେ ମୋତେ ବଧ କରିବେ।
12 Licha ya kwamba kweli ni dada yangu, binti wa baba yangu, ingawa si binti wa mama yangu; na ndiye alifanyika kuwa mke wangu.
ସେ ମୋହର ଭଗିନୀ, ଏହା ସତ୍ୟ, ଯେହେତୁ ସେ ମୋହର ପିତୃକନ୍ୟା, ମାତୃକନ୍ୟା ନୁହେଁ, ପୁଣି, ମୋହର ଭାର୍ଯ୍ୟା ହେଲା।
13 Wakati Mungu aliponiondoa katika nyumba ya baba yangu na kusafiri kutoka mahali kwenda mahali pengine, nilimwambia mke wangu, kwa kila sehemu tutakayo kwenda, unioneshe uaminifu wako kama mke wangu: Kila mahali tutakapo kwenda, useme juu yangu kuwa, “Ni kaka yangu.”'''
ଯେତେବେଳେ ପରମେଶ୍ୱର ମୋତେ ପୈତୃକ ଗୃହରୁ ଭ୍ରମଣ କରାଇଲେ, ସେତେବେଳେ ମୁଁ ତାହାକୁ କହିଲି, ‘ତୁମ୍ଭେ ମୋʼ ପ୍ରତି ଏହି ଅନୁଗ୍ରହ କରିବ, ଆମ୍ଭେମାନେ ଯେଉଁ ଯେଉଁ ସ୍ଥାନକୁ ଯିବୁ, ସେହି ସେହି ସ୍ଥାନରେ ତୁମ୍ଭେ ମୋତେ ଭାଇ ବୋଲି ପରିଚୟ ଦେବ।’”
14 Ndipo Abimeleki akatwaa kondoo, maksai, watumwa wa kiume na wa kike akampatia Abraham. Basi Abimeleki akamrudisha Sara, mke wa Abraham.
ସେତେବେଳେ ଅବିମେଲକ ମେଷ ଓ ଗୋରୁ ଓ ଦାସଦାସୀ ଅଣାଇ ଅବ୍ରହାମଙ୍କୁ ଦେଲେ ଓ ତାଙ୍କର ଭାର୍ଯ୍ୟା ସାରାକୁ ମଧ୍ୟ ଫେରାଇ ଦେଲେ।
15 Abimeleki akasema, Tazama, Nchi yangu i mbele yako. Kaa mahali utakapopendezewa.”
ଏଥିଉତ୍ତାରେ ଅବିମେଲକ କହିଲେ, “ଦେଖ, ଆମ୍ଭର ଏହି ସମସ୍ତ ଦେଶ ତୁମ୍ଭ ସମ୍ମୁଖରେ ଅଛି, ତୁମ୍ଭର ଯେଉଁଠାରେ ଇଚ୍ଛା, ସେହିଠାରେ ବାସ କର।”
16 Na kwa Sara akasema, Tazama, nimempatia kaka yako vipande elfu vya fedha. Navyo ni kwa ajili ya kufunika kosa lolote dhidi yako machoni pa wote walio pamoja na wewe, na mbele ya kila mtu ambaye umemfanya kuwa na haki.”
ପୁଣି, ସେ ସାରାକୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ଭ୍ରାତାକୁ ସହସ୍ର ଖଣ୍ଡ ରୂପା ଦେଲୁ; ଦେଖ, ତାହା ତୁମ୍ଭ ପ୍ରତି ଘଟିଥିବା ସକଳ ବିଷୟ ନିମନ୍ତେ ସମସ୍ତଙ୍କ ସାକ୍ଷାତରେ ଚକ୍ଷୁର ଆବରଣ ସ୍ୱରୂପ; ଆଉ ସମସ୍ତ ବିଷୟରେ ତୁମ୍ଭ ପ୍ରତି ନ୍ୟାୟବିଚାର କରାଗଲା।”
17 Kisha Abraham akaomba kwa Mungu, Na Mungu akamponya Abimeleki, mkewe, na watumwa wake wa kike kiasi kwamba wakaweza kupata watoto.
ଏଥିଉତ୍ତାରେ ଅବ୍ରହାମ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ପରମେଶ୍ୱର ଅବିମେଲକଙ୍କୁ ଓ ତାଙ୍କ ଭାର୍ଯ୍ୟାକୁ ଓ ତାହାର ଦାସୀଗଣକୁ ସୁସ୍ଥ କଲେ; ତହିଁରେ ସେମାନଙ୍କର ସନ୍ତାନସନ୍ତତି ଜାତ ହେଲେ।
18 Kwa kuwa Yahwe alikuwa amewafanya wanawake wote wa nyumaba ya Abimeleki kuwa tasa kabisa, kwa sababu ya Sara, mke wa Abraham.
ଯେହେତୁ ଅବ୍ରହାମଙ୍କର ଭାର୍ଯ୍ୟା ସାରା ସକାଶେ ସଦାପ୍ରଭୁ ଅବିମେଲକଙ୍କ ଗୃହସ୍ଥିତ ଲୋକମାନଙ୍କର ଗର୍ଭରୋଧ କରିଥିଲେ।

< Mwanzo 20 >