< Ezekieli 11 >

1 Kisha Roho akaniacha juu na kunileta kwenye lango la mashariki la nyumba ya Yahwe, kuelekea mashariki, na tazama, kwenye njia ya mlango wa lango kulikuwa na watu ishirini na tano. Nikamwona Yaazania mwana wa Azuri na Pelatia mwana wa Benaya, viongozi wa watu, miongoni mwao.
ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ସଦାପ୍ରଭୁଙ୍କ ଗୃହର ପୂର୍ବାଭିମୁଖ ପୂର୍ବ-ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ସେହି ଦ୍ୱାର ନିକଟରେ ପଚିଶ ଜଣ ପୁରୁଷ ଥିଲେ; ପୁଣି, ସେମାନଙ୍କ ମଧ୍ୟରେ ମୁଁ ଲୋକମାନଙ୍କର ଅଧିପତି ଅସୂରର ପୁତ୍ର ଯାସନୀୟ ଓ ବନାୟର ପୁତ୍ର ପ୍ଲଟୀୟକୁ ଦେଖିଲି।
2 Mungu akanambia, “Mwana wa adamu, hawa ndio wale watu walioshauri udhalimu, na kuamua mipango miovu kwenye huu mji.
ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଅଧର୍ମ ସଂକଳ୍ପ କରନ୍ତି ଓ ଏହି ନଗର ମଧ୍ୟରେ କୁମନ୍ତ୍ରଣା ଦିଅନ୍ତି;
3 Wakisema, 'Mda wa kujenga nyumba sio sasa; huu mji ni sufuria, na sisi ni nyama.'
ସେମାନେ କହନ୍ତି, ‘ଗୃହ ନିର୍ମାଣ କରିବାର ସମୟ ସନ୍ନିକଟ ହୋଇ ନାହିଁ; ଏହି ନଗର ହଣ୍ଡା ଓ ଆମ୍ଭେମାନେ ମାଂସ।’
4 Kwa hiyo tabiri juu yao. Tabiri, mwana wa adamu.”'
ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର।”
5 Kisha Roho wa Yahwe akanijaza na akaniambia, “akisema: Hivi ndivyo Yahwe asemavyo: kama usemavyo, nyumba ya Israeli; kwa kuwa najua kinachoendelea kwenye fikra zenu.
ତହିଁରେ ସଦାପ୍ରଭୁଙ୍କ ଆତ୍ମା ମୋʼ ଠାରେ ଅଧିଷ୍ଠିତ ହୋଇ ମୋତେ କହିଲେ, “କୁହ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ଏପ୍ରକାର କଥା କହିଅଛ; ତୁମ୍ଭମାନଙ୍କ ମନରେ ଯେଉଁ ଯେଉଁ ବିଷୟ ଉଠୁଅଛି, ତାହା ଆମ୍ଭେ ଜାଣୁ।
6 Mmewazidisha watu mliowaua kwenye huu mji na kuijaza mitaa kwa hao.
ତୁମ୍ଭେମାନେ ଏହି ନଗରରେ ଆପଣାମାନଙ୍କର ହତ ଲୋକଙ୍କ ସଂଖ୍ୟା ବୃଦ୍ଧି କରିଅଛ ଓ ତହିଁର ପଥସବୁ ହତ ଲୋକରେ ପୂର୍ଣ୍ଣ କରିଅଛ।
7 Kwa hiyo, Bwana Yahwe asema hivi: Wale watu milowaua, ambao mmeilaza miili yao kati ya Yerusalemu, ni nyama, na huu mji ni sufuria. Lakini mnaenda kutolewa nje kutoka kati ya huu mji.
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ହତ ଲୋକଙ୍କୁ ତୁମ୍ଭେମାନେ ନଗର ମଧ୍ୟରେ ରଖିଅଛ, ସେମାନେ ମାଂସ, ପୁଣି ଏହି ନଗର ହଣ୍ଡା ଅଟେ; ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ।
8 Mmeuogopa upanga, kwa hiyo nauleta huo upanga juu yenu-huu ndio usemi wa Bwana Yahwe.
ତୁମ୍ଭେମାନେ ଖଡ୍ଗକୁ ଭୟ କରିଅଛ; ଆଉ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ଆଣିବା।
9 Nitawatoa nje kutoka kati ya mji, na kuwaweka kwenye mikono ya wageni, kwa kuwa nitaleta hukumu dhidi yenu.
ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ବିଚାର ସାଧନ କରିବା।
10 Mtaanguka kwa upanga. Nitawahukumu kati ya mipaka ya Israeli hivyo mtajua yakwamba mimi ni Yahwe.
ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
11 Huu mji hautakua sufuria yenu ya kupikia, wala hamtakuwa nyama ndani yake. Nitawahukumu kati ya mipaka ya Israeli.
ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ, କିଅବା ତୁମ୍ଭେମାନେ ତହିଁ ମଧ୍ୟରେ ମାଂସ ହେବ ନାହିଁ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା।
12 Kisha mtajua yakwamba mimi ni Yahwe, yule ambaye hamuishe kwenye amri zake na ambaye hamkuzishika sheria zake. Badala yake, mmebeba hukumu za mataifa wanayowazunguka.”
ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ; କାରଣ ତୁମ୍ଭେମାନେ ଆମ୍ଭର ବିଧିମତେ ଆଚରଣ କରି ନାହଁ, କିଅବା ଆମ୍ଭର ଦଣ୍ଡାଜ୍ଞା ସଫଳ କରି ନାହଁ, ମାତ୍ର ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରିଅଛ।”
13 Ikawa kwamba nilipokuwa natabiri, Pelatia mwana wa Benaya, akafa. Hivyo nikaanguka kwenye uso wangu na kulia kwa sauti na kusema, “Ee, Bwana Yahwe, Je utayaharibu kabisa mabaki ya Israeli?”
ପୁଣି, ମୁଁ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ ବନାୟର ପୁତ୍ର ପ୍ଲଟୀୟ ମଲା। ତହିଁରେ ମୁଁ ଉବୁଡ଼ ହୋଇ ପଡ଼ି ଉଚ୍ଚସ୍ୱରରେ କ୍ରନ୍ଦନ କରି କହିଲି, “ଆହା, ପ୍ରଭୁ, ସଦାପ୍ରଭୁ! ତୁମ୍ଭେ କି ଇସ୍ରାଏଲର ଅବଶିଷ୍ଟାଂଶକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?”
14 Neno la Yahwe likanijia, likisema,
ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
15 “Mwana wa adamu, ndugu zako! Ndugu zako! Watu wa ukoo wako na nyumba yote ya Israeli! Wote hao ndio hao ambao inasemekana wale wanaoishi Yerusalemu, 'Wako mbali sana kutoka kwa Yahwe! Hii nchi tulipewa sisi kama milki yetu.'
“ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣକୁ, ହଁ, ତୁମ୍ଭର ଭ୍ରାତୃଗଣକୁ, ତୁମ୍ଭର କୁଟୁମ୍ବବର୍ଗୀୟ ଲୋକମାନଙ୍କୁ ଓ ସମୁଦାୟ ଇସ୍ରାଏଲ ବଂଶୀୟ ସମସ୍ତଙ୍କୁ କହିଅଛନ୍ତି, ‘ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ଦୂରକୁ ଯାଅ; ଏହି ଦେଶ ଅଧିକାରାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି;’
16 Kwa hiyo sema, 'Bwana Yahwe asema hivi: kote nimewapitisha mbali kati ya mataifa, na kote nimewasambaza kati ya nchi, bado nimekuwa patakatifu kwa ajili yao kwa mda kidogo kwenye nchi ambazo walizoenda.'
ଏହେତୁ ତୁମ୍ଭେ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି; ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ତଥାପି ସେମାନେ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହି ସବୁ ଦେଶରେ ଆମ୍ଭେ ଅଳ୍ପ କାଳ ନିମନ୍ତେ ସେମାନଙ୍କର ଧର୍ମଧାମ ହେବା।’
17 Kwa hiyo sema, 'Bwana Yahwe asema hivi: Nitawakusanya kutoka kwa watu, na kuwakutanisha kutoka kwenye nchi mlizokuwa mmetawanyika, na nitawapatia nchi ya Israeli.'
ଏଥିପାଇଁ ତୁମ୍ଭେ କୁହ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛ, ସେହି ସବୁ ଦେଶରୁ ତୁମ୍ଭମାନଙ୍କୁ ଏକତ୍ର କରିବା ଓ ଇସ୍ରାଏଲ ଦେଶ ତୁମ୍ଭମାନଙ୍କୁ ଦେବା।’
18 Kisha wataenda huko na kuondoa kila kitu chenye karaha na kila chukizo kutoka hiyo sehemu.
ପୁଣି, ସେମାନେ ସେହି ଦେଶକୁ ଯିବେ ଓ ତହିଁର ଯାବତୀୟ ଅଶୁଚି ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେହି ସ୍ଥାନରୁ ଦୂର କରିବେ।
19 Nitawapatia moyo mmoja, na nitaweka roho mpya kati yao. Nitaondoa moyo wa jiwe kutoka kwenye miili wao na kuwapatia moyo wa nyama,
ଆଉ, ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା ଓ ଆମ୍ଭେ ସେମାନଙ୍କ ମାଂସରୁ ପ୍ରସ୍ତରମୟ ହୃଦୟ ଦୂର କରିବା ଓ ସେମାନଙ୍କୁ ମାଂସମୟ ହୃଦୟ ଦେବା।
20 ili kwamba waweze kutembea kwenye amri zangu, watayachukua maagizo yangu na kuyatenda. Kisha watakuwa watu wangu, na nitakuwa Mungu wao.
ତହିଁରେ ସେମାନେ ଆମ୍ଭର ବିଧିମତେ ଆଚରଣ କରିବେ ଓ ଆମ୍ଭର ନିୟମସବୁ ମାନ୍ୟ କରି ପାଳନ କରିବେ; ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
21 Lakini kwa wale watembeao kwa kujifanya kuendeleza mambo yao ya karaha na machukizo yao, nitaleta tabia yao kwenye vichwa vyao-hivi ndivyo Bwana Yahwe asemavyo.”
ମାତ୍ର ଯେଉଁମାନଙ୍କ ହୃଦୟ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ବସ୍ତୁସକଳର ହୃଦୟ ଅନୁସାରେ ଆଚରଣ କରେ, ଆମ୍ଭେ ସେମାନଙ୍କର ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
22 Makerubi wakainua mabawa yao na magurudumu yaliyokuwa karibu nao, na utukufu wa Mungu wa Israeli ulikuwa juu yao.
ଏଥିଉତ୍ତାରେ କିରୂବଗଣ ଆପଣା ଆପଣା ପକ୍ଷଗୁଡ଼ିକ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା; ଆଉ, ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତାପ ସେମାନଙ୍କ ଊର୍ଦ୍ଧ୍ୱରେ ବିଦ୍ୟମାନ ଥିଲା।
23 Kisha utukufu wa Yahwe ukaenda juu kutoka katikati ya mji na kusimama kwenye mlima hata mashariki mwa mji.
ଏଉତ୍ତାରେ ସଦାପ୍ରଭୁଙ୍କର ପ୍ରତାପ ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।
24 Roho akanichukua juu na kunileta hata Ukaldayo, hata uhamishoni, katika maono kutoka kwa Roho wa Mungu, na maono niliyokuwa nimeyaona yakaenda juu yakaniacha.
ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଦର୍ଶନରେ କଲ୍‍ଦୀୟ ଦେଶକୁ ନିର୍ବାସିତ ଲୋକମାନଙ୍କ ନିକଟକୁ ଆଣିଲେ। ତହୁଁ ମୁଁ ଯେଉଁ ଦର୍ଶନ ପାଇଥିଲି, ତାହା ମୋʼ ନିକଟରୁ ଊର୍ଦ୍ଧ୍ୱଗମନ କଲା।
25 Kisha nikawaambia wale watumwa mambo yote ya Yahwe niliyokuwa nimeyaona.
ଏଥିରେ ସଦାପ୍ରଭୁ ମୋତେ ଯେଉଁ ଯେଉଁ ବିଷୟ ଦେଖାଇଥିଲେ, ସେହି ସକଳ ବିଷୟ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି।

< Ezekieli 11 >