< Esta 6 >

1 Usiku ule mfalme hakupata usingizi. Akaagiza vitabu vya kumbukumbu vya matukio ya ufalme wake viletwe na visomwe mbele zake. Vitabu visomwa kwa sauti mbele ya mfalme.
ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ; ଏଣୁ ସେ ସ୍ମରଣୀୟ ଇତିହାସ-ପୁସ୍ତକ ଆଣିବାକୁ ଆଜ୍ଞା ଦେଲେ ପୁଣି, ତାହା ରାଜାଙ୍କ ସାକ୍ଷାତରେ ପାଠ କରାଗଲା।
2 Ikakutwa kuwa Modekai alikuwa ametoa taarifa kuhusu Bighana na Tereshi, walinzi walio linda lango, waliokuwa wamepanga kumuangamiza Mfalme Ahusiero.
ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କ ନପୁଂସକ ବିଗ୍‍ଥନ୍‍ ଓ ତେରଶ୍‍ ନାମକ ଦୁଇ ଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲେ।
3 Kisha mfalme akauliza, Modekai alifanyiwa nini cha heshima kwa kwa taarifa aliyoitoa? Ndipo watumishi wa mfalme wakamwambia, “Hakufanyiwa kitu chochote.”
ଏଣୁ ରାଜା ପଚାରିଲେ, “ଏଥିପାଇଁ ମର୍ଦ୍ଦଖୟଙ୍କୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆଯାଇଅଛି?” ରାଜାଙ୍କ ସେବାକାରୀ ଦାସମାନେ କହିଲେ, “ତାହାଙ୍କ ପାଇଁ କିଛି କରାଯାଇ ନାହିଁ।”
4 Kisha mfalme akauliza, “Ni nani aliye ndani ya ua.” Na Hamani alikuwa ameingia katika ua wa mfalme ili amwombe mfalme atoe kibali ili Modekai atundikwe kwenye mti aliouandaa.
ତହୁଁ ରାଜା ପଚାରିଲେ, “ପ୍ରାଙ୍ଗଣରେ କିଏ କିଛି?” ଏହି ସମୟରେ ହାମନ୍‍ ଆପଣା ପ୍ରସ୍ତୁତ ଫାଶୀକାଠରେ ମର୍ଦ୍ଦଖୟଙ୍କୁ ଫାଶୀ ଦେବା ପାଇଁ ରାଜାକୁ କହିବା ନିମନ୍ତେ ରାଜଗୃହର ବାହାର ପ୍ରାଙ୍ଗଣକୁ ଆସିଥିଲେ।
5 Watumishi wakamjibu, “Hamani amesimama katika ua ya mfalme.” Mfalme akasema, “Mwambieni aingie ndani.”
ତେଣୁ ରାଜାଙ୍କ ଦାସମାନେ ତାହାଙ୍କୁ କହିଲେ, ଦେଖନ୍ତୁ, “ହାମନ୍‍ ପ୍ରାଙ୍ଗଣରେ ଠିଆ ହୋଇଅଛି।” ତେବେ ରାଜା କହିଲେ, “ସେ ଭିତରକୁ ଆସୁ।”
6 Mara tu Hamani alipoingia, mfalme akamuuliza, afanyiewe nini mtu yule ambaye mfalme anampenda na kumheshimu?” Hamani akafikiri moyoni mwake, “Ni nani ambaye mfalme ampenda na kumuheshimu zaidi yangu?
ତହିଁରେ ହାମନ୍‍ ଭିତରକୁ ଆସନ୍ତେ, ରାଜା ତାହାଙ୍କୁ କହିଲେ, “ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କଅଣ କରାଯିବ?” ହାମନ୍‍ ମନେ ମନେ ଭାଳିଲେ, ରାଜା ମୋʼ ବିନୁ ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?
7 Hamani amjibu mfame, Kwa mtu yule ambaye mfalme ampenda na kumuheshimu,
ଏଣୁ ହାମନ୍‍ ରାଜାଙ୍କୁ ଉତ୍ତର ଦେଲା, “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି,
8 avikwe nguo za kifalme, mavazi ambayo mfalme amekwisha yavaa na farasi ambaye ametumiwa na mfalme na ambaye ana taji ya kifalme kichwani mwake.
ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସ୍ତ୍ର ଓ ମହାରାଜାଙ୍କ ଆରୋହଣର ରାଜମୁକୁଟଭୂଷିତ ଅଶ୍ୱ ଅଣାଯାଉ।
9 Nguo hizo na farasi apewe msimamizi bora kuliko wote. Na wamvike yule ambaye mfalme ampenda na kumuheshimu, na wampandishe juu ya farasi na kumpitisha katika mitaa yote ya mji. Na watangaze mbele yake, “Hivi ndivyo alivyofanyiwa mtu yule ambaye mfalme ampenda na kumuheshimu!”
ଆଉ, ସେହି ବସ୍ତ୍ର ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ; ପୁଣି, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାଙ୍କୁ ସେମାନେ ସେହି ରାଜବସ୍ତ୍ର ପିନ୍ଧାଉନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରନ୍ତୁ, ‘ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ।’”
10 Kisha mfalme akamwambia, Hamani “fanya hima, mvike Modekai nguo na umpandishe kwenye farasi, na lisipungue hata jambo moja katika hayo uliyo yasema.”
ଏଥିରେ ରାଜା ହାମନ୍‍କୁ କହିଲେ, “ତୁମ୍ଭେ ଏହା ଶୀଘ୍ର କର; ଯେପରି କହିଲ, ସେପରି ସେହି ବସ୍ତ୍ର ଓ ସେହି ଅଶ୍ୱ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦଖୟ ପ୍ରତି କର; ତୁମ୍ଭେ ଯେସକଳ କଥା କହିଅଛ, ତହିଁରୁ କିଛି ହିଁ ଊଣା କର ନାହିଁ।”
11 Kisha Hamani akachukua mavazi na farasi. Akamvika Modekai na akampandisha kwenye farasi na kumpitisha katika mitaa yote ya mji. Akatangaza mbele zake, “Hii imefanyika kwa mtu ambaye mfalme anampenda na kumuheshimu!”
ତେଣୁ ହାମନ୍‍ ସେହି ବସ୍ତ୍ର ଓ ଅଶ୍ୱ ନେଇ ମର୍ଦ୍ଦଖୟଙ୍କୁ ବସ୍ତ୍ରାନ୍ୱିତ କଲେ ଓ ଅଶ୍ୱାରୋହଣ କରାଇ ନଗରର ଦାଣ୍ଡରେ ବୁଲାଇଲେ, ପୁଣି “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏରୂପ କରାଯାଏ;” ଏହି କଥା ତାହାର ଆଗେ ଆଗେ ଘୋଷଣା କଲେ।
12 Baada ya hayo Modekai alirudi kwenye lango la mfalme. Huku Hamani akarudi kwa haraka nyumbani kwake, huku akiomboleza, na akiwa ameinamisha kichwa chake.
ଏଉତ୍ତାରୁ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲେ, ମାତ୍ର ହାମନ୍‍ ଶୋକାନ୍ୱିତ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲେ।
13 Akawaeleza rafiki zake pamoja na Zereshi mkewe. Kisha rafiki zake wenye hekima pamoja na Zereshi mkewe. Kama Modekai, ambaye umeanza kuanguka mbele zake ni wa uzao wa Wayahudi, hautamshinda, bali utandelea kuanguka mbele zake.”
ପୁଣି, ହାମନ୍‍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ଆପଣା ଭାର୍ଯ୍ୟା ସେରଶ୍‍କୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲେ; ତହିଁରେ ତାହାଙ୍କର ଜ୍ଞାନୀ ଲୋକମାନେ ଓ ତାହାଙ୍କ ଭାର୍ଯ୍ୟା ସେରଶ୍‍ ତାହାଙ୍କୁ କହିଲେ, “ଯାହା ସାକ୍ଷାତରେ ତୁମ୍ଭର ଏହି ପତନର ଆରମ୍ଭ ହୋଇଅଛି, ସେ ମର୍ଦ୍ଦଖୟ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ, ତେବେ ତୁମ୍ଭେ ତାହାଙ୍କୁ ଜୟ କରି ପାରିବ ନାହିଁ; ମାତ୍ର ତାହାର ସାକ୍ଷାତରେ ନିତାନ୍ତ ପତିତ ହେବ।”
14 Walipokuwa wakiendelea na maongezi, wasimamizi wa mfalme wakamjia Hamani ili aende kwenye karamu aliyoiandaa Esta.
ସେମାନେ ତାହା ସହିତ ଏରୂପ କଥାବାର୍ତ୍ତା କରୁ କରୁ ରାଜନପୁଂସକମାନେ ଆସି ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ହାମନ୍‍କୁ ନେବା ପାଇଁ ଚଞ୍ଚଳ ହେଲେ।

< Esta 6 >