< Esta 3 >

1 Baada ya mambo haya, Mfalme Ahusiero alimpandisha cheo Hamani mwana wa Hammedatha mwagagi, na akaweka kiti chake cha ukuu juu ya wakuu wote waliokuwa pamoja naye.
ଏହି ସକଳ ଘଟଣା ଉତ୍ତାରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍କୁ ଉନ୍ନତ କରି ଉଚ୍ଚପଦାନ୍ୱିତ କଲେ, ଆଉ ତାହାଙ୍କ ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାହାଙ୍କୁ ଶ୍ରେଷ୍ଠ ଆସନ ଦେଲେ।
2 Na watumishi wote wa mfalme waliokuwa katika lango la mfalme walipaswa kupiga magoti na kusujudia Hamani, kama mfalme alivyoagiza. Lakini Modekai hakupiga magoti wala kusujudu mbele ya Hamani.
ତହିଁରେ ରାଜାଙ୍କ ଯେତେ ଦାସ ରାଜଦ୍ୱାରରେ ଥିଲେ, ସେସମସ୍ତେ ନତ ହୋଇ ହାମନ୍‍କୁ ପ୍ରଣାମ କଲେ; କାରଣ ରାଜା ତାହା ବିଷୟରେ ସେରୂପ ଆଜ୍ଞା ଦେଇଥିଲେ; ମାତ୍ର ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ।
3 Kisha watumishi wa mfalme waliokuwa langoni mwa mfalme walimwambia Modekai, kwa nini hautii amri ya mfalme?
ଏଣୁ ରାଜଦ୍ୱାରବର୍ତ୍ତୀ ରାଜାଙ୍କ ଦାସଗଣ ମର୍ଦ୍ଦଖୟଙ୍କୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?”
4 Walisema naye siku kwa siku, lakini alikataa kufuata matakwa yao. Hivyo wakaongea na Hamani kuona kama swala la Modekai lingebaki hivyo alikuwa amewataarifu kuwa Modekai alikuwa Muyahudi.
ଏହିରୂପେ ସେମାନେ ପ୍ରତିଦିନ ତାହାଙ୍କୁ କହିଲେ, ତଥାପି ସେ ସେମାନଙ୍କର କଥା ମାନିଲେ ନାହିଁ; ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମନ୍‍କୁ ତାହା ଜଣାଇଲେ; କାରଣ ମର୍ଦ୍ଦଖୟ ଯେ ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲେ।
5 Hamani alipoona kuwa Modekai hapigi magoti wala kumsujudia, alipatwa na hasira.
ଯେତେବେଳେ ହାମନ୍‍ ଦେଖିଲେ ଯେ, ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲେ।
6 Alikuwa na wazo la kumuua Modekai, watumishi wa mfalme walikuwa wamemueleza kuwa Modekai na jamaa zake walikuwa Wayahudi. Hamani akaazimu kuwaangamiza Wayahudi wote, watu wa Modekai, ambao walikuwa katika ufalme wa Ahusiero.
ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ଜ୍ଞାନ କଲେ; କାରଣ ସେମାନେ ତାହାଙ୍କୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଥିଲେ, ତେଣୁ ହାମନ୍‍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ, ଅର୍ଥାତ୍‍, ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲେ,
7 Katika mwezi wa kwanza, (ambao ni mwezi wa Nisani) ndani ya mwaka wa kumi na mbili wa Mfalme Ahusiero, walipiga kura mbele ya Hamani kura kila siku na mwezi, kuchagua siku na mwezi hadi walipochagua mwezi wa kumi na mbili, (mwezi wa Adari.
ଆଉ, ସେହି ବିଷୟରେ ଅକ୍ଷଶ୍ୱେରଶ ରାଜାଙ୍କ ରାଜତ୍ଵର ଦ୍ୱାଦଶ ବର୍ଷର ନୀସନ୍‍ ନାମକ ପ୍ରଥମ ମାସରେ ହାମନ୍‍ର ସାକ୍ଷାତରେ ଅଦର ନାମକ ଦ୍ୱାଦଶ ମାସ ପର୍ଯ୍ୟନ୍ତ (କ୍ରମାଗତ) ସେମାନେ ପ୍ରତିଦିନ ଓ ପ୍ରତି ମାସ “ପୂର,” ଅର୍ଥାତ୍‍, ଗୁଲିବାଣ୍ଟ କଲେ।
8 Kisha Hamani akamwambia mfalme Ahusiro, “kuna watu fulani katika majimbo yote ya ufalme wako wasiofuata sheria zako. Na kwa tabia yao ya kutofuata sheria zako hawapasi kuendelea kuwa hai.
ଏଥିଉତ୍ତାରେ ହାମନ୍‍ ଅକ୍ଷଶ୍ୱେରଶ ରାଜାଙ୍କୁ କହିଲେ, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକୀକୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ।
9 Kama ikimpendeza mfalme, toa amri watu hawa wote wakatiliwe mbali, nami nitapima talanta elfu kumi za fedha katika mikono ya wale ambao ni wasimamizi wa maswala ya mfalme, ili kwamba waweke katika hazina ya mfalme.”
ମହାରାଜା ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ, ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ଡାରକୁ ଆଣିବା ପାଇଁ ଦଶ ହଜାର ତାଳନ୍ତ ରୂପା ଦେବି।”
10 Ndipo mfamle akavua pete yake ya muhuri na kumpa Hamani, adui wa Wayahudi.
ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ-ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍କୁ ଦେଲେ।
11 Mfalme akamwambia Hamani, “Nitahakikisha kwamba fedha inarudi kwako na kwa watu wako. Ili muitumie kama mpendavyo.”
“ପୁଣି, ରାଜା ହାମନ୍‍କୁ କହିଲେ, ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା, ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”
12 Kisha waandishi wa mfalme walikusanyika katika siku ya kumi na tatu ya mwezi wa kwanza, na mbiu iliyokuwa na matakwa ya Hamani yalikuwa yameandikwa na kupelekwa kwa wasimamizi wa majimbo, na wale wote waliokuwa juu ya wasimamizi wa majimbo yote, na wasimamizi wa watu, na kwa kila jimbo kwa andiko lao, na kila watu na lugha yao. Mbiu hii ilikuwa imeandikwa kwa jina la mfalme Ahusiero na kupigwa muhuri wa pete yake.
ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ହାମନ୍‍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତାଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲେ, ତାହା ଅକ୍ଷଶ୍ୱେରଶ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।
13 Barua hizi za kutaka kuwakatilia mbali Wayahudi wote zilizambazwa katika majimbo yote ya Mfalme Ahusiero, kuangamiza, kuua na kuwaharibu Wayahudi wote, tangu mdogo hadi mkubwa, watoto na wanawake, ndani ya siku moja katika siku ya kumi na tatu ya mwezi wa kumi na mbili (ambao ni mwezi wa Adari) na kuteka mali zo.
ପୁଣି, ଏକ ଦିନରେ, ଅର୍ଥାତ୍‍, ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ଯୁବା, ବୃଦ୍ଧ, ଶିଶୁ ଓ ସ୍ତ୍ରୀମାନଙ୍କ ସହିତ ସବୁ ଯିହୁଦୀୟମାନଙ୍କୁ ସଂହାର, ବଧ ଓ ବିନାଶ କରିବାକୁ ଓ ସେମାନଙ୍କ ସମ୍ପତ୍ତି ଲୁଟିବାକୁ ସେହି ପତ୍ର ଧାବକଗଣଙ୍କ ଦ୍ୱାରା ରାଜାଙ୍କ ସବୁ ପ୍ରଦେଶକୁ ପ୍ରେରିତ ହେଲେ।
14 Nakala ya ilifanywa kuwa sheria na kupelekwa kila jimbo. Taarifa juu ya maangamizi ya Wayahudi ilienea katika kila jimbo kwamba watu wote wajiandae katika siku hiyo.
ପୁଣି, ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେପରି ପ୍ରସ୍ତୁତ ହୁଅନ୍ତି, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଚାର କରିବାକୁ ଓ ଯାବତୀୟ ଲୋକଙ୍କୁ ଗୋଚର କରାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା।
15 Wasambazajia walisambaza agizo la mfalme. Tangazo hili pioa lilitolewa na kusambazwa katika mji wa Shushani. Mfalme alikuwa na Hamani walikaa na kunywa, lakini mji wa Shushani, lakini mjiwa Shushani ulikuwa katika uangamivu.
ଆଉ, ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରିଗଲେ, ପୁଣି ସେହି ଆଜ୍ଞା ଶୂଶନ୍‍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍‍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍‍ ନଗର ଉଦ୍‍ବିଗ୍ନ ହେଲା।

< Esta 3 >