< Danieli 10 >

1 Katika mwaka wa tatu wa Koreshi mfalme wa Uajemi, ujumbe ulifunuliwa kwa Danieli, aliyeitwa pia Belteshaza. Ujumbe huu ulikuwa ni wa kwelil. Ulihusu vita kuu. Danieli aliufahamu ujumbe alipopata ufumbuzi kutoka katika maono.
ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ତୃତୀୟ ବର୍ଷରେ ବେଲ୍‍ଟଶତ୍ସର ନାମରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷୟ ପ୍ରକାଶିତ ହେଲା ଓ ତାହା ସତ୍ୟ, ତାହା ଏକ ମହାଯୁଦ୍ଧ ବିଷୟ; ପୁଣି, ସେ ତାହା ବୁଝିଲେ ଓ ସେହି ଦର୍ଶନ ବିଷୟ ତାଙ୍କୁ ଜ୍ଞାତ ହେଲା।
2 Katika siku hizo, mimi Danieli, nilikuwa katika maombolezo kwa wiki tatu.
ସେହି ସମୟରେ ମୁଁ, ଦାନିୟେଲ, ପୂର୍ଣ୍ଣ ତିନି ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲି।
3 Sikula chakula kizuri, sikula nyama, sikunywa divai, na sikujipaka mafuta mwenyewe mpaka ukamilifu wa wiki tatu nzima.
ପୂର୍ଣ୍ଣ ତିନି ସପ୍ତାହ ସମାପ୍ତ ହେବା ପର୍ଯ୍ୟନ୍ତ ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ, କିଅବା ମାଂସ ଅବା ଦ୍ରାକ୍ଷାରସ ମୋʼ ମୁଖରେ ପ୍ରବେଶ କଲା ନାହିଁ, ଅଥବା ମୁଁ କିଛି ତୈଳ ମର୍ଦ୍ଦନ କଲି ନାହିଁ।
4 Katika siku ya ishirini na nne ya mwezi wa kwanza, nilipokuwa niko karibu na mto mkubwa (ambao ni Tigrisi),
ପୁଣି, ପ୍ରଥମ ମାସର ଚତୁର୍ବିଂଶ ଦିନରେ ମୁଁ ହିଦ୍ଦେକଲ ନାମକ ମହାନଦୀ ତୀରରେ ଥିବା ବେଳେ,
5 Nilitazama juu na nikamwona mtu aliyevaa kitani, akiwa na mkanda kiunoni mwake uliotengenezwa kwa dhahabu safi kutoka Ufazi.
ମୁଁ ଚକ୍ଷୁ ଖୋଲି ଦେଖିଲି, ଆଉ ଦେଖ, ଶୁକ୍ଳବସ୍ତ୍ର ପରିହିତ ଏକ ମନୁଷ୍ୟ, ତାଙ୍କ କଟି ଉଫସର ନିର୍ମଳ ସୁବର୍ଣ୍ଣ ବନ୍ଧନୀରେ ବଦ୍ଧ ହୋଇଥିଲା;
6 Mwili wake ulikuwa kama kito, na sura yake ilikuwa kama radi. Macho yake yalikuwa kama miali ya tochi, na mikono yake na miguu yake ilikuwa kama shaba iliyosafishwa. Sauti ya maneno yake ilikuwa kama sauti ya umati mkubwa wa watu.
ମଧ୍ୟ ତାଙ୍କ ଶରୀର ବୈଦୁର୍ଯ୍ୟମଣି ତୁଲ୍ୟ ଓ ତାଙ୍କ ମୁଖ ବିଦ୍ୟୁତ୍‍ର ଆଭା ତୁଲ୍ୟ ଓ ତାଙ୍କ ଚକ୍ଷୁ ଜ୍ୱଳ; ମଶାଲ ତୁଲ୍ୟ, ଆଉ ତାଙ୍କ ହସ୍ତ ଓ ପାଦ ପରିଷ୍କୃତ ପିତ୍ତଳର ଆଭା ତୁଲ୍ୟ ଓ ତାଙ୍କ ବାକ୍ୟର ରବ ଲୋକସମୂହର ରବ ତୁଲ୍ୟ।
7 Mimi, Danieli peke yangu niliyaona maono, na watu niliokuwa na pamoja hawakuyaona maono. Lakini, jambo kuu la kuogofya liliwaijia juu yao, na walikimbia na kujificha wao wenyewe.
ପୁଣି, ମୁଁ, ଦାନିୟେଲ, ଏକାକୀ ସେହି ଦର୍ଶନ ଦେଖିଲି; କାରଣ ମୋର ସଙ୍ଗୀ ଲୋକମାନେ ସେହି ଦର୍ଶନ ଦେଖିଲେ ନାହିଁ; ମାତ୍ର ସେମାନେ ଅତିଶୟ କମ୍ପିତ ହେଲେ ଓ ଆପଣା ଆପଣାକୁ ଲୁଚାଇବା ପାଇଁ ପଳାଇଲେ।
8 Hivyo niliachwa peke yangu na niliyaona maono haya ajabu. Hakuna nguvu iliyobakia ndani yangu; mwonekano wangu wa kung'aa ulibadilika na kuwa mwonekano wa uharibifu, na hazikubakia nguvu ndani yangu.
ତହିଁରେ ମୁଁ ଏକାକୀ ରହି ଏହି ମହା ଦର୍ଶନ ଦେଖିଲି ଓ ମୋʼ ଠାରେ କିଛି ବଳ ରହିଲା ନାହିଁ; କାରଣ ମୋର ତେଜ କ୍ଷୟରେ ପରିଣତ ହେଲା ଓ ମୁଁ କିଛି ବଳ ରଖି ପାରିଲି ନାହିଁ।
9 Kisha nikasikia maneno yake, na nilipoyasikia, nilianguka kifudifudi na kupata usingizi mzito.
ତଥାପି ମୁଁ ତାଙ୍କ ବାକ୍ୟର ରବ ଶୁଣିଲି; ଆଉ, ଯେତେବେଳେ ମୁଁ ତାଙ୍କ ବାକ୍ୟର ରବ ଶୁଣିଲି, ସେତେବେଳେ ମୁଁ ଉବୁଡ଼ ହୋଇ ଘୋର ନିଦ୍ରାରେ ପଡ଼ିଥିଲି।
10 Mkono ulinigusa, na ilinifanya nitetemeke katika magoti yangu na viganja vya mikono yangu.
ଏଥିରେ ଦେଖ, ଏକ ହସ୍ତ ସ୍ପର୍ଶ କରି ମୋତେ ଆଣ୍ଠୁ ଓ ହସ୍ତ ପାପୁଲିରେ ନିର୍ଭର କରାଇଲା।
11 Malaika aliniambia, “Danieli, mtu aliyetunzwa sana, yafahamu maneno ninayokwambia wewe. Simama wima, kwa kuwa nimeshakutuma.” Na alipomaliza kuniambia ujumbe huu, nilisimama nikiwa natetemeka.
ପୁଣି, ସେ ମୋତେ କହିଲେ, “ହେ ଅତ୍ୟନ୍ତ ପ୍ରିୟପାତ୍ର ଦାନିୟେଲ, ଆମ୍ଭେ ତୁମ୍ଭଙ୍କୁ ଯେଉଁ ଯେଉଁ ବାକ୍ୟ କହୁ, ତାହା ବୁଝ ଓ ସିଧା ହୋଇ ଠିଆ ହୁଅ; କାରଣ ଏବେ ଆମ୍ଭେ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛୁ;” ସେ ମୋତେ ଏହି କଥା କହିବାରୁ ମୁଁ କମ୍ପି କମ୍ପି ଠିଆ ହେଲି।
12 Kisha aliniambia, “Usiogope, Danieli. Tangu siku ya kwanza ulipoiweka akili yako kutaka kufahamu na kujinyenyekeza mwenyewe mbele ya Mungu, maneno yako yalisikiwa, na nimekuja kwasababu ya maneno yako.
ଏଥିରେ ସେ ମୋତେ କହିଲେ, “ହେ ଦାନିୟେଲ, ଭୟ କର ନାହିଁ; କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାକୁ ନମ୍ର କରିବା ପାଇଁ ଆପଣା ମନୋନିବେଶ କଲ, ସେହି ଦିନଠାରୁ ତୁମ୍ଭର ବାକ୍ୟ ଶୁଣାଗଲା; ଆଉ, ତୁମ୍ଭର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ।
13 Mwana wa mfalme wa ufalme wa Uajemi alinizuia, na niliwekwa huko na mfalme wa Uajemi kwa siku ishirini na moja. Lakini Mikaeli, mmoja kati ya wakuu alikuja kunisaidia.
ମାତ୍ର ପାରସ୍ୟ ରାଜ୍ୟର ଅଧିପତି ଏକୋଇଶ ଦିନ ପର୍ଯ୍ୟନ୍ତ ଆମ୍ଭର ପ୍ରତିବାଧା କଲା; ମାତ୍ର ଦେଖ, ପ୍ରଧାନ ଅଧିପତିମାନଙ୍କର ମଧ୍ୟରୁ ମୀଖାୟେଲ ନାମରେ ଜଣେ ଆମ୍ଭର ସାହାଯ୍ୟ କରିବାକୁ ଆସିଲେ; ଆଉ, ଆମ୍ଭେ ସେହି ସ୍ଥାନରେ ପାରସ୍ୟର ରାଜାଗଣର ସଙ୍ଗରେ ରହିଲୁ।
14 Sasa nimekuja kukusaidia ili ufahamu kile kitakachotokea kwa watu wako katika siku za mwisho. Kwa kuwa maono ni kwa ajili siku ambazo hazijatokea bado.
ଏବେ, ଶେଷ କାଳରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭକୁ ବୁଝାଇ ଦେବା ପାଇଁ ଆମ୍ଭେ ଆସିଅଛୁ; କାରଣ ଦର୍ଶନ ଆହୁରି ଅନେକ କାଳ ପର୍ଯ୍ୟନ୍ତ ଅଛି।”
15 Na alipokuwa akali akiniambia maneno haya, niligeuza uso wangu na kuuelekeza chini na sikuwa na uwezo wa kuzungumza.
ସେ ମୋତେ ଏରୂପ କଥା କହିଲା ଉତ୍ତାରେ ମୁଁ ଭୂମି ଆଡ଼େ ମୁଖ କରି ଅବାକ୍ ହେଲି।
16 Yeye aliyekuwa kama wana wa mtu alinigusa mdomo wangu na nifumbua kinywa changu na nilimwambia huyo aliyekuwa amesimam mbele yangu: “Bwana wangu, niko katika masumbuko makali kwasababu ya maono; sina nguvu ndani yangu iliyosalia.
ଏଥିରେ ଦେଖ, ମନୁଷ୍ୟ-ସନ୍ତାନଗଣର ଆକୃତିବିଶିଷ୍ଟ ଏକ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ; ତହୁଁ ମୁଁ ଆପଣା ମୁଖ ଫିଟାଇ ମୋʼ ସମ୍ମୁଖରେ ଠିଆ ହେବା ବ୍ୟକ୍ତିଙ୍କୁ କହିଲି, “ହେ ମୋର ପ୍ରଭୁ, ଏହି ଦର୍ଶନ ସକାଶୁ ମୋର ବେଦନା ମୋତେ ଆକ୍ରାନ୍ତ କରିଅଛି ଓ ମୁଁ କିଛିମାତ୍ର ବଳ ରକ୍ଷା କରି ପାରୁ ନାହିଁ।
17 Mimi ni mtumishi wako. Je ninawezaje kuongea na Bwana wangu? Kwa kuwa sasa sina nguvu, na hakuna pumzi iliyosalia ndani yangu.”
କାରଣ ମୋର ଏହି ପ୍ରଭୁଙ୍କର ଦାସ କିପ୍ରକାରେ ଏହି ମୋʼ ପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରିପାରେ? ସେହିକ୍ଷଣେ ମୋʼ ଠାରେ କିଛି ବଳ ଅବା ମୋʼ ମଧ୍ୟରେ ଶ୍ୱାସ ରହିଲା ନାହିଁ।”
18 Tena yule mwenye mwonekano wa mtu alinigusa na kunitia nguvu.
ସେତେବେଳେ ମନୁଷ୍ୟର ଆକୃତିବିଶିଷ୍ଟ ଜଣେ ଲୋକ ପୁନର୍ବାର ମୋତେ ସ୍ପର୍ଶ କରି ସବଳ କଲେ।
19 Alisema, “Usiogope, mtu ulithaminiwa sana. Amani na iwe kwako! Uwe mwenye nguvu, uwe na nguvu!” Na alipokuwa anaongea na mimi, nilipata nguvu. Nilimwambia, “Bwana wangu na aseme, kwa kuwa umenitia nguvu.”
ପୁଣି, ସେ କହିଲେ, “ହେ ଅତ୍ୟନ୍ତ ପ୍ରିୟପାତ୍ର ମନୁଷ୍ୟ, ଭୟ କର ନାହିଁ; ତୁମ୍ଭର ଶାନ୍ତି ହେଉ, ସବଳ ହୁଅ, ସବଳ ହୁଅ!” ସେ ମୋତେ ଏହା କହନ୍ତେ, ମୁଁ ସବଳ ହୋଇ କହିଲି, “ମୋର ପ୍ରଭୁ କୁହନ୍ତୁ କାରଣ ତୁମ୍ଭେ ମୋତେ ସବଳ କରିଅଛ।”
20 Aliniambia, “Je unajua ni kwanini nimekuja kwako? Nitarudi hivi karibuni kupigana na mkuu wa Uajemi. Na nitakapoenda, mkuu wa Ugiriki atakuja.
ତହିଁରେ ସେ କହିଲେ, “ଆମ୍ଭେ କି ନିମନ୍ତେ ତୁମ୍ଭ ନିକଟକୁ ଆସିଅଛୁ, ତାହା କି ତୁମ୍ଭେ ଜାଣ? ଏବେ ଆମ୍ଭେ ପାରସ୍ୟର ଅଧିପତି ସଙ୍ଗେ ଯୁଦ୍ଧ କରିବା ପାଇଁ ଫେରିଯିବା; ଆଉ, ଆମ୍ଭେ ବାହାରିଲେ, ଦେଖ, ଗ୍ରୀସ୍‍ର ଅଧିପତି ଆସିବ।
21 Lakini nitakwambia kile kilichoandikwa katika Kitabu cha Ukweli. Hakuna yeyote anayejionesha kuwa na nguvu pamoja nami dhidi yao, isipokuwa Mikaeli mkuu wenu.”
ମାତ୍ର ସତ୍ୟଗ୍ରନ୍ଥରେ ଯାହା ଲିଖିତ ଅଛି, ତାହା ଆମ୍ଭେ ତୁମ୍ଭଙ୍କୁ ଜଣାଇବୁ; ଏମାନଙ୍କ ବିରୁଦ୍ଧରେ ଆମ୍ଭର ସାହାଯ୍ୟ କରିବା ପାଇଁ ତୁମ୍ଭମାନଙ୍କର ଅଧିପତି ମୀଖାୟେଲ ବିନୁ ଆଉ କେହି ନାହାନ୍ତି।

< Danieli 10 >