< 2 Petro 1 >
1 Simon Petro, Mtumwa na Mtume wa Yesu Kristo, Kwa wale walioipokea imani ile ile ya thamani kama tulivyoipokea sisi, imani iliyo ndani ya haki ya Mungu na mwokozi wetu Yesu Kristo.
୧ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।
2 Neema iwe kwenu; amani iongezeke kupitia maarifa ya Mungu na Bwana wetu Yesu.
୨ପର୍ମେସର୍କେ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟକେ ତମେ ଜାନ୍ଲାର୍ ପାଇ ତାର୍ ସାନ୍ତି ଆରି ସେ ଜିବନ୍ ଦୁକାଇ ଦୟା କଲାଟା ତମ୍କେ ମିଲ ।
3 Kupitia maarifa ya Mungu tumepata mambo yake yote kwa ajili ya uchaji wamaisha, Toka kwa Mungu aliyetuita kwa ajili ya uzuri wa utukufu wake.
୩ତାକେ ସାର୍ଦା କରାଇଲାପାରା ଚଲାଚଲ୍ତି କର୍ବାକେ ସେ ଆମ୍କେ ଲଡାକେ ଆଇବା ସବୁ ବିସଇ ଦେଲାଆଚେ । ତାର୍ ବପୁର୍ଲାଗି ସେ ଆମ୍କେ ଏଟା ଦେଲାଆଚେ ଆରି ଆମେ ତାକେ ଜାନ୍ଲାର୍ପାଇ ମିସା । ତାର୍ ମଇମାଇ ଆରି ଦରମେ ମିସ୍ବାକେ ସେ ସେ ଆମ୍କେ ଡାକିଆଚେ ।
4 Kwa njia hii alitutumainishia ahadi kuu za thamani. Alifanya hili ili kutufanya warith wa asili ya Mungu, kwa kadiri tunavyoendelea kuuacha uovu wa dunia hii.
୪ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା ।
5 Kwa sababu hii, fanyeni bidii kuongeza uzuri kwa njia ya imani yenu, kwa sababu ya uzuri, maarifa.
୫ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ,
6 Kupitia maarifa, kiasi, na kupitia kiasi saburi, na kupitia saburi, utauwa.
୬ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ,
7 Kupitia utauwa upendo wa ndugu na kupitia upendo wa ndugu, upendo.
୭ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା ।
8 Kama mambo haya yamo ndani yenu, yakiendelea kukua ndani yenu, basi ninyi hamtakuwa tasa au watu msiozaa matunda katika maarifa ya Bwana wetu Yesu Kristo.
୮ତମର୍ ଚଲାଚଲ୍ତି ଜଦି ଏନ୍ତାରି ଅଦିକ୍ ଅଦିକ୍ ଅଇ ଆଇଲେ, ଆମର୍ ମାପ୍ରୁ ଜିସୁକିରିସ୍ଟକେ ଜାନ୍ବା ବିସଇତେଇ ତମେ ଅଦିକ୍ ଅଦିକ୍ ବଡିଆଇସା ।
9 Lakini yeyote asiyekuwa na mambo haya, huyaona mambo ya karibu tu; yeye ni kipofu. amesahau utakaso wa dhambi zake za kale.
୯ଜଦି ଗଟେକ୍ ଲକ୍ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍ ନିକ ନ ଡିସ୍ବା ଲକର୍ପାରା ଅଇଆଚେ । ସେ ପୁର୍ବେ କରିରଇଲା ପାପର୍ ଲାଗି ପର୍ମେସର୍ କେମା ଦେଲାଆଚେ ବଲି ପାସ୍ରିଦେଇ ଆଚେ ।
10 Kwa hiyo, ndugu zangu, fanyeni juhudi ili kujihakikishia uteule na wito kwa ajili yenu. Kama mtayafanya haya, hamtajikwaa.
୧୦ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ ।
11 Hivyo mtajipatia wingi wa lango la kuingilia katika ufalme wa milele wa Bwana wetu na mwokozi Yesu Kristo. (aiōnios )
୧୧ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି । (aiōnios )
12 Kwa hiyo mimi nitakuwa tayari kuwakumbusha mambo haya kila mara, hata kama mnayafahamu, na sasa mmekuwa imara katika kweli.
୧୨ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍ ବିସଇଟାନେ ଡାଟ୍ ଆଚାସ୍ ମିସା, ଏ ସବୁ ବିସଇ ତମ୍କେ ଏତାଇଦେଇତେ ରଇବି ।
13 Nafikiria kuwa niko sahihi kuwaamsha na kuwakumbusha juu ya mambo haya, ningali nimo katika hema hii.
୧୩ମୁଇ ବଁଚିରଇବା ଜାକ ଏ ସବୁ ବିସଇ କାତା ଅଇବାଟା ନିକ । ଜେନ୍ତିକି ତମେ ସେଟା ଆରି ନ ପାସ୍ରାସ୍ ।
14 Kwa maana najua kuwa si muda mrefu nitaiondoa hema yangu, kama Bwana Yesu Kristo alivyonionyesha.
୧୪ମର୍ ଜିବନ୍ ଦାପ୍ରେ ସାରିଜାଇସି ବଲି ମୁଇ ଜାନି । କାଇକେବଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟ ମକେ ନିକସଙ୍ଗ୍ ଜାନାଇଆଚେ ।
15 Nitajitahidi kwa bidii kwa ajili yenu ili mkumbuke mambo haya baada ya mimi kuondoka.
୧୫ଏ ସବୁ ବିସଇ ତମ୍କେ ଏତାଇଦେବାକେ ମୁଇ ବେସି ଆବଡ୍ ଅଇଲିନି । ଜେନ୍ତାରିକି ମୁଇ ମଲାପଚେ ମିସା ଏ ସବୁ ବିସଇ ଏତାଇସା ।
16 Kwa kuwa sisi hatukufuata hadthi zilizoingizwa kwa ustadi pale tulipowaeleza juu ya nguvu na kujidhihirisha kwa Bwana wetu Yesu Kristo, bali sisi tulikuwa mashahidi wa utukufu wake.
୧୬ଆମର୍ ମାପ୍ରୁ ଜିସୁକିରିସ୍ଟ ତାର୍ ସବୁ ବପୁର୍ସଙ୍ଗ୍ ବାଉଡି ଆଇସି ବଲି ତମ୍କେ କଇରଇଲୁ । ସେଟା ବିନ୍ ଲକ୍ ତାକର୍ ଚାଲାକିକରି ତିଆର୍କଲା ଗଟେକ୍ କାତାନି ନଏଁ ।
17 Yeye alipokea Utukufu na heshima toka kwa Mungu baba pale sauti iliposikika toka katika utukufu mkuu ikisema, “Huyu ndiye mwanangu, mpendwa wangu ambaye nimependezwa naye.”
୧୭ଆମେ ନିଜେ ଆଁକିସଙ୍ଗ୍ ତାର୍ ମଇମା ଦେକ୍ଲୁ । ବାବା ପର୍ମେସର୍ ତାକେ ଡାକ୍ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍ଟାନେଅନି ମଇମାର୍ ପର୍ମେସର୍ କଇରଇଲା “ଏଟା ମର୍ ଆଲାଦର୍ ପ, ତାର୍ଟାନେ ମୁଇ ବେସି ସାର୍ଦା ।”
18 Tuliisikia sauti hii ikitokea mbinguni pale tulipokuwa naye kwenye ule mlima mtakatifu.
୧୮ସେ ସବଦ୍ ସୁନ୍ଲାବେଲେ ପର୍ମେସରର୍ ସୁକଲ୍ ପର୍ବତେ ଆମେ ମିସା କିରିସ୍ଟର୍ ସଙ୍ଗ୍ ରଇଲୁ ।
19 Tunalo hili neno la unabii lililothibitika, ambalo kwalo mwafanya vyema kulitekeleza. Ni kama taa ing'aayo gizani mpaka kuchapo na nyota za mawio zionekanazo katika mioyo yenu.
୧୯ବବିସତ୍ବକ୍ତାମନର୍ କାତା ସତ୍ ଆଚେ ବଲି ଆମେ ଜାନିଆଚୁ । ଏ ସବୁ କାତା ତମେ ମନ୍ଦିଆନ୍ ଦେଇ ସୁନା । କାଇକେବଇଲେ ସେଟା ଆନ୍ଦାରେ ଲାଗିରଇବା ଗଟେକ୍ ବତିର୍ ଉଜଲ୍ ପାରା ଆଚେ । ସାକ୍ଲିଆ ଉଜଲ୍ ଡିସ୍ବା ତାରାର୍ପାରା ତମର୍ ମନ୍ବିତ୍ରେ ଉଜଲ୍ ଦେଇସି ।
20 Tambueni haya ya kwamba, hakuna unabii unaoandikwa kwa sababu ya kujifikirisha kwa nabii mwenyewe.
୨୦ବବିସତ୍ବକ୍ତାମନ୍ କେ ମିସା ନିଜେ ବାବିକରି ସାସ୍ତର୍ଟାନେ ଲେକତ୍ନାଇ । ଏଟା ତମେ ବାଇଦରେ ଜାନ୍ବାର୍ ଆଚେ ।
21 Kwa kuwa hakuna unabii uliokuja kwa mapenzi ya mwanadamu, isipokuwa wanadamu waliwezeshwa na Roho Mtakatifu aliyeongea toka kwa Mungu.
୨୧କାଇକେବଇଲେ, ସେମନ୍ କେବେମିସା ନିଜର୍ତେଇଅନି କାଇ ବବିସତ୍ କାତା କଅତ୍ ନାଇ । ମାତର୍ ପର୍ମେସର୍ଟାନେଅନି ଆଇଲା କାତା ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ କଇରଇଲାଇ ।