< 2 Wafalme 9 >

1 Nabii Elisha akamwita mmoja wa watoto wa manabii na kumwambia, “Vaa kwa kwa safari, halafu chukua hii chupa ndogo ya mafuta kwenye mikono yako na uende Romoth Geliadi.
ଏଥିଉତ୍ତାରେ ଇଲୀଶାୟ ଭବିଷ୍ୟଦ୍‍ବକ୍ତା ଭବିଷ୍ୟଦ୍‍ବକ୍ତାଗଣଙ୍କ ଦଳ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭ କଟି ବାନ୍ଧ ଓ ଏହି ତୈଳ ଶିଶି ହସ୍ତରେ ନେଇ ରାମୋତ୍‍-ଗିଲୀୟଦକୁ ଯାଅ।
2 Wakati utakapofika, mtafute Yehu mwana wa Yehoshafati mwana wa Nimshi, na uende ukaingie na kumfanya ainuke kutoka miongoni mwa rafiki zake, na ukampeleke katika chumba cha ndani.
ପୁଣି ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍‍ଶିଙ୍କର ପୌତ୍ର ଯିହୋଶାଫଟ୍‍ଙ୍କର ପୁତ୍ର ଯେହୂଙ୍କର ଅନ୍ୱେଷଣ କର ଓ ଭିତରକୁ ଯାଇ ତାଙ୍କର ଭ୍ରାତୃଗଣ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରିକୁ ନେଇଯାଅ।
3 Kisha chukua ile chupa ya mafuta na imiminie kwenye kichwa chake na kusema, 'Yahwe anasema hivi: “Nimekumiminia mafuta uwe mfalme juu ya Israeli. “Halafu fungua mlango, na kukimbia; usichelewe.”
ପୁଣି ତୈଳ ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛୁ।’ ତହୁଁ ତୁମ୍ଭେ ଦ୍ୱାର ଫିଟାଇ ପଳାଇ ଯାଅ ଓ ବିଳମ୍ବ ନ କର।”
4 Basi yule kijana, yule nabii kijana, akaenda Romoth Geliadi.
ତହିଁରେ ସେ ଯୁବା, ଅର୍ଥାତ୍‍, ସେହି ଯୁବା ଭବିଷ୍ୟଦ୍‍ବକ୍ତା ରାମୋତ୍‍-ଗିଲୀୟଦକୁ ଗଲେ।
5 Wakati alipofika, kumbe, wale manahodha wa lile jeshi walikuwa wamekaa. Hivyo yule nabii kijana akasema, “Nimekuja mara moja naneno kwako, nahodha.” Yehu akajibu, “kwa yupi katika sisi?” Yule nabii kijana akajibu, “Kwako nahodha.”
ଆଉ ସେ ଉପସ୍ଥିତ ହେବା ବେଳେ ଦେଖ, ସେନାପତିମାନେ ବସିଅଛନ୍ତି; ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି।” ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ?” ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ।”
6 Basi Yehu akainuka na kwenda kwenye nyumba, na yule nabii akammiminia mafuta kwenye kichwa chake na kumwambia Yehu, “Yahwe, Mungu wa Israeli, anasema hivi: 'Nimekumiminia mafuta uwe mfalme juu ya watu wa Yahwe, juu ya Isaraeli.
ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍‍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍‍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।
7 Wewe lazima uiue familia ya Ahabu bwana wako, ili niweze kulipiza kisasi cha damu ya watumishi wangu manabii, na damu ya watumishi wote wa Yahwe, ambao waliokuwa wameuawa kwa mkono wa Yezebeli.
ପୁଣି ଆମ୍ଭେ ଯେପରି ଈଷେବଲ୍‍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କ ରକ୍ତର ଓ ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ।
8 Kwa kuwa nyumba yote ya Ahabu itaangamia, na nitamkatilia mbali kila mtoto wa kiume wa Ahabu, yeyote awe mtumwa au mtu huru.
କାରଣ ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ଓ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଂସନ୍ତାନକୁ ଓ ବଦ୍ଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା।
9 Nitaifanya nyumba ya Ahabu kama nyumba ya Yerobohamu mwana wa Nebati na kama nyumba ya Baasha mwana wa Ahiya.
ଆଉ ଆମ୍ଭେ ଆହାବ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା।
10 Mbwa watamla Yezebeli katika Yezreeli, na hakutakuwa na mtu wa kumzika.” Kisha nabii akafungua mlango na kukimbia.
ପୁଣି କୁକ୍କୁରମାନେ ଈଷେବଲ୍‍କୁ ଯିଷ୍ରିୟେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନ ଥିବ।’” ତହୁଁ ଭବିଷ୍ୟଦ୍‍ବକ୍ତା ଦ୍ୱାର ଫିଟାଇ ପଳାଇଗଲେ।
11 Kisha Yehu akatoka kwenda kwa watumishi wa bwana wake, na mmoja akamwambia, “Je kila kitu kiko sawa? Kwa nini huyu mwenda wazimu amekuja kwako?” Yehu akawajibu, “Mnamjua huyo mtu na mambo asemayo.”
ତହିଁରେ ଯେହୂ ବାହାର ହୋଇ ଆପଣା ପ୍ରଭୁର ଦାସମାନଙ୍କ ନିକଟକୁ ଆସନ୍ତେ, ଜଣେ ତାଙ୍କୁ ପଚାରିଲା, “ସବୁ ମଙ୍ଗଳ ତ? ସେ ବାତୁଳଟି କାହିଁକି ତୁମ୍ଭ ନିକଟକୁ ଆସିଥିଲା?” ତହିଁରେ ଯେହୂ ସେମାନଙ୍କୁ କହିଲେ, “ସେ ଲୋକକୁ ଓ ତାହାର କଥା କଅଣ, ତୁମ୍ଭେମାନେ ତ ଜାଣ।”
12 Wakasema, “Huo ni uongo. Tuambie.” Yehu akajibu, “Alisema hivi na vile juu yangu, na pia akasema, 'hivi ndivyo Yahwe asemavyo: Nimekumiminia mafuta kama mfalme juu ya Israeli.””
ଏଥିରେ ସେମାନେ କହିଲେ, “ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ।” ତହୁଁ ଯେହୂ କହିଲେ, “ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’”
13 Kisha kila mmoja wao akachukua vazi haraka na kuweka chini ya Yehu juu ya madaraja. Wakapiga baragumu na kusema, “Yehu ni mfalme.”
ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ଓ ତୂରୀ ବଜାଇ କହିଲେ, “ଯେହୂ ରାଜା ହେଲେ।”
14 Katika njia hii Yehu mwana wa Yehoshafati mwana wa Nimshi akafanya njama juu ya Yoramu. Basi Yoramu alikuwa akiilinda Ramothi Gileadi, yeye na Israeli yote, kwa sababu ya Hazaeli mfalme wa Shamu,
ଏଥିରେ ନିମ୍‍ଶିଙ୍କର ପୌତ୍ର ଯିହୋଶାଫଟ୍‍ଙ୍କର ପୁତ୍ର ଯେହୂ ଯୋରାମ୍‍ଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। (ସେସମୟରେ ଯୋରାମ୍‍ ଓ ସମସ୍ତ ଇସ୍ରାଏଲ ଅରାମର ରାଜା ହସାୟେଲଠାରୁ ରାମୋତ୍‍-ଗିଲୀୟଦ ରକ୍ଷା କରୁଥିଲେ।
15 lakini mfalme Yoramu alikuwa amesharudi kwa Yezreeli ili kuponywa yale majeraha aliyokuwa ameyapewa na Washami, wakati akiwa anapigana dhidi ya Hazaeli mfalme wa Shamu. Yehu akawaambia watumishi wa Yoramu, “kama hili ndilo wazo lako, kisha usimwache mtu aondoke na kwenda nje ya mji, ili aende kupeleka habari hii Yezreeli.”
ମାତ୍ର ଯୋରାମ୍‍ ରାଜା ଅରାମର ରାଜା ହସାୟେଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରି ଯାଇଥିଲେ)। ପୁଣି ଯେହୂ କହିଲେ, “ଯେବେ ଏ ତୁମ୍ଭମାନଙ୍କ ମତ, ତେବେ ଯିଷ୍ରିୟେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇ ଯିବାକୁ ନ ଦିଅ।”
16 Basi Yehu akaendesha gari la farasi mpaka Yezreeli; kwa kuwa Yoramu alikuwa amelala huko. Basi Ahazi mfalme wa Yuda alikuwa ameshuka chini kuonana na Yoramu.
ତହିଁରେ ଯେହୂ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ; କାରଣ ସେସ୍ଥାନରେ ଯୋରାମ୍‍ ଶଯ୍ୟାଗତ ହୋଇଥିଲେ। ପୁଣି ଯିହୁଦାର ରାଜା ଅହସୀୟ ଯୋରାମ୍‍ଙ୍କୁ ଦେଖିବାକୁ ଆସିଥିଲେ।
17 Mlinzi alikuwa amesimama juu ya mnara katika Yezreeli, akaliona lile kundi la Yehu alipokuwa akija kwa mbali kidogo; akasema, “Naona kundi la watu wanakuja.” Yoramu akasema, “Chukua mwendesha farasi, na umtume akakutane nao; mwambie aseme, “Je mnakuja kwa amani?””
ସେତେବେଳେ ଯିଷ୍ରିୟେଲ ଦୁର୍ଗ ଉପରେ ପ୍ରହରୀ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ଦେଖି କରି କହିଲା, “ମୁଁ ଏକ ଦଳ ଲୋକ ଦେଖୁଅଛି।” ତହିଁରେ ଯୋରାମ୍‍ କହିଲେ, “ଜଣେ ଅଶ୍ୱାରୋହୀକୁ ନେଇ ସେମାନଙ୍କୁ ସାକ୍ଷାତ କରିବା ପାଇଁ ପଠାଅ ଓ ସେ ପଚାରୁ, ‘କୁଶଳ କି?’”
18 Hivyo mwendesha farasi akatoka kumlaki; akasema, “Mfalme asema hivi: Je mnakuja kwa amani?”' Basi Yehu akasema, “Wewe una nini na amani? Geuka na unifuate nyuma.” Kisha yule mlinzi akamwambia mfalme, Yule mjumbe ameshaonana nao, lakini anarudi.”
ତହିଁରେ ଜଣେ ଅଶ୍ୱ ଚଢ଼ି ତାଙ୍କୁ ସାକ୍ଷାତ କରିବାକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ତହିଁରେ ଯେହୂ କହିଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।” ଏଥିରେ ପ୍ରହରୀ ଜଣାଇ କହିଲା, “ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରିଆସୁ ନାହିଁ।”
19 Kisha akapeleka mpanda farasi wa pili, ambaye alikuja kwao na kusema, “Mfalme asema hivi: 'Je mnakuja na amani?”' Yehu akajibu, “Wewe una nini na amani? Geuka na kunifuata nyuma.
ତହୁଁ ଯୋରାମ୍‍ ଦ୍ୱିତୀୟ ଜଣକୁ ଅଶ୍ୱରେ ପଠାନ୍ତେ, ସେ ସେମାନଙ୍କ ନିକଟକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ପୁଣି ଯେହୂ ଉତ୍ତର କଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।”
20 Tena yule mlinzi akatoa taarifa, “Amekwisha kuonana nao, lakini hatorudi. Kwa kuwa hilo gari la farasi limekuwa likiendeshwa ndivyo ambavyo Yehu mwana wa Nimshi aendeshavyo; anaendesha kwa kasi.”
ଏଥିରେ ପ୍ରହରୀ ଜଣାଇ କହିଲା, “ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରିଆସୁ ନାହିଁ; ପୁଣି ରଥଚାଳନ ନିମ୍‍ଶିର ପୁତ୍ର ଯେହୂର ଚାଳନା ପରି; କାରଣ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ।”
21 Hivyo Yoramu akasema, “Andaa gari langu la farasi liwe tayari.” Wakaandaa gari lake la farasi, na Yoramu mfalme wa Israeli na Ahazi mfalme wa Yuda akaendesha, kila mmoja kwenye gari lake la farasi, kumlaki Yehu. Wakamkuta kwenye mali ya Nabothi Myezreeli.
ତେବେ ଯୋରାମ୍‍ କହିଲେ, “ରଥ ପ୍ରସ୍ତୁତ କର।” ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ। ପୁଣି ଇସ୍ରାଏଲର ରାଜା ଯୋରାମ୍‍ ଓ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ।
22 Wakati Yoramu alipomuona Yehu, alisema, “Je unakuja katika hali ya amani, Yehu?” Akajibu, “Amani gani hapo, wakati uzinzi wa ukahaba hufanywa na uchawi wa mama yako Yezebeli umejaa tele?”
ପୁଣି ଯୋରାମ୍‍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍‍ର ଏତେ ବ୍ୟଭିଚାର ଓ ମାୟାବୀତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ?”
23 Basi Yoramu akarudisha magari yake ya farasi na kukimbia na kumwambia Ahazia, “Kuna udanganyifu, Ahazia.
ଏଥିରେ ଯୋରାମ୍‍ ଆପଣା ହସ୍ତ ଫେରାଇ ପଳାଇଲେ ଓ ଅହସୀୟଙ୍କୁ କହିଲେ, “ହେ ଅହସୀୟ, ବିଶ୍ୱାସଘାତକତା ହେଲା।”
24 Ndipo Yehu akauvuta upinde wake kwa nguvu zake zote na kumpiga Yoramu kati ya mabega yake; mshale ukaenda kwenye moyo wake, akaanguka chini kwenye gari lake la farasi.
ତହୁଁ ଯେହୂ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଯୋରାମ୍‍ଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ, ତୀର ତାଙ୍କ ହୃଦୟ ଦେଇ ବାହାରିଗଲା, ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ।
25 Ndipo Yehu akamwambia Bidkari nahodha wake, “Mchukue na mtupie kwenye shamba la Nabothi Myezreeni. Fikiria kuhusu vile ambavyo wewe na mimi tulivyoendesha pamoja baada ya Ahabu baba yake, Yahwe aliuweka juu unabii dhidi yake:
ତେବେ ଯେହୂ ଆପଣା ସେନାପତି ବିଦ୍‍କରକୁ କହିଲେ, “ତାହାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତର କ୍ଷେତ୍ରଭୂମିରେ ପକାଇଦିଅ; କାରଣ ମୁଁ ଓ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍‍ଗମନ କରିବା ବେଳେ ସଦାପ୍ରଭୁ କିପ୍ରକାରେ ତାହା ଉପରେ ଏହି ଭାରୋକ୍ତି ଥୋଇଥିଲେ, ଏହା ସ୍ମରଣ କର:
26 Jana niliona damu ya Nabothi na damu ya watoto wake - asema Yahwe - na nitahakikisha unalipia hili shamba - asema Yahwe. Sasa basi, mchukue na mtupe kwenye hili shamba, sawa sawa na neno la Yahwe.”
ଯଥା, ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି।’ ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ।”
27 Wakati Ahazi yule mfalme wa Yuda alipoliona hili, akakimbia kwa njia ya Bethi Hagani. Lakini Yehu akamfuata, na kusema, “Muulie humo kwenye gari la farasi,” na wakampiga mahali pa kupandia Guri, karibu na Ebleamu. Ahazi akakimbilia Megido na kufia pale.
ମାତ୍ର ଯିହୁଦାର ରାଜା ଅହସୀୟ ଏହା ଦେଖି ଉଦ୍ୟାନ ଗୃହର ପଥ ଦେଇ ପଳାଇଲେ। ତହିଁରେ ଯେହୂ ତାଙ୍କର ପଛେ ପଛେ ଯାଇ କହିଲେ, “ତାହାକୁ ମଧ୍ୟ ରଥରେ ଆଘାତ କର।” ତହୁଁ ସେମାନେ ଯିବ୍ଲିୟିମ ନିକଟସ୍ଥ ଗୂର୍‍ ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ। ଆଉ ସେ ମଗିଦ୍ଦୋକୁ ପଳାଇ ସେଠାରେ ମଲେ।
28 Watumishi wake wakaubeba mwili wake kwa magari ya farasi kwenda Yerusalemu na kumzika kwenye kaburi lake pamoja na baba zake katika mji wa Daudi.
ତହୁଁ ତାଙ୍କର ଦାସମାନେ ତାଙ୍କୁ ରଥରେ ଯିରୂଶାଲମକୁ ନେଇଗଲେ ଓ ଦାଉଦ-ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କର କବରରେ ତାଙ୍କୁ କବର ଦେଲେ।
29 Basi ilikuwa mwaka wa kumi na moja wa Yoramu mwana wa Ahabu huyo Ahazia akaanza kutawala juu ya Yuda.
ଆହାବଙ୍କର ପୁତ୍ର ଯୋରାମ୍‍ଙ୍କ ରାଜତ୍ଵର ଏକାଦଶ ବର୍ଷରେ ଅହସୀୟ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିଥିଲେ।
30 Wakati Yahu alipokuja kwa Yezebeli, Yezebeli akasikia juu ya hilo, akapaka wanja kwenye macho yake, akatengeneza nywele zake vizuri, na kuchungulia kwenye dirisha.
ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍‍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା।
31 Kadiri Yehu alipokuwa akiingia kwenye lango, akamwambia, “Je unakuja kwa amani, wewe Zimri, muuaji wa bwana wako?”
ପୁଣି ଯେହୂ ଦ୍ୱାରରେ ପ୍ରବେଶ କରିବା ବେଳେ ଈଷେବଲ୍‍ କହିଲା, “ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି?”
32 Yehu akatazama juu ya dirisha na kusema, “Ni nani yuko upande wangu? Nani?” Matowashi wawili au watatu wakachungulia nje.
ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, “କିଏ ମୋʼ ପକ୍ଷରେ ଅଛି? କିଏ?” ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ।
33 Basi Yehu aksema, “Mtupeni chini.” Hivyo wakamtupa Yezebeli chini, na damu yake nyingine ikamwagika kwenye ukuta na farasi, na Yehu akamkanyaga kanyaga chini ya miguu.
ଏଥିରେ ଯେହୂ କହିଲେ, “ତାକୁ ତଳକୁ ପକାଇଦିଅ।” ତହୁଁ ସେମାନେ ଈଷେବଲ୍‍କୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟ୍‍କି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ।
34 Basi Yehu akaingia hiyo sehemu, akala na kunywa. Kisha akasema, “Mtazamani sasa huyu mwanamke aliyelaaniwa na kumzika, kwa kuwa ni binti wa mfalme.”
ଏଥିଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, “ଏବେ ସେହି ଅଭିଶପ୍ତ ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ; କାରଣ ସେ ରାଜକନ୍ୟା।”
35 Wakaenda kumzika, lakini hawakumkuta ila fuvu, miguu, na viganga vya mikono yake.
ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ; ମାତ୍ର ତାହା ମୁଣ୍ଡର ଖପୁରୀ ଓ ପାଦ ଓ ହାତ ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ
36 Basi wakarudi na kumwambia Yehu. Akasema, “Hili ndilo neno la Yahwe ambalo ameliongea kupitia Eliya Mtishbi, likisema, 'Katika nchi Yezreeli mbwa ataula mwili wa Yezebeli,
ଏହେତୁ ସେମାନେ ଫେରିଆସି ଯେହୂଙ୍କୁ ଜଣାଇଲେ। ତହିଁରେ ସେ କହିଲେ, “ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍‍ବୀୟ ଏଲୀୟଙ୍କ ଦ୍ୱାରା ଏହା କହିଥିଲେ, ଯଥା, ‘ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲ୍‍ର ମାଂସ ଖାଇବେ;
37 na mwili wa Yezebeli utakuwa kama kinyesi juu ya uso wa mashamba katika nchi ya Yezreeli, kwa hiyo basi hakuna atakayeweza kusema, “Huyu ni Yezebeli.””
ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍‍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍‍ ବୋଲି ଲୋକେ କହିବେ ନାହିଁ।’”

< 2 Wafalme 9 >