< 1 Samweli 8 >
1 Samweli alipozeeka, aliwaweka watoto wake wawe waamuzi juu ya Israeli.
ଏଥିଉତ୍ତାରେ ଶାମୁୟେଲ ବୃଦ୍ଧ ହୁଅନ୍ତେ, ଆପଣା ପୁତ୍ରମାନଙ୍କୁ ଇସ୍ରାଏଲ ଉପରେ ବିଚାରକର୍ତ୍ତା କଲେ।
2 Mtoto wake wa kwanza aliitwa Yoeli, na mtoto wake wa pili aliitwa Abiya. Hawa walikuwa waamuzi katika Bersheba.
ତାଙ୍କର ଜ୍ୟେଷ୍ଠ ପୁତ୍ରର ନାମ ଯୋୟେଲ ଓ ଦ୍ୱିତୀୟର ନାମ ଅବୀୟ; ଏମାନେ ବେର୍ଶେବାରେ ବିଚାରକର୍ତ୍ତା ଥିଲେ।
3 Watoto wake hawakuenenda katika njia za baba yao, bali walipiga mbio kutafuta mapato ya udhalimu. Walipokea rushwa na na kupotosha hukumu.
ମାତ୍ର ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟ ଲାଭର ଅନୁଗାମୀ ହେଲେ ଓ ଲାଞ୍ଚ ନେଇ ବିଚାର ବିପରୀତ କଲେ।
4 Ndipo wazee wote wa Israeli walikutana pamoja na kumwendea Samweli huko Rama.
ତହିଁରେ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଏକତ୍ର ହୋଇ ରାମାରେ ଶାମୁୟେଲଙ୍କ ନିକଟକୁ ଆସିଲେ;
5 Wakamwambia, “Angalia, wewe umekuwa mzee, na watoto wako hawaenendi katika njia zako. Tuchagulie mfalme wakutuamua kama yalivyo mataifa yote.”
ପୁଣି, ସେମାନେ ତାଙ୍କୁ କହିଲେ, “ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି, ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁ ନାହାନ୍ତି; ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା ନିଯୁକ୍ତ କର।”
6 Lakini haikumpendeza Sameli waliposema, “Utupatie mfalme wa kutuamua.” Hivyo akamwomba BWANA.
ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା। ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
7 Na BWANA akamwambia Samweli, “Sikiliza sauti ya watu kwa kila jambo wanalokwambia; kwa sababu hwajakukataa wewe, bali wamenikataa mimi nisiwe mfalme wao.
ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହି ସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।
8 Sasa wanafanya kama vile walivyotenda tangu siku ile nilipowatoa huko Misri, kwa kuniacha, na kuwatumikia miungu mingine, na ndivyo hivyo pia wanakufanyia na wewe.
ଆମ୍ଭେ ସେମାନଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ ସେମାନେ ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବଗଣର ସେବା କରି ଯେସମସ୍ତ କର୍ମ କରିଅଛନ୍ତି, ତଦନୁସାରେ ସେମାନେ ତୁମ୍ଭ ପ୍ରତି ମଧ୍ୟ କରୁଅଛନ୍ତି।
9 Basi sasa uwasikilize; lakini uwaonye sawasawa na uwafahamishe tabia ya mfalme atakaye waongoza.
ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ୱ କରିବେ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ।”
10 Kwa hiyo Samweli akawaambia watu waliokuwa wakiomba mfalme maneno yote ya BWANA.
ଏଉତ୍ତାରେ ଯେଉଁମାନେ ଶାମୁୟେଲଙ୍କୁ ରାଜା ମାଗିଥିଲେ, ସେହି ଲୋକମାନଙ୍କୁ ସେ ସଦାପ୍ରଭୁଙ୍କର ସମସ୍ତ କଥା ଜଣାଇଲେ।
11 Akasema, “Hivi ndivyo jinsi mfalme atakavyowatawala.
ଆହୁରି ସେ କହିଲେ, “ତୁମ୍ଭମାନଙ୍କ ଉପରେ ଯେ ରାଜତ୍ୱ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ୱାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ।
12 Atawachukua watoto wenu wa kiume na kuwaweka juu ya magari ya vita na kuwa wapanda farasi wake, na kukimbia mbele ya magari yake. Atawaweka ma- kapteni wake juu ya maelfu ya askari, na ma-kapteni juu ya askari hamsini. Wengine atawafanya wakulima wamashamba yake, wengine wavunaji wa mazao yake, wengine watatengeneza silaha zake na zana za magari yake.
ପୁଣି, ସେ ସେମାନଙ୍କୁ ଆପଣାର ସହସ୍ରପତି ଓ ପଚାଶପତି କରି ନିଯୁକ୍ତ କରିବ ଓ ସେ ଆପଣା ଭୂମି ଚାଷ କରିବାକୁ ଓ ଆପଣା ଶସ୍ୟ କାଟିବାକୁ ଓ ଆପଣା ଯୁଦ୍ଧାସ୍ତ୍ର ଓ ଆପଣା ରଥସଜ୍ଜା ନିର୍ମାଣ କରିବାକୁ ସେମାନଙ୍କୁ କାହାକୁ କାହାକୁ ନିଯୁକ୍ତ କରିବ।
13 Naye atawachukua binti zenu kuwa watengeneza manukato, wapishi, na waoka mikate.
ଆଉ ସେ ତୁମ୍ଭମାନଙ୍କ କନ୍ୟାଗଣକୁ ନେଇ ଗନ୍ଧଦ୍ରବ୍ୟ ପ୍ରସ୍ତୁତକାରିଣୀ ଓ ପାଚିକା ଓ ସୂପକାରିଣୀ କରିବ।
14 Atachukua mashamba yenu mazuri, mashamba ya mizabibu, na yale ya mizeituni na kuwapa watumishi wake.
ଆହୁରି ସେ ତୁମ୍ଭମାନଙ୍କ ଶସ୍ୟକ୍ଷେତ୍ର ଓ ତୁମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ଓ ତୁମ୍ଭମାନଙ୍କ ଜୀତକ୍ଷେତ୍ର ମଧ୍ୟରୁ ସର୍ବୋତ୍ତମ କ୍ଷେତ୍ରସବୁ ନେଇ ଆପଣା ଦାସମାନଙ୍କୁ ଦେବ।
15 Atachukua moja ya kumi ya nafaka zenu na mizabibu na na kuwapa maofisa na watumishi wake.
ପୁଣି, ସେ ତୁମ୍ଭମାନଙ୍କ ବିହନର ଓ ତୁମ୍ଭମାନଙ୍କ ଦ୍ରାକ୍ଷାର ଦଶମାଂଶ ନେଇ ଆପଣାର ଗୃହାଧ୍ୟକ୍ଷ ଓ ଦାସମାନଙ୍କୁ ଦେବ।
16 Atawachukua watumwa wenu na wajakazi wenu na vijana wenu waliowazuri na punda wenu; atawatumikisha wote kwa ajili yake.
ଆଉ ସେ ତୁମ୍ଭମାନଙ୍କ ଦାସମାନଙ୍କୁ ଓ ତୁମ୍ଭମାନଙ୍କ ଦାସୀମାନଙ୍କୁ ଓ ତୁମ୍ଭମାନଙ୍କ ସର୍ବୋତ୍ତମ ଯୁବା ପୁରୁଷମାନଙ୍କୁ ଓ ତୁମ୍ଭମାନଙ୍କ ଗର୍ଦ୍ଦଭ ସକଳ ନେଇ ଆପଣା କାର୍ଯ୍ୟରେ ଲଗାଇବ।
17 Atawatoza moja ya kumi ya mifugo yenu, na mtakuwa watumwa wake.
ସେ ତୁମ୍ଭମାନଙ୍କ ମେଷପଲର ଦଶମାଂଶ ନେବ ଓ ତୁମ୍ଭେମାନେ ତାହାର ଦାସ ହେବ।
18 Ndipo mtalia siku ile kwa sababu ya mfalme wenu mliyemchagua kwa ajili yenu; lakini siku ile BWANA hatawajibu
ପୁଣି, ସେସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ।”
19 Lakini watu walikataa kumsikiliza Samweli; wakasema, “Hapana!” Lazima awepo mfalme juu yetu.
ତଥାପି ଲୋକମାନେ ଶାମୁୟେଲଙ୍କର ରବ ଶୁଣିବାକୁ ନାସ୍ତି କଲେ; ଆଉ ସେମାନେ କହିଲେ, “ନା; ଆମ୍ଭମାନଙ୍କ ଉପରେ ଜଣେ ରାଜା ହେଉନ୍ତୁ;
20 Ili tuweze kuwa kama mataifa mengine yote, na hivyo mfalme wetu aweze kutuamua na atoke mbele yetu na atupiganie vita yetu.
ତହିଁରେ ଆମ୍ଭେମାନେ ମଧ୍ୟ ଅନ୍ୟସବୁ ଦେଶୀୟଙ୍କ ପରି ହେବା; ଆମ୍ଭମାନଙ୍କ ରାଜା ଆମ୍ଭମାନଙ୍କୁ ବିଚାର କରିବେ ଓ ଆମ୍ଭମାନଙ୍କ ଅଗ୍ରସର ହୋଇ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।”
21 Naye Samweli aliposikia maneno yote ya watu, akayarudia katika masiko ya BWANA.
ଏଥିରେ ଶାମୁୟେଲ ଲୋକମାନଙ୍କର ସମସ୍ତ କଥା ଶୁଣି ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ତାହା କହିଲେ।
22 BWANA akamwambia Samweli, “Sikiliza sauti yao na uwafanyie mfalme.” Hivyo Samweli akawaambia watu wa Israeli, “Kila mtu na arudi mjini kwake.”
ତହୁଁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ସେମାନଙ୍କ ରବ ଶୁଣ ଓ ସେମାନଙ୍କ ପାଇଁ ଜଣେ ରାଜା ସ୍ଥିର କର।” ଏଉତ୍ତାରେ ଶାମୁୟେଲ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ନଗରକୁ ଯାଅ।”