< 1 Samweli 7 >

1 Watu wa Kiriath Yearimu walikuja, wakalichukua sanduku la BWANA, wakalileta ndani ya nyumba ya Abinadabu mlimani iliyokuwa kilimani. Wakamteua Eleazari, mwanawe, kulitunza sanduku la BWANA.
ଏଥିଉତ୍ତାରେ କିରୀୟଥ୍‍-ଯିୟାରୀମୀୟ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଦୁକ ନେଇଯାଇ ପର୍ବତସ୍ଥିତ ଅବୀନାଦବର ଗୃହରେ ରଖିଲେ; ପୁଣି, ସଦାପ୍ରଭୁଙ୍କ ସିନ୍ଦୁକରକ୍ଷାର୍ଥେ ତାହାର ପୁତ୍ର ଇଲୀୟାସରକୁ ପବିତ୍ର କଲେ।
2 Tangu siku ambayo sanduku lilikaa huko Kiiriath Yearimu, ulipita muda mrefu, miaka ishirini. Nyumba yote ya Israeli iliomboleza na ikaazimu kumrudia BWANA.
ସିନ୍ଦୁକ କିରୀୟଥ୍‍-ଯିୟାରୀମ୍‍ରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍‍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍‍ ବିଳାପ କଲେ।
3 Samweli akawaambia watu wote wa Israeli, “Kama mtamrudia BWANA kwa moyo wenu wote, mkaiondoa miungu migeni na Ashtorethi kutoka katikati yenu, igeuzeni mioyo yenu kwa BWANA, na mwabuduni yeye peke yake, ndipo atawaokoa kutoka mkono wa Wafilisti.”
ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ ବଂଶକୁ କହିଲେ, “ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍‍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।”
4 Ndipo watu wa Israeli wakamuondoa Baali na Ashtorethi, na wakamwabudu BWANA peke yake.
ତେବେ ଇସ୍ରାଏଲ-ସନ୍ତାନଗଣ ବାଲ୍‍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍‍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ।
5 Ndipo Samweli akasema, “Waleteni Israeli wote hadi Mizpa, nami nitamwomba BWANA kwa ajili yenu.”
ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପାରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।”
6 Wakakusanyika Mispa, wakateka maji na kuyamwaga chini mbele za BWANA. Siku hiyo walifunga na kusema, “Tumemfanyia BWANA dhambi.” Hapo Mispa ndipo Samweli aliwaamu na kuwaongoza watu wa Iraeli. -8
ତହୁଁ ସେମାନେ ମିସ୍ପାରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହି ଦିନ ଉପବାସ କରି ସେହିଠାରେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।” ଏଉତ୍ତାରେ ଶାମୁୟେଲ ମିସ୍ପାରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ।
7 Basi Wafilisti waliposikiakwamba Waisraeli wamekusanyika hapo Mispa, viongozi wa Wafilisti waliwashambulia Israeli. Waisraeli waliposikia hivyo, waliwaogopa Wafilisti.
ଏଥିମଧ୍ୟରେ ଇସ୍ରାଏଲ-ସନ୍ତାନଗଣ ମିସ୍ପାରେ ଏକତ୍ରିତ ହୋଇଅଛନ୍ତି, ପଲେଷ୍ଟୀୟମାନେ ଏହି କଥା ଶୁଣନ୍ତେ, ପଲେଷ୍ଟୀୟମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠି ଆସିଲେ। ତହିଁରେ ଇସ୍ରାଏଲ-ସନ୍ତାନଗଣ ତାହା ଶୁଣି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଭୀତ ହେଲେ।
8 Ndipo Waisraeli wakamwambia Samweli, “Usiache kumwomba BWANA Mungu wetu kwa ajili yetu, ili atuokoe kutoka mkono wa Wafilisti.”
ପୁଣି, ଇସ୍ରାଏଲ-ସନ୍ତାନଗଣ ଶାମୁୟେଲଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ।”
9 Samweli alimchukua kondoo mchanga nakumtoa sadaka ya kuteketezwa kikamilifu kwa BWANA. Ndipo Samweli akamlilia BWANA kwa ajili ya Israeli, na BWANA akamjibu.
ତହୁଁ ଶାମୁୟେଲ ଏକ ଦୁଗ୍ଧପୋଷ୍ୟ ମେଷବତ୍ସ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁଦାୟ ହୋମବଳି ଉତ୍ସର୍ଗ କଲେ; ଆଉ ଶାମୁୟେଲ ଇସ୍ରାଏଲ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ ଓ ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ।
10 Hata Samweli alipokuwa akitoa sadaka ya kuteketezwa, Wafilisti wakasogea karibu kuwashambulia Israeli; lakini BWANA alipiga kwa nguromo ya sauti kubwa siku hiyo dhidi ya Wafilisti na kuwatia kiwewe, na wakashindwa mbele ya Israeli.
ପୁଣି, ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘ ଗର୍ଜ୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ।
11 Waisraeli wakaondoka Mispa, wakawafuatia Wafilisti na kuwaua hadi kufika chini ya Beth kari.
ତହୁଁ ଇସ୍ରାଏଲ ଲୋକମାନେ ମିସ୍ପାରୁ ବାହାରି ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇ ବେଥ୍-କର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ।
12 KIsha Samweli akachukua jiwe akalisimamisha kati ya Mispa na Sheni. Akaliita hilo jiwe Ebeneza, akisema, “Hata sasa BWANA ametusaidia.”
ତହିଁରେ ଶାମୁୟେଲ ଖଣ୍ଡେ ପଥର ନେଇ ମିସ୍ପା ଓ ଶେନ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନ୍‍-ଏଜର (ଉପକାର ସ୍ମରଣାର୍ଥକ ପ୍ରସ୍ତର) ରଖି କହିଲେ, “ଏପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି।”
13 Kwa hiyo, Wafilisti walishindwa na hawakuingia katika mipaka ya Israeli. Mkono wa BWANA uliwalemea Wafilisti siku zote za Samweli.
ଏହି ପ୍ରକାରେ ପଲେଷ୍ଟୀୟମାନେ ବଶୀଭୂତ ହୋଇ ଇସ୍ରାଏଲର ଅଞ୍ଚଳ ମଧ୍ୟକୁ ଆଉ ଆସିଲେ ନାହିଁ; ପୁଣି, ଶାମୁୟେଲଙ୍କର ଯାବଜ୍ଜୀବନ ସଦାପ୍ରଭୁଙ୍କ ହସ୍ତ ପଲେଷ୍ଟୀୟମାନଙ୍କର ପ୍ରତିକୂଳ ହେଲା।
14 Miji ambayo Wafilisti waliitwaa kutoka kwa Israeli ilirudishwa, kutokea Ekroni hadi Gathi; Israeli ikarudisha tena sehemu za nchi zake kutoka kwa Wafilisti. Ndipo ikawa amani kati ya Israeli na Waamori.
ଆଉ ପଲେଷ୍ଟୀୟମାନେ ଇସ୍ରାଏଲଠାରୁ ଯେସମସ୍ତ ନଗର ହରଣ କରିଥିଲେ, ଇକ୍ରୋଣଠାରୁ ଗାଥ୍‍ ପର୍ଯ୍ୟନ୍ତ ସେସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା; ପୁଣି, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ। ଏଉତ୍ତାରେ ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ସନ୍ଧି ହେଲା।
15 Samweli akawa mwamuzi wa Israeli siku zote za maisha yake.
ଶାମୁୟେଲ ଆପଣାର ଯାବଜ୍ଜୀବନ ଇସ୍ରାଏଲର ବିଚାର କଲେ।
16 Kila mwaka alienda Betheli kwa kuzunguka, akienda Gilgali, na huko Mispa.
ସେ ପ୍ରତି ବର୍ଷ ବେଥେଲ୍‍ ଓ ଗିଲ୍‍ଗଲ୍‍ ଓ ମିସ୍ପାରେ ଭ୍ରମଣ କରି ସେସବୁ ସ୍ଥାନରେ ଇସ୍ରାଏଲର ବିଚାର କରୁଥିଲେ।
17 Kisha angerudi Rama, kwa sababu mji wake ulikuwa huko; na huko pia aliwaamua Waisiraeli. Hata huko Rama, pia alimjengea BWANA madhabahu.
ପୁଣି, ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ।

< 1 Samweli 7 >