< 1 Samweli 18 >

1 Daudi alipokuwa amemaliza kuongea na Sauli, roho ya Yonathani ilishikana na roho ya Daudi, na Yonathani akampenda kama roho yake mwenyewe.
ଏଥିଉତ୍ତାରେ ଶାଉଲଙ୍କ ସହିତ ତାଙ୍କର କଥା ସମାପ୍ତ ହୁଅନ୍ତେ, ଯୋନାଥନର ପ୍ରାଣ ଦାଉଦଙ୍କର ପ୍ରାଣରେ ସଂଲଗ୍ନ ହେଲା, ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲା।
2 Sauli akamweka kazini Daudi siku hiyo, hakumwacha arudi nyumbani kwa baba yake.
ପୁଣି, ଶାଉଲ ସେହି ଦିନ ତାଙ୍କୁ ଗ୍ରହଣ କରି ତାଙ୍କର ପିତୃଗୃହକୁ ଆଉ ଯିବାକୁ ଦେଲେ ନାହିଁ।
3 Kisha Yonathani na Daudi wakafanya makubaliano ya urafiki kwa sababu Yonathani alimenda kama roho yake mwenyewe.
ଆଉ ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏକ ନିୟମ କଲେ।
4 Yonathani akavua kanzu aliyokuwa amevaa na kumpa Daudi, akampa na vazi lake la kivita, pamoja na upanga, upinde, na mshipi.
ପୁଣି, ଯୋନାଥନ ଆପଣା ଦେହରୁ ଚୋଗା କାଢ଼ି ଦାଉଦଙ୍କୁ ଦେଲା, ମଧ୍ୟ ଆପଣା ବସ୍ତ୍ର ଓ ଖଡ୍ଗ ଓ ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାଙ୍କୁ ଦେଲା।
5 Daudi alikwenda popote ambapo Sauli alimtuma, naye alifanikiwa. Sauli akamteua Daudi awe mkuu wa wapiganaji. Jambo hili lilipendeza machoni pa watu na katika macho ya watumishi wa Sauli.
ଆଉ ଶାଉଲ ଦାଉଦଙ୍କୁ ଯେକୌଣସି ସ୍ଥାନକୁ ପଠାନ୍ତି, ସେ ସେଠାକୁ ଯାଇ ବୁଦ୍ଧିରେ କାର୍ଯ୍ୟ କରନ୍ତି, ଏହେତୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ସମସ୍ତ ଲୋକଙ୍କ ଦୃଷ୍ଟିରେ ଓ ଶାଉଲଙ୍କ ଦାସମାନଙ୍କ ଦୃଷ୍ଟିରେ ମଧ୍ୟ ଉତ୍ତମ ଦେଖାଗଲା।
6 Wakati wanarudi nyumbani kutoka kuwapiga Wafilisti, wanawake walitoka miji yote ya Israeli, wakiimba na kucheza, ili kukutana na mfalme Sauli, wakiwa na matowazi, wenye furaha, na wakiwa na ala za muziki.
ଦାଉଦ ପଲେଷ୍ଟୀୟକୁ ବଧ କରି ଫେରିଲା ବେଳେ ଲୋକମାନେ ଆସୁ ଆସୁ ଏପରି ହେଲା ଯେ, ଇସ୍ରାଏଲୀୟ ସମସ୍ତ ନଗରରୁ ସ୍ତ୍ରୀମାନେ ବାହାରି ଦାରା, ଆନନ୍ଦଧ୍ୱନି ଓ ତ୍ରିତନ୍ତ୍ରୀ ବାଦ୍ୟ ସହିତ ଗାୟନ ଓ ନୃତ୍ୟ କରୁ କରୁ ଶାଉଲ ରାଜାଙ୍କୁ ଭେଟିବା ପାଇଁ ଆସିଲେ।
7 Hao wanawake waliimba kwa kupokezana huku wakicheza; Wakiimba: “Sauli ameua maelfu yake, Na Daudi ameua makumi elfu yake.”
ଆଉ ସେହି ସ୍ତ୍ରୀମାନେ ବାଦ୍ୟ କରୁ କରୁ ଉତ୍ତର ପ୍ରତ୍ୟୁତ୍ତର କ୍ରମେ ଗାୟନ କରି କହିଲେ: “ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ।”
8 Sauli alikasirika sana, na wimbo huu haukumpendeza. Naye akasema, “Wamemsifia Daudi juu ya makumi elfu, lakini wamenisifia melfu tu mimi! Atapata kitu gani zaidi isipokuwa ufalme?
ଏଥିରେ ଶାଉଲ ଅତି କ୍ରୁଦ୍ଧ ହେଲେ ଓ ଏହି କଥା ତାଙ୍କର ଦୃଷ୍ଟିରେ ମନ୍ଦ ବୋଧ ହେଲା; ଏଣୁ ସେ କହିଲେ, “ସେମାନେ ଦାଉଦଙ୍କୁ ଅୟୁତ ଅୟୁତର ଜୟୀ ଓ ଆମ୍ଭଙ୍କୁ କେବଳ ସହସ୍ର ସହସ୍ରର ଜୟୀ ବୋଲି କହିଲେ; ରାଜତ୍ୱ ଛଡ଼ା ତାହାର ଆଉ କଅଣ ପାଇବାର ବାକି ଅଛି?”
9 Kuanzia siku hiyo na kuendelea, Sauli alimuangalia Daudi kwa mashaka.
ସେହି ଦିନାବଧି ଶାଉଲ ଦାଉଦଙ୍କ ପ୍ରତି କୁଦୃଷ୍ଟି ରଖିଲେ।
10 Kesho yake yule roho ya ubaya kutoka kwa Mungu ikamwingia Sauli kwa nguvu. Naye akawa anafanya kama mwendawazimu nyumbani mwake. Hivyo Daudi akapiga kifaa chake, kama alivyofanya kila siku. Sauli alikuwa na mkuki wake mkononi.
ପରଦିନ ପରମେଶ୍ୱରଙ୍କଠାରୁ ମନ୍ଦ ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ସେ ଗୃହ ମଧ୍ୟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ପୁଣି, ଦାଉଦ ପ୍ରତିଦିନ ପରି ହସ୍ତରେ ବାଦ୍ୟ ବଜାଇଲେ; ସେସମୟରେ ଶାଉଲଙ୍କ ହସ୍ତରେ ବର୍ଚ୍ଛା ଥିଲା।
11 Sauli akatupa mkuki wake, kwani alifikiri, “Nitampigilia ukutani.” Lakini Daudi mara mbili aliepa uwepo wa Sauli.
ତହୁଁ ଶାଉଲ ବର୍ଚ୍ଛା ଫିଙ୍ଗିଲେ; କାରଣ ସେ କହିଲେ, “ମୁଁ ଦାଉଦଙ୍କୁ କାନ୍ଥରେ ଫୋଡ଼ିବି।” ମାତ୍ର ଦାଉଦ ତାଙ୍କ ନିକଟରୁ ଦୁଇ ଥର ଘୁଞ୍ଚିଗଲେ।
12 Sauli alimwogopa Daudi, kwa sababu BWANA alikuwa pamoja naye, lakini hakuwa na Sauli tena.
ପୁଣି, ଶାଉଲ ଦାଉଦଙ୍କୁ ଭୟ କଲେ, କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ଶାଉଲଙ୍କୁ ତ୍ୟାଗ କରିଥିଲେ।
13 Hivyo Sauli alimuondoa Daudi mbele yake na akamteua kuwa kamanda wa kikosi cha askari elfu moja. Kwa namna hii David alitoka na kuingia mbele ya watu.
ଏହେତୁ ଶାଉଲ ଆପଣା ନିକଟରୁ ତାଙ୍କୁ ଅନ୍ତର କରି ତାଙ୍କୁ ସହସ୍ର ଉପରେ ଆପଣାର ସେନାପତି କଲେ; ଆଉ ସେ ଲୋକମାନଙ୍କ ସମ୍ମୁଖରେ ଗତାୟାତ କଲେ।
14 Daudi alikuwa akistawi kwa mambo yake yote, maana BWANA alikuwa pamoja naye.
ଆଉ ଦାଉଦ ଆପଣାର ସବୁ କଥାରେ ବୁଦ୍ଧିମାନ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗରେ ହେଲେ।
15 Sauli alipoona kwamba Daudi anastawi, alimwogopa.
ପୁଣି, ଯେତେବେଳେ ଶାଉଲ ତାଙ୍କୁ ଅତି ବୁଦ୍ଧିମାନ ଦେଖିଲେ, ସେ ତାଙ୍କ ବିଷୟରେ ଭୀତ ହେଲେ।
16 Lakini Israeli yote na Yuda walimpenda Daudi, maana alitoka na kuingia mbele yao.
ମାତ୍ର ସମସ୍ତ ଇସ୍ରାଏଲ ଓ ଯିହୁଦା ଦାଉଦଙ୍କୁ ପ୍ରେମ କଲେ; କାରଣ ସେ ସେମାନଙ୍କ ସମ୍ମୁଖରେ ଗତାୟାତ କଲେ।
17 Kisha Sauli akamwambia Daudi, “Huyu hapa ni binti yangu mkubwa Merabu. Nitakupatia awe mke wako. Ila tu uwe jasiri kwa ajili yangu na upigane vita vya BWANA.” Maana Sauli alifikiri, “Usije mkono wangu ukawa juu yake, ila acha mkono wa Wafilisti uwe juu yake.”
ଏଥିଉତ୍ତାରେ ଶାଉଲ ଦାଉଦଙ୍କୁ କହିଲେ, “ମେରବ୍‍ ନାମ୍ନୀ ମୋହର ଜ୍ୟେଷ୍ଠା କନ୍ୟାକୁ ଦେଖ, ମୁଁ ତୁମ୍ଭ ସଙ୍ଗରେ ତାହାର ବିବାହ ଦେବି; କେବଳ ତୁମ୍ଭେ ମୋହର ପକ୍ଷରେ ବିକ୍ରମୀ ହୁଅ ଓ ସଦାପ୍ରଭୁଙ୍କ ଯୁଦ୍ଧରେ ଯୁଦ୍ଧ କର।” ଶାଉଲ ମନେ କଲେ, “ମୋହର ହସ୍ତ ତାହା ଉପରେ ନ ଉଠୁ, ମାତ୍ର ପଲେଷ୍ଟୀୟମାନଙ୍କ ହସ୍ତ ତାହା ଉପରେ ଉଠୁ।”
18 Daudi akamwambia Sauli, “Mimi ni nani, na maisha yangu yana nini, au hata maisha ya familia ya baba yangu katika Israeli, kiasi cha kuwa mkwe wa mfalme?” 1 Samweli 18-19-19
ଏଥିରେ ଦାଉଦ ଶାଉଲଙ୍କୁ କହିଲେ, “ମୁଁ କିଏ ଓ ମୋହର ଜୀବନ କଅଣ ଓ ଇସ୍ରାଏଲ ମଧ୍ୟରେ ମୋହର ପିତୃବଂଶ କଅଣ ଯେ, ମୁଁ ମହାରାଜାଙ୍କ ଜୁଆଁଇ ହେବି?”
19 Lakini wakati ambao Merabu, binti Sauli, ilipasa kuwa ameolewa na Daudi, aliozwa kwa Adrieli Mmeholathi.
ମାତ୍ର ଯେଉଁ ସମୟରେ ଦାଉଦଙ୍କୁ ଶାଉଲଙ୍କର କନ୍ୟା ମେରବ୍‍ ଦତ୍ତ ହୋଇଥାʼନ୍ତା, ସେସମୟରେ ଏପରି ଘଟିଲା ଯେ, ସେ ମହୋଲାତୀୟ ଅଦ୍ରୀୟେଲକୁ ଭାର୍ଯ୍ୟା ରୂପେ ଦତ୍ତ ହେଲା।
20 Lakini Mikali, binti Sauli, alimpenda Daudi. Na watu walimwambia Sauli, na jambo hilo likampendeza.
ପୁଣି, ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ପ୍ରେମ କଲା; ତହୁଁ ଲୋକମାନେ ଶାଉଲଙ୍କୁ ତାହା ଜଣାନ୍ତେ, ସେ କଥା ତାଙ୍କ ଦୃଷ୍ଟିରେ ପସନ୍ଦ ହେଲା।
21 Ndipo Sauli akafikiri, “Nitampatia huyu awe mke wake, ili uwe mtego kwake, na hivyo mkono wa Wafilisti pengine uwe juu yake.” Kwa hiyo Sauli akamwambia Daudi mara ya pili, “Wewe utakuwa mkwe wangu.”
ପୁଣି, ଶାଉଲ କହିଲେ, ମୁଁ ତାହାକୁ ସେହି କନ୍ୟା ଦେବି, ତହିଁରେ ସେ ତାହାର ଫାନ୍ଦ ସ୍ୱରୂପ ହେବ ଓ ପଲେଷ୍ଟୀୟମାନଙ୍କ ହସ୍ତ ତାହାର ପ୍ରତିକୂଳ ହେବ। ଏଣୁ ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ଆଜି ଦ୍ୱିତୀୟ ଥର ମୋର ଜୁଆଁଇ ହେବ।”
22 Sauli akawaamuru watumishi wake, “Ongeeni na Daudi kwa njia ya siri, na mseme, 'Tazama, mfalme anakufurahia, na watumishi wake wote wanakupenda. Sasa basi, uwe mkwe wa mfalme.'”
ଏଉତ୍ତାରେ ଶାଉଲ ଆପଣା ଦାସମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଗୋପନରେ ଦାଉଦ ସଙ୍ଗେ ଆଳାପ କରି କୁହ, ‘ଦେଖ, ରାଜା ତୁମ୍ଭ ଉପରେ ସନ୍ତୁଷ୍ଟ ଅଛନ୍ତି ଓ ତାଙ୍କର ସମସ୍ତ ଦାସ ତୁମ୍ଭଙ୍କୁ ପ୍ରେମ କରୁଅଛନ୍ତି; ଏହେତୁ ତୁମ୍ଭେ ରାଜାଙ୍କର ଜୁଆଁଇ ହୁଅ।’”
23 Hivyo watumishi wa Sauli wakayasema maneno haya kwa Daudi. Na Daudi akasema, “Kwenu ninyi mnaona ni jambo dogo kuwa mkwe wa mfalme, mimi ni maskini, na heshima yangu ni ndogo.”
ତହିଁରେ ଶାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁଁ ଦାଉଦ କହିଲେ, “ରାଜାଙ୍କର ଜୁଆଁଇ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ।”
24 Watumishi wa Sauli wakarudisha kwake taarifa ya maneno ambayo Daudi aliyasema.
ଏଥିରେ ଦାଉଦ ଏପରି ଏପରି କହିଲେ ବୋଲି ଶାଉଲଙ୍କ ଦାସମାନେ ତାଙ୍କୁ ଜଣାଇ କହିଲେ।
25 Na Sauli akasema, “Hivi ndivyo mtakavyo mwambia Daudi, 'Mfalme haitaji mahari yoyote, isipokuwa govi mia moja za Wafilisti, ili ajilipize kisasi kwa adui wa mfalme.”' Basi Sauli alifikiri atamwangusha Daudi kwa mkono wa Wafilisti.
ତହିଁରେ ଶାଉଲ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ଏପରି କୁହ, ‘ରାଜା କିଛି ମୂଲ୍ୟ ଚାହାନ୍ତି ନାହିଁ, ମାତ୍ର ରାଜାଙ୍କ ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ନିମନ୍ତେ ପଲେଷ୍ଟୀୟମାନଙ୍କର ଶହେ ସୁନ୍ନତ ଚର୍ମ ଚାହାନ୍ତି।’” ପଲେଷ୍ଟୀୟମାନଙ୍କ ହସ୍ତ ଦ୍ୱାରା ଦାଉଦଙ୍କୁ ବଧ କରିବା ପାଇଁ ଶାଉଲଙ୍କର ବିଚାର ଥିଲା।
26 Watumishi wake walipomwambia maneno haya, yakamvutia Daudi awe mkwe wa mfalme.
ପୁଣି, ତାଙ୍କର ଦାସମାନେ ଦାଉଦଙ୍କୁ ଏହି କଥା ଜଣାନ୍ତେ, ରାଜାଙ୍କର ଜୁଆଁଇ ହେବା ପାଇଁ ଦାଉଦଙ୍କ ଦୃଷ୍ଟିରେ ପସନ୍ଦ ହେଲା।
27 Kabla siku hizo hazijapita, Daudi aliondoka na watu wake na kuwaua Wafilisti mia mbili. Daudi akazileta govi zao, na kumkadhi mfalme kulingana na idadi yake, ili aweze kufanyika mkwe wa mfalme. Kwa hiyo Sauli akamwoza Mikali, binti yake, awe mkewe.
ଏଥିଉତ୍ତାରେ କାଳ ସମ୍ପୂର୍ଣ୍ଣ ନୋହୁଣୁ, ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟୀୟମାନଙ୍କର ଦୁଇ ଶହ ଲୋକଙ୍କୁ ବଧ କଲେ; ପୁଣି, ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତହୁଁ ସେ ଯେପରି ରାଜାଙ୍କର ଜୁଆଁଇ ହେବେ, ଏଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ। ତହିଁରେ ଶାଉଲ ତାଙ୍କୁ ଆପଣା କନ୍ୟା ମୀଖଲକୁ ଭାର୍ଯ୍ୟା ରୂପେ ଦାନ କଲେ।
28 Basi Sauli aliona na kufahamu kwamba BWANA alikuwa pamoja na Daudi. Mikali, binti Sauli, akampenda Daudi.
ଆଉ ସଦାପ୍ରଭୁ ଦାଉଦଙ୍କର ସଙ୍ଗରେ ଅଛନ୍ତି; ଏହା ଶାଉଲ ଦେଖିଲେ ଓ ଜାଣିଲେ; ମଧ୍ୟ ଶାଉଲଙ୍କର କନ୍ୟା ମୀଖଲ ତାଙ୍କୁ ପ୍ରେମ କଲା।
29 Sauli akazidi kumwogopa Daudi. Sauli akawa adui wa Daudi daima.
ଏହେତୁ ଶାଉଲ ଦାଉଦଙ୍କର ବିଷୟରେ ଅଧିକ ଭୀତ ହେଲେ; ଆଉ ଶାଉଲ ସର୍ବଦା ଦାଉଦଙ୍କର ଶତ୍ରୁ ହେଲେ।
30 Ndipo wakuu wa Wafilisti wakajitokeza kwa ajili ya vita, na mara zote walipojitokeza Daudi alifanikiwa zaidi kuliko watumishi wote wa Sauli, hivyo jina lake likapata heshima kubwa.
ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ବାହାରିବାକୁ ଲାଗିଲେ; ପୁଣି, ସେମାନେ ଯେତେ ଥର ବାହାରିଲେ, ସେତେଥର ଦାଉଦ ଶାଉଲଙ୍କର ସମସ୍ତ ଦାସ ଅପେକ୍ଷା ଅଧିକ ବୁଦ୍ଧିର କାର୍ଯ୍ୟ କଲେ; ଏଣୁ ତାଙ୍କର ନାମ ଅତିଶୟ ମାନ୍ୟ ହେଲା।

< 1 Samweli 18 >