< Warumi 14 >

1 Mkaribisheni yeye ambaye imani yake ni dhaifu, lakini si kwa kugombana na kubishana juu ya mawazo yake.
ବିଶ୍ୱାସରେ ଯେ ଦୁର୍ବଳ, ତାହାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ।
2 Mtu mmoja imani yake inamruhusu kula kila kitu, lakini mwingine ambaye imani yake ni dhaifu, hula mboga tu.
ସମସ୍ତ ପଦାର୍ଥ ଭୋଜନ କରିବା ନିମନ୍ତେ ଜଣେ ଲୋକର ବିଶ୍ୱାସ ଅଛି, କିନ୍ତୁ ଯେ ବିଶ୍ୱାସରେ ଦୁର୍ବଳ, ସେ କେବଳ ଶାକ ଭୋଜନ କରେ।
3 Yeye alaye kila kitu asimdharau yeye asiyekula. Wala yeye asiyekula kila kitu asimhukumu yule alaye kila kitu, kwa maana Mungu amemkubali.
ଯେ ଭୋଜନ କରେ, ସେ ଭୋଜନ ନ କରିବା ଲୋକକୁ ତୁଚ୍ଛ ନ କରୁ; ପୁଣି, ଯେ ଭୋଜନ କରେ ନାହିଁ, ସେ ଭୋଜନ କରିବା ଲୋକର ବିଚାର ନ କରୁ, କାରଣ ଈଶ୍ବର ତାହାକୁ ଗ୍ରହଣ କରିଅଛନ୍ତି।
4 Wewe ni nani hata umhukumu mtumishi wa mtu mwingine? Kwa bwana wake tu anasimama au kuanguka. Naye atasimama kwa sababu Bwana anaweza kumsimamisha.
ତୁମ୍ଭେ କିଏ ଯେ ଅନ୍ୟର ଦାସର ବିଚାର କରୁଅଛ? ସେ ଆପଣା ପ୍ରଭୁ ନିକଟରେ ସ୍ଥିର ରୁହେ ବା ପତିତ ହୁଏ; ହଁ, ତାହାକୁ ସ୍ଥିର ରଖାଯିବ, କାରଣ ତାହାକୁ ସ୍ଥିର ରଖିବାକୁ ପ୍ରଭୁଙ୍କର ଶକ୍ତି ଅଛି।
5 Mtu mmoja anaitukuza siku fulani kuwa ni bora kuliko nyingine, na mwingine anaona kuwa siku zote ni sawa. Basi kila mmoja awe na hakika na yale anayoamini.
ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ।
6 Yeye anayehesabu siku moja kuwa takatifu kuliko nyingine, hufanya hivyo kwa kumheshimu Bwana. Naye alaye nyama hula kwa Bwana, kwa maana humshukuru Mungu, naye akataaye kula nyama hufanya hivyo kwa Bwana na humshukuru Mungu.
ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ବରଙ୍କୁ ଧନ୍ୟବାଦ ଦିଏ; ପୁଣି, ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।
7 Kwa kuwa hakuna hata mmoja wetu anayeishi kwa ajili yake mwenyewe, wala hakuna hata mmoja wetu afaye kwa ajili yake mwenyewe.
କାରଣ ଆମ୍ଭମାନଙ୍କ ମଧ୍ୟରୁ କେହି ଆପଣା ଉଦ୍ଦେଶ୍ୟରେ ବଞ୍ଚେ ନାହିଁ ଏବଂ ଆପଣା ଉଦ୍ଦେଶ୍ୟରେ ମରେ ନାହିଁ।
8 Kama tunaishi, tunaishi kwa Bwana, nasi pia tukifa tunakufa kwa Bwana. Kwa hiyo basi, kama tukiishi au kama tukifa, sisi ni mali ya Bwana.
ଯେଣୁ, ଯଦି ଆମ୍ଭେମାନେ ବଞ୍ଚୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ। ଅତଏବ, ଯଦି ଆମ୍ଭେମାନେ ବଞ୍ଚୁ କିମ୍ବା ମରୁ, ଆମ୍ଭେମାନେ ପ୍ରଭୁଙ୍କର ଅଟୁ।
9 Kwani kwa sababu hii hasa, Kristo alikufa na akawa hai tena kusudi apate kuwa Bwana wa wote, yaani, waliokufa na walio hai.
କାରଣ ଖ୍ରୀଷ୍ଟ ଯେପରି ମୃତ ଓ ଜୀବିତ ଉଭୟଙ୍କ ପ୍ରଭୁ ହୁଅନ୍ତି, ସେହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ, ପୁଣି, ପୁନର୍ଜୀବିତ ହେଲେ।
10 Basi kwa nini wewe wamhukumu ndugu yako? Au kwa nini wewe unamdharau ndugu yako? Kwa kuwa sote tutasimama mbele ya kiti cha Mungu cha hukumu.
କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା।
11 Kwa kuwa imeandikwa: “‘Kama vile niishivyo,’ asema Bwana, ‘kila goti litapigwa mbele zangu, na kila ulimi utakiri kwa Mungu.’”
ଯେଣୁ ଲେଖାଅଛି, “ପ୍ରଭୁ କହନ୍ତି, ‘ଆମ୍ଭେ ଜୀବିତ ଥିବା ପ୍ରମାଣେ,’ ‘ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ବରଙ୍କ ପ୍ରଶଂସା କରିବ।’”
12 Hivyo basi kila mmoja wetu atatoa habari zake mwenyewe kwa Mungu.
ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ବରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ।
13 Kwa hiyo tusiendelee kuhukumiana: Badala yake mtu asiweke kamwe kikwazo au kizuizi katika njia ya ndugu mwingine.
ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର।
14 Ninajua tena nimehakikishiwa sana katika Bwana Yesu kwamba hakuna kitu chochote ambacho ni najisi kwa asili yake. Lakini kama mtu anakiona kitu kuwa ni najisi, basi kwake huyo kitu hicho ni najisi.
ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି।
15 Kama ndugu yako anahuzunishwa kwa sababu ya kile unachokula, basi huenendi tena katika upendo. Usiruhusu kile unachokula kiwe sababu ya kumwangamiza ndugu yako ambaye Kristo alikufa kwa ajili yake.
କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ। ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାହାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ୱାରା ବିନାଶ କର ନାହିଁ।
16 Usiruhusu kile ambacho unakiona kuwa chema kisemwe kuwa ni kiovu.
ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ;
17 Kwa maana Ufalme wa Mungu si kula na kunywa, bali ni haki, amani na furaha katika Roho Mtakatifu.
କାରଣ ଈଶ୍ବରଙ୍କ ରାଜ୍ୟ ଭୋଜନପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଓ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ ଅଟେ।
18 Kwa sababu mtu yeyote anayemtumikia Kristo kwa jinsi hii, anampendeza Mungu na kukubaliwa na wanadamu.
ଯେଣୁ ଯେ ଏହି ବିଷୟରେ ଖ୍ରୀଷ୍ଟଙ୍କର ସେବା କରେ, ସେ ଈଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଓ ମନୁଷ୍ୟମାନଙ୍କ ନିକଟରେ ପରୀକ୍ଷାସିଦ୍ଧ ହୁଏ।
19 Kwa hiyo na tufanye bidii kutafuta yale yaletayo amani na kujengana sisi kwa sisi.
ଅତଏବ ଆସ, ଯେ ଯେ ବିଷୟ ଶାନ୍ତିଜନକ, ଆଉ ଯେ ଯେ ବିଷୟ ଦ୍ୱାରା ପରସ୍ପରର ନିଷ୍ଠା ହୁଏ, ସେହି ସବୁର ଆମ୍ଭେମାନେ ଅନୁଗମନ କରୁ।
20 Usiiharibu kazi ya Mungu kwa ajili ya chakula. Hakika vyakula vyote ni safi, lakini ni kosa kula kitu chochote kinachomsababisha ndugu yako ajikwae.
ଖାଦ୍ୟ ସକାଶେ ଈଶ୍ବରଙ୍କର କର୍ମ ନଷ୍ଟ କର ନାହିଁ। ସମସ୍ତ ବିଷୟ ଅବଶ୍ୟ ଶୁଚି; ତଥାପି ଯେଉଁ ଲୋକ ଯାହା ଭୋଜନ କରି ବାଧା ପାଏ, ତାହା ପକ୍ଷରେ ତାହା ମନ୍ଦ।
21 Ni afadhali kutokula nyama wala kunywa divai au kufanya jambo lingine lolote litakalomsababisha ndugu yako ajikwae.
ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ।
22 Je, wewe unayo imani? Ile imani uliyo nayo, uwe nayo nafsini mwako mbele za Mungu. Heri mtu yule asiye na sababu ya kujihukumu nafsi yake kwa ajili ya kile anachokifanya.
ତୁମ୍ଭର ଯେଉଁ ବିଶ୍ୱାସ ଅଛି, ତାହା ତୁମ୍ଭେ ଈଶ୍ବରଙ୍କ ସାକ୍ଷାତରେ ଆପଣା ଅନ୍ତରରେ ଧରି ରଖ। ଯେ ଯାହା ପରୀକ୍ଷାସିଦ୍ଧ ବୋଲି ବିବେଚନା କରେ, ସେ ଯଦି ସେଥିରେ ଆପଣାକୁ ଦୋଷୀ ନ କରେ, ତେବେ ସେ ଧନ୍ୟ।
23 Lakini kama mtu ana shaka kuhusu kile anachokula, amehukumiwa, kwa sababu hakula kwa imani. Kwa kuwa chochote kinachofanywa pasipo imani ni dhambi.
କିନ୍ତୁ ଯେ ସନ୍ଦେହ କରି ଭୋଜନ କରେ, ସେ ଦଣ୍ଡନୀୟ ହୁଏ, କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ; ଆଉ ଯାହା କିଛି ବିଶ୍ୱାସରୁ ହୁଏ ନାହିଁ, ତାହା ପାପ।

< Warumi 14 >