< Hesabu 9 >

1 Bwana akasema na Mose katika Jangwa la Sinai katika mwezi wa kwanza wa mwaka wa pili baada ya Waisraeli kutoka Misri. Akasema,
ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେଲା ଉତ୍ତାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ପ୍ରାନ୍ତରରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 “Waamuru Waisraeli waadhimishe Pasaka katika wakati ulioamriwa.
“ଇସ୍ରାଏଲ-ସନ୍ତାନଗଣ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ;
3 Adhimisheni wakati ulioamriwa, yaani wakati wa kuzama jua siku ya kumi na nne ya mwezi huu, kufuatana na desturi zake zote na masharti yake.”
ଏହି ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟାକାଳର ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ; ତହିଁର ସମସ୍ତ ବିଧି ଓ ନିୟମ ଅନୁସାରେ ତାହା ପାଳନ କରିବ।”
4 Hivyo Mose akawaambia Waisraeli waiadhimishe Pasaka,
ତହୁଁ ମୋଶା ଇସ୍ରାଏଲ-ସନ୍ତାନଗଣକୁ ନିସ୍ତାର ପର୍ବ ପାଳନ କରିବା ପାଇଁ କହିଲେ।
5 nao wakafanya hivyo kwenye Jangwa la Sinai wakati wa kuzama jua siku ya kumi na nne ya mwezi wa kwanza. Waisraeli wakafanya kila kitu kama vile Bwana alivyomwamuru Mose.
ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟା ସମୟରେ ସୀନୟ ପ୍ରାନ୍ତରରେ ନିସ୍ତାର ପର୍ବ ପାଳନ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ ସବୁ କର୍ମ କଲେ।
6 Lakini baadhi yao hawakuweza kuadhimisha Pasaka siku ile kwa sababu walikuwa najisi kwa taratibu za kiibada kwa ajili ya kugusa maiti. Kwa hiyo wakamwendea Mose na Aroni siku ile ile,
ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହି ଦିନ ସେମାନେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ; ଏନିମନ୍ତେ ସେମାନେ ସେହି ଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ।
7 wakamwambia Mose, “Tumekuwa najisi kwa sababu tumegusa maiti, lakini kwa nini tuzuiliwe kumtolea Bwana sadaka yake pamoja na Waisraeli wengine katika wakati ulioamriwa?”
ସେହି ଲୋକମାନେ ତାଙ୍କୁ କହିଲେ, “ଆମ୍ଭେମାନେ ମନୁଷ୍ୟର ଶବ ଦ୍ୱାରା ଅଶୁଚି ହୋଇଅଛୁ; ଏହେତୁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ କି କାରଣରୁ ଆମ୍ଭେମାନେ ନିବାରିତ ହେଉଅଛୁ?”
8 Mose akawajibu, “Ngojeni mpaka nitafute kile Bwana anachoagiza kuwahusu ninyi.”
ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରହିଥାଅ; ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ତାହା ଶୁଣେ।”
9 Ndipo Bwana akamwambia Mose,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
10 “Waambie Waisraeli: ‘Wakati mmoja wenu au wazao wenu wanapokuwa najisi kwa sababu ya maiti au wakiwa safarini, hata hivyo wanaweza kuadhimisha Pasaka ya Bwana.
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ତୁମ୍ଭମାନଙ୍କ ମଧ୍ୟରେ କିଅବା ତୁମ୍ଭମାନଙ୍କ ଭବିଷ୍ୟତ ସନ୍ତାନଗଣ ମଧ୍ୟରେ ଯଦି କେହି ଶବ ଦ୍ୱାରା ଅଶୁଚି ହୁଏ, କିଅବା ଦୂର ସ୍ଥାନରେ ପଥିକ ହୁଏ, ତେବେ ହେଁ ସେ ସଦାପ୍ରଭୁଙ୍କ ନିସ୍ତାର ପର୍ବ ପାଳନ କରିବ;’
11 Wataiadhimisha wakati wa kuzama jua siku ya kumi na nne ya mwezi wa pili. Watamla mwana-kondoo, pamoja na mkate usiotiwa chachu, na mboga chungu.
ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ;
12 Wasibakize chochote hadi asubuhi wala wasivunje mifupa ya mwana-kondoo. Wakati wanapoadhimisha Pasaka, hawana budi kufuata masharti yote.
ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ କିଅବା ତହିଁର କୌଣସି ହାଡ଼ ଭାଙ୍ଗିବେ ନାହିଁ; ସେମାନେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।
13 Lakini kama mtu ni safi kwa taratibu za kiibada naye hayuko safarini, asipoadhimisha Pasaka, mtu huyo hana budi kukatiliwa mbali na watu wake kwa sababu hakutoa sadaka ya Bwana kwa wakati ulioamriwa. Mtu huyo atawajibika kubeba matokeo ya dhambi yake.
ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାର ପର୍ବ ପାଳନ କରିବାରୁ କ୍ଷାନ୍ତ ହୁଏ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ; ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥିପାଇଁ ସେହି ମନୁଷ୍ୟ ଆପଣା ପାପ ବୋହିବ;
14 “‘Mgeni anayeishi miongoni mwenu ambaye anataka kuadhimisha Pasaka ya Bwana, lazima afanye hivyo kwa kufuata desturi na masharti. Lazima masharti yawe sawasawa kwa mgeni na mzawa.’”
ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ନିୟମାନୁସାରେ ତାହା ପାଳନ କରିବ; ସ୍ୱଦେଶଜାତ କିମ୍ବା ବିଦେଶଜାତ, ଦୁହିଁଙ୍କ ପାଇଁ ତୁମ୍ଭମାନଙ୍କର ଏକ ବିଧି ହେବ।”
15 Katika siku hiyo ambayo Maskani, Hema la Ushuhuda, iliposimamishwa, wingu liliifunika. Kuanzia jioni mpaka asubuhi wingu lililokuwa juu ya Maskani lilionekana kama moto.
ଆଉ ଯେଉଁ ଦିନ ଆବାସ ସ୍ଥାପିତ ହେଲା, ସେହି ଦିନ ମେଘ ଆବାସକୁ, ଅର୍ଥାତ୍‍, ସାକ୍ଷ୍ୟ-ତମ୍ବୁକୁ ଆଚ୍ଛାଦନ କଲା; ପୁଣି, ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ଆବାସ ଉପରେ ଅଗ୍ନି ତୁଲ୍ୟ ଦେଖାଗଲା
16 Hivyo ndivyo lilivyoendelea kuwa; wingu liliifunika wakati wa mchana, na usiku lilionekana kama moto.
ଏହିରୂପେ ସର୍ବଦା ହେଲା; ମେଘ ଆବାସକୁ ଆଚ୍ଛାଦନ କଲା, ପୁଣି, ରାତ୍ରିରେ ଅଗ୍ନି ତୁଲ୍ୟ ଦେଖାଗଲା।
17 Wakati wowote wingu lilipoinuka kutoka juu ya Hema, nao Waisraeli waliondoka; mahali popote wingu liliposimama, Waisraeli walipiga kambi.
ଆଉ ଯେକୌଣସି ସମୟରେ ତମ୍ବୁ ଉପରୁ ସେହି ମେଘ ଉପରକୁ ନିଆଗଲା, ସେତେବେଳେ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କଲେ; ପୁଣି, ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲ-ସନ୍ତାନଗଣ ସେହିଠାରେ ଛାଉଣି ସ୍ଥାପନ କଲେ।
18 Kwa amri ya Bwana Waisraeli waliondoka, na kwa amri yake walipiga kambi. Kwa muda wote wingu liliposimama juu ya Maskani, Waisraeli walibaki wamepiga kambi.
ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି ସ୍ଥାପନ କଲେ; ଯେପର୍ଯ୍ୟନ୍ତ ସେହି ମେଘ ଆବାସ ଉପରେ ରହିଲା, ସେପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ।
19 Wakati wingu lilipobaki juu ya Maskani kwa muda mrefu, Waisraeli walitii amri ya Bwana nao hawakuondoka.
ପୁଣି, ଯେତେବେଳେ ସେହି ମେଘ ଆବାସ ଉପରେ ବହୁ ଦିନ ବିଳମ୍ବ କରି ରହିଲା, ସେତେବେଳେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ ଓ ଯାତ୍ରା କଲେ ନାହିଁ।
20 Wakati mwingine wingu lilikuwa juu ya Maskani kwa siku chache tu; kwa amri ya Bwana wangelipiga kambi na kisha kwa amri yake wangeliondoka.
ପୁଣି, କେବେ କେବେ ସେହି ମେଘ ଆବାସ ଉପରେ ଅଳ୍ପ ଦିନ ରହିଲା, ସେହି ସମୟରେ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି କରି ରହିଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯାତ୍ରା କଲେ।
21 Wakati mwingine wingu lilikuwepo kuanzia jioni mpaka asubuhi tu, na lilipoinuka asubuhi, nao waliondoka. Ikiwa ni mchana au usiku, wakati wowote wingu lilipoinuka, waliondoka.
ଆଉ କେବେ କେବେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଉପରକୁ ନିଆଯାʼନ୍ତେ, ସେମାନେ ଯାତ୍ରା କଲେ; ଅବା ଯଦି ତାହା ଦିବାରାତ୍ର ରହିଲା, ତେବେ ମେଘ ଉପରକୁ ନିଆଯାʼନ୍ତେ, ସେମାନେ ଯାତ୍ରା କଲେ।
22 Ikiwa wingu lilikaa juu ya Maskani kwa siku mbili au mwezi au mwaka, Waisraeli wangebaki wamepiga kambi na hawakuondoka; lakini lilipoinuka, wangeondoka.
ଦୁଇ ଦିନ କିମ୍ବା ଏକ ମାସ କିମ୍ବା ଏକ ବର୍ଷ ହେଉ, ଆବାସ ଉପରେ ମେଘ ଯେତେକାଳ ବିଳମ୍ବ କରି ଅବସ୍ଥିତି କଲା, ସେତେକାଳ ଇସ୍ରାଏଲ-ସନ୍ତାନଗଣ ଯାତ୍ରା ନ କରି ଛାଉଣିରେ ରହିଲେ; ମାତ୍ର ତାହା ନିଆଯାʼନ୍ତେ, ସେମାନେ ଯାତ୍ରା କଲେ।
23 Kwa amri ya Bwana walipiga kambi, na kwa amri ya Bwana waliondoka. Walitii amri ya Bwana, kufuatana na agizo lake kupitia Mose.
ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ; ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ।

< Hesabu 9 >