< Yoshua 19 >
1 Kura ya pili ikaangukia kabila la Simeoni, ukoo kwa ukoo. Urithi wao ulikuwa ndani ya eneo la Yuda.
ଏଥିଉତ୍ତାରେ ଶିମୀୟୋନର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।
2 Ulijumuisha: Beer-Sheba (au Sheba), Molada,
ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେର୍ଶେବା ବା ଶେବଃ ଓ ମୋଲାଦା
3 Hasar-Shuali, Bala, Esemu,
ଓ ହତ୍ସର-ଶୁୟାଲ୍ ଓ ବାଲା ଓ ଏତ୍ସମ୍
4 Eltoladi, Bethuli, Horma,
ଓ ଇଲତୋଲଦ୍ ଓ ବଥୁଲ ଓ ହର୍ମା
5 Siklagi, Beth-Markabothi, Hasar-Susa,
ଓ ସିକ୍ଲଗ୍ ଓ ବେଥ୍-ମର୍କାବୋତ୍ ଓ ହତ୍ସରସୂଷୀମ୍
6 Beth-Lebaothi na Sharuheni; hii ilikuwa miji kumi na mitatu pamoja na vijiji vyake.
ଓ ବେଥ୍-ଲବାୟୋତ୍ ଓ ଶାରୁହନ୍; ଗ୍ରାମ ସମେତ ଏହି ତେର ନଗର।
7 Pia Aini, Rimoni, Etheri, na Ashani; hii ilikuwa miji minne na vijiji vyake,
ଐନ୍ ଓ ରିମ୍ମୋନ୍ ଓ ଏଥର୍ ଓ ଆଶନ୍; ଗ୍ରାମ ସମେତ ଏହି ଚାରି ନଗର
8 pamoja na vijiji vyote vinavyoizunguka miji hii mpaka Baalath-Beeri (ambayo ndiyo Rama iliyo katika Negebu). Huu ulikuwa ni urithi wa kabila la Simeoni ukoo kwa ukoo.
ଓ ବାଲତ୍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା।
9 Urithi wa Wasimeoni ulitolewa kutoka fungu la Yuda, kwa kuwa fungu la Yuda lilikuwa kubwa kuliko walivyohitaji. Hivyo kabila la Simeoni lilipewa urithi wao ndani ya eneo la Yuda.
ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା-ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା-ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ।
10 Kura ya tatu ikaangukia kabila la Zabuloni, ukoo kwa ukoo: Mpaka wa urithi wao uliendelea hadi Saridi.
ଏଥିଉତ୍ତାରେ ସବୂଲୂନ-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା।
11 Kuelekea upande wa magharibi ukafika Marala, ukagusa Dabeshethi, na kuendelea mpaka kwenye bonde karibu na Yokneamu.
ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା।
12 Ukageuka mashariki, kuanzia Saridi kuelekea mawio ya jua hadi kwenye nchi ya Kisiloth-Tabori, na kwenda hadi Daberathi, kupanda Yafia.
ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତ୍ରେ ବାହାରି ଯାଫୀୟକୁ ଉଠିଗଲା।
13 Kisha ukaendelea mashariki hadi Gath-Heferi na kufika Eth-Kasini, ukatokea Rimoni na kugeuka kuelekea Nea.
ପୁଣି ସେଠାରୁ ପୂର୍ବଦିଗ ହୋଇ ଗାଥ୍-ହେଫର ଦେଇ ଏତ୍କାତ୍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋନ୍କୁ ଗଲା।
14 Huko mpaka ukazungukia upande wa kaskazini hadi Hanathoni na kuishia katika Bonde la Ifta-Eli.
ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା।
15 Miji mingine iliyojumuishwa ni Katathi, Nahalali, Shimroni, Idala na Bethlehemu. Kulikuwa na miji kumi na miwili pamoja na vijiji vyake.
ପୁଣି କଟତ୍ ଓ ନହଲୋଲ୍ ଓ ଶିମ୍ରୋଣ ଓ ଯିଦାଲା ଓ ବେଥଲିହିମ; ଗ୍ରାମ ସମେତ ଏହି ବାର ନଗର।
16 Miji hii na vijiji vyake ilikuwa ndio urithi wa Zabuloni, ukoo kwa ukoo.
ଗ୍ରାମ ସମେତ ଏସବୁ ନଗର ସବୂଲୂନ-ସନ୍ତାନମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା।
17 Kura ya nne ikamwangukia Isakari, ukoo kwa ukoo.
ଏଥିଉତ୍ତାରେ ଇଷାଖରର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା।
18 Eneo lao lilijumuisha: Yezreeli, Kesulothi, Shunemu,
ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ଶୂନେମ
19 Hafaraimu, Shioni, Anaharathi,
ଓ ହଫାରୟିମ୍ ଓ ଶୀୟୋନ ଓ ଅନହରତ୍
20 Rabithi, Kishioni, Ebesi,
ଓ ରାବ୍ବୀତ୍ ଓ କିଶୀୟୋନ୍ ଓ ଏବସ
21 Remethi, En-Ganimu, En-Hada na Beth-Pasesi.
ଓ ରେମତ୍ ଓ ଐନ୍-ଗନ୍ନୀମ୍ ଓ ଐନ୍-ହଦ୍ଦା ଓ ବେଥ୍-ପତ୍ସେସ ପର୍ଯ୍ୟନ୍ତ ଗଲା।
22 Mpaka ule ukagusa Tabori, Shahasuma na Beth-Shemeshi, na ukaishia kwenye Yordani. Ilikuwa miji kumi na sita, pamoja na vijiji vyake.
ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍ ଓ ବେଥ୍-ଶେମଶ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର।
23 Miji hii pamoja na vijiji vyake ilikuwa urithi wa kabila la Isakari, ukoo kwa ukoo.
ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା।
24 Kura ya tano ikaangukia kabila la Asheri, ukoo kwa ukoo.
ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା।
25 Eneo lao lilijumuisha: Helkathi, Hali, Beteni, Akishafu,
ଆଉ ସେମାନଙ୍କର ସୀମା ହିଲକତ୍ ଓ ହଲୀ ଓ ବେଟନ ଓ ଅକ୍ଷଫ
26 Alameleki, Amadi na Mishali. Upande wa magharibi mpaka uligusa Karmeli na Shihor-Libnathi.
ଓ ଅଲମେଲକ୍ ଓ ଅମୀୟାଦ୍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍ନତ ପର୍ଯ୍ୟନ୍ତ ଗଲା।
27 Tena ukageuka mashariki kuelekea Beth-Dagoni, ukagusa Zabuloni na Bonde la Ifta-Eli, ukaenda upande wa kaskazini hadi Beth-Emeki na Neyeli, ukipitia Kabul upande wa kushoto.
ପୁଣି ସୂର୍ଯ୍ୟୋଦୟ ଦିଗରେ ବେଥ୍-ଦାଗୁନ୍ ଆଡ଼େ ବୁଲି ବେଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ
28 Ukaendelea hadi Abdoni, Rehobu, Hamoni na Kana, na kufika Sidoni Kuu.
ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;
29 Mpaka huo ukageukia nyuma kuelekea Rama na kwenda hadi kwenye mji wenye ngome wa Tiro, ukageuka kuelekea Hosa na kutokeza baharini katika eneo la Akzibu,
ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀର-ବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକଷୀବ୍ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା।
30 Uma, Afeki na Rehobu. Ilikuwepo miji ishirini na miwili, pamoja na vijiji vyake.
ମଧ୍ୟ ଉମ୍ମା ଓ ଅଫେକ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା।
31 Miji hii pamoja na vijiji vyake ilikuwa ndio urithi wa kabila la Asheri, ukoo kwa ukoo.
ଆପଣା ଆପଣା ବଂଶାନୁସାରେ ଆଶେର-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା।
32 Kura ya sita ikaangukia kabila la Naftali, ukoo kwa ukoo:
ଏଥିଉତ୍ତାରେ ନପ୍ତାଲିର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା।
33 Mpaka wao uliendelea kutoka Helefi na kwenye mti mkubwa ulio katika Saananimu, ukipitia Adami-Nekebu na Yabineeli hadi Lakumu, na kuishia katika Mto Yordani.
ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍ବ ଓ ଯବ୍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା।
34 Mpaka ukaendelea magharibi kupitia Aznoth-Tabori na kutokea Hukoki. Ukagusa Zabuloni upande wa kusini, Asheri upande wa magharibi, na Yordani upande wa mashariki.
ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନୋତ୍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ୍ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା।
35 Miji yenye ngome ilikuwa Sidimu, Seri, Hamathi, Rakathi, Kinerethi,
ପୁଣି ସବୀମ ଓ ସେର ଓ ହମ୍ମତ୍, ରକ୍କତ୍ ଓ କିନ୍ନେରତ୍
37 Kedeshi, Edrei, na En-Hasori,
ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାସୋର
38 Ironi, Migdal-Eli, Horemu, Beth-Anathi na Beth-Shemeshi. Kulikuwa na miji kumi na tisa na vijiji vyake.
ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀର-ବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣେଇଶ ନଗର।
39 Miji hiyo pamoja na vijiji vyake ndio iliyokuwa urithi wa kabila la Naftali, ukoo kwa ukoo.
ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର।
40 Kura ya saba ikaangukia kabila la Dani, ukoo kwa ukoo.
ଏଉତ୍ତାରେ ଦାନ୍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା।
41 Eneo la urithi wao lilijumuisha: Sora, Eshtaoli, Iri-Shemeshi,
ସେମାନଙ୍କ ଅଧିକାରର ସୀମା ସରାୟ ଓ ଇଷ୍ଟାୟୋଲ ଓ ଇରଶେମଶ୍
42 Shaalabini, Aiyaloni, Ithla,
ଓ ଶାଲବୀନ୍ ଓ ଅୟାଲୋନ୍ ଓ ଯିତ୍ଲା
ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ
44 Elteke, Gibethoni, Baalathi,
ଓ ଇଲତ୍କୀ ଓ ଗିବ୍ବଥୋନ ଓ ବାଲତ୍
45 Yehudi, Bene-Beraki, Gath-Rimoni,
ଓ ଯିହୂଦ୍ ଓ ବନେବରକ୍ ଓ ଗାଥ୍-ରିମ୍ମୋନ
46 Me-Yarkoni na Rakoni, pamoja na eneo linalotazamana na Yafa.
ଓ ମେୟକୋନ୍ ଓ ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।
47 (Lakini Wadani walipata shida kulimiliki eneo lao; kwa hiyo walipanda kuishambulia Leshemu, wakaitwaa, wakawaua watu wake kwa upanga na kuukalia. Walikaa Leshemu na kuuita Dani kufuatana na jina la baba yao.)
ମାତ୍ର ଦାନ୍-ସନ୍ତାନଗଣର ସୀମା ସେହି ସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ।
48 Miji hii na vijiji vyake ndio iliyokuwa urithi wa kabila la Dani, ukoo kwa ukoo.
ଆପଣା ଆପଣା ବଂଶାନୁସାରେ ଦାନ୍-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,
49 Walipomaliza kugawanya nchi katika migawo kulingana na sehemu zao zilizowaangukia, Waisraeli wakampa Yoshua mwana wa Nuni urithi katikati yao,
ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ।
50 kama vile Bwana alivyokuwa ameamuru. Walimpa mji alioutaka, ambao ni Timnath-Sera ulio katika nchi ya vilima ya Efraimu. Naye akajenga mji, akakaa huko.
ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ-ପର୍ବତମୟ ଦେଶରେ ତିମ୍ନାତ୍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ।
51 Haya ndiyo maeneo ambayo kuhani Eleazari, Yoshua mwana wa Nuni, na viongozi wa koo za kabila za Israeli waliyoyagawanya kwa kura huko Shilo mbele za Bwana penye ingilio la Hema la Kukutania. Hivyo wakamaliza kuigawanya nchi.
ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟି ଦେଲେ। ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।