< Ezra 7 >
1 Baada ya mambo haya, wakati wa utawala wa Artashasta mfalme wa Uajemi, Ezra mwana wa Seraya, mwana wa Azaria, mwana wa Hilkia,
ଏହିସବୁ ଘଟଣା ଉତ୍ତାରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲା; ଉକ୍ତ ସରାୟ ଅସରୀୟର ସନ୍ତାନ, ଅସରୀୟ ହିଲ୍କୀୟର ସନ୍ତାନ,
2 mwana wa Shalumu, mwana wa Sadoki, mwana wa Ahitubu,
ହିଲ୍କୀୟ ଶଲ୍ଲୁମ୍ର ସନ୍ତାନ, ଶଲ୍ଲୁମ୍ ସାଦୋକର ସନ୍ତାନ, ସାଦୋକ ଅହୀଟୂବ୍ର ସନ୍ତାନ,
3 mwana wa Amaria, mwana wa Azaria, mwana wa Merayothi,
ଅହୀଟୂବ୍ ଅମରୀୟର ସନ୍ତାନ, ଅମରୀୟ ଅସରୀୟର ସନ୍ତାନ, ଅସରୀୟ ମରାୟୋତ୍ର ସନ୍ତାନ,
4 mwana wa Zerahia, mwana wa Uzi, mwana wa Buki,
ମରାୟୋତ୍ ସରହୀୟର ସନ୍ତାନ, ସରହୀୟ ଉଷିର ସନ୍ତାନ, ଉଷି ବୁକ୍କିର ସନ୍ତାନ,
5 mwana wa Abishua, mwana wa Finehasi, mwana wa Eleazari, mwana wa kuhani mkuu Aroni.
ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍ର ସନ୍ତାନ, ପୀନହସ୍ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର।
6 Huyu Ezra alipanda kutoka Babeli. Alikuwa mwalimu mwenye ujuzi mzuri katika sheria ya Mose, ambayo Bwana, Mungu wa Israeli, alikuwa ametoa. Mfalme alikuwa amempa Ezra kila kitu alichoomba, kwa maana Bwana Mungu wake alikuwa pamoja naye.
ଏହି ଏଜ୍ରା ବାବିଲରୁ ପ୍ରସ୍ଥାନ କଲେ; ସେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶାଙ୍କ ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲେ; ପୁଣି, ତାଙ୍କ ପ୍ରତି ତାଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାଙ୍କୁ ପ୍ରଦାନ କଲେ।
7 Pia baadhi ya Waisraeli, wakiwemo makuhani, Walawi, waimbaji, mabawabu na watumishi wa Hekalu, nao walikuja Yerusalemu mwaka wa saba wa utawala wa Mfalme Artashasta.
ଆଉ, ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଲୋକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୂଶାଲମକୁ ଗଲେ।
8 Ezra aliwasili Yerusalemu mwezi wa tano wa mwaka wa saba wa utawala wa Mfalme Artashasta.
ଆଉ, ଏଜ୍ରା ପଞ୍ଚମ ମାସରେ, ଅର୍ଥାତ୍, ରାଜାର ସେହି ସପ୍ତମ ବର୍ଷରେ ଯିରୂଶାଲମରେ ଉପସ୍ଥିତ ହେଲେ।
9 Ezra alianza safari yake kutoka Babeli tangu siku ya kwanza ya mwezi wa kwanza, naye akawasili Yerusalemu siku ya kwanza ya mwezi wa tano, kwa maana mkono wa neema wa Mungu wake ulikuwa juu yake.
କାରଣ, ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ଉପସ୍ଥିତ ହେଲେ।
10 Kwa maana Ezra alikuwa amejitoa kwa moyo wote kujifunza na kushika sheria ya Bwana na kuwafundisha watu wa Israeli amri na sheria zake.
ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ।
11 Hii ni nakala ya barua ambayo Mfalme Artashasta alikuwa amempa Ezra aliyekuwa kuhani na mwalimu, mtu aliyeelimika katika mambo yahusuyo maagizo na amri za Bwana kwa Israeli.
ଅର୍ତ୍ତକ୍ଷସ୍ତ ରାଜା ଅଧ୍ୟାପକ ଏଜ୍ରା ଯାଜକକୁ, ଅର୍ଥାତ୍, ସଦାପ୍ରଭୁଙ୍କ ଆଜ୍ଞାବାକ୍ୟର ଓ ଇସ୍ରାଏଲ ପ୍ରତି ତାହାଙ୍କ ବିଧିର ଅଧ୍ୟାପକକୁ ଯେଉଁ ପତ୍ର ଦେଇଥିଲା, ତହିଁର ପ୍ରତିଲିପି ଏହି, ଯଥା,
12 Artashasta, mfalme wa wafalme, Kwa Ezra kuhani, mwalimu wa Sheria ya Mungu wa mbinguni: Salamu.
“ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି ଏଜ୍ରା ଯାଜକ ପ୍ରତି,
13 Sasa naamuru kwamba mtu yeyote Mwisraeli katika ufalme wangu, pamoja na makuhani na Walawi, ambaye anataka kwenda Yerusalemu pamoja nawe aweza kwenda.
ମୁଁ ଆଜ୍ଞା କରୁଅଛି ଯେ, ମୋʼ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ପୁଣି ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୂଶାଲମକୁ ସ୍ୱେଚ୍ଛାରେ ଯିବାକୁ ମନ କରନ୍ତି, ସେମାନେ ତୁମ୍ଭ ସଙ୍ଗେ ଯାଉନ୍ତୁ।
14 Unatumwa na mfalme na washauri wake saba kuchunguza kuhusu Yuda na Yerusalemu kulingana na Sheria ya Mungu wako, iliyoko mkononi mwako.
କାରଣ ତୁମ୍ଭ ହସ୍ତସ୍ଥିତ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରମାଣେ ଯିହୁଦା ଓ ଯିରୂଶାଲମର ତତ୍ତ୍ୱାନୁସନ୍ଧାନ କରିବାକୁ,
15 Zaidi ya hayo, uchukue pamoja nawe fedha na dhahabu ambazo mfalme na washauri wake wamempa Mungu wa Israeli kwa hiari, Mungu ambaye maskani yake yako Yerusalemu,
ପୁଣି, ଯିରୂଶାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ଵେଚ୍ଛାଦତ୍ତ ସୁନା ଓ ରୂପା,
16 pia fedha na dhahabu zote unazoweza kupata kutoka jimbo la Babeli, pamoja na sadaka za hiari watakazotoa watu na makuhani kwa ajili ya Hekalu la Mungu wao katika Yerusalemu.
ଆଉ, ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ଯେସମସ୍ତ ରୂପା ଓ ସୁନା ପାଇବ, ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହ ନିମନ୍ତେ ସ୍ଵେଚ୍ଛାପୂର୍ବକ ଯାହା ଦେବେ, ସେହି ସବୁ ସ୍ଵେଚ୍ଛାଦତ୍ତ ଉପହାର ନେବା ନିମନ୍ତେ ତୁମ୍ଭେ ରାଜା ଓ ତାଙ୍କ ସପ୍ତ ମନ୍ତ୍ରୀ ଦ୍ୱାରା ପ୍ରେରିତ ହେଉଅଛ;
17 Hakikisha kwamba fedha hizi zimetumika kununua mafahali, kondoo dume na wana-kondoo pamoja na sadaka za nafaka na sadaka za vinywaji, uvitoe dhabihu juu ya madhabahu ya Hekalu la Mungu wenu katika Yerusalemu.
ଏହେତୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ଯତ୍ନପୂର୍ବକ ବୃଷ, ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ।
18 Kisha wewe na Wayahudi ndugu zako mnaweza kufanya lolote linaloonekana jema sana kwa fedha na dhahabu zilizosalia, kulingana na mapenzi ya Mungu wenu.
ଆଉ, ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭ୍ରାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ।
19 Uvitoe kwa Mungu wa Yerusalemu vyombo vyote ulivyokabidhiwa kwa ajili ya ibada katika Hekalu la Mungu wako.
ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହର ସେବାର୍ଥକ ଯେସକଳ ପାତ୍ର ତୁମ୍ଭକୁ ଦିଆଯାଉଅଛି, ତାହାସବୁ ତୁମ୍ଭେ ଯିରୂଶାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର।
20 Kitu kingine chochote kinachohitajika kwa ajili ya Hekalu la Mungu wenu ambacho unatakiwa kukitoa, waweza kukitoa kutoka hazina ya mfalme.
ପୁଣି, ତୁମ୍ଭ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରୟୋଜନୀୟ ଆଉ ଯାହା କିଛି ତୁମ୍ଭକୁ ଦେବାକୁ ପଡ଼ିବ, ତାହା ରାଜାଙ୍କ ଭଣ୍ଡାର ଗୃହରୁ ଦିଅ।
21 Mimi, Mfalme Artashasta, sasa naagiza watunza hazina wote wa Ngʼambo ya Mto Frati kutoa kwa bidii chochote kwa Ezra kuhani na mwalimu wa Sheria ya Mungu wa mbinguni atakachohitaji kwenu,
ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଚାହିଁବ,
22 talanta 100 za fedha, ngano kori 100, divai bathi 100, mafuta ya zeituni bathi 100, na chumvi kiasi chochote.
ତାହାସବୁ ଏକ ଶହ ତାଳନ୍ତ ପର୍ଯ୍ୟନ୍ତ ରୂପା ଓ ଏକ ଶହ ମହଣ ପର୍ଯ୍ୟନ୍ତ ଗହମ ଓ ଏକ ଶହ ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ ଏକ ଶହ ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ।
23 Chochote ambacho Mungu wa mbinguni ameagiza, kifanyike kwa ukamilifu kwa ajili ya Hekalu la Mungu wa mbinguni. Kwa nini pawepo ghadhabu dhidi ya utawala wa mfalme na wanawe?
ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଇଅଛି, ତାହାସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଗୃହ ନିମନ୍ତେ ଠିକ୍ ରୂପେ କରାଯାଉ; କାରଣ ରାଜା ଓ ତାଙ୍କ ପୁତ୍ରଗଣର ରାଜ୍ୟ ବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ?
24 Pia ninyi fahamuni kuwa hamna mamlaka ya kuwatoza kodi, ushuru au ada makuhani, Walawi, waimbaji, mabawabu, watumishi wa Hekalu au wafanyakazi wengine kwenye nyumba ya Mungu.
ଆହୁରି, ଯାଜକମାନଙ୍କର ଓ ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର, ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ଗୃହର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାଶୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ।
25 Nawe Ezra, kufuatana na hekima ya Mungu wenu uliyo nayo, weka mahakimu na waamuzi wote wanaozifahamu sheria za Mungu wenu ili watoe haki kwa watu wote wa Ngʼambo ya Mto Frati. Nawe inakupasa umfundishe yeyote ambaye hazifahamu.
ଆଉ, ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁ ଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଚାରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଚାରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତ କର; ଆଉ, ଯେ ତାହା ନ ଜାଣେ, ତାହାକୁ ତୁମ୍ଭେମାନେ ଶିକ୍ଷା ଦିଅ।
26 Yeyote ambaye hataitii sheria ya Mungu wenu pia sheria ya mfalme, hakika lazima aadhibiwe kwa kuuawa, kuhamishwa, kunyangʼanywa mali au kufungwa gerezani.
ଆଉ, ଯେକେହି ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ରାଜ-ବ୍ୟବସ୍ଥା ପାଳିବାକୁ ଅସମ୍ମତ ହେବ, ସେହି ଦୋଷ ପ୍ରାଣଦଣ୍ଡର କି ନିର୍ବାସନର କି ଅର୍ଥଦଣ୍ଡର କି କାରାଦଣ୍ଡର ଯୋଗ୍ୟ ହେଉ ପଛେ, ଯତ୍ନପୂର୍ବକ ତାହାର ଶାସନ କରାଯିବ।”
27 Sifa ziwe kwa Bwana, Mungu wa baba zetu, Mungu ambaye kwa njia hii ameweka ndani ya moyo wa mfalme kuipa heshima nyumba ya Bwana iliyoko Yerusalemu, kwa namna hii
ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହ ଶୋଭାନ୍ୱିତ କରିବାକୁ ରାଜାର ଅନ୍ତଃକରଣକୁ ଏରୂପ ଉଦ୍ଦୀପିତ କରିଅଛନ୍ତି,
28 ambaye ameniongezea kibali chake mbele ya mfalme, washauri wake na maafisa wote wa mfalme wenye uwezo. Kwa kuwa mkono wa Bwana Mungu wangu ulikuwa pamoja nami, nilijipa moyo nikakusanya watu walio viongozi kutoka Israeli wakwee pamoja nami.
ଆଉ, ରାଜାର ଓ ତାହାର ମନ୍ତ୍ରୀଗଣର ଓ ରାଜାର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋʼ ପ୍ରତି ଦୟା ପ୍ରକାଶ କରିଅଛନ୍ତି, ସେ ଧନ୍ୟ ହେଉନ୍ତୁ। ଏହିରୂପେ ମୋʼ ପ୍ରତି ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ହସ୍ତର ସହାୟତା ପ୍ରମାଣେ ମୁଁ ସବଳ ହେଲି ଓ ମୋʼ ସଙ୍ଗେ ଯାତ୍ରା କରିବାକୁ ଇସ୍ରାଏଲ ମଧ୍ୟରୁ ପ୍ରଧାନ ଲୋକଙ୍କୁ ଏକତ୍ର କଲି।