< Ezekieli 35 >

1 Neno la Bwana likanijia kusema:
ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
2 “Mwanadamu, elekeza uso wako juu ya mlima Seiri, utabiri dhidi yake
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେୟୀର ପର୍ବତ ବିରୁଦ୍ଧରେ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ତାହାକୁ କୁହ,
3 na useme: ‘Hili ndilo Bwana Mwenyezi asemalo: Mimi ni kinyume nawe, ee mlima Seiri, nami nitanyoosha mkono wangu dhidi yako na kukufanya ukiwa na usiyekaliwa na watu wala kulimika.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସେୟୀର ପର୍ବତ, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ ତୁମ୍ଭକୁ ଧ୍ୱଂସ ଓ ଶୂନ୍ୟର ସ୍ଥାନ କରିବା।
4 Nitaifanya miji yako kuwa magofu nawe utakuwa ukiwa. Ndipo utakapojua kuwa Mimi ndimi Bwana.
ଆମ୍ଭେ ତୁମ୍ଭର ନଗରସବୁ ଶୂନ୍ୟ କରିବା ଓ ତୁମ୍ଭେ ଧ୍ୱଂସସ୍ଥାନ ହେବ, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
5 “‘Kwa sababu ulificha moyoni uadui wa siku nyingi nawe ukawatoa Waisraeli wauawe kwa upanga wakati wa maafa yao, wakati adhabu yake ilipofikia kilele chake,
ତୁମ୍ଭର ଚିରକାଳ ଶତ୍ରୁତାଭାବ ଅଛି ଓ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ବିପଦ ସମୟରେ, ଅର୍ଥାତ୍‍, ସେମାନଙ୍କର ଶେଷ ଅଧର୍ମର ସମୟରେ ଖଡ୍ଗର ପରାକ୍ରମରେ ସେମାନଙ୍କୁ ସମର୍ପଣ କରିଅଛ;
6 kwa hiyo hakika kama niishivyo, asema Bwana Mwenyezi, nitakutia katika umwagaji damu nao utakufuatia. Kwa kuwa hakuchukia kumwaga damu, kumwaga damu kutakufuatia.
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବା ଓ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ; ତୁମ୍ଭେ ରକ୍ତ ଘୃଣା କରି ନାହଁ, ଏଥିପାଇଁ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ।
7 Nitaufanya Mlima Seiri ukiwa na usiokaliwa na watu wala kulimika na kuukatilia mbali na wote wanaokuja na wanaokwenda.
ଏହି ପ୍ରକାର ଆମ୍ଭେ ସେୟୀର ପର୍ବତକୁ ଶୂନ୍ୟ ଓ ଧ୍ୱଂସର ସ୍ଥାନ କରିବା ଓ ଆମ୍ଭେ ତହିଁ ମଧ୍ୟଦେଇ ଗମନକାରୀକୁ ଓ ଫେରିବା ଲୋକକୁ ଉଚ୍ଛିନ୍ନ କରିବା।
8 Nitaijaza milima yenu kwa watu wake waliouawa, wale waliouawa kwa upanga wataanguka juu ya vilima vyako na katika mabonde yako na katika makorongo yako yote.
ପୁଣି, ଆମ୍ଭେ ତାହାର ହତ ଲୋକରେ ତାହାର ପର୍ବତଗଣକୁ ପୂର୍ଣ୍ଣ କରିବା; ତୁମ୍ଭର ଉପପର୍ବତରେ ଓ ଉପତ୍ୟକାରେ ଓ ଜଳପ୍ରବାହ ସ୍ଥାନରେ ଖଡ୍ଗ ଦ୍ୱାରା ହତ ଲୋକମାନେ ପତିତ ହେବେ।
9 Nitakufanya ukiwa milele, watu hawataishi katika miji yako. Ndipo utakapojua kuwa Mimi ndimi Bwana.
ଆମ୍ଭେ ତୁମ୍ଭକୁ ସଦାକାଳ ଧ୍ୱଂସସ୍ଥାନ କରିବା ଓ ତୁମ୍ଭର ନଗରସକଳ ନିବାସୀହୀନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
10 “‘Kwa sababu umesema, “Mataifa haya mawili na nchi hizi zitakuwa zetu nasi tutazimiliki,” ingawa hata mimi Bwana nilikuwa huko,
ସେସ୍ଥାନରେ ସଦାପ୍ରଭୁ ଥିଲେ ହେଁ ତୁମ୍ଭେ କହିଅଛ, ‘ଏହି ଦୁଇ ଗୋଷ୍ଠୀ ଓ ଏହି ଦୁଇ ଦେଶ ମୋʼ ର ହେବ’ ଓ ଆମ୍ଭେମାନେ ତାହା ଅଧିକାର କରିବା,
11 kwa hiyo hakika kama niishivyo, asema Bwana Mwenyezi, nitakutenda kwa kadiri ya hasira na wivu uliouonyesha katika chuki yako juu yao nami nitafanya nijulikane miongoni mwao wakati nitakapokuhukumu.
ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଆପଣା ଘୃଣାଭାବ ସକାଶୁ ସେମାନଙ୍କ ପ୍ରତି ଯେପରି କରିଅଛ, ଆମ୍ଭେ ତୁମ୍ଭର ସେହି କ୍ରୋଧ ଓ ସେହି ଈର୍ଷାନୁସାରେ ତୁମ୍ଭ ପ୍ରତି କର୍ମ କରିବା ଓ ଆମ୍ଭେ ଯେତେବେଳେ ତୁମ୍ଭର ବିଚାର କରିବା, ସେତେବେଳେ ସେମାନଙ୍କ ମଧ୍ୟରେ ଆପଣାର ପରିଚୟ ଦେବା।
12 Ndipo utakapojua kuwa Mimi Bwana nimesikia mambo yote ya dharau uliyosema dhidi ya milima ya Israeli. Ulisema, “Wamefanyika ukiwa na kutiwa mikononi mwetu tuwararue.”
ଆଉ, ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁ ସକଳ ନିନ୍ଦାର କଥା କହିଅଛ, ଅର୍ଥାତ୍‍, ‘ସେହି ସବୁ ଧ୍ୱଂସସ୍ଥାନ ଓ ସେହି ସବୁ ଗ୍ରାସାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି ବୋଲି କହିଅଛ, ତାହା ଆମ୍ଭେ ସଦାପ୍ରଭୁ ଯେ ଶୁଣିଅଛୁ, ଏହା ତୁମ୍ଭେ ଜାଣିବ।’
13 Ulijigamba dhidi yangu na kusema maneno dhidi yangu bila kujizuia, nami nikayasikia.
ପୁଣି, ତୁମ୍ଭେମାନେ ଆପଣା ମୁଖରେ ଆମ୍ଭ ବିରୁଦ୍ଧରେ ଆପଣାମାନଙ୍କୁ ବଡ଼ କରିଅଛ ଓ ଆମ୍ଭ ବିରୁଦ୍ଧରେ କଥା ବଢ଼ାଇଅଛ; ଆମ୍ଭେ ତାହା ଶୁଣିଅଛୁ।
14 Hili ndilo Bwana Mwenyezi asemalo: Wakati dunia yote inashangilia nitakufanya ukiwa.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସମୁଦାୟ ପୃଥିବୀର ଆନନ୍ଦ କାଳରେ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା।
15 Kwa sababu ulishangilia wakati urithi wa nyumba ya Israeli ulipofanyika ukiwa, hivyo ndivyo nitakavyokutendea. Utakuwa ukiwa, ee mlima Seiri, wewe na Edomu yote. Kisha ndipo watajua kuwa Mimi ndimi Bwana.’”
ଇସ୍ରାଏଲ ବଂଶର ଅଧିକାର ଧ୍ୱଂସ ହେବାରୁ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କରିବା; ହେ ସେୟୀର ପର୍ବତ, ହେ ସମୁଦାୟ ଇଦୋମ, ତୁମ୍ଭେ ଧ୍ୱଂସ ହେବ, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ; ଏହା ଲୋକମାନେ ଜାଣିବେ।”

< Ezekieli 35 >