< Ezekieli 23 >

1 Neno la Bwana likanijia kusema:
ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
2 “Mwanadamu, walikuwepo wanawake wawili, binti wa mama mmoja.
“ହେ ମନୁଷ୍ୟ-ସନ୍ତାନ, ଦୁଇ ସ୍ତ୍ରୀ ଥିଲେ, ସେମାନେ ଏକ ମାତାର କନ୍ୟା;
3 Wakawa makahaba huko Misri, wakajitia kwenye ukahaba tangu ujana wao. Katika nchi ile vifua vyao vya ubikira vikakumbatiwa huko na wakapoteza ubikira wao.
ପୁଣି, ସେମାନେ ମିସରରେ ବ୍ୟଭିଚାର କଲେ; ସେମାନେ ଯୌବନ କାଳରେ ବ୍ୟଭିଚାର କଲେ; ସେହି ସ୍ଥାନରେ ସେମାନଙ୍କର ସ୍ତନ ମର୍ଦ୍ଦିତ ହେଲା, ଆଉ ସେହି ସ୍ଥାନରେ ଲୋକମାନେ ସେମାନଙ୍କର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ।
4 Mkubwa aliitwa Ohola na mdogo wake Oholiba. Walikuwa wangu nao wakazaa wavulana na msichana. Ohola ni Samaria, Oholiba ni Yerusalemu.
ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠାର ନାମ ଅହଲା (ତାହାର ତମ୍ବୁ) ଓ ତାହାର ଭଗିନୀର ନାମ ଅହଲୀବା (ତାହାର ମଧ୍ୟରେ ଆମ୍ଭର ତମ୍ବୁ); ସେମାନେ ଆମ୍ଭର ହେଲେ ଓ ପୁତ୍ରକନ୍ୟା ପ୍ରସବ କଲେ। ପୁଣି, ନାମାନୁସାରେ ଶମରୀୟା ଅହଲା ଓ ଯିରୂଶାଲମ ଅହଲୀବା ଅଟେ।
5 “Ohola akajitia kwenye ukahaba alipokuwa bado ni wangu, akatamani sana wapenzi wake, mashujaa Waashuru,
ଆଉ, ଅହଲା ଆମ୍ଭର ହୋଇଥିବା ସମୟରେ ବ୍ୟଭିଚାର କଲା ଓ ଆପଣାର ପ୍ରତିବାସୀ ଅଶୂରୀୟ ପ୍ରେମିକଗଣଠାରେ ଆସକ୍ତା ହେଲା,
6 waliovaa nguo za buluu, watawala na majemadari, wote walikuwa wanaume vijana wa kuvutia, wapandao farasi.
ସେମାନେ ନୀଳାମ୍ବର ପରିହିତ, ଦେଶାଧ୍ୟକ୍ଷ, ଶାସନକର୍ତ୍ତୃଗଣ ଓ ସମସ୍ତେ ମନୋହର ଯୁବା ଲୋକ ଓ ଅଶ୍ୱାରୋହୀ ଥିଲେ।
7 Akafanya ukahaba na wasomi wote wa Ashuru, na kujinajisi kwa sanamu zote za kila mwanaume aliyemtamani.
ପୁଣି, ସେ ସେମାନଙ୍କର, ଅର୍ଥାତ୍‍, ଅଶୂରର ମନୋନୀତ ସକଳ ଲୋକଙ୍କ ସଙ୍ଗରେ ବ୍ୟଭିଚାର କଲା ଓ ସେ ଯେକୌଣସି ଲୋକ ପ୍ରତି ପ୍ରେମରେ ଆସକ୍ତ ଥିଲା, ତାହାର ପ୍ରତିମାଗଣ ଦ୍ୱାରା ଆପଣାକୁ ଭ୍ରଷ୍ଟା କଲା।
8 Hakuacha ukahaba wake aliouanza huko Misri, wakati ambapo tangu ujana wake wanaume walilala naye, wakikumbatia kifua cha ubikira wake na kumwaga tamaa zao juu yake.
ଆଉ, ସେ ମିସର ଦେଶର ସମୟଠାରୁ ଆପଣା ବ୍ୟଭିଚାର ବୃତ୍ତି ତ୍ୟାଗ କରି ନାହିଁ; କାରଣ ତାହାର ଯୌବନାବସ୍ଥାରେ ସେମାନେ ତାହା ସଙ୍ଗେ ଶୟନ କଲେ ଓ ତାହାର କୌମାର୍ଯ୍ୟକାଳୀନ କୁଚାଗ୍ର ଟିପିଲେ; ଆଉ, ତାହା ସହିତ ଅତିଶୟ ବ୍ୟଭିଚାର କଲେ।
9 “Kwa hiyo nilimtia mikononi mwa wapenzi wake, Waashuru, kwa kuwa ndio aliowatamani.
ଏଥିପାଇଁ ଆମ୍ଭେ ତାହାର ପ୍ରେମିକଗଣର ହସ୍ତରେ, ଅର୍ଥାତ୍‍, ଯେଉଁମାନଙ୍କ ପ୍ରତି ସେ ପ୍ରେମରେ ଆସକ୍ତା ହୋଇଥିଲା, ସେହି ଅଶୂରୀୟମାନଙ୍କ ହସ୍ତରେ ତାହାକୁ ସମର୍ପଣ କଲୁ।
10 Wakamvua nguo zake wakamwacha uchi, wakawachukua wanawe na binti zake, naye wakamuua kwa upanga. Akawa kitu cha kudharauliwa miongoni mwa wanawake na adhabu ikatolewa dhidi yake.
ସେମାନେ ତାହାର ଉଲଙ୍ଗତା ଅନାବୃତ କଲେ; ତାହାର ପୁତ୍ର ଓ କନ୍ୟାଗଣକୁ ନେଲେ ଓ ତାହାଙ୍କୁ ସେମାନେ ଖଡ୍ଗରେ ବଧ କଲେ; ତହିଁରେ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା; କାରଣ ଲୋକମାନେ ତାହା ଉପରେ ଦଣ୍ଡାଜ୍ଞା ସଫଳ କଲେ।
11 “Oholiba dada yake aliliona jambo hili, lakini kwa tamaa zake na ukahaba wake, akaharibu tabia zake kuliko Ohola dada yake.
ଆଉ, ତାହାର ଭଗିନୀ ଅହଲୀବା ଏହା ଦେଖିଲା; ତଥାପି ଆପଣା ପ୍ରେମାସକ୍ତିରେ ଓ ବେଶ୍ୟା କ୍ରିୟାରେ ତାହା ଅପେକ୍ଷା ଅଧିକ ଭ୍ରଷ୍ଟା ହେଲା, ତାହାର ଭଗିନୀର ବେଶ୍ୟା କ୍ରିୟା ଅପେକ୍ଷା ତାହାର ବେଶ୍ୟା କ୍ରିୟା ଅଧିକ ଥିଲା।
12 Yeye naye aliwatamani Waashuru, watawala na majemadari, mashujaa waliovalia sare, wapandao farasi, wanaume vijana wote waliovutia.
ସେ ଆପଣା ପ୍ରତିବାସୀ ଅଶୂରୀୟ ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତୃଗଣ ପ୍ରତି ପ୍ରେମରେ ଆସକ୍ତା ହେଲା, ସେମାନେ ଅତ୍ୟନ୍ତ ସୁନ୍ଦର ବସ୍ତ୍ର ପରିହିତ, ଅଶ୍ୱାରୋହୀ ଓ ସମସ୍ତେ ମନୋହର ଯୁବା ଲୋକ ଥିଲେ।
13 Nikaona kuwa yeye pia alijinajisi, wote wawili wakaelekea njia moja.
ଆଉ, ଆମ୍ଭେ ଦେଖିଲୁ, ସେ ଭ୍ରଷ୍ଟା ହେଲା; ସେ ଦୁହେଁ ଏକ ପଥଗାମିନୀ ହେଲେ।
14 “Lakini yeye akazidisha ukahaba wake. Akaona wanaume waliochorwa ukutani, picha za Wakaldayo waliovalia nguo nyekundu,
ପୁଣି, ସେ ଆପଣା ବେଶ୍ୟା କ୍ରିୟା ବଢ଼ାଇଲା; କାରଣ ସେ କାନ୍ଥରେ ଚିତ୍ରିତ ପୁରୁଷମାନଙ୍କର, ଅର୍ଥାତ୍‍, କଲ୍‍ଦୀୟମାନଙ୍କର ସିନ୍ଦୂରଚିତ୍ରିତ ମୂର୍ତ୍ତି ଦେଖିଲା,
15 wakiwa na mikanda viunoni mwao na vilemba vichwani mwao, wote walifanana na maafisa wa Babeli wapandao magari ya vita, wenyeji wa Ukaldayo.
ସେମାନଙ୍କ କଟିରେ ପଟୁକା ବନ୍ଧା, ମସ୍ତକରେ ରଙ୍ଗ ଚିତ୍ରିତ ଭୂଷଣ ଥିଲା, ସେମାନେ ସମସ୍ତେ ଦେଖିବାକୁ କଲ୍‍ଦୀୟ ଦେଶଜାତ ବାବିଲୀୟମାନଙ୍କ ରୂପବିଶିଷ୍ଟ ଅଧିପତିଗଣର ତୁଲ୍ୟ ଥିଲେ।
16 Mara tu alipowaona, aliwatamani, akatuma wajumbe kwao huko Ukaldayo.
ପୁଣି, ସେ ସେମାନଙ୍କୁ ଦେଖିବାମାତ୍ର ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କଲ୍‍ଦୀୟ ଦେଶକୁ ସେମାନଙ୍କ ନିକଟକୁ ବାର୍ତ୍ତାବାହକ ପଠାଇଲା।
17 Ndipo hao Wababeli wakaja kwake kwenye kitanda cha mapenzi, nao katika tamaa zao wakamtia unajisi. Baada ya kutiwa unajisi, akawaacha kwa kuwachukia.
ତହିଁରେ ବାବିଲୀୟ ଲୋକମାନେ ତାହାର ନିକଟକୁ ଆସି ପ୍ରେମ ଶଯ୍ୟାରେ ଶୟନ କଲେ ଓ ଆପଣମାନଙ୍କର ବ୍ୟଭିଚାର କ୍ରିୟା ଦ୍ୱାରା ତାହାକୁ ଅଶୁଚି କଲେ, ପୁଣି, ସେମାନଙ୍କ ଦ୍ୱାରା ଭ୍ରଷ୍ଟା ହେଲା ଉତ୍ତାରେ ତାହାର ପ୍ରାଣ ସେମାନଙ୍କଠାରୁ ବିମୁଖ ହେଲା।
18 Alipofanya ukahaba wake waziwazi na kuonyesha hadharani uchi wake, nilimwacha kwa kumchukia, kama vile nilivyokuwa nimemwacha dada yake.
ଏହିରୂପେ ସେ ଆପଣା ବେଶ୍ୟା କ୍ରିୟା ପ୍ରକାଶ କଲା ଓ ଆପଣା ଉଲଙ୍ଗତା ଅନାବୃତ କଲା; ତହୁଁ ଆମ୍ଭର ପ୍ରାଣ ଯେପରି ତାହାର ଭଗିନୀଠାରୁ ବିମୁଖ ହୋଇଥିଲା, ସେହିପରି ତାହାଠାରୁ ମଧ୍ୟ ବିମୁଖ ହେଲା।
19 Lakini akazidisha zaidi ukahaba wake alipozikumbuka siku zake za ujana, alipokuwa kahaba huko Misri.
ତଥାପି ସେ ଆପଣା ଯୌବନ କାଳରେ ମିସର ଦେଶରେ ଯେଉଁ ବେଶ୍ୟା କର୍ମ କରିଥିଲା, ତାହା ସ୍ମରଣ କରି ଆପଣାର ବେଶ୍ୟା କ୍ରିୟା ବଢ଼ାଇଲା।
20 Huko aliwatamani wapenzi wake, ambao viungo vyao vya uzazi ni kama vya punda, na kile kiwatokacho ni kama kiwatokacho farasi.
ଆଉ, ଗର୍ଦ୍ଦଭଗଣର ପରି ମାଂସବିଶିଷ୍ଟ ଓ ଅଶ୍ୱଗଣର ପରି ରେତଃବିଶିଷ୍ଟ, ସେମାନଙ୍କ ଉପପତିମାନଙ୍କଠାରେ ସେ ଆସକ୍ତା ହେଲା।
21 Hivyo ulitamani uasherati wa ujana wako wakati ulipokuwa Misri, kifua chako kilipokumbatiwa, na walipokutomasa kwa sababu ya matiti yako machanga.
ଏହି ପ୍ରକାରେ ମିସରୀୟମାନେ ଯେଉଁ ସମୟରେ ଯୌବନକାଳୀନ ସ୍ତନ ବୋଲି ତୁମ୍ଭର କୁଚାଗ୍ର ଟିପିଥିଲେ, ତୁମ୍ଭେ ଆପଣା ଯୌବନ କାଳର ସେହି ଲମ୍ପଟାଚରଣ ସ୍ମରଣ କରୁଅଛ।”
22 “Kwa hiyo, Oholiba, hili ndilo Bwana Mwenyezi asemalo: Nitawachochea wapenzi wako wawe kinyume na wewe, wale uliowaacha kwa kuchukia, nitawaleta dhidi yako kutoka kila upande:
ଏନିମନ୍ତେ ହେ ଅହଲୀବା, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ତୁମ୍ଭର ସେହି ପ୍ରେମିକମାନଙ୍କୁ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଉଠାଇବା ଓ ଚତୁର୍ଦ୍ଦିଗରୁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଆଣିବା;
23 Wababeli na Wakaldayo wote, watu kutoka Pekodi, na Shoa na Koa, wakiwa pamoja na Waashuru wote, vijana wazuri, wote wakiwa watawala na majemadari, maafisa wa magari ya vita na watu wa vyeo vya juu, wote wakiwa wamepanda farasi.
ବାବିଲୀୟମାନଙ୍କୁ ଓ ସମୁଦାୟ କଲ୍‍ଦୀୟ ଲୋକଙ୍କୁ, ପକୋଦ, ଶୋୟା, କୋୟା ଓ ସେମାନଙ୍କ ସଙ୍ଗେ ସମୁଦାୟ ଅଶୂରୀୟ ଲୋକଙ୍କୁ ଆଣିବା; ସେମାନେ ସମସ୍ତେ ମନୋହର ଯୁବା ଲୋକ। ଦେଶାଧ୍ୟକ୍ଷ ଓ ଶାସନକର୍ତ୍ତା, ଅଧିପତିଗଣ ଓ ବିଖ୍ୟାତ ଲୋକ, ସମସ୍ତେ ଅଶ୍ୱାରୋହୀ।
24 Watakuja dhidi yako wakiwa na silaha, magari ya vita, magari ya kukokota, pamoja na umati mkubwa wa watu. Watakuzingira pande zote kwa ngao na vigao na kofia za chuma. Nitakutia mikononi mwao ili wakuadhibu, nao watakuadhibu sawasawa na sheria zao.
ପୁଣି, ସେମାନେ ଅସ୍ତ୍ରଶସ୍ତ୍ର, ରଥ, ଶକଟ ଓ ଗୋଷ୍ଠୀଗଣର ସମାଜ ନେଇ ତୁମ୍ଭ ବିରୁଦ୍ଧରେ ଆସିବେ; ସେମାନେ ସାନ ଓ ବଡ଼ ଢାଲ ଓ ଟୋପର ଧରି ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣାମାନଙ୍କୁ ସଜାଇବେ; ଆଉ, ଆମ୍ଭେ ସେମାନଙ୍କ ହସ୍ତରେ ବିଚାରର ଭାର ସମର୍ପଣ କରିବା ଓ ସେମାନେ ଆପଣାମାନଙ୍କର ବିଚାରାନୁସାରେ ତୁମ୍ଭର ବିଚାର କରିବେ।
25 Nitaelekeza wivu wa hasira yangu dhidi yako, nao watakushughulikia kwa hasira kali. Watakatilia mbali pua yako na masikio yako, na wale watakaosalia miongoni mwako watauawa kwa upanga. Watachukua wana wako na binti zako, na wale watakaosalia miongoni mwenu watateketezwa kwa moto.
ପୁଣି, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭର ଅନ୍ତର୍ଜ୍ୱାଳା ରଖିବା, ତହିଁରେ ସେମାନେ କୋପରେ ତୁମ୍ଭ ପ୍ରତି ବ୍ୟବହାର କରିବେ; ସେମାନେ ତୁମ୍ଭର ନାସିକା ଓ କର୍ଣ୍ଣ କାଟି ପକାଇବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଖଡ୍ଗରେ ପତିତ ହେବେ; ସେମାନେ ତୁମ୍ଭର ପୁତ୍ରକନ୍ୟାଗଣକୁ ନେଇଯିବେ ଓ ତୁମ୍ଭର ଅବଶିଷ୍ଟ ଲୋକମାନେ ଅଗ୍ନି ଦ୍ୱାରା ଗ୍ରାସିତ ହେବେ।
26 Watakuvua pia nguo zako na kuchukua mapambo yako yaliyotengenezwa kwa vito na dhahabu.
ସେମାନେ ମଧ୍ୟ ତୁମ୍ଭକୁ ବିବସ୍ତ୍ରା କରିବେ ଓ ତୁମ୍ଭର ସୁନ୍ଦର ଅଳଙ୍କାରସବୁ ନେଇଯିବେ।
27 Hivyo ndivyo nitakavyokomesha uasherati wako na ukahaba wako uliouanza huko Misri. Hutatazama vitu hivi kwa kuvitamani tena, wala kukumbuka Misri tena.
ଏହିରୂପେ ଆମ୍ଭେ ତୁମ୍ଭର ଲମ୍ପଟାଚରଣ ଓ ମିସର ଦେଶରୁ ଶିକ୍ଷିତ ତୁମ୍ଭର ବ୍ୟଭିଚାର କ୍ରିୟା ନିବୃତ୍ତ କରାଇବା; ତହିଁରେ ତୁମ୍ଭେ ସେମାନଙ୍କ ପ୍ରତି ଆଉ ଅନାଇବ ନାହିଁ, କି ମିସରକୁ ଆଉ ସ୍ମରଣ କରିବ ନାହିଁ।
28 “Kwa hiyo hili ndilo Bwana Mwenyezi asemalo: Ninakaribia kukutia mikononi mwa wale unaowachukia, kwa wale uliojitenga nao kwa kuwachukia.
କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହୋଇଅଛି, ସେମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପଣ କରିବା;
29 Watakushughulikia kwa chuki na kukunyangʼanya kila kitu ulichokifanyia kazi. Watakuacha uchi na mtupu na aibu ya ukahaba wako itafunuliwa. Uasherati wako na uzinzi wako
ତହିଁରେ ସେମାନେ ଘୃଣା ଭାବରେ ତୁମ୍ଭ ପ୍ରତି ବ୍ୟବହାର କରିବେ ଓ ତୁମ୍ଭର ସକଳ ପରିଶ୍ରମର ଫଳ ହରଣ କରିବେ, ଆଉ ତୁମ୍ଭକୁ ଉଲଙ୍ଗିନୀ ଓ ବିବସ୍ତ୍ର କରି ଛାଡ଼ି ଦେବେ; ତହିଁରେ ତୁମ୍ଭର ବ୍ୟଭିଚାର ଘଟିତ ଉଲଙ୍ଗତା, ତୁମ୍ଭର ଲମ୍ପଟାଚରଣ ଓ ବେଶ୍ୟା କ୍ରିୟା ପ୍ରକାଶିତ ହେବ।
30 umekuletea haya yote, kwa sababu ulitamani mataifa na kujinajisi kwa sanamu zao.
ତୁମ୍ଭେ ବେଶ୍ୟାର ନ୍ୟାୟ ଅନ୍ୟଦେଶୀୟମାନଙ୍କର ଅନୁଗାମିନୀ ହୋଇଅଛ ଓ ସେମାନଙ୍କର ପ୍ରତିମାଗଣ ଦ୍ୱାରା ଅଶୁଚୀକୃତ ହୋଇଅଛ, ଏଥିପାଇଁ ତୁମ୍ଭ ପ୍ରତି ଏହିସବୁ କରାଯିବ।
31 Umeiendea njia ya dada yako, hivyo nitakitia kikombe chake mkononi mwako.
ତୁମ୍ଭେ ଆପଣାର ଭଗିନୀର ପଥରେ ଗମନ କରିଅଛ; ଏଥିପାଇଁ ଆମ୍ଭେ ତାହାର ପାନପାତ୍ର ତୁମ୍ଭ ହସ୍ତରେ ଦେବା।
32 “Hili ndilo Bwana Mwenyezi asemalo: “Utakinywea kikombe cha dada yako, kikombe kikubwa na chenye kina kirefu; nitaletea juu yako dharau na dhihaka, kwa kuwa kimejaa sana.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆପଣା ଭଗିନୀର ପାତ୍ରରେ ପାନ କରିବ, ତାହା ଗଭୀର ଓ ବଡ଼; ତୁମ୍ଭେ ହାସ୍ୟ ଓ ଉପହାସର ବିଷୟ ହେବ; ସେହି ପାତ୍ର ବହୁତ ଧାରଣ କରେ।
33 Utalewa ulevi na kujawa huzuni, kikombe cha maangamizo na ukiwa, kikombe cha dada yako Samaria.
ତୁମ୍ଭେ ମତ୍ତତା ଓ ଶୋକରେ ପରିପୂର୍ଣ୍ଣ ହେବ, ବିସ୍ମୟ ଓ ଧ୍ୱଂସରୂପ ପାତ୍ରରେ, ତୁମ୍ଭ ଭଗିନୀ ଶମରୀୟାର ପାତ୍ରରେ ପରିପୂର୍ଣ୍ଣ ହେବ।
34 Utakinywa chote na kukimaliza; utakivunja vipande vipande na kuyararua matiti yako. Nimenena haya, asema Bwana Mwenyezi.
ତୁମ୍ଭେ ତାହା ନିଗାଡ଼ି ପାନ କରିବ ଓ ତହିଁର ଭଗ୍ନଖଣ୍ଡ ଚୋବାଇ ଆପଣା ସ୍ତନ ବିଦୀର୍ଣ୍ଣ କରିବ; କାରଣ ଆମ୍ଭେ ଏହା କହିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି;
35 “Kwa hiyo hili ndilo Bwana Mwenyezi asemalo: Kwa kuwa tangu uliponisahau mimi na kunitupa nyuma yako, lazima ubebe matokeo ya uasherati wako na ukahaba wako.”
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭକୁ ପାସୋରିଅଛ ଓ ତୁମ୍ଭ ପଛଆଡ଼େ ଆମ୍ଭକୁ ପକାଇଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଆପଣା ଲମ୍ପଟାଚରଣ ଓ ବ୍ୟଭିଚାର କ୍ରିୟାର ଭାର ବହନ କର।”
36 Bwana akaniambia, “Mwanadamu, Je, utawahukumu Ohola na Oholiba? Basi wakabili kwa ajili ya matendo yao ya machukizo,
ସଦାପ୍ରଭୁ ଆହୁରି ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଅହଲାର ଓ ଅହଲୀବାର ବିଚାର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ;
37 kwa kuwa wamefanya uzinzi na damu imo mikononi mwao. Wamefanya uzinzi na sanamu zao, hata wamewatoa watoto wao walionizalia kuwa kafara, kuwa chakula kwao.
କାରଣ ସେମାନେ ବ୍ୟଭିଚାର କରିଅଛନ୍ତି ଓ ସେମାନଙ୍କ ହସ୍ତରେ ରକ୍ତ ଅଛି ଓ ସେମାନେ ଆପଣାମାନଙ୍କ ପ୍ରତିମାଗଣ ସହିତ ବ୍ୟଭିଚାର କରିଅଛନ୍ତି; ଆଉ, ସେମାନେ ମଧ୍ୟ ଆମ୍ଭଠାରୁ ଜାତ ଆପଣା ସନ୍ତାନଗଣକୁ ଗ୍ରାସିତ ହେବା ନିମନ୍ତେ ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇଅଛନ୍ତି।
38 Pia wamenifanyia hili: wakati huo huo wamenajisi patakatifu pangu na kuzitangua Sabato zangu.
ଆହୁରି, ସେମାନେ ଆମ୍ଭ ପ୍ରତି ଏହି କାର୍ଯ୍ୟ କରିଅଛନ୍ତି; ସେମାନେ ଏକ ଦିନରେ ଆମ୍ଭର ଧର୍ମଧାମ ଅଶୁଚି ଓ ଆମ୍ଭର ବିଶ୍ରାମ ଦିନସବୁ ଅପବିତ୍ର କରିଅଛନ୍ତି।
39 Siku ile ile walitoa watoto wao kuwa kafara kwa sanamu zao, waliingia patakatifu pangu na kupatia unajisi. Hilo ndilo walilolifanya katika nyumba yangu.
କାରଣ ସେମାନେ ଆପଣାମାନଙ୍କର ପ୍ରତିମାଗଣର ଉଦ୍ଦେଶ୍ୟରେ ଆପଣା ଆପଣା ସନ୍ତାନଗଣକୁ ବଧ କଲା ଉତ୍ତାରେ ସେହି ଦିନ ଆମ୍ଭର ଧର୍ମଧାମ ଅପବିତ୍ର କରିବା ପାଇଁ ତହିଁ ମଧ୍ୟକୁ ଆସିଲେ; ଆଉ, ଦେଖ, ସେମାନେ ଆମ୍ଭ ଗୃହ ମଧ୍ୟରେ ଏହି ପ୍ରକାର କରିଅଛନ୍ତି।
40 “Walituma hata wajumbe kuwaita watu kutoka mbali, nao walipowasili ulioga kwa ajili yao, ukapaka macho yako rangi na ukavaa mapambo yako yaliyotengenezwa kwa vito vya dhahabu.
ଆହୁରି, ଦୂରରୁ ଆସିବା ପୁରୁଷମାନଙ୍କ ପାଇଁ ତୁମ୍ଭେମାନେ ଲୋକ ପଠାଇଅଛ; ସେମାନଙ୍କ ନିକଟକୁ ଦୂତ ପ୍ରେରିତ ହେଲା, ଆଉ ଦେଖ, ସେମାନେ ଆସିଲେ; ସେମାନଙ୍କ ନିମନ୍ତେ ତୁମ୍ଭେ ସ୍ନାନ କଲ, ଚକ୍ଷୁରେ ଅଞ୍ଜନ ଦେଲ ଓ ଅଳଙ୍କାରରେ ଆପଣାକୁ ବିଭୂଷିତା କଲ;
41 Ukaketi kwenye kiti cha anasa, kukiwa na meza iliyoandaliwa mbele yake ambayo juu yake ulikuwa umeweka uvumba na mafuta ambayo yalikuwa yangu.
ପୁଣି, ରାଜକୀୟ ଶଯ୍ୟାରେ ବସି ତହିଁର ସମ୍ମୁଖରେ ମେଜ ସଜାଇ ତାହା ଉପରେ ଆମ୍ଭର ଧୂପ ଓ ଆମ୍ଭର ତୈଳ ରଖିଲ।
42 “Kelele za umati wa watu wasiojali zilikuwa zimemzunguka, wakaleta watu wengi waliokuwa wakifanya makelele na walevi kutoka nyikani, ambao walitia bangili kwenye mikono ya yule mwanamke na dada yake na pia taji nzuri za kupendeza kwenye vichwa vyao.
ଆଉ, ତାହା ସଙ୍ଗେ ନିଶ୍ଚିନ୍ତ ଲୋକସମୂହର କଳରବ ଥିଲା ଓ ସାଧାରଣ ଲୋକଙ୍କ ସହିତ ପ୍ରାନ୍ତରରୁ ମଦ୍ୟପାୟୀମାନେ ଅଣାଗଲେ; ପୁଣି, ସେମାନେ ସେମାନଙ୍କ ହସ୍ତରେ କଙ୍କଣ ଓ ସେମାନଙ୍କ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।
43 Ndipo nikasema kuhusu yule aliyechakazwa na uzinzi, ‘Basi wamtumie kama kahaba, kwa kuwa ndivyo alivyo.’
ତେବେ ବ୍ୟଭିଚାର କ୍ରିୟାରେ ଜୀର୍ଣ୍ଣା ସ୍ତ୍ରୀ ବିଷୟରେ ଆମ୍ଭେ କହିଲୁ, ଏବେ ସେମାନେ ତାହା ସଙ୍ଗେ ବ୍ୟଭିଚାର କାର୍ଯ୍ୟ କରିବେ ଓ ସେ ସେମାନଙ୍କ ସଙ୍ଗେ କରିବ।
44 Nao wakazini naye. Kama vile watu wazinivyo na kahaba, ndiyo hivyo walivyozini na hao wanawake waasherati, Ohola na Oholiba.
ପୁଣି, ଲୋକେ ଯେପରି ବେଶ୍ୟା ସହ ଶୟନ କରନ୍ତି, ସେହିପରି ସେମାନେ ତାହା ସହ ଶୟନ କଲେ; ଏହି ପ୍ରକାରେ ସେମାନେ ଅହଲା ଓ ଅହଲୀବା, ଏହି ଲମ୍ପଟା ସ୍ତ୍ରୀମାନଙ୍କ ସହ ଶୟନ କଲେ।
45 Lakini watu wenye haki, watawahukumia adhabu wanawake wafanyao uzinzi na kumwaga damu, kwa kuwa ni wazinzi na damu iko mikononi mwao.
ମାତ୍ର ଧାର୍ମିକ ଲୋକମାନେ ବ୍ୟଭିଚାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନଙ୍କର ବିଚାରାନୁସାରେ ସେମାନଙ୍କର ବିଚାର କରିବେ; ଯେହେତୁ ସେମାନେ ବ୍ୟଭିଚାରିଣୀ ଓ ସେମାନଙ୍କ ହସ୍ତରେ ରକ୍ତ ଅଛି।”
46 “Hili ndilo Bwana Mwenyezi asemalo, Leteni watu wengi wenye makelele dhidi yao na uwaache wapate hofu na watekwe nyara.
କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଜନସମାଜ ଆଣିବା, ପୁଣି, ଏଣେତେଣେ ଟଳଟଳ ଓ ଲୁଟିତ ହେବା ପାଇଁ ସେମାନଙ୍କୁ ସମର୍ପଣ କରିବା।
47 Hao watu wengi watawapiga kwa mawe na kuwaua kwa panga zao, watawaua wana wao na binti zao na kuzichoma nyumba zao.
ପୁଣି, ସେହି ସମାଜ ସେମାନଙ୍କୁ ପ୍ରସ୍ତରାଘାତ କରିବେ ଓ ଖଡ୍ଗରେ ବଧ କରିବେ; ସେମାନେ ସେମାନଙ୍କର ପୁତ୍ରକନ୍ୟାଗଣକୁ ବଧ କରିବେ ଓ ସେମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ।
48 “Hivyo nitaukomesha uasherati katika nchi, ili wanawake wote wapate onyo nao wasije wakafanya uasherati kama ninyi mlivyofanya.
ଏହିରୂପେ ଆମ୍ଭେ ଦେଶରୁ ଲମ୍ପଟାଚରଣ ନିବୃତ୍ତ କରାଇବା, ତହିଁରେ ସମୁଦାୟ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ପଟପଣ ଅନୁସାରେ ଆଚରଣ ନ କରିବା ପାଇଁ ଶିକ୍ଷା ପାଇବେ।
49 Utapata adhabu kwa ajili ya uasherati wako na kuchukua matokeo ya dhambi zako za uasherati. Ndipo utakapojua kuwa Mimi ndimi Bwana Mwenyezi.”
ପୁଣି, ଲୋକମାନେ ତୁମ୍ଭମାନଙ୍କ ଲମ୍ପଟାଚରଣର ପ୍ରତିଫଳ ତୁମ୍ଭମାନଙ୍କ ଉପରେ ବର୍ତ୍ତାଇବେ ଓ ତୁମ୍ଭେମାନେ ଆପଣାମାନଙ୍କର ପ୍ରତିମାଗଣ ସମ୍ବନ୍ଧୀୟ ପାପସକଳର ଭାର ବୋହିବ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”

< Ezekieli 23 >