< Kutoka 31 >

1 Ndipo Bwana akamwambia Mose,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ,
2 “Tazama, nimemchagua Bezaleli mwana wa Uri, mwana wa Huri, wa kabila la Yuda,
“ଦେଖ, ଆମ୍ଭେ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଆହ୍ୱାନ କରିଅଛୁ
3 nami nimemjaza Roho wa Mungu, pamoja na ustadi, uwezo na ujuzi katika aina zote za ufundi,
ପୁଣି, ଶିଳ୍ପକର୍ମ, ଅର୍ଥାତ୍‍, ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳରେ ଖୋଦନ ଓ ଖଚନାର୍ଥକ ମଣି-କର୍ତ୍ତନ ଓ କାଷ୍ଠ ଖୋଦନ ପ୍ରଭୃତି
4 ili kubuni michoro ya kupendeza katika ufundi wa dhahabu, fedha na shaba,
ସର୍ବପ୍ରକାର ଶିଳ୍ପକର୍ମ କରଣାର୍ଥେ
5 kuchonga vito na kuvitia mahali, kufanya ufundi kwa mbao, na kujishughulisha na aina zote za ufundi.
ତାହାକୁ ଜ୍ଞାନ, ବୃଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରିଅଛୁ।
6 Tena nimemteua Oholiabu mwana wa Ahisamaki, wa kabila la Dani, ili kumsaidia. Pia mafundi wote nimewapa ustadi wa kutengeneza kila kitu nilichokuamuru wewe:
ଆଉ ଦେଖ, ଆମ୍ଭେ ଦାନ୍ ବଂଶଜାତ ଅହୀଷାମକର ପୁତ୍ର ଅହଲୀୟାବକୁ ତାହାର ସହକାରୀ ହେବା ପାଇଁ ନିଯୁକ୍ତ କରିଅଛୁ; ପୁଣି, ସମସ୍ତ ବିଜ୍ଞମନା ଲୋକମାନଙ୍କ ହୃଦୟରେ ଜ୍ଞାନ ଦେଇଅଛୁ; ଏଣୁ ଆମ୍ଭେ ତୁମ୍ଭକୁ ଯେସମସ୍ତ ଆଜ୍ଞା ଦେଇଅଛୁ, ତାହାସବୁ ସେମାନେ ନିର୍ମାଣ କରି ପାରିବେ।
7 Hema la Kukutania, Sanduku la Ushuhuda pamoja na kiti cha rehema juu yake, pia na vifaa vyote vya kwenye hema,
ଅର୍ଥାତ୍‍, ସମାଗମ-ତମ୍ବୁ ଓ ସାକ୍ଷ୍ୟ-ସିନ୍ଦୁକ ଓ ତହିଁର ଉପରିସ୍ଥ ପାପାଚ୍ଛାଦନ ଓ ତମ୍ବୁର ସମସ୍ତ ପାତ୍ର,
8 meza na vifaa vyake, kinara cha taa cha dhahabu safi na vifaa vyake vyote, madhabahu ya kufukizia uvumba,
ଆଉ ମେଜ, ତହିଁର ପାତ୍ରାଦି, ନିର୍ମଳ ସ୍ୱର୍ଣ୍ଣ ଦୀପବୃକ୍ଷ, ତହିଁର ସମସ୍ତ ପାତ୍ର, ଧୂପବେଦି,
9 madhabahu ya sadaka ya kuteketezwa na vyombo vyake vyote, sinia na kinara chake,
ହୋମବେଦି, ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି,
10 pamoja na mavazi matakatifu yaliyofumwa ya kuhani Aroni, na mavazi kwa ajili ya wanawe wakati wanahudumu katika kazi ya ukuhani,
ପୁଣି, ସୁଶୋଭିତ ବସ୍ତ୍ର, ଯାଜକ କର୍ମ କରଣାର୍ଥେ ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରଗଣର ବସ୍ତ୍ର,
11 pia mafuta ya upako na uvumba wenye harufu nzuri kwa ajili ya Mahali Patakatifu. Watavitengeneza sawasawa kama vile nilivyokuagiza wewe.”
ପୁଣି, ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ଥାନ ନିମନ୍ତେ ସୁଗନ୍ଧି ଧୂପ, ଏହି ଯେଉଁ ସମସ୍ତ ଆଜ୍ଞା ଆମ୍ଭେ ତୁମ୍ଭକୁ ଦେଇଅଛୁ, ତଦନୁସାରେ ସେମାନେ କରିବେ।”
12 Kisha Bwana akamwambia Mose,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
13 “Waambie Waisraeli, ‘Ninyi ni lazima mzishike Sabato zangu. Hii itakuwa ni ishara kati yangu na ninyi kwa ajili ya vizazi vijavyo, ili mpate kujua kwamba Mimi Ndimi Bwana, niwafanyaye ninyi watakatifu.
“ତୁମ୍ଭେ ଆହୁରି ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ‘ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମବାର ପାଳନ କରିବ; ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ।
14 “‘Mtaishika Sabato, kwa sababu ni takatifu kwenu. Yeyote atakayeinajisi lazima auawe, yeyote atakayefanya kazi siku hiyo lazima akafie mbali na watu wake.
ଏଣୁ ତୁମ୍ଭେମାନେ ବିଶ୍ରାମବାର ପାଳନ କରିବ; କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟେ; ଯେକେହି ତାହା ଅପବିତ୍ର କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ; ପୁଣି, ଯେକୌଣସି ବ୍ୟକ୍ତି ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
15 Kwa siku sita, mtafanya kazi, lakini siku ya saba ni Sabato ya kupumzika, takatifu kwa Bwana. Yeyote afanyaye kazi yoyote siku ya Sabato ni lazima auawe.
ଛଅ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହା ବିଶ୍ରାମବାର ଅଟେ; ସେହି ବିଶ୍ରାମବାରରେ ଯେକେହି କାର୍ଯ୍ୟ କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ।
16 Waisraeli wataishika Sabato, kuiadhimisha kwa vizazi vijavyo kuwa Agano la milele.
ଏହେତୁ ଇସ୍ରାଏଲ-ସନ୍ତାନଗଣ ଅନନ୍ତକାଳୀନ ନିୟମ ରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମବାର ପାଳନ କରିବେ।
17 Itakuwa ishara kati yangu na Waisraeli milele, kwa kuwa kwa muda wa siku sita Bwana aliumba mbingu na dunia, na siku ya saba akaacha kufanya kazi, akapumzika.’”
ତାହା ଆମ୍ଭ ଓ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ, କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।’”
18 Bwana alipomaliza kusema na Mose juu ya Mlima Sinai, Mungu akampa vile vibao viwili vya Ushuhuda, vibao vya mawe vilivyoandikwa kwa kidole cha Mungu.
ତହୁଁ ସେ ସୀନୟ ପର୍ବତରେ ମୋଶାଙ୍କ ସହିତ କଥା ସମାପ୍ତ କରି ସାକ୍ଷ୍ୟ ସ୍ୱରୂପ ଦୁଇ ପଟା, ଅର୍ଥାତ୍‍, ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇ ପ୍ରସ୍ତର ପଟା ତାଙ୍କୁ ଦେଲେ।

< Kutoka 31 >