< Kutoka 28 >

1 “Mtwae Aroni ndugu yako aliyeletwa kwako kutoka miongoni mwa Waisraeli, pamoja na wanawe Nadabu, Abihu, Eleazari na Ithamari, ili wanitumikie katika kazi ya ukuhani.
ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣଙ୍କୁ, ଅର୍ଥାତ୍‍, ହାରୋଣ, ନାଦବ୍‍ ଓ ଅବୀହୂ, ଇଲୀୟାସର ଓ ଈଥାମରକୁ ଆପଣା ନିକଟକୁ ଆଣିବ।
2 Mshonee Aroni ndugu yako mavazi matakatifu ili yampe ukuu na heshima.
ତୁମ୍ଭର ଭ୍ରାତା ହାରୋଣର ଶ୍ରୀ ଓ ଶୋଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବ।
3 Waambie mafundi stadi wote niliowapa hekima katika shughuli hiyo wamtengenezee Aroni mavazi hayo, ili awekwe wakfu, anitumikie katika kazi ya ukuhani.
ଆଉ ଆମ୍ଭେ ଯେଉଁମାନଙ୍କୁ ଜ୍ଞାନଦାୟକ ଆତ୍ମାରେ ପୂର୍ଣ୍ଣ କରିଅଛୁ, ସେହି ସମସ୍ତ ବିଜ୍ଞମନା ଲୋକଙ୍କୁ ଆଦେଶ କର; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର କରିବା ପାଇଁ ସେମାନେ ତାହାର ବସ୍ତ୍ର ପ୍ରସ୍ତୁତ କରିବେ।
4 Haya ndiyo mavazi watakayoshona: kifuko cha kifuani, kisibau, kanzu, joho lililorembwa, kilemba na mshipi. Mavazi haya yatashonwa kwa ajili ya ndugu yako Aroni na wanawe ili wanitumikie katika kazi ya ukuhani.
ଅର୍ଥାତ୍‍, ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ।
5 Waambie watumie dhahabu na nyuzi za rangi ya buluu, za zambarau, na za rangi nyekundu pamoja na kitani safi.
ସେମାନେ ସୁବର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନେବେ।
6 “Tengeneza kisibau cha dhahabu, na nyuzi za rangi ya buluu, za zambarau, za rangi nyekundu na kitani safi iliyosokotwa, kazi ya fundi stadi.
ପୁଣି, ସେମାନେ ସେହି ସ୍ୱର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କରିବେ।
7 Kitakuwa na vipande viwili vya mabegani vilivyoshikizwa kwenye pembe zake mbili ili kufungia kisibau.
ତହିଁର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ; ଏହିରୂପେ ତାହା ଯୁକ୍ତ ହେବ।
8 Mshipi wa kiunoni uliofumwa kwa ustadi utafanana nacho: utakuwa kitu kimoja na hicho kisibau, nao utengenezwe kwa dhahabu na nyuzi za rangi ya buluu, za zambarau, na nyekundu na kwa kitani iliyosokotwa vizuri.
ପୁଣି, ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ରାନୁସାରେ ହେବ; ଅର୍ଥାତ୍‍, ସ୍ୱର୍ଣ୍ଣରେ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ।
9 “Chukua vito viwili vya shohamu, na uchore juu yake majina ya wana wa Israeli
ଏଥିଉତ୍ତାରେ ତୁମ୍ଭେ ଦୁଇ ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲର ପୁତ୍ରମାନଙ୍କ ନାମ ଖୋଦିତ କରିବ।
10 kufuatana na walivyozaliwa: majina sita katika kito kimoja, na mengine sita katika kito kingine.
ଅର୍ଥାତ୍‍, ସେମାନଙ୍କ ବଂଶାବଳୀ ଅନୁସାରେ ଛଅ ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅ ନାମ ଅନ୍ୟ ମଣି ଉପରେ ଖୋଦିତ କରିବ।
11 Yachore majina ya wana wa Israeli juu ya vito hivyo viwili kama vile sonara anavyochonga muhuri. Kisha uvitie vito hivyo katika vijalizo vya dhahabu,
ଶିଳ୍ପକର୍ମରେ ମୁଦ୍ରା ଖୋଦିତ କରିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲର ପୁତ୍ରଗଣର ନାମ ଖୋଦିତ କରିବ, ପୁଣି, ତାହା ଦୁଇ ସ୍ୱର୍ଣ୍ଣାଧାରରେ ବନ୍ଦ କରିବ।
12 na uvifungie juu ya vipande vya mabega ya kisibau yawe kama vito vya ukumbusho kwa wana wa Israeli. Aroni atavaa majina hayo mabegani mwake kama kumbukumbu mbele za Bwana.
ପୁଣି, ଇସ୍ରାଏଲର ସନ୍ତାନଗଣଙ୍କୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ; ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ।
13 Tengeneza vijalizo vya dhahabu
ଆଉ ତୁମ୍ଭେ ଦୁଇ ସ୍ୱର୍ଣ୍ଣାଧାର କରିବ
14 na mikufu miwili ya dhahabu safi iliyosokotwa kama kamba, na uifunge mikufu hiyo kwenye vijalizo.
ଓ ନିର୍ମଳ ସୁବର୍ଣ୍ଣ ଦ୍ୱାରା ଦୁଇ ମୋଡ଼ା ଜଞ୍ଜିର କରି ସେହି ମୋଡ଼ା ଜଞ୍ଜିର ସେହି ଦୁଇ ଆଧାରରେ ଲଗାଇବ।
15 “Fanyiza kifuko cha kifuani kwa ajili ya kufanya maamuzi, kazi ya fundi stadi. Kitengeneze kama kile kisibau: cha dhahabu, na nyuzi za rangi ya buluu, za zambarau, na za rangi nyekundu, cha kitani safi iliyosokotwa.
ପୁଣି, ଶିଳ୍ପକର୍ମରେ ବିଚାରାର୍ଥକ ବୁକୁପଟା କରିବ, ଅର୍ଥାତ୍‍, ଏଫୋଦର କର୍ମାନୁସାରେ ସ୍ୱର୍ଣ୍ଣରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ତାହା ପ୍ରସ୍ତୁତ କରିବ।
16 Kitakuwa cha mraba, chenye urefu wa shibiri moja na upana wa shibiri moja, na kikunjwe mara mbili.
ତାହା ଚତୁଷ୍କୋଣ ଓ ଦୋହରା ହେବ; ତହିଁର ଦୈର୍ଘ୍ୟ ଏକ ଚାଖଣ୍ଡ ଓ ପ୍ରସ୍ଥ ଏକ ଚାଖଣ୍ଡ ହେବ।
17 Kisha weka safu nne za vito vya thamani juu yake. Safu ya kwanza itakuwa na akiki, yakuti manjano na zabarajadi;
ପୁଣି, ତାହାକୁ ଚାରି ଧାଡ଼ି ମଣିରେ ଖଚିତ କରିବ, ତହିଁର ପ୍ରଥମ ଧାଡିରେ ଚୂଣୀ, ପୀତମଣି ଓ ମରକତ;
18 katika safu ya pili itakuwa na almasi, yakuti samawi na zumaridi;
ଦ୍ୱିତୀୟ ଧାଡ଼ିରେ ପଦ୍ମରାଗ, ନୀଳକାନ୍ତ ଓ ହୀରକ
19 safu ya tatu itakuwa na hiakintho, akiki nyekundu na amethisto;
ତୃତୀୟ ଧାଡ଼ିରେ ପେରୋଜ, ଯିସ୍ମ ଓ କଟାହେଳା
20 na safu ya nne itakuwa na krisolitho, shohamu na yaspi. Yote yatiwe kwenye vijalizo vya dhahabu.
ପୁଣି, ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ; ଏହି ସମସ୍ତ ସ୍ୱର୍ଣ୍ଣରେ ସ୍ୱ ସ୍ୱ ଧାଡ଼ିରେ ବସାଯିବ।
21 Patakuwa na vito kumi na viwili, kila kimoja kwa jina mojawapo la wana wa Israeli, kila kimoja kichorwe kama muhuri kikiwa na jina mojawapo la yale makabila kumi na mawili.
ଏହି ମଣି ଇସ୍ରାଏଲର ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବେ; ମୁଦ୍ରାନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ।
22 “Kwa ajili ya kile kifuko cha kifuani, tengeneza mikufu ya dhahabu safi, iliyosokotwa kama kamba.
ତୁମ୍ଭେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ବୁକୁପଟା ନିମନ୍ତେ ମାଳା ତୁଲ୍ୟ ମୋଡ଼ା ଦୁଇ ଜଞ୍ଜିର ନିର୍ମାଣ କରିବ।
23 Tengeneza pete mbili za dhahabu kwa ajili yake, uzifungie kwenye pembe mbili za hicho kifuko cha kifuani.
ପୁଣି, ବୁକୁପଟା ଉପରେ ସ୍ୱର୍ଣ୍ଣର ଦୁଇ କଡ଼ା କରିବ ଓ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ।
24 Funga ile mikufu miwili ya dhahabu kwenye hizo pete zilizo katika pembe za hicho kifuko cha kifuani,
ଆଉ ବୁକୁପଟାର ଦୁଇ ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇବ।
25 nazo zile ncha nyingine za mkufu zifunge kwenye vile vijalizo viwili, na uzishikamanishe na vile vipande vya mabega vya kile kisibau upande wa mbele.
ପୁଣି, ମୋଡ଼ା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିବ।
26 Tengeneza pete mbili za dhahabu, uzishikamanishe kwenye pembe mbili za chini, upande wa ndani wa kifuko cha kifuani karibu na kisibau.
ତୁମ୍ଭେ ସ୍ୱର୍ଣ୍ଣର ଦୁଇ କଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଭିତର ଭାଗରେ ରଖିବ।
27 Tengeneza pete nyingine mbili za dhahabu, na uzishikamanishe sehemu ya chini ya vipande vya mabega upande wa mbele wa kile kisibau, karibu na pindo juu kidogo ya mshipi wa kiunoni wa kisibau.
ଆହୁରି ଦୁଇ ସ୍ୱର୍ଣ୍ଣର କଡ଼ା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଧପଟି ତଳେ ତହିଁର ସମ୍ମୁଖ ଭାଗର ଯୋଡ଼ା ସ୍ଥାନର ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ।
28 Pete za kifuko cha kifuani zitafungwa kwenye pete zile za kisibau kwa kamba ya buluu, ziunganishwe na ule mshipi wa kiunoni, ili kifuko cha kifuani kisisogee kutoka kwenye kile kisibau.
ତହିଁରେ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଧନ କରି ରଖିବେ।
29 “Wakati wowote Aroni aingiapo Mahali Patakatifu, atakuwa na yale majina ya wana wa Israeli moyoni mwake juu ya kile kifuko cha kifuani cha uamuzi kama kumbukumbu ya kudumu mbele za Bwana.
ଯେଉଁ ସମୟରେ ହାରୋଣ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଚାରାର୍ଥକ ବୁକୁପଟାରେ ଇସ୍ରାଏଲ-ପୁତ୍ରଗଣର ନାମସକଳ ଆପଣା ହୃଦୟ ଉପରେ ବହନ କରିବ।
30 Pia weka Urimu na Thumimu ndani ya kifuko cha kifuani, yawe juu ya moyo wa Aroni kila mara aingiapo mbele za Bwana. Kwa hiyo siku zote Aroni atakuwa na uwezo kufanya maamuzi kwa ajili ya wana wa Israeli mbele za Bwana.
ସେହି ବିଚାରାର୍ଥକ ବୁକୁପଟାରେ ତୁମ୍ଭେ ଉରୀମ୍‍ ଓ ତୁମ୍ମୀମ୍‍ (ଦୀପ୍ତି ଓ ସିଦ୍ଧି) ରଖିବ; ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ, ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି, ହାରୋଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ-ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ।
31 “Shona joho la kisibau lote kwa kitambaa cha rangi ya buluu tupu,
ତୁମ୍ଭେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କରିବ।
32 na katikati uweke nafasi ya kuingizia kichwa. Kutakuwa na utepe uliofumwa, unaofanana na ukosi kuizunguka nafasi hiyo, ili isichanike.
ତହିଁ ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ; ସାଞ୍ଜୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣାକର୍ମ ହେବ, ତହିଁରେ ତାହା ଛିଣ୍ଡିଯିବ ନାହିଁ।
33 Tengeneza makomamanga ya nyuzi za rangi ya buluu, za zambarau, na za rangi nyekundu kuzunguka pindo la hilo joho, na uweke pia vikengele vya dhahabu kati ya hayo makomamanga.
ପୁଣି, ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣର ଡାଳିମ୍ବ କରିବ; ଆଉ ତହିଁ ଚତୁର୍ଦ୍ଦିଗର ମଧ୍ୟେ ମଧ୍ୟେ ସ୍ୱର୍ଣ୍ଣ ଘଣ୍ଟି ରହିବ।
34 Hivyo vikengele vya dhahabu na makomamanga vitapishana kuzunguka upindo wa joho lile.
ସେହି ଚୋଗାର ଧଡ଼ିର ଚତୁର୍ଦ୍ଦିଗରେ ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ, ପୁଣି, ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ।
35 Ni lazima Aroni alivae anapofanya huduma. Sauti ya hivyo vikengele itasikika anapoingia na kutoka Mahali Patakatifu mbele za Bwana, ili asije akafa.
ଆଉ ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ; ତହିଁରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ଯେତେବେଳେ ସେ ସେଠାରୁ ବାହାର ହେବ, ସେତେବେଳେ ତହିଁର ଶବ୍ଦ ଶୁଣାଯିବ; ତାହାହେଲେ ସେ ମରିବ ନାହିଁ।
36 “Tengeneza bamba la dhahabu safi na uchore juu yake maneno haya kama vile muhuri huchorwa: Mtakatifu kwa Bwana.
ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୋହର ନ୍ୟାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଖୋଦନ କରିବ।
37 Lifunge hilo bamba kwa kamba ya buluu kwenye kilemba, nalo ni lazima liwe mbele ya kilemba.
ପୁଣି, ପଗଡ଼ି ଉପରେ ରହିବା ପାଇଁ ତାହା ନୀଳ ସୂତ୍ରରେ ବାନ୍ଧି ପଗଡ଼ିର ସମ୍ମୁଖରେ ରଖିବ।
38 Aroni alivae bamba hilo kwenye paji la uso wake, naye atachukua hatia kuhusu sadaka takatifu za Waisraeli wanazoweka wakfu, sadaka za aina yoyote. Litakuwa kwenye paji la uso wa Aroni daima ili zikubalike kwa Bwana.
ତାହା ହାରୋଣର କପାଳ ଉପରେ ରହିବ, ତହିଁରେ ପବିତ୍ର ଦ୍ରବ୍ୟ-ଘଟିତ ଅପରାଧ, ଅର୍ଥାତ୍‍, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ପବିତ୍ରୀକୃତ ପବିତ୍ର ଦାନାଦି ସକଳ ଦ୍ରବ୍ୟ ସମ୍ବନ୍ଧରେ ଯେଉଁ ଅପରାଧ କରିବେ, ତାହା ହାରୋଣ ବୋହିବ ଓ ସଦାପ୍ରଭୁଙ୍କ ଛାମୁରେ ସେମାନେ ଯେପରି ଗ୍ରାହ୍ୟ ହୁଅନ୍ତି, ଏଥିପାଇଁ ତାହା ନିତ୍ୟ ନିତ୍ୟ ତାହାର କପାଳରେ ରହିବ।
39 “Fuma koti la kitani safi na ufanye kilemba cha kitani safi. Mshipi uwe ni kazi ya mtarizi.
ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୌମବସ୍ତ୍ରରେ ଓ ପଗଡି଼କୁ ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ କରିବ; ପୁଣି, କଟିବନ୍ଧନ ସୂଚି କର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ।
40 Watengenezee wana wa Aroni makoti, mishipi na kofia, ili kuwapa ukuu na heshima.
ଆଉ ହାରୋଣର ପୁତ୍ରଗଣ ନିମନ୍ତେ ଜାମା ଓ କଟିବନ୍ଧନ ପ୍ରସ୍ତୁତ କରିବ, ଆଉ ସେମାନଙ୍କର ଶ୍ରୀ ଓ ସୌନ୍ଦର୍ଯ୍ୟ ନିମନ୍ତେ ଶିରୋଭୂଷଣ କରିବ।
41 Baada ya kumvika Aroni ndugu yako pamoja na wanawe nguo hizi, watie mafuta na kuwabariki. Waweke wakfu ili wanitumikie katika kazi ya ukuhani.
ପୁଣି, ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣକୁ ତାହାସବୁ ପରିଧାନ କରାଇବ; ପୁଣି, ସେମାନଙ୍କୁ ଅଭିଷେକ କରି ପଦରେ ନିଯୁକ୍ତ ଓ ପବିତ୍ର କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ।
42 “Watengenezee nguo za ndani za kitani zitakazofunika mwili, kutoka kiunoni hadi mapajani.
ତୁମ୍ଭେ ସେମାନଙ୍କ ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ପିନ୍ଧାଇବ।
43 Aroni na wanawe ni lazima wavae haya kila wanapoingia katika Hema la Kukutania au wanaposogelea madhabahu wakati wa kutoa huduma katika Mahali Patakatifu, ili wasije wakafanya kosa wakafa. “Haya yawe maagizo ya kudumu kwa Aroni na vizazi vyake.
ପୁଣି, ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ, କିଅବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି, ଏନିମନ୍ତେ ସେମାନେ ଏହି ବସ୍ତ୍ର ପରିଧାନ କରିବେ; ଏହା ହାରୋଣର ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ।

< Kutoka 28 >