< Torati 3 >

1 Kisha tukageuka tukakwea kufuata njia iliyoelekea Bashani, Ogu mfalme wa Bashani akaondoka na jeshi lake lote kupigana na sisi huko Edrei.
ଏଉତ୍ତାରେ ଆମ୍ଭେମାନେ ଫେରି ବାଶନର ପଥ ଦେଇ ଗମନ କଲୁ; ତହିଁରେ ବାଶନର ରାଜା ଓଗ୍‍ ଅାସି ଅାକ୍ରମଣ କଲେ, ପୁଣି ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଇଦ୍ରିୟୀକୁ ଆସିଲେ।
2 Bwana akaniambia, “Usimwogope kwa kuwa nimekwisha mkabidhi mikononi mwako pamoja na jeshi lake lote na nchi yake. Umfanyie sawasawa na ulivyomfanyia Sihoni mfalme wa Waamori, ambaye alitawala huko Heshboni.”
ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ଯେପରି ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନ ପ୍ରତି କରିଅଛ, ସେପରି ତାହା ପ୍ରତି ମଧ୍ୟ କରିବ।”
3 Hivyo Bwana Mungu wetu pia akamweka Ogu mfalme wa Bashani pamoja na jeshi lake lote mikononi mwetu. Tuliwaangamiza wote, hakubakia hata mmoja.
ଏହିରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ମଧ୍ୟ ବାଶନ-ରାଜା ଓଗ୍‍କୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଏପରି ପରାଜୟ କଲୁ ଯେ, ତାହାର କେହି ଅବଶିଷ୍ଟ ରହିଲା ନାହିଁ।
4 Wakati huo tuliteka miji yake yote. Hakuna mji hata mmoja kati ya ile sitini ambao hatukuuteka, yaani eneo lote la Argobu, utawala wa Mfalme Ogu katika Bashani.
ସେସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କଲୁ, ସେମାନଙ୍କଠାରୁ ଯାହା ହସ୍ତଗତ ନ କଲୁ, ଏପରି ଗୋଟିଏ ନଗର ରହିଲା ନାହିଁ; ଷାଠିଏ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ, ଅର୍ଥାତ୍‍, ବାଶନସ୍ଥ ଓଗ୍‍ର ରାଜ୍ୟ (ହସ୍ତଗତ କଲୁ)।
5 Miji yote hii ilijengewa ngome zenye kuta ndefu zenye malango na makomeo, pia kulikuwako na vijiji vingi ambavyo havikujengewa kuta.
ସେହି ସବୁ ନଗର ଉଚ୍ଚ ପ୍ରାଚୀର ଓ ଦ୍ୱାର ଓ ଅର୍ଗଳରେ ସୁରକ୍ଷିତ ଥିଲା; ତାହା ଛଡ଼ା ଅନେକ ପ୍ରାଚୀରହୀନ ନଗର ଥିଲା।
6 Tuliwaangamiza kabisa, kama tulivyomfanyia Sihoni mfalme wa Heshboni, tukiangamiza kila mji, yaani wanaume, wanawake na watoto.
ଆମ୍ଭେମାନେ ହିଷ୍‍ବୋନ-ରାଜା ସୀହୋନ ପ୍ରତି ଯେରୂପ କରିଥିଲୁ, ସେରୂପ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ, ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ।
7 Lakini wanyama wote wa kufuga pamoja na nyara kutoka kwenye miji yao tulichukua vikawa vyetu.
ମାତ୍ର ଆମ୍ଭେମାନେ ସମସ୍ତ ପଶୁ ଓ ନଗରର ଲୁଟିତ ଦ୍ରବ୍ୟାଦି ଆପଣାମାନଙ୍କ ନିମନ୍ତେ ଲୁଟ ସ୍ୱରୂପେ ଗ୍ରହଣ କଲୁ।
8 Hivyo kwa wakati huo tukachukua kutoka kwa wafalme hawa wawili wa Waamori nchi ya mashariki ya Yordani, kutoka Bonde la Arnoni mpaka kufika kwenye Mlima Hermoni.
ସେହି ସମୟରେ ଆମ୍ଭେମାନେ ଯର୍ଦ୍ଦନର ପୂର୍ବପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହସ୍ତରୁ ଅର୍ଣ୍ଣୋନ-ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ।
9 (Wasidoni huuita mlima huo Sirioni, nao Waamori huuita Seniri.)
(ସୀଦୋନୀୟମାନେ ସେହି ହର୍ମୋଣ ପର୍ବତକୁ ସିରିୟୋନ କହନ୍ତି ଓ ଇମୋରୀୟମାନେ ତାହାକୁ ସନୀର୍‍ କହନ୍ତି)।
10 Tuliteka miji yote kwenye uwanda wa juu, Gileadi yote, Bashani yote mpaka kufika Saleka na Edrei, miji ya utawala wa Ogu huko Bashani.
ଆମ୍ଭେମାନେ ସମଭୂମିର ସମସ୍ତ ନଗର ଓ ସଲଖା ଓ ଇଦ୍ରିୟୀ ପର୍ଯ୍ୟନ୍ତ ସମସ୍ତ ଗିଲୀୟଦ ଓ ସମସ୍ତ ବାଶନ, ଅର୍ଥାତ୍‍, ବାଶନସ୍ଥିତ ଓଗ୍‍ ରାଜ୍ୟର ସମସ୍ତ ନଗର ହସ୍ତଗତ କଲୁ।
11 (Mfalme Ogu wa Bashani ndiye peke yake aliyesalia miongoni mwa mabaki ya Warefai. Kitanda chake kilikuwa cha chuma chenye urefu wa dhiraa tisa na upana wa dhiraa nne. Mpaka sasa kinaweza kuonekana katika mji wa Waamoni wa Raba.)
(ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନ-ରାଜା ଓଗ୍‍ ଅବଶିଷ୍ଟ ରହିଲା, ଦେଖ, ତାହାର ଖଟ ଲୌହମୟ ଖଟ; ତାହା କି ଅମ୍ମୋନ-ସନ୍ତାନଗଣର ରବ୍ବାରେ ନାହିଁ? ମନୁଷ୍ୟ ହସ୍ତର ପରିମାଣାନୁସାରେ ତାହା ଲମ୍ବାରେ ନଅ ହାତ ଓ ଓସାରରେ ଚାରି ହାତ)।
12 Katika nchi tuliyoiteka wakati ule, niliwapa kabila la Reubeni na Gadi eneo lililoko kaskazini la Aroeri kando ya Bonde la Arnoni, na nusu ya eneo la milima ya Gileadi, pamoja na miji yake.
ଏହି ସମୟରେ ଆମ୍ଭେମାନେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେହି ସମସ୍ତ ଦେଶ ଅଧିକାର କଲୁ; ତହିଁରେ ମୁଁ ଗିଲୀୟଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତହିଁର ନଗରସବୁ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଦେଲି।
13 Kisha nusu ya kabila la Manase niliwapa sehemu ya Gileadi iliyobaki pamoja na Bashani yote, ambayo ilikuwa utawala wa Ogu. (Eneo lote la Argobu katika Bashani lilikuwa linajulikana kama nchi ya Warefai.
ପୁଣି ମୁଁ ଗିଲୀୟଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ, ଅର୍ଥାତ୍‍, ଓଗ୍‍ର ରାଜ୍ୟ, ବିଶେଷରେ ସମୁଦାୟ ବାଶନ ସହିତ ଅର୍ଗୋବର ସମସ୍ତ ଅଞ୍ଚଳ ମନଃଶିର ଅର୍ଦ୍ଧ ବଂଶକୁ ଦେଲି (ତାହା ରଫାୟୀୟ ଦେଶ ବୋଲି ବିଖ୍ୟାତ।
14 Yairi, mzao wa kabila la Manase, alichukua eneo lote la nchi ya Argobu hadi kufikia mpaka wa Wageshuri na Wamaaka, ukaitwa kwa jina lake; kwa hiyo mpaka leo hii Bashani inaitwa Hawoth-Yairi.)
ମନଃଶିର ପୁତ୍ର ଯାୟୀର, ଗଶୂରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର ସମସ୍ତ ଅଞ୍ଚଳ ହସ୍ତଗତ କରି ଆପଣା ନାମାନୁସାରେ ଆଜି ପର୍ଯ୍ୟନ୍ତ ବାଶନ ଦେଶର ସେହି ସମସ୍ତ ସ୍ଥାନର ନାମ ହବୋତ୍‍-ଯାୟୀର ରଖିଲା)।
15 Nikampa Makiri nchi ya Gileadi.
ପୁଣି ମୁଁ ମାଖୀରକୁ ଗିଲୀୟଦ ଦେଲି।
16 Lakini niliwapa Wareubeni na Wagadi eneo kuanzia Gileadi hadi Bonde la Arnoni (katikati ya bonde ulikuwa ndio mpaka), kuelekea mpaka Mto Yaboki, ambao ndio mpaka wa Waamoni.
ଆଉ ଗିଲୀୟଦଠାରୁ ଅର୍ଣ୍ଣୋନ-ଉପତ୍ୟକା, ଅର୍ଥାତ୍‍, ଉପତ୍ୟକାର ମଧ୍ୟସ୍ଥାନ ଓ ତହିଁର ସୀମା ସମେତ, ପୁଣି ସେହିଠାରୁ ଅମ୍ମୋନ-ସନ୍ତାନଗଣର ସୀମା ଯବ୍ବୋକ୍‍ ନଦୀ ପର୍ଯ୍ୟନ୍ତ;
17 Kwa upande wa magharibi mpaka wao ulikuwa Yordani katika Araba, toka ziwa Galilaya hadi Bahari ya Araba (yaani Bahari ya Chumvi), kwenye miteremko ya Pisga upande wa mashariki.
ଆଉ କିନ୍ନେରତ୍‍ଠାରୁ ପାଦଭୂମିସ୍ଥ ସମୁଦ୍ର, ଅର୍ଥାତ୍‍, ପିସ୍ଗାର ଅଧଃସ୍ଥିତ ଲବଣ ସମୁଦ୍ର ପର୍ଯ୍ୟନ୍ତ ପୂର୍ବ ଦିଗବର୍ତ୍ତୀ ପଦାଭୂମି ଓ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଦେଲି।
18 Wakati huo nilikuamuru: “Bwana Mungu wako amekupa nchi hii uimiliki. Lakini ni lazima wanaume wenu wote wenye uwezo, wakiwa wamejiandaa tayari kwa vita, wavuke ngʼambo wakiwatangulia ndugu zako Waisraeli.
ଏଥିଉତ୍ତାରେ ମୁଁ ସେହି ସମୟରେ ତୁମ୍ଭମାନଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି; ତୁମ୍ଭମାନଙ୍କ ମଧ୍ୟରୁ ସମସ୍ତ ବୀରପୁରୁଷ ସସଜ୍ଜ ହୋଇ ତୁମ୍ଭମାନଙ୍କ ଭ୍ରାତୃଗଣ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ।
19 Lakini wake zenu, watoto wenu na mifugo yenu (kwani najua mnayo mifugo mingi) wanaweza kukaa katika miji niliyowapa,
ମାତ୍ର ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ନଗର ଦେଇଅଛି, ସେହି ସବୁ ନଗରରେ ତୁମ୍ଭମାନଙ୍କ ଭାର୍ଯ୍ୟା ଓ ବାଳକଗଣ ଓ ପଶୁମାନେ ବାସ କରିବେ; କାରଣ ମୁଁ ଜାଣେ, ତୁମ୍ଭମାନଙ୍କର ଅନେକ ପଶୁ ଅଛି।
20 mpaka hapo Bwana atakapowapa ndugu zenu kupumzika kama alivyowapa ninyi, wao pia wamiliki ile nchi ambayo Bwana Mungu wenu anawapa, ngʼambo ya Yordani. Baada ya hapo, kila mmoja wenu anaweza kurudi kwenye milki niliyowapa.”
ଏଉତ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କ ଭ୍ରାତୃଗଣକୁ ତୁମ୍ଭମାନଙ୍କ ତୁଲ୍ୟ ବିଶ୍ରାମ ଦେଲେ ଓ ଯର୍ଦ୍ଦନର ସେପାରିରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ସେମାନଙ୍କୁ ଦେବେ, ସେମାନେ ମଧ୍ୟ ସେହି ଦେଶ ଅଧିକାର କଲେ ତୁମ୍ଭେମାନେ ପ୍ରତ୍ୟେକେ ମୋହର ଦତ୍ତ ଆପଣା ଆପଣା ଅଧିକାରକୁ ଫେରିଯିବ।”
21 Wakati huo nilimwamuru Yoshua, “Umejionea kwa macho yako mwenyewe yale yote ambayo Bwana Mungu wenu amewafanyia wafalme hawa wawili. Bwana atazifanyia falme zote huko mnakokwenda vivyo hivyo.
ଆଉ ମୁଁ ସେହି ସମୟରେ ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲି, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଏହି ଦୁଇ ରାଜାଙ୍କ ପ୍ରତି ଯାହା କରିଅଛନ୍ତି, ତୁମ୍ଭେ ତାହା ସ୍ୱଚକ୍ଷୁରେ ଦେଖିଅଛ; ତୁମ୍ଭେ ପାର ହୋଇ ଯେଉଁ ଯେଉଁ ରାଜ୍ୟ ବିରୁଦ୍ଧରେ ଯାଉଅଛ, ସେସବୁ ରାଜ୍ୟ ପ୍ରତି ସଦାପ୍ରଭୁ ତଦ୍ରୂପ କରିବେ।
22 Msiwaogope, Bwana Mungu wenu atapigana kwa ajili yenu.”
ତୁମ୍ଭେମାନେ ସେମାନଙ୍କୁ ଭୟ କରିବ ନାହିଁ; କାରଣ ଯେ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରନ୍ତି, ସେହି ସଦାପ୍ରଭୁ ତ ତୁମ୍ଭମାନଙ୍କ ପରମେଶ୍ୱର ଅଟନ୍ତି।”
23 Wakati huo nilimsihi Bwana:
ସେହି ସମୟରେ ମୁଁ ସଦାପ୍ରଭୁଙ୍କୁ ବିନତି କରି କହିଲି,
24 “Ee Bwana Mwenyezi, umemwonyesha mtumishi wako ukuu wako na mkono wako wenye uweza. Kwa kuwa ni mungu yupi aliye mbinguni au duniani anayeweza kufanya kazi na matendo makuu kama ufanyayo wewe?
“ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ; ତୁମ୍ଭର କ୍ରିୟା ତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମ ତୁଲ୍ୟ ଯେ କରିପାରେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଏପରି ଆଉ କିଏ ଅଛି?
25 Acha niende nikaione hiyo nchi nzuri ngʼambo ya Yordani, ile nchi nzuri ya vilima na Lebanoni.”
ମୁଁ ବିନୟ କରୁଅଛି, ମୋତେ ସେପାରିକି ଯିବାକୁ ଓ ଯର୍ଦ୍ଦନର ସେପାରିସ୍ଥିତ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ ଦେଖିବାକୁ ଦିଅ।”
26 Lakini kwa sababu yenu Bwana alinikasirikia na hakutaka kunisikiliza. Bwana aliniambia, “Hilo latosha; usiseme nami jambo hili tena.
ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋʼ ଉପରେ କ୍ରୋଧ କଲେ ଓ ମୋʼ କଥା ଶୁଣିଲେ ନାହିଁ; ଆଉ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭର ଯଥେଷ୍ଟ ହେଲାଣି ଏ ବିଷୟରେ ଆମ୍ଭକୁ ଆଉ କୁହ ନାହିଁ।
27 Kwea juu ya kilele cha Pisga uangalie magharibi, kaskazini, kusini na mashariki. Iangalie hiyo nchi kwa macho yako, kwa vile wewe hutavuka Yordani.
ପିସ୍ଗାର ଶୃଙ୍ଗକୁ ଚଢ଼ି ଯାଅ, ଆଉ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ ଓ ପୂର୍ବ ଆଡ଼େ ଅନାଇ ଦେଖ ଓ ଆପଣା ଚକ୍ଷୁରେ ତାହା ନିରୀକ୍ଷଣ କର; କାରଣ ତୁମ୍ଭେ ଏହି ଯର୍ଦ୍ଦନ ପାର ହେବ ନାହିଁ।
28 Lakini mwagize Yoshua, mtie moyo na umtie nguvu, kwa kuwa yeye atawaongoza watu hawa hadi ngʼambo na kuwarithisha nchi utakayoiona.”
ମାତ୍ର ଯିହୋଶୂୟକୁ ଆଜ୍ଞା ଦିଅ ଓ ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ; କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ; ପୁଣି ତୁମ୍ଭେ ଯେଉଁ ଦେଶ ଦେଖିବ, ତାହା ସେ ସେମାନଙ୍କୁ ଅଧିକାର କରାଇବ।”
29 Kwa hiyo tulikaa kwenye bonde karibu na Beth-Peori.
ଏହିରୂପେ ଆମ୍ଭେମାନେ ବେଥ୍-ପିୟୋର ସମ୍ମୁଖସ୍ଥିତ ଉପତ୍ୟକାରେ ବାସ କଲୁ।

< Torati 3 >