< Torati 2 >

1 Kisha tukageuka nyuma na kusafiri kuelekea jangwani kwa njia inayoelekea Bahari ya Shamu, kama Bwana alivyonielekeza. Kwa muda mrefu tulitembea kuzunguka vilima katika nchi ya Seiri.
ଏଥିଉତ୍ତାରେ ମୋʼ ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେମାନେ ଫେରି ସୂଫ ସାଗର ପଥ ଦେଇ ପ୍ରାନ୍ତର ଆଡ଼େ ଯାତ୍ରା କଲୁ; ପୁଣି ସେୟୀର ପର୍ବତ ବୁଲି ଆସିବାକୁ ଆମ୍ଭମାନଙ୍କୁ ଅନେକ ଦିନ ଲାଗିଲା।
2 Kisha Bwana akaniambia,
ତହୁଁ ସଦାପ୍ରଭୁ ମୋତେ କହିଲେ,
3 “Umetembea kuzunguka hii nchi ya vilima kwa muda wa kutosha; sasa geukia kaskazini.
“ତୁମ୍ଭେମାନେ ଯଥେଷ୍ଟ ସମୟ ଏହି ପର୍ବତ ବୁଲିଅଛ; ଏବେ ଉତ୍ତର ଦିଗକୁ ଫେର।
4 Wape watu maagizo haya: ‘Mko karibu kupita katikati ya nchi ya ndugu zako ambao ni wazao wa Esau, ambao wanaishi Seiri. Watawaogopa, lakini mwe waangalifu.
ତୁମ୍ଭେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ‘ସେୟୀର ନିବାସୀ ତୁମ୍ଭମାନଙ୍କ ଭ୍ରାତୃଗଣର, ଅର୍ଥାତ୍‍, ଏଷୌ ସନ୍ତାନଗଣର ସୀମା ଦେଇ ତୁମ୍ଭମାନଙ୍କୁ ଯିବାକୁ ହେବ; ତହିଁରେ ସେମାନେ ଭୀତ ହେବେ; ଏଣୁ ତୁମ୍ଭେମାନେ ଅତି ସାବଧାନ ହୁଅ।
5 Msiwachokoze kwa vita kwa maana sitawapa ninyi sehemu yoyote ya nchi yao, hata sehemu ya kutosha kuweka wayo wenu juu yake. Nimempa Esau nchi ya vilima ya Seiri kama yake mwenyewe.
ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ। ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ।
6 Mtawalipa fedha kwa chakula mtakachokula na maji mtakayokunywa.’”
ତୁମ୍ଭେମାନେ ରୂପା (ଟଙ୍କା) ଦେଇ ସେମାନଙ୍କଠାରୁ ଅନ୍ନ କିଣି ଭୋଜନ କରିବ ଓ ରୂପା ଦେଇ ଜଳ କିଣି ପାନ କରିବ।
7 Bwana Mungu wenu amewabariki kwa kazi yote ya mikono yenu. Amewalinda katika safari yenu katikati ya jangwa hili kubwa. Kwa miaka hii arobaini Bwana Mungu wenu amekuwa pamoja nanyi, na hamkupungukiwa na kitu chochote.
କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଯିବାର ଜାଣିଅଛନ୍ତି; ଏହି ଚାଳିଶ ବର୍ଷସାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ।’”
8 Basi tulipita kwa ndugu zetu wazao wa Esau ambao wanaishi Seiri. Tuligeuka kutoka njia ya Araba ambayo inatokea Elathi na Esion-Geberi, tukasafiri kufuata njia ya jangwa la Moabu.
ଏଉତ୍ତାରେ ଆମ୍ଭେମାନେ ସେୟୀର ନିବାସୀ ଆପଣା ଭ୍ରାତୃଗଣ ଏଷୌ-ସନ୍ତାନମାନଙ୍କ ନିକଟ ଦେଇ ଏଲତ୍‍ ଓ ଇତ୍‍ସିୟୋନ-ଗେବର ପଦାଭୂମିର ପଥଠାରୁ ଯାତ୍ରା କଲୁ। ତହୁଁ ଆମ୍ଭେମାନେ ଫେରି ମୋୟାବ-ପ୍ରାନ୍ତର ପଥ ଦେଇ ଯାତ୍ରା କଲୁ।
9 Kisha Bwana akaniambia, “Usiwasumbue Wamoabu kwa vita, kwa kuwa sitawapa sehemu yoyote ya nchi yao. Nimetoa nchi ya Ari kwa wazao wa Loti kama milki yao.”
ତହିଁରେ ସଦାପ୍ରଭୁ ମୋତେ କହିଲେ, “ମୋୟାବକୁ କ୍ଳେଶ ଦିଅ ନାହିଁ, ଅବା ସେମାନଙ୍କ ସହିତ ଯୁଦ୍ଧ କର ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଅଧିକାରାର୍ଥେ ସେମାନଙ୍କ ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ଆର ନଗର ଅଧିକାରାର୍ଥେ ଦେଇଅଛୁ।”
10 (Waemi walikuwa wakiishi huko hapo zamani, watu wenye nguvu na wengi, warefu kama Waanaki.
(ପୂର୍ବେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କରୁଥିଲେ, ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଉଚ୍ଚ ଥିଲେ।
11 Kama walivyokuwa Waanaki, hao pia walikuwa kama Warefai, lakini Wamoabu waliwaita Waemi.
ଅନାକୀୟମାନଙ୍କ ତୁଲ୍ୟ ସେମାନେ ମଧ୍ୟ ରଫାୟୀୟମାନଙ୍କ ମଧ୍ୟରେ ଗଣିତ ଥିଲେ, ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ।
12 Wahori waliishi Seiri, lakini wazao wa Esau waliwafukuza. Waliwaangamiza Wahori na kukaa mahali pao, kama Waisraeli walivyofanya katika nchi ambayo Bwana aliwapa kama milki yao.)
ପୁଣି ପୂର୍ବେ ହୋରୀୟ ଲୋକମାନେ ସେୟୀରରେ ବାସ କଲେ, ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କଲେ ଓ ଆପଣାମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ; ଯେରୂପେ ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର-ଭୂମିରେ କଲେ)।
13 Bwana akasema, “Sasa ondokeni mvuke Bonde la Zeredi.” Hivyo tukavuka bonde.
“ଏବେ ତୁମ୍ଭେମାନେ ଉଠ ଓ ସେରଦ୍‍ ନଦୀ ପାର ହୁଅ।” ତହିଁରେ ଆମ୍ଭେମାନେ ସେରଦ୍‍ ନଦୀ ପାର ହେଲୁ।
14 Miaka thelathini na minane ilipita tangu wakati tulipoondoka Kadesh-Barnea mpaka tulipovuka Bonde la Zeredi. Kwa wakati huo kile kizazi chote cha wanaume kuanzia wale wawezao kwenda vitani kilikuwa kimekufa, kama Bwana alivyokuwa amewaapia.
କାଦେଶ-ବର୍ଣ୍ଣେୟଠାରୁ ସେରଦ୍‍ ନଦୀ ପାର ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଅଠତିରିଶି ବର୍ଷ ଲାଗିଲା, ସେହି ସମୟରେ ସଦାପ୍ରଭୁଙ୍କ ଶପଥ ଅନୁସାରେ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ଉଚ୍ଛିନ୍ନ ହୋଇଥିଲେ।
15 Mkono wa Bwana uliwakabili hadi alipowaangamiza wote huko kambini.
କାରଣ ଛାଉଣି ମଧ୍ୟରୁ ସେମାନଙ୍କୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ହସ୍ତ ଥିଲା।
16 Ikawa baada ya mtu wa mwisho kuanzia wale wawezao kwenda vitani kufa,
ଏହିରୂପେ ସେହି ସମସ୍ତ ଯୋଦ୍ଧା ମରି ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେଲା ଉତ୍ତାରେ
17 Bwana akaniambia,
ସଦାପ୍ରଭୁ ମୋତେ କହିଲେ,
18 “Leo utapita katika nchi ya Moabu huko Ari.
“ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ;
19 Utakapokuja kwa Waamoni, msiwasumbue wala kuwachokoza kwa vita, kwa kuwa sitawapa ardhi yoyote iliyo ya Waamoni kuwa milki yenu. Nimeitoa kama milki ya wazao wa Loti.”
ପୁଣି ତୁମ୍ଭେ ଅମ୍ମୋନ-ସନ୍ତାନଗଣର ସମ୍ମୁଖରେ ଉପସ୍ଥିତ ହେଲେ ସେମାନଙ୍କୁ କ୍ଳେଶ ଦିଅ ନାହିଁ, କି ସେମାନଙ୍କ ସଙ୍ଗେ ଯୁଦ୍ଧ କର ନାହିଁ, କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭକୁ ଅମ୍ମୋନ-ସନ୍ତାନଗଣର ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ତାହା ଅଧିକାର କରିବା ପାଇଁ ଦେଇଅଛୁ।”
20 (Hiyo pia ilidhaniwa kuwa nchi ya Warefai waliokuwa wakiishi huko, lakini Waamoni waliwaita Wazamzumi.
(ସେହି ଦେଶ ମଧ୍ୟ ରଫାୟୀୟମାନଙ୍କ ଦେଶ ବୋଲି ଗଣିତ; ପୂର୍ବେ ରଫାୟୀୟମାନେ ସେଠାରେ ବାସ କରୁଥିଲେ; ମାତ୍ର ଅମ୍ମୋନୀୟମାନେ ସେମାନଙ୍କୁ ସମ୍ସୁମ୍ମୀୟ ବୋଲି କହିଲେ;
21 Walikuwa watu wenye nguvu na wengi, warefu kama Waanaki. Bwana akawaangamiza kutoka mbele ya Waamoni, ambao waliwafukuza na kukaa mahali pao.
ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଉଚ୍ଚ ଲୋକ ଥିଲେ; ମାତ୍ର ସଦାପ୍ରଭୁ ଅମ୍ମୋନୀୟମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କଲେ; ପୁଣି ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ସେମାନଙ୍କ ସ୍ଥାନରେ ବସତି କଲେ।
22 Bwana alikuwa amefanya vivyo hivyo kwa wazao wa Esau, ambao waliishi Seiri, wakati alipowaangamiza Wahori watoke mbele yao. Waliwafukuza na wao wakaishi mahali pao mpaka leo.
ସେ ସେୟୀର ନିବାସୀ ଏଷୌ-ସନ୍ତାନଗଣ ନିମନ୍ତେ ସେହିରୂପ କର୍ମ କରିଥିଲେ, ଅର୍ଥାତ୍‍, ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ, ତହିଁରେ ଏଷୌ-ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କରୁଅଛନ୍ତି।
23 Nao Waavi ambao waliishi katika vijiji mpaka Gaza, Wakaftori waliokuja kutoka Kaftori waliwaangamiza na kukaa mahali pao.)
ପୁଣି କପ୍ତୋରରୁ ଆଗତ କପ୍ତୋରୀୟ ଲୋକମାନେ ଘସା ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ବାସକାରୀ ଅବ୍ବୀୟମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ)।
24 “Ondoka sasa na uvuke Bonde la Arnoni. Tazama, nimemweka mikononi mwako Sihoni Mwamori, mfalme wa Heshboni na nchi yake. Anza kuimiliki nchi hiyo na umwingize katika vita.
“ତୁମ୍ଭେମାନେ ଉଠ ଓ ଯାତ୍ରା କରି ଅର୍ଣ୍ଣୋନ-ଉପତ୍ୟକା ପାର ହୁଅ; ଦେଖ, ଆମ୍ଭେ ହିଷ୍‍ବୋନର ରାଜା ଇମୋରୀୟ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ କର।
25 Siku hii ya leo nitaanza kuwatia hofu na woga mataifa yote chini ya mbingu wawaogope ninyi. Watakaposikia taarifa zenu, watatetemeka na kufadhaika kwa sababu yenu.”
ଆଜି ଆମ୍ଭେ ସମସ୍ତ ଆକାଶମଣ୍ଡଳର ଅଧଃସ୍ଥିତ ଲୋକମାନଙ୍କ ମନରେ ତୁମ୍ଭ ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା, ସେମାନେ ତୁମ୍ଭ ବିଷୟର ସମ୍ବାଦ ଶୁଣିଲେ ତୁମ୍ଭ ସକାଶୁ କମ୍ପିତ ଓ ବ୍ୟଥିତ ହେବେ।”
26 Kutoka jangwa la Kedemothi nilituma wajumbe wenye maneno ya amani kwa Sihoni mfalme wa Heshboni kusema,
ଆଉ ମୁଁ କଦେମୋତ୍‍ ପ୍ରାନ୍ତରରୁ ହିଷ୍‍ବୋନର ରାଜା ସୀହୋନ ନିକଟକୁ ବାର୍ତ୍ତାବହମାନଙ୍କ ଦ୍ୱାରା ଏହି ଶାନ୍ତି ସୂଚକ ବାକ୍ୟ କହି ପଠାଇଲି,
27 “Turuhusu tupite katika nchi yako. Tutapita katika barabara kuu, hatutageuka kuume wala kushoto.
“ତୁମ୍ଭ ଦେଶ ଦେଇ ମୋତେ ଯିବାକୁ ଦିଅ, ମୁଁ ବାଟେ ବାଟେ ଯିବି, ଦକ୍ଷିଣରେ କି ବାମରେ ଫେରିବି ନାହିଁ।
28 Tuuzie chakula tule na maji tunywe kwa thamani yake katika fedha. Turuhusu tu tupite kwa miguu,
ସେୟୀର ନିବାସୀ ଏଷୌ-ସନ୍ତାନଗଣ ଓ ଆର ନିବାସୀ ମୋୟାବୀୟ ଲୋକମାନେ ମୋʼ ପ୍ରତି ଯେରୂପ କଲେ, ତଦ୍ରୂପ ତୁମ୍ଭେ କର;
29 kama wazao wa Esau ambao wanaishi Seiri na Wamoabu ambao wanaishi Ari walivyotufanyia, mpaka tuvuke Yordani kuingia nchi ambayo Bwana Mungu wetu anatupatia.”
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି।”
30 Lakini Sihoni mfalme wa Heshboni alikataa kuturuhusu kupita. Kwa kuwa Bwana Mungu wako alikuwa ameifanya roho yake kuwa ngumu na moyo wake kuwa mkaidi ili amweke kwenye mikono yenu, kama alivyofanya sasa.
ମାତ୍ର ହିଷ୍‍ବୋନର ରାଜା ସୀହୋନ ଆପଣା ଦେଶ ମଧ୍ୟଦେଇ ଯିବା ପାଇଁ ଆମ୍ଭମାନଙ୍କୁ ଅନୁମତି ଦେଲା ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତରେ ଆଜିର ନ୍ୟାୟ ତାହାକୁ ସମର୍ପଣ କରିବା ପାଇଁ ତାହାର ମନ କଠିନ କଲେ ଓ ତାହାର ହୃଦୟ ଶକ୍ତ କଲେ।
31 Bwana akaniambia, “Tazama, nimeanza kuwapa Mfalme Sihoni na nchi yake kwako. Sasa anzeni kuishinda na kuimiliki nchi yake.”
ପୁଣି ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି ତୁମ୍ଭେ ତାହାର ଦେଶ ଅଧିକାର କରିବାକୁ ପ୍ରବୃତ୍ତ ହୁଅ।”
32 Wakati Sihoni pamoja na jeshi lake lote walipokuja kukutana nasi katika vita huko Yahazi,
ସେତେବେଳେ ସୀହୋନ, ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ବାହାରି ଯହସରେ ଯୁଦ୍ଧ କରିବାକୁ ଆସିଲେ।
33 Bwana Mungu wetu alimweka mikononi mwetu, nasi tukamwangamiza pamoja na wanawe na jeshi lake lote.
ତେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ଆଗରେ ତାହାକୁ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ବଧ କଲୁ।
34 Kwa wakati ule tuliteka miji yake yote na kuiangamiza kabisa: wanaume, wanawake na watoto. Hatukumwacha yeyote.
ଆଉ ସେହି ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କରି ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ; ଆମ୍ଭେମାନେ କାହାକୁ ହିଁ ବଞ୍ଚାଇ ରଖିଲୁ ନାହିଁ।
35 Lakini mifugo na nyara tulizoziteka kutoka ile miji tulijichukulia wenyewe.
କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ।
36 Kutoka Aroeri kwenye ukingo wa Bonde la Arnoni, kutoka mji ulio ndani ya bonde, hata mpaka Gileadi, hapakuwa na mji hata mmoja uliokuwa na nguvu kutushinda. Bwana Mungu wetu alitupa yote.
ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରଠାରୁ ଗିଲୀୟଦ ପର୍ଯ୍ୟନ୍ତ ଏକ ନଗର ହିଁ ଆମ୍ଭମାନଙ୍କ ଶକ୍ତିର ଅତିରିକ୍ତ ନ ଥିଲା; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ଆଗରେ ସମଗ୍ର ସମର୍ପଣ କଲେ।
37 Lakini kulingana na amri ya Bwana Mungu wetu, hamkujiingiza katika nchi yoyote ya Waamoni, wala katika sehemu yoyote iliyo kandokando ya Mto Yaboki, wala katika miji iliyoko katika vilima.
କେବଳ ଅମ୍ମୋନ-ସନ୍ତାନମାନଙ୍କ ଦେଶ, ଅର୍ଥାତ୍‍, ଯବ୍ବୋକ୍‍ ନଦୀର ପାର୍ଶ୍ୱସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ନିଷେଧ କରିଥିଲେ; ତହିଁ ନିକଟରେ ତୁମ୍ଭେ ଉପସ୍ଥିତ ହେଲ ନାହିଁ।

< Torati 2 >