< Amosi 6 >

1 Ole wenu ninyi mnaostarehe na kuridhika katika Sayuni, na ninyi mnaojisikia salama juu ya Mlima Samaria, ninyi watu mashuhuri wa taifa lililoendelea kuliko mataifa mengine, ambao watu wa Israeli wanawategemea!
ନାନା ପ୍ରଧାନ ଗୋଷ୍ଠୀ ମଧ୍ୟରେ ପ୍ରସିଦ୍ଧ, ଯେଉଁମାନଙ୍କ ନିକଟକୁ ଇସ୍ରାଏଲ ବଂଶ ଆସନ୍ତି, ଏପରି ଯେ ସିୟୋନସ୍ଥ ସୁଖରେ ଥିବା ଲୋକମାନେ ଓ ଶମରୀୟା ପର୍ବତସ୍ଥ ନିରାପଦରେ ଥିବା ଲୋକମାନେ, ସେମାନେ ସନ୍ତାପର ପାତ୍ର!
2 Nendeni Kalne mkaone kutoka huko; mwende hadi Hamathi iliyo kuu, kisha mshuke hadi Gathi ya Wafilisti. Je, wao ni bora kuliko falme zenu mbili? Je, nchi yao ni kubwa kuliko yenu?
ତୁମ୍ଭେମାନେ କଲନେ ସହରକୁ ଯାଇ ଦେଖ ଓ ସେସ୍ଥାନରୁ ତୁମ୍ଭେମାନେ ବଡ଼ ହମାତକୁ ଯାଅ; ତହିଁ ଉତ୍ତାରେ ପଲେଷ୍ଟୀୟମାନଙ୍କର ଗାଥ୍‍ ନଗରକୁ ଯାଅ; ସେହି ସବୁ କି ଏହି (ଦୁଇ) ରାଜ୍ୟ ଅପେକ୍ଷା ଉତ୍ତମ? ଅବା ସେମାନଙ୍କର ସୀମା କି ତୁମ୍ଭମାନଙ୍କର ସୀମା ଅପେକ୍ଷା ବଡ଼?
3 Mnaiweka mbali siku iliyo mbaya na kuleta karibu utawala wa kuogofya.
ଏହି ଲୋକମାନେ ଅମଙ୍ଗଳର ଦିନକୁ ଦୂରରେ ରଖୁଅଛନ୍ତି ଓ ଦୌରାତ୍ମ୍ୟର ଆସନକୁ ନିକଟବର୍ତ୍ତୀ କରାଉଅଛନ୍ତି;
4 Ninyi mnalala juu ya vitanda vilivyofunikwa kwa pembe za ndovu, na kujinyoosha juu ya viti vya fahari. Mnajilisha kwa wana-kondoo wazuri na ndama walionenepeshwa.
ସେମାନେ ହସ୍ତୀଦନ୍ତ ଶଯ୍ୟାରେ ଶୟନ କରନ୍ତି ଓ ଖଟ ଉପରେ ଆପଣା ଆପଣା ଶରୀର ଲମ୍ବାଉଅଛନ୍ତି, ଆଉ ପଲରୁ ମେଷଶାବକ ଓ ଗୋଠରୁ ଗୋବତ୍ସ ଆଣି ଭୋଜନ କରନ୍ତି;
5 Ninyi mnapiga vinubi kama Daudi, huku mkitunga nyimbo za vinanda mbalimbali.
ନେବଲ ଯନ୍ତ୍ରରେ ଅନର୍ଥକ ଗୀତ ଗାନ କରନ୍ତି, ଦାଉଦଙ୍କ ସଦୃଶ୍ୟ ଆପଣାମାନଙ୍କ ନିମନ୍ତେ ନାନା ବାଦ୍ୟଯନ୍ତ୍ର ନିର୍ମାଣ କରନ୍ତି;
6 Mnakunywa mvinyo kwa bakuli zilizojazwa, na mnajipaka mafuta mazuri, lakini hamhuzuniki kwa maangamizi ya Yosefu.
ବଡ଼ ବଡ଼ ପାତ୍ରରେ ଦ୍ରାକ୍ଷାରସ ପାନ କରନ୍ତି ଓ ଉତ୍କୃଷ୍ଟ ତୈଳରେ ଆପଣାମାନଙ୍କୁ ମର୍ଦ୍ଦନ କରନ୍ତି; ମାତ୍ର ଯୋଷେଫଙ୍କ କ୍ଲେଶରେ ସେମାନେ ଦୁଃଖିତ ହୁଅନ୍ତି ନାହିଁ।
7 Kwa hiyo mtakuwa miongoni mwa watu wa kwanza kwenda uhamishoni; karamu zenu na kustarehe kutakoma.
ଏଥିପାଇଁ ସେମାନେ ଏବେ ପ୍ରଥମ ନିର୍ବାସିତ ଲୋକମାନଙ୍କ ସହିତ ନିର୍ବାସିତ ହେବେ ଓ ଶରୀର ଲମ୍ବକାରୀମାନଙ୍କର ହର୍ଷନାଦ ଲୁପ୍ତ ହେବ।”
8 Bwana Mwenyezi ameapa kwa nafsi yake mwenyewe: Bwana Mungu Mwenye Nguvu Zote asema: “Nachukia kiburi cha Yakobo, nachukia ngome zake; nitautoa mji wao na kila kitu kilichomo ndani mwake.”
ପ୍ରଭୁ ସଦାପ୍ରଭୁ ଆପଣା ନାମରେ ଶପଥ କରିଅଛନ୍ତି, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ଯାକୁବର ଗୌରବକୁ ଘୃଣା କରୁ ଓ ତାହାର ଅଟ୍ଟାଳିକାସବୁକୁ ତୁଚ୍ଛଜ୍ଞାନ କରୁ; ଏଥିପାଇଁ ଆମ୍ଭେ ନଗର ଓ ତନ୍ମଧ୍ୟସ୍ଥ ଯାବତୀୟକୁ ପର ହସ୍ତରେ ସମର୍ପଣ କରିବା।”
9 Kama watu kumi watabaki katika nyumba moja, wao pia watakufa.
ତହିଁରେ ଏକ ଗୃହରେ ଯଦି ଦଶ ଜଣ ଅବଶିଷ୍ଟ ରହିବେ, ତେବେ ସମସ୍ତେ ମରିବେ।
10 Kama jamaa ambaye atachoma miili akija ili kuitoa nje ya nyumba, na kumuuliza yeyote ambaye bado anajificha humo, “Je, yuko mtu yeyote pamoja nawe?” Naye akisema, “Hapana,” ndipo atakaposema, “Nyamaza kimya! Haturuhusiwi kutaja jina la Bwana.”
ପୁଣି, ଗୃହ ମଧ୍ୟରୁ ଅସ୍ଥିସକଳ ବାହାର କରି ଆଣିବା ପାଇଁ କୌଣସି ଲୋକର ପିତୃବ୍ୟ, ଶବଦାହକାରୀ ତାହାକୁ ଉଠାଇଲା ଉତ୍ତାରେ ଗୃହର ଅନ୍ତରସ୍ଥ ଲୋକକୁ ପଚାରିବ, “ଏବେ ହେଁ ତୁମ୍ଭର କି ଆଉ କିଏ ଅଛି?” ତେବେ ସେ କହିବ, “ନାହିଁ।” ସେତେବେଳେ ସେ କହିବ, “ତୁନି ହୁଅ; କାରଣ ସଦାପ୍ରଭୁଙ୍କର ନାମ ଆମ୍ଭମାନଙ୍କର ଉଚ୍ଚାରଣ କରିବାର ନୁହେଁ।”
11 Kwa kuwa Bwana ameamuru, naye atabomoa jumba kubwa vipande vipande na nyumba ndogo vipande vidogo vidogo.
କାରଣ ଦେଖ, ସଦାପ୍ରଭୁ ଆଜ୍ଞା କରନ୍ତି ଓ ବଡ଼ ବଡ଼ ଗୃହ ଭଗ୍ନ ହେବ ଓ ସାନ ସାନ ଗୃହରେ ଫାଟ ହେବ।
12 Je, farasi waweza kukimbia kwenye miamba mikali? Je, aweza mtu kulima huko kwa maksai? Lakini mmegeuza haki kuwa sumu na matunda ya uadilifu kuwa uchungu:
ଅଶ୍ୱଗଣ କି ଶୈଳ ଉପରେ ଦୌଡ଼ିବେ? କେହି ବଳଦ ନେଇ କି ସେଠାରେ ଚାଷ କରିବ? ତୁମ୍ଭେମାନେ ନ୍ୟାୟ ବିଚାରକୁ ବିଷରେ ଓ ଧାର୍ମିକତାର ଫଳକୁ ତିକ୍ତ ଫଳରେ ପରିଣତ କରିଅଛ;
13 ninyi mnaoshangilia kushindwa kwa Lo-Debari na kusema, “Je, hatukuteka Karnaimu kwa nguvu zetu wenyewe?”
ତୁମ୍ଭେମାନେ ଅବସ୍ତୁରେ ଆନନ୍ଦ କରୁଅଛ, ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ ଆପଣା ବଳରେ କି କରନିମ୍ ଲାଭ କରି ନାହୁଁ?”
14 Maana Bwana Mungu Mwenye Nguvu Zote asema, “Nitainua taifa dhidi yenu, ee nyumba ya Israeli, nalo litawatesa kuanzia Lebo-Hamathi hadi Bonde la Araba.”
ଏହେତୁ ଦେଖ, ହେ ଇସ୍ରାଏଲ ବଂଶ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏକ ଗୋଷ୍ଠୀକୁ ଉଠାଇବା; ତହିଁରେ ସେମାନେ ହମାତର ପ୍ରବେଶ ସ୍ଥାନଠାରୁ ଆରବା ସ୍ରୋତ ମାର୍ଗ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କ୍ଲେଶ ଦେବେ।”

< Amosi 6 >