< 1 Samweli 27 >
1 Daudi akasema moyoni mwake, “Katika mojawapo ya siku hizi nitaangamizwa kwa mkono wa Sauli. Jambo lililo bora ni kutorokea kwenye nchi ya Wafilisti. Hivyo Sauli atakata tamaa ya kunisaka popote katika Israeli, nami nitakuwa nimeponyoka mkononi mwake.”
ଏଥିଉତ୍ତାରେ ଦାଉଦ ମନେ ମନେ କହିଲେ, “ଏବେ ମୁଁ କୌଣସି ଦିନ ଶାଉଲଙ୍କ ହସ୍ତରେ ବିନଷ୍ଟ ହେବି; ପଲେଷ୍ଟୀୟମାନଙ୍କ ଦେଶକୁ ପଳାଇ ରକ୍ଷା ପାଇବା ବିନୁ ମୋହର ଆଉ କିଛି ଭଲ ଉପାୟ ନାହିଁ; ତହିଁରେ ଶାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳରେ ମୋତେ ଖୋଜି ଖୋଜି ନିରାଶ ହେବେ; ଏହିରୂପେ ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇବି।”
2 Hivyo Daudi akaondoka na hao watu mia sita waliokuwa pamoja naye na kwenda kwa Akishi mwana wa Maoki mfalme wa Gathi.
ଏଉତ୍ତାରେ ଦାଉଦ ଓ ତାଙ୍କ ସଙ୍ଗରେ ଥିବା ଛଅ ଶହ ଲୋକ ଉଠି ପାର ହୋଇ ମୋୟାବର ପୁତ୍ର ଆଖୀଶ୍ ନାମକ ଗାଥ୍ର ରାଜା ନିକଟକୁ ଗଲେ।
3 Daudi na watu wake wakakaa huko Gathi pamoja na Akishi. Kila mtu alikuwa pamoja na jamaa yake, naye Daudi pamoja na wakeze wawili: yaani Ahinoamu wa Yezreeli, na Abigaili wa Karmeli, mjane wa Nabali.
ପୁଣି, ଦାଉଦ ଓ ତାଙ୍କର ଲୋକମାନେ ପ୍ରତ୍ୟେକ ଜଣ ଆପଣା ଆପଣା ପରିବାର ସହିତ ଆଖୀଶ୍ ନିକଟରେ ଗାଥ୍ ନଗରରେ ବାସ କଲେ, ବିଶେଷତଃ ଦାଉଦ ଓ ଯିଷ୍ରିୟେଲୀୟା ଅହୀନୋୟମ୍ ଓ ନାବଲର ଭାର୍ଯ୍ୟା କର୍ମିଲୀୟା ଅବୀଗଲ ନାମ୍ନୀ ତାଙ୍କର ଏହି ଦୁଇ ଭାର୍ଯ୍ୟା ସେଠାରେ ବାସ କଲେ।
4 Sauli alipokuwa ameambiwa kwamba Daudi alikuwa amekimbilia Gathi, hakuendelea kumsaka tena.
ଏଣୁ ଦାଉଦ ଗାଥ୍କୁ ପଳାଇଅଛି, ଏହି କଥା ଶାଉଲଙ୍କୁ ଜଣାଇ ଦିଆଯାଆନ୍ତେ, ସେ ପୁନର୍ବାର ତାଙ୍କର ଆଉ ଅନ୍ୱେଷଣ କଲେ ନାହିଁ।
5 Ndipo Daudi akamwambia Akishi, “Kama nimepata kibali machoni pako, unipe sehemu katika mojawapo ya miji katika nchi nikae huko. Kwa nini mtumwa wako akae pamoja nawe katika mji huu wa kifalme?”
ଏଥିଉତ୍ତାରେ ଦାଉଦ ଆଖୀଶ୍କୁ କହିଲେ, “ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ମୋହର ବାସ ନିମନ୍ତେ ଦେଶର ଲୋକମାନେ କୌଣସି ନଗରରେ ମୋତେ ସ୍ଥାନ ଦେଉନ୍ତୁ; କାହିଁକି ଆପଣଙ୍କ ଦାସ ଆପଣଙ୍କ ସହିତ ରାଜଧାନୀରେ ବାସ କରିବ?”
6 Hivyo siku hiyo Akishi akampa Daudi mji wa Siklagi, nao Siklagi umekuwa mali ya wafalme wa Yuda tangu wakati huo.
ତହିଁରେ ଆଖୀଶ୍ ସେହି ଦିନ ତାହାକୁ ସିକ୍ଲଗ୍ ନଗର ଦେଲା; ଏହି ହେତୁ ଆଜି ପର୍ଯ୍ୟନ୍ତ ସିକ୍ଲଗ୍ ଯିହୁଦା ରାଜାମାନଙ୍କ ଅଧିକାରରେ ଅଛି।
7 Daudi akaishi katika nchi ya Wafilisti muda wa mwaka mmoja na miezi minne.
ଦାଉଦ ପଲେଷ୍ଟୀୟମାନଙ୍କ ଦେଶରେ ବାସ କରିବା ଦିନର ସଂଖ୍ୟା ସମ୍ପୂର୍ଣ୍ଣ ଏକ ବର୍ଷ ଚାରି ମାସ ଥିଲା।
8 Basi Daudi na watu wake wakapanda na kuwashambulia Wageshuri, Wagirizi na Waamaleki. (Tangu zamani haya mataifa yalikuwa yameishi kwenye eneo lililotanda kuanzia Telemu katika njia iteremkayo Shuri hadi kufikia nchi ya Misri.)
ଏଥିମଧ୍ୟରେ ଦାଉଦ ଓ ତାଙ୍କର ଲୋକମାନେ ଯାଇ ଗଶୂରୀୟ ଓ ଗିଷରୀୟ ଓ ଅମାଲେକୀୟ ଲୋକମାନଙ୍କୁ ଆକ୍ରମଣ କରୁଥାଆନ୍ତି; କାରଣ ଶୂରର ସନ୍ନିକଟ ଓ ମିସର ପର୍ଯ୍ୟନ୍ତ ଯେଉଁ ଦେଶ, ତହିଁ ମଧ୍ୟରେ ପୂର୍ବକାଳରୁ ସେମାନେ ବାସ କରୁଥିଲେ।
9 Kila mara Daudi aliposhambulia eneo, hakubakiza hai mwanaume wala mwanamke, lakini alichukua kondoo na ngʼombe, punda na ngamia, na nguo. Kisha akarudi kwa Akishi.
ପୁଣି, ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ, ଗୋରୁ, ଗର୍ଦ୍ଦଭ, ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ କରି ଆଖୀଶ୍ ନିକଟକୁ ଫେରି ଆସନ୍ତି।
10 Akishi alipomuuliza, “Je leo umeshambulia wapi?” Daudi humjibu, “Dhidi ya Negebu ya Yuda,” au wakati mwingine husema, “Dhidi ya Negebu ya Yerameeli,” au “Dhidi ya Negebu ya Wakeni.”
ଏଥିରେ “ଆଜି ତୁମ୍ଭେମାନେ କେଉଁ ସ୍ଥାନ ଆକ୍ରମଣ କଲ” ବୋଲି ଆଖୀଶ୍ ପଚାରନ୍ତେ, ଦାଉଦ କହନ୍ତି, “ଯିହୁଦାର ଦକ୍ଷିଣାଞ୍ଚଳ ଓ ଯିରହମେଲୀୟମାନଙ୍କ ଦକ୍ଷିଣାଞ୍ଚଳ ଓ କେନୀୟମାନଙ୍କ ଦକ୍ଷିଣାଞ୍ଚଳ।”
11 Daudi hakumwacha hai mwanaume au mwanamke ili apate kuletwa Gathi, kwa maana Daudi aliwaza, “Wanaweza kujulisha habari zetu na kusema, ‘Hivi ndivyo alivyofanya Daudi.’” Hii ndiyo ilikuwa desturi yake wakati wote aliishi katika nchi ya Wafilisti.
ପୁଣି, ଦାଉଦ ଏପରି କରନ୍ତି ଓ ପଲେଷ୍ଟୀୟମାନଙ୍କ ଦେଶରେ ବାସ କରିବା ସମୟାବଧି ଏପରି କରିବାର ତାଙ୍କର ରୀତି ହୋଇଅଛି, “ଏହି କଥା କେହି ଅବା ଆମ୍ଭମାନଙ୍କ ବିରୁଦ୍ଧରେ କହିବ” ବୋଲି ଭାବି ଦାଉଦ ଗାଥ୍କୁ ଆଣିବା ପାଇଁ ପୁରୁଷ କି ସ୍ତ୍ରୀ କାହାକୁ ଜୀବିତ ରଖନ୍ତି ନାହିଁ।
12 Akishi akamsadiki Daudi na kuwaza moyoni mwake, akasema, “Daudi amekuwa kitu cha kuchukiza kabisa kwa watu wake, Waisraeli, hivi kwamba atakuwa mtumishi wangu milele.”
ଏହେତୁ ଆଖୀଶ୍ ଦାଉଦଙ୍କୁ ବିଶ୍ୱାସ କରି କହିଲା, “ସେ ଆପଣା ଲୋକ ଇସ୍ରାଏଲ ନିକଟରେ ଆପଣାକୁ ନିତାନ୍ତ ଦୁର୍ଗନ୍ଧ ସ୍ୱରୂପ କରିଅଛି; ଏଣୁ ସେ ସର୍ବଦା ମୋହର ଦାସ ହୋଇ ରହିବ।”