< 2 Crónicas 33 >
1 Manasés tenía doce años cuando se convirtió en rey, y estuvo gobernando durante cincuenta y cinco años en Jerusalén.
ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ।
2 E hizo lo malo ante los ojos del Señor, copiando los caminos repugnantes de las naciones que el Señor había expulsado de la tierra delante de los hijos de Israel.
ପୁଣି, ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
3 Porque volvió a levantar los lugares altos que había sido derribado por su padre Ezequías; e hizo altares para los baales y columnas de madera, y fue un adorador y siervo de todas las estrellas del cielo;
କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ଭାଙ୍ଗି ପକାଇଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ସେ ବାଲ୍ଦେବଗଣ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକୁ ପୂଜା କରି ସେମାନଙ୍କର ସେବା କଲେ।
4 E hizo altares en la casa del Señor, de lo cual el Señor había dicho: En Jerusalén será la residencia de mi nombre para siempre.
ପୁଣି, “ଯିରୂଶାଲମରେ ଆମ୍ଭର ନାମ ସଦାକାଳ ସ୍ଥାପିତ ହେବ” ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।
5 E hizo altares para todas las estrellas del cielo en los dos atrios exteriores de la casa del Señor.
ଆହୁରି, ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ।
6 Más que esto, hizo que sus hijos atravesaran el fuego en el valle del hijo de Hinom; e hizo uso de la hechicería, adivinación para leer el futuro, invocación de espíritus, y dio posiciones a los que tenían el control de los espíritus y hechicería. Hizo mucho mal ante los ojos del Señor y lo llevó a la ira.
ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।
7 Y puso él ídolo que había hecho, en él templo de Dios, él templo que Dios había dicho a David y a su hijo Salomón: en este templo, y en Jerusalén, el pueblo que he hecho mío. De todas las tribus de Israel, pondré mi nombre para siempre.
ଆଉ, ସେ ଆପଣା ନିର୍ମିତ ଦେବତାର ଖୋଦିତ ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ; ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା;
8 Y nunca más permitiré que los pies de Israel sean sacados de la tierra que he dado a sus padres; si solo se ocuparan de cumplir todas mis órdenes, incluso todas las leyes, las órdenes y las reglas que Moisés les dio.
ପୁଣି, ଆମ୍ଭେ ସେମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛୁ, ଅର୍ଥାତ୍, ମୋଶାର ହସ୍ତ ଦ୍ୱାରା ଯେସମସ୍ତ ବ୍ୟବସ୍ଥା, ବିଧି ଓ ବିଧାନ ଦେଇଅଛୁ, କେବଳ ତଦନୁସାରେ କର୍ମ କରିବା ପାଇଁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିମନ୍ତେ ଯେଉଁ ଦେଶ ନିରୂପଣ କରିଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ସ୍ଥାନାନ୍ତରିତ କରିବା ନାହିଁ।”
9 Y Manasés hizo que Judá y el pueblo de Jerusalén salieran de la manera verdadera, de modo que hicieron más mal que aquellas naciones que el Señor entregó a la destrucción delante de los hijos de Israel.
ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।
10 Y la palabra del Señor vino a Manasés y a su pueblo, pero no les prestaron atención.
ତହୁଁ ସଦାପ୍ରଭୁ ମନଃଶି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ।
11 Entonces el Señor envió contra ellos a los capitanes del ejército de Asiria, quienes hicieron a Manasés prisionero y lo llevaron encadenado a Babilonia.
ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅଶୂରୀୟ ରାଜାର ସେନାପତିମାନଙ୍କୁ ଆଣିଲେ, ତହିଁରେ ସେମାନେ ମନଃଶିଙ୍କୁ ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲକୁ ନେଇଗଲେ।
12 Y clamando al Señor su Dios en su angustia, se humilló ante el Dios de sus padres,
ପୁଣି, ସେ ଦୁଃଖରେ ଥିବା ବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ।
13 Y le hizo oración; y en respuesta a su oración, Dios le permite regresar a Jerusalén y a su reino. Entonces Manasés estaba seguro de que el Señor era Dios.
ଆଉ, ସେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କ ପ୍ରତି ପ୍ରସନ୍ନ ହେଲେ ଓ ତାଙ୍କର ନିବେଦନ ଶୁଣି ତାଙ୍କୁ ପୁନର୍ବାର ତାଙ୍କର ରାଜ୍ୟ ଯିରୂଶାଲମକୁ ଆଣିଲେ। ସେତେବେଳେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
14 Después de esto, hizo un muro exterior para la ciudad de David, en el lado oeste de Gihón en el valle, hasta el camino hacia la ciudad por la puerta de los peces; y puso un muro muy alto alrededor del Ofel; y puso capitanes del ejército en todas las ciudades amuralladas de Judá.
ଏଥିଉତ୍ତାରେ ସେ ଗୀହୋନର ପଶ୍ଚିମ ପାର୍ଶ୍ଵରେ ଉପତ୍ୟକା ମଧ୍ୟରେ ମତ୍ସ୍ୟ ଦ୍ୱାରର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଦାଉଦ-ନଗରର ବାହାର-ପ୍ରାଚୀର ନିର୍ମାଣ କଲେ; ଆଉ, ସେ ଓଫଲର ଚତୁର୍ଦ୍ଦିଗ ବେଷ୍ଟନ କରି ପ୍ରାଚୀର ଅତି ଉଚ୍ଚ କଲେ ଓ ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସମୂହରେ ବିକ୍ରମୀ ସେନାପତିମାନଙ୍କୁ ନିଯୁକ୍ତ କଲେ।
15 Quitó los dioses extraños y la imagen de la casa del Señor, y todos los altares que había colocado en la colina de la casa del Señor y en Jerusalén, y los sacó de la ciudad.
ଆଉ, ସେ ଅନ୍ୟ ଦେବଗଣକୁ ଓ ସଦାପ୍ରଭୁଙ୍କ ଗୃହସ୍ଥିତ ପ୍ରତିମାକୁ ଦୂର କଲେ ଓ ସେ ସଦାପ୍ରଭୁଙ୍କ ଗୃହର ପର୍ବତରେ ଓ ଯିରୂଶାଲମରେ ଆପଣାର ନିର୍ମିତ ସମସ୍ତ ଯଜ୍ଞବେଦି ନଗରର ବାହାରେ ପକାଇଦେଲେ।
16 Y ordenó el altar del Señor, ofreciéndole ofrendas de paz y alabanzas, y dijo que todo Judá debía ser siervo del Señor, el Dios de Israel.
ପୁଣି, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ନିର୍ମାଣ କରି ତହିଁ ପରେ ମଙ୍ଗଳାର୍ଥକ ଓ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସେବା କରିବା ପାଇଁ ଯିହୁଦାକୁ ଆଜ୍ଞା କଲେ।
17 Sin embargo, la gente todavía hacía ofrendas en los lugares altos, pero solo al Señor su Dios.
ତଥାପି ଲୋକମାନେ ଉଚ୍ଚସ୍ଥଳୀରେ ବଳିଦାନ କଲେ, ମାତ୍ର ତାହା କେବଳ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କଲେ।
18 Los demás hechos de Manasés y su oración a su Dios, y las palabras que los videntes le dijeron en el nombre del Señor, el Dios de Israel, están registrados entre los actos de los reyes de israel.
ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ଆପଣା ପରମେଶ୍ୱରଙ୍କ ନିକଟରେ ତାଙ୍କର ପ୍ରାର୍ଥନା ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ତାଙ୍କ ପ୍ରତି ଉକ୍ତ ଦର୍ଶକମାନଙ୍କ ବାକ୍ୟ, ଏହିସବୁ ଇସ୍ରାଏଲର ରାଜାମାନଙ୍କ ଇତିହାସରେ ଲିଖିତ ଅଛି।
19 Y la oración que hizo a Dios, y cómo Dios le dio una respuesta, y todo su pecado y su maldad, y los lugares donde hizo altos lugares y levantó pilares de madera e imágenes, antes de humillarse, están registrados en la historia de los profetas.
ମଧ୍ୟ ତାଙ୍କର ପ୍ରାର୍ଥନା ଓ ପରମେଶ୍ୱର ତାଙ୍କ ପ୍ରତି କିପରି ପ୍ରସନ୍ନ ହେଲେ ଓ ତାଙ୍କର ସକଳ ପାପ ଓ ସତ୍ୟ-ଲଙ୍ଘନ ଓ ସେ ଆପଣାକୁ ନମ୍ର କରିବା ପୂର୍ବେ ଯେଉଁ ଯେଉଁ ସ୍ଥାନରେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଆଉ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ସ୍ଥାପନ କରିଥିଲେ; ଦେଖ, ତାହାସବୁ ହୋଶେୟର ପୁସ୍ତକରେ ଲିଖିତ ଅଛି।
20 Entonces Manasés murió y lo enterraron en su casa, y Amón, su hijo, se convirtió en rey en su lugar.
ଏଥିଉତ୍ତାରେ ମନଃଶିଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ତାଙ୍କର ନିଜ ଗୃହରେ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆମୋନ୍ ତାଙ୍କର ପଦରେ ରାଜ୍ୟ କଲେ।
21 Amón tenía veintidós años cuando se convirtió en rey; y estuvo gobernando durante dos años en Jerusalén.
ଆମୋନ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ।
22 E hizo lo malo ante los ojos del Señor, como había hecho Manasés su padre; y Amón hizo ofrendas y rindió culto a todas las imágenes que su padre Manasés había hecho.
ପୁଣି, ସେ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ଆମୋନ୍ ଆପଣା ପିତା ମନଃଶିଙ୍କ ନିର୍ମିତ ସକଳ ଖୋଦିତ ପ୍ରତିମା ଉଦ୍ଦେଶ୍ୟରେ ବଳିଦାନ କରି ସେମାନଙ୍କର ସେବା କଲେ।
23 No se humilló ante el Señor, como había hecho su padre Manasés, sino que siguió pecando cada vez más.
ପୁଣି, ତାଙ୍କର ପିତା ମନଃଶି ଯେପରି ଆପଣାକୁ ନମ୍ର କରିଥିଲେ, ସେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ସେପରି ନମ୍ର କଲେ ନାହିଁ; ମାତ୍ର ଏହି ଆମୋନ୍ ଅଧିକ ଅଧିକ ଅପରାଧ କଲେ।
24 Y sus siervos hicieron un plan secreto contra él, y lo mataron en su casa.
ଏଉତ୍ତାରେ ତାଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ନିଜ ଗୃହରେ ତାଙ୍କୁ ବଧ କଲେ।
25 Pero la gente de la tierra mató a todos los que habían participado en el plan contra el rey Amón, e hicieron rey a su hijo Josías en su lugar.
ମାତ୍ର ଯେଉଁମାନେ ଆମୋନ୍ ରାଜାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ, ସେସମସ୍ତଙ୍କୁ ଦେଶସ୍ଥ ଲୋକମାନେ ବଧ କଲେ; ଆଉ, ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶୀୟଙ୍କୁ ରାଜା କଲେ।