< Jueces 9 >
1 Abimelec, hijo de Jerobaal, fue a Siquem, a los hermanos de su madre, y habló con ellos y con toda la familia de la casa del padre de su madre, diciendo:
ଏଥିଉତ୍ତାରେ ଯିରୁବ୍ବାଲ୍ର ପୁତ୍ର ଅବୀମେଲକ୍ ଶିଖିମରେ ଆପଣା ମାତାର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଓ ନିଜ ମାତାର ପିତୃଗୃହର ସମସ୍ତ ବଂଶକୁ କହିଲା;
2 “Por favor, habla en los oídos de todos los hombres de Siquem: “¿Os conviene que todos los hijos de Jerobaal, que son setenta personas, os gobiernen, o que uno solo os gobierne? Recordad también que yo soy vuestro hueso y vuestra carne”.
“ବିନୟ କରୁଅଛି, ତୁମ୍ଭେମାନେ ଶିଖିମ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ଯିରୁବ୍ବାଲ୍ର ସତୁରି ପୁତ୍ରଯାକ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ, ନା ଜଣେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ‘ତୁମ୍ଭମାନଙ୍କ ପକ୍ଷରେ କି ଭଲ?’ ଏହା ମଧ୍ୟ ମନେ କର ଯେ, ମୁଁ ତୁମ୍ଭମାନଙ୍କର ଅସ୍ଥି ଓ ମାଂସ ଅଟେ।”
3 Los hermanos de su madre hablaron de él a oídos de todos los hombres de Siquem todas estas palabras. Sus corazones se inclinaron a seguir a Abimelec, pues dijeron: “Es nuestro hermano”.
ତହିଁରେ ତାହାର ମାତାର ଭାଇମାନେ ଶିଖିମ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ ତାହାର ପକ୍ଷରେ ଏସବୁ କଥା କହନ୍ତେ, ଅବୀମେଲକ୍ର ପଶ୍ଚାଦ୍ଗାମୀ ହେବାକୁ ସେମାନଙ୍କ ମନ ମଙ୍ଗିଲା; କାରଣ ସେମାନେ କହିଲେ, ସେ ଆମ୍ଭମାନଙ୍କର ଭାଇ।
4 Le dieron setenta piezas de plata de la casa de Baal Berit, con las que Abimelec contrató a compañeros vanos y temerarios que lo seguían.
ପୁଣି ସେମାନେ ତାହାକୁ ବାଲ୍-ବରୀତର ମନ୍ଦିରରୁ ସତୁରି ଖଣ୍ଡ ରୂପା ଦେଲେ, ତହିଁରେ ଅବୀମେଲକ୍ ବେତନ ଦେଇ ଅଦରକାରୀ ଓ ଦୁଃସାହସୀ ଲୋକମାନଙ୍କୁ ରଖିଲା, ସେମାନେ ତାହାର ପଶ୍ଚାଦ୍ଗାମୀ ହେଲେ।
5 Fue a la casa de su padre, en Ofra, y mató a sus hermanos los hijos de Jerobaal, que eran setenta personas, de una sola pedrada; pero quedó Jotam, el hijo menor de Jerobaal, porque se escondió.
ତହୁଁ ସେ ଅଫ୍ରାସ୍ଥିତ ଆପଣା ପିତୃଗୃହକୁ ଯାଇ ଆପଣାର ସତୁରି ଭାଇ ଯିରୁବ୍ବାଲ୍ର ପୁତ୍ରମାନଙ୍କୁ ଏକ ପ୍ରସ୍ତର ଉପରେ ବଧ କଲା; ମାତ୍ର ଯିରୁବ୍ବାଲ୍ର କନିଷ୍ଠ ପୁତ୍ର ଯୋଥମ୍ ଆପଣାକୁ ଲୁଚାଇବାରୁ ଅବଶିଷ୍ଟ ରହିଲା।
6 Todos los hombres de Siquem se reunieron con toda la casa de Milo, y fueron a hacer rey a Abimelec junto a la encina de la columna que estaba en Siquem.
ପୁଣି, ଶିଖିମ ନିବାସୀ ଲୋକମାନେ ଓ ମିଲ୍ଲୋ ନିବାସୀ ସମସ୍ତେ ଏକତ୍ରିତ ହୋଇଯାଇ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନ ବୃକ୍ଷ ମୂଳରେ ଅବୀମେଲକ୍କୁ ରାଜା କଲେ।
7 Cuando se lo contaron a Jotam, éste fue y se puso en la cima del monte Gerizim, y alzando la voz, gritó y les dijo: “Escuchadme, hombres de Siquem, para que Dios os escuche.
ତହୁଁ ଲୋକମାନେ ଯୋଥମ୍କୁ ଏହି ସମ୍ବାଦ ଦିଅନ୍ତେ, ସେ ଯାଇ ଗରିଷୀମ ପର୍ବତ ଶିଖରରେ ଠିଆ ହୋଇ ଉଚ୍ଚସ୍ୱରରେ ଡାକି ସେମାନଙ୍କୁ କହିଲା, ହେ ଶିଖିମ ନିବାସୀ ଲୋକଗଣ, “ଆମ୍ଭ କଥା ଶୁଣ, ତହିଁରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ।
8 Los árboles se dispusieron a ungir un rey sobre ellos. Le dijeron al olivo: ‘Reina sobre nosotros’.
ଏକ ସମୟରେ ବୃକ୍ଷମାନେ ଆପଣା ଉପରେ ରାଜା ଅଭିଷେକ କରିବାକୁ ଗଲେ; ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର;’
9 “Pero el olivo les dijo: ‘¿Debo dejar de producir mi aceite, con el que honran a Dios y a los hombres por medio de mí, e ir a agitarme sobre los árboles?
ମାତ୍ର ଜୀତବୃକ୍ଷ ସେମାନଙ୍କୁ କହିଲା, ‘ମୋହର ଯେଉଁ ତୈଳ ଘେନି ଲୋକମାନେ ମୋʼ ଦ୍ୱାରା ପରମେଶ୍ୱରଙ୍କର ଓ ମନୁଷ୍ୟର ଗୌରବ କରନ୍ତି, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’
10 “Los árboles dijeron a la higuera: ‘Ven y reina sobre nosotros’.
ତହୁଁ ବୃକ୍ଷମାନେ ଡିମ୍ବିରିବୃକ୍ଷକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
11 “Pero la higuera les dijo: ‘¿Debo dejar mi dulzura y mi buen fruto e ir a agitarme sobre los árboles?
ମାତ୍ର ଡିମ୍ବିରିବୃକ୍ଷ ସେମାନଙ୍କୁ କହିଲା, ‘ମୁଁ କି ଆପଣା ମିଷ୍ଟତା ଓ ଉତ୍ତମ ଫଳ ତ୍ୟାଗ କରି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?’
12 “Los árboles dijeron a la vid: ‘Ven y reina sobre nosotros’.
ଏଉତ୍ତାରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
13 “La vid les dijo: “¿Debo dejar mi vino nuevo, que alegra a Dios y a los hombres, e ir a agitarme sobre los árboles?
ତହିଁରେ ଦ୍ରାକ୍ଷାଲତା ସେମାନଙ୍କୁ କହିଲା, ମୋହର ଯେଉଁ ଦ୍ରାକ୍ଷାରସ ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ପ୍ରସନ୍ନ କରେ, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି?
14 “Entonces todos los árboles dijeron a la zarza: ‘Ven y reina sobre nosotros’.
ତହୁଁ ବୃକ୍ଷଯାକ କଣ୍ଟକଲତାକୁ କହିଲେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’
15 “La zarza dijo a los árboles: ‘Si en verdad me ungís como rey sobre vosotros, venid a refugiaros a mi sombra; y si no, que salga fuego de la zarza y devore los cedros del Líbano’.
ତହିଁରେ କଣ୍ଟକଲତା ବୃକ୍ଷମାନଙ୍କୁ କହିଲା, ‘ଯେବେ ତୁମ୍ଭେମାନେ ମୋତେ ତୁମ୍ଭମାନଙ୍କ ଉପରେ ସତ୍ୟରେ ରାଜା କରିବାକୁ ଅଭିଷେକ କର, ତେବେ ଆସି ମୋର ଛାୟାରେ ଆଶ୍ରୟ ନିଅ; ନୋହିଲେ କଣ୍ଟକଲତାରୁ ଅଗ୍ନି ବାହାରି ଲିବାନୋନର ଏରସ ବୃକ୍ଷମାନଙ୍କୁ ଗ୍ରାସ କରୁ।’
16 “Ahora bien, si has actuado con verdad y justicia, pues has hecho rey a Abimelec, y si has tratado bien a Jerobaal y a su casa, y has hecho con él lo que merecen sus manos
ଏବେ ତୁମ୍ଭେମାନେ ଅବୀମେଲକ୍କୁ ରାଜା କରିବାରେ ଯେବେ ସତ୍ୟ ଓ ସରଳ ବ୍ୟବହାର କରିଥାଅ ଓ ଯିରୁବ୍ବାଲ୍ ଓ ତାଙ୍କ ବଂଶ ପ୍ରତି ଭଲ ବ୍ୟବହାର କରିଥାଅ ଓ ତାଙ୍କର ହସ୍ତକୃତ କର୍ମାନୁସାରେ ତାଙ୍କ ପ୍ରତି ବ୍ୟବହାର କରିଥାଅ, (ତେବେ ଉତ୍ତମ);
17 (pues mi padre luchó por ti, arriesgó su vida y te libró de la mano de Madián
କାରଣ ମୋର ପିତା ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିଥିଲେ ଓ ପ୍ରାଣପଣ କରି ମିଦୀୟନର ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ;
18 y tú te has levantado hoy contra la casa de mi padre y has matado a sus hijos, setenta personas, sobre una sola piedra, y has hecho a Abimelec, hijo de su sierva, rey sobre los hombres de Siquem, porque es tu hermano);
ମାତ୍ର ତୁମ୍ଭେମାନେ ଆଜି ମୋର ପିତୃଗୃହ ବିରୁଦ୍ଧରେ ଉଠିଅଛ ଓ ତାଙ୍କର ସତୁରି ପୁତ୍ରଙ୍କୁ ଏକ ପ୍ରସ୍ତର ଉପରେ ବଧ କରିଅଛ ଓ ତାଙ୍କ ଦାସୀପୁତ୍ର ଅବୀମେଲକ୍ ତୁମ୍ଭମାନଙ୍କ ଭାଇ ହେବା ସକାଶୁ ତାହାକୁ ଶିଖିମ ନିବାସୀ ଲୋକମାନଙ୍କ ଉପରେ ରାଜା କରିଅଛ।
19 si hoy has tratado con verdad y justicia a Jerobaal y a su casa, alégrate con Abimelec, y que él también se alegre contigo;
ଏହେତୁ ଯେବେ ଆଜି ତୁମ୍ଭେମାନେ ଯିରୁବ୍ବାଲ୍ ଓ ତାଙ୍କର ବଂଶ ସଙ୍ଗେ ସତ୍ୟ ଓ ସରଳ ବ୍ୟବହାର କରିଥାଅ, ତେବେ ଅବୀମେଲକ୍କୁ ଘେନି ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ଘେନି ଆନନ୍ଦ କରୁ।
20 pero si no, que salga fuego de Abimelec y devore a los hombres de Siquem y a la casa de Milo.”
ମାତ୍ର ଯେବେ କରି ନାହଁ, ତେବେ ଅବୀମେଲକ୍ଠାରୁ ଅଗ୍ନି ବାହାରି ଶିଖିମ ନିବାସୀ ଲୋକଗଣଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଗ୍ରାସ କରୁ; ପୁଣି ଶିଖିମ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକ୍କୁ ଗ୍ରାସ କରୁ।”
21 Jotam huyó y se fue a Beer y vivió allí, por temor a Abimelec, su hermano.
ଏଉତ୍ତାରେ ଯୋଥମ୍ ବେଗେ ପଳାଇଲା, ପୁଣି ଆପଣା ଭାଇ ଅବୀମେଲକ୍ ଭୟରେ ବେରରେ ଯାଇ ବାସ କଲା।
22 Abimelec fue príncipe de Israel durante tres años.
ଏଥିଉତ୍ତାରେ ଅବୀମେଲକ୍ ଇସ୍ରାଏଲ ଉପରେ ତିନି ବର୍ଷ ଅଧିପତି ହେଲା।
23 Entonces Dios envió un espíritu maligno entre Abimelec y los hombres de Siquem; y los hombres de Siquem trataron con traición a Abimelec,
ପରମେଶ୍ୱର ଅବୀମେଲକ୍ ଓ ଶିଖିମ ନିବାସୀ ଲୋକମାନଙ୍କ ମଧ୍ୟରେ ମନ୍ଦ ଆତ୍ମା ପଠାଇଲେ, ତହିଁରେ ଶିଖିମ ନିବାସୀ ଲୋକମାନେ ଅବୀମେଲକ୍ ପ୍ରତି ବିଶ୍ୱାସଘାତକତା କଲେ,
24 para que llegara la violencia hecha a los setenta hijos de Jerobaal, y para que su sangre cayera sobre Abimelec, su hermano, que los mató, y sobre los hombres de Siquem que fortalecieron sus manos para matar a sus hermanos.
ଯେପରି ଯିରୁବ୍ବାଲ୍ର ସତୁରି ପୁତ୍ରଙ୍କ ପ୍ରତି ନିଷ୍ଠୁରତାର ପ୍ରତିଫଳ ଘଟେ ଓ ସେମାନଙ୍କୁ ବଧ କରିଥିଲା ଯେ ସେମାନଙ୍କ ଭାଇ ଅବୀମେଲକ୍ ଉପରେ ଏବଂ ଭାଇମାନଙ୍କୁ ବଧ କରିବାରେ ତାହାର ସାହାଯ୍ୟକାରୀ ଶିଖିମ ନିବାସୀ ଲୋକଙ୍କ ଉପରେ ସେହି ରକ୍ତପାତର ଅପରାଧ ବର୍ତ୍ତେ।
25 Los hombres de Siquem le tendieron una emboscada en las cimas de los montes, y robaron a todos los que pasaban por ese camino; y Abimelec fue informado de ello.
ଆଉ ଶିଖିମ ନିବାସୀ ଲୋକଗଣ ତାହା ଲାଗି ପର୍ବତ ଶୃଙ୍ଗମାନଙ୍କରେ ଲୋକମାନଙ୍କୁ ଗୋପନରେ ଛକି ବସାଇଲେ, ତହିଁରେ ସେମାନଙ୍କ ନିକଟ ଦେଇ ସେହି ବାଟେ ଯାହା କିଛି ଗଲା, ତାହାସବୁ ସେମାନେ ଲୁଟ କଲେ; ପୁଣି ଅବୀମେଲକ୍ ତହିଁର ସମ୍ବାଦ ପାଇଲା।
26 Gaal, hijo de Ebed, vino con sus hermanos y pasó a Siquem, y los hombres de Siquem se encomendaron a él.
ଏଥିଉତ୍ତାରେ ଏବଦର ପୁତ୍ର ଗାଲ୍ ଆପଣା ଭାଇମାନଙ୍କୁ ସଙ୍ଗେ ନେଇ ଶିଖିମକୁ ଗଲା, ପୁଣି ଶିଖିମ ନିବାସୀ ଲୋକମାନେ ତାହା ଉପରେ ନିର୍ଭର ରଖିଲେ।
27 Salieron al campo, cosecharon sus viñas, pisaron las uvas, celebraron y entraron en la casa de su dios, comieron y bebieron, y maldijeron a Abimelec.
ଆଉ ସେମାନେ ଦ୍ରାକ୍ଷାକ୍ଷେତ୍ରକୁ ଯାଇ ଆପଣା ଆପଣା ଦ୍ରାକ୍ଷାଫଳ ସଂଗ୍ରହ କରି ଦଳିଲେ ଓ ଉତ୍ସବ କରି ଆପଣା ଦେବତାର ମନ୍ଦିରକୁ ଯାଇ ଭୋଜନପାନ କରି ଅବୀମେଲକ୍କୁ ଶାପ ଦେଲେ।
28 Gaal, hijo de Ebed, dijo: “¿Quién es Abimelec y quién es Siquem para que le sirvamos? ¿No es él hijo de Jerobaal? ¿No es Zebul su oficial? Sirvan a los hombres de Hamor, padre de Siquem, pero ¿por qué hemos de servirle a él?
ତହିଁରେ ଏବଦର ପୁତ୍ର ଗାଲ୍ କହିଲା, “ଅବୀମେଲକ୍ କିଏ ଓ ଶିଖିମ କିଏ ଯେ, ଆମ୍ଭେମାନେ ତାହାର ସେବା କରିବୁ? ସେ କି ଯିରୁବ୍ବାଲ୍ର ପୁତ୍ର ନୁହେଁ? ଓ ସବୂଲ୍ କି ତାହାର ସେନାପତି ନୁହେଁ? ତୁମ୍ଭେମାନେ ଶିଖିମର ପିତା ହମୋରର ଲୋକମାନଙ୍କୁ ସେବା କର, ମାତ୍ର କାହିଁକି ଆମ୍ଭେମାନେ ତାହାର ସେବା କରିବୁ?
29 ¡Ojalá este pueblo estuviera bajo mi mano! Entonces eliminaría a Abimelec”. Le dijo a Abimelec: “¡Aumenta tu ejército y sal!”
ଆଃ, ଏହି ଲୋକମାନେ ଯେବେ ମୋର ହସ୍ତଗତ ହୁଅନ୍ତେ! ତେବେ ଆମ୍ଭେ ଅବୀମେଲକ୍କୁ ଦୂର କରି ଦିଅନ୍ତୁ।” ପୁଣି ସେ ଅବୀମେଲକ୍କୁ ଲକ୍ଷ୍ୟ କରି କହିଲା, “ତୁମ୍ଭେ ଆପଣା ସୈନ୍ୟ ବଢ଼ାଇ ବାହାରକୁ ଆସ।”
30 Cuando Zebul, el gobernante de la ciudad, oyó las palabras de Gaal hijo de Ebed, su ira ardió.
ଏବଦର ପୁତ୍ର ଗାଲ୍ର ଏ କଥା ନଗରର ଅଧିପତି ସବୂଲ୍ ଶୁଣନ୍ତେ, ତାହାର କ୍ରୋଧ ପ୍ରଜ୍ୱଳିତ ହେଲା।
31 Envió mensajeros a Abimelec con astucia, diciendo: “He aquí que Gaal hijo de Ebed y sus hermanos han venido a Siquem, y he aquí que incitan a la ciudad contra ti.
ପୁଣି ସେ ଛଳରେ ଅବୀମେଲକ୍ ନିକଟକୁ ଦୂତମାନଙ୍କୁ ପଠାଇ କହିଲା, “ଦେଖ, ଏବଦର ପୁତ୍ର ଗାଲ୍ ଓ ତାହାର ଭାଇମାନେ ଶିଖିମକୁ ଆସିଅଛନ୍ତି; ଆଉ ଦେଖ, ସେମାନେ ତୁମ୍ଭ ବିରୁଦ୍ଧରେ ନଗରରେ କୁପ୍ରବୃତ୍ତି ଦେଉଅଛନ୍ତି।
32 Ahora, pues, sube de noche, tú y el pueblo que está contigo, y acecha en el campo.
ଏହେତୁ ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଲୋକମାନେ ରାତ୍ରିରେ ଉଠି କ୍ଷେତ୍ରରେ ଛକି ବସ।
33 Por la mañana, en cuanto salga el sol, os levantaréis temprano y os lanzaréis contra la ciudad. He aquí que cuando él y el pueblo que está con él salgan contra vosotros, entonces podréis hacer con ellos lo que os parezca oportuno.”
ପୁଣି ସକାଳେ ସୂର୍ଯ୍ୟୋଦୟ ହେବାମାତ୍ର ଚଞ୍ଚଳ ଉଠି ନଗର ଆକ୍ରମଣ କରିବ; ତହିଁରେ ଦେଖ, ସେ ଓ ତାହାର ସଙ୍ଗୀ ଲୋକମାନେ ତୁମ୍ଭ ବିରୁଦ୍ଧରେ ବାହାର ହୋଇ ଆସିଲେ ତୁମ୍ଭ ଦ୍ୱାରା ଯେପରି ହେବ, ସେପରି କରିବ।”
34 Abimelec se levantó de noche, con todo el pueblo que estaba con él, y acecharon a Siquem en cuatro grupos.
ଏଥିରେ ଅବୀମେଲକ୍ ଓ ତାହାର ସଙ୍ଗୀ ସମସ୍ତେ ରାତ୍ରିରେ ଉଠି ଚାରିଦଳ ହୋଇ ଶିଖିମ ବିରୁଦ୍ଧରେ ଛକି ବସିଲେ।
35 Gaal, hijo de Ebed, salió y se puso a la entrada de la puerta de la ciudad. Abimelec se levantó, y el pueblo que estaba con él, de la emboscada.
ପୁଣି ଏବଦର ପୁତ୍ର ଗାଲ୍ ବାହାରେ ଯାଇ ନଗରଦ୍ୱାର-ପ୍ରବେଶ ସ୍ଥାନରେ ଠିଆ ହେଲା; ଆଉ ଅବୀମେଲକ୍ ଓ ତାହାର ସଙ୍ଗୀ ଲୋକମାନେ ଛକିବା ସ୍ଥାନରୁ ଉଠିଲେ।
36 Cuando Gaal vio a la gente, dijo a Zebul: “He aquí que la gente baja de las cimas de los montes”. Zebul le dijo: “Ves las sombras de las montañas como si fueran hombres”.
ଆଉ ଗାଲ୍ ଲୋକମାନଙ୍କୁ ଦେଖନ୍ତେ, ସେ ସବୂଲ୍କୁ କହିଲା, “ଦେଖ, ପର୍ବତ ଶିଖରରୁ ଲୋକମାନେ ଓହ୍ଲାଇ ଆସୁଅଛନ୍ତି। ତହିଁରେ ସବୂଲ୍ ତାହାକୁ କହିଲା, ପର୍ବତର ଛାୟା ତୁମ୍ଭକୁ ମନୁଷ୍ୟ ପରି ଦିଶୁଅଛି।”
37 Gaal volvió a hablar y dijo: “He aquí que la gente desciende por el centro de la tierra, y una compañía viene por el camino de la encina de Meonenim”.
ଏଥିଉତ୍ତାରେ ଗାଲ୍ ପୁନର୍ବାର କହିଲା, “ଦେଖ, ଲୋକମାନେ ଦେଶ ମଧ୍ୟଦେଇ ଓହ୍ଲାଇ ଆସୁଅଛନ୍ତି, ଆଉ ଏକ ଦଳ ମିଓନିନିମ ଅଲୋନ ବୃକ୍ଷର ପଥ ଦେଇ ଆସୁଅଛନ୍ତି।”
38 Entonces Zebul le dijo: “Ahora, ¿dónde está tu boca, que has dicho: “¿Quién es Abimelec, para que le sirvamos?”? ¿No es éste el pueblo que has despreciado? Por favor, sal ahora y pelea con ellos”.
ତହୁଁ ସବୂଲ୍ ତାହାକୁ କହିଲା, ତୁମ୍ଭେ ଯେ କହିଥିଲ, “ଅବୀମେଲକ୍ କିଏ ଯେ, ଆମ୍ଭେମାନେ ତାହାର ସେବା କରିବୁ, ତୁମ୍ଭର ସେହି ମୁହଁଟି ଏବେ କାହିଁ? ତୁମ୍ଭେ କି ଏହି ଲୋକମାନଙ୍କୁ ତୁଚ୍ଛ କରି ନ ଥିଲ? ତେଣୁ, ଏବେ ବାହାରି ସେମାନଙ୍କ ସଙ୍ଗେ ଯୁଦ୍ଧ କର?”
39 Gaal salió delante de los hombres de Siquem y luchó con Abimelec.
ଏଥିରେ ଗାଲ୍ ଶିଖିମ ନିବାସୀ ଲୋକଗଣ ସମ୍ମୁଖରେ ବାହାର ହୋଇ ଅବୀମେଲକ୍ ସଙ୍ଗରେ ଯୁଦ୍ଧ କଲା।
40 Abimelec lo persiguió, y él huyó delante de él, y muchos cayeron heridos hasta la entrada de la puerta.
ତହିଁରେ ଅବୀମେଲକ୍ ତାହାକୁ ଗୋଡ଼ାନ୍ତେ, ସେ ତାହା ସମ୍ମୁଖରୁ ପଳାଇଲା ଓ ଦ୍ୱାର-ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଅନେକେ ହତ ହୋଇ ପଡ଼ିଲେ।
41 Abimelec vivía en Arumá; y Zebul expulsó a Gaal y a sus hermanos, para que no habitasen en Siquem.
ଏଉତ୍ତାରେ ଅବୀମେଲକ୍ ଅରୁମାରେ ରହିଲା; ପୁଣି ସବୂଲ୍ ଗାଲ୍କୁ ଓ ତାହାର ଭ୍ରାତୃଗଣକୁ ତଡ଼ିଦେଲା, ସେମାନଙ୍କୁ ଶିଖିମରେ ବାସ କରିବାକୁ ଦେଲା ନାହିଁ।
42 Al día siguiente, el pueblo salió al campo, y se lo comunicaron a Abimelec.
ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯାଆନ୍ତେ, କେହି ଜଣେ ଅବୀମେଲକ୍କୁ ସମ୍ବାଦ ଦେଲା।
43 Él tomó al pueblo y lo dividió en tres grupos, y acechó en el campo; y miró, y he aquí que el pueblo salía de la ciudad. Entonces se levantó contra ellos y los golpeó.
ତେଣୁ ସେ ଲୋକ ନେଇ ତିନି ଦଳ କରି କ୍ଷେତ୍ର ମଧ୍ୟରେ ଛକି ବସିଲା; ପୁଣି ସେ ଅନାଇଲା ଯେ, ଦେଖ, ଲୋକମାନେ ନଗରରୁ ବାହାରି ଆସୁଅଛନ୍ତି; ତହିଁରେ ସେ ସେମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ଆଘାତ କଲା।
44 Abimelec y las compañías que estaban con él se adelantaron y se pusieron a la entrada de la puerta de la ciudad; y las dos compañías se abalanzaron sobre todos los que estaban en el campo y los hirieron.
ପୁଣି ଅବୀମେଲକ୍ ଓ ତାହାର ସଙ୍ଗୀଦଳ ଶୀଘ୍ର ଆକ୍ରମଣ କରି ନଗରଦ୍ୱାର-ପ୍ରବେଶ ସ୍ଥାନରେ ଠିଆ ହୋଇ ରହିଲେ ଓ ଅନ୍ୟ ଦୁଇ ଦଳ କ୍ଷେତ୍ରସ୍ଥିତ ସମସ୍ତ ଲୋକଙ୍କୁ ଆକ୍ରମଣ କରି ବଧ କଲେ।
45 Abimelec luchó contra la ciudad todo ese día, y tomó la ciudad y mató a la gente que estaba en ella. Derribó la ciudad y la sembró de sal.
ପୁଣି ଅବୀମେଲକ୍ ସେହି ସାରାଦିନ ନଗର ବିରୁଦ୍ଧରେ ଯୁଦ୍ଧ କଲା ଓ ନଗର ହସ୍ତଗତ କରି ତହିଁ ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବଧ କଲା; ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ବୁଣିଲା।
46 Cuando todos los hombres de la torre de Siquem se enteraron, entraron en la fortaleza de la casa de Elberit.
ଏଥିଉତ୍ତାରେ ଶିଖିମ ଗଡ଼ସ୍ଥିତ ଲୋକଗଣ ଏ କଥା ଶୁଣି ଏଲ୍-ବରୀତ୍ ମନ୍ଦିରସ୍ଥିତ ଉଚ୍ଚ ଗୃହରେ ପ୍ରବେଶ କଲେ।
47 Se le informó a Abimelec que todos los hombres de la torre de Siquem estaban reunidos.
ପୁଣି ଶିଖିମ ଗଡ଼ର ଲୋକମାନେ ଏକତ୍ରିତ ହୋଇଅଛନ୍ତି, ଏ କଥା ଅବୀମେଲକ୍ର କର୍ଣ୍ଣଗୋଚର ହେଲା।
48 Abimelec subió al monte Zalmón, él y todo el pueblo que estaba con él; y Abimelec tomó un hacha en su mano, cortó una rama de los árboles, la subió y se la puso al hombro. Luego dijo al pueblo que estaba con él: “¡Lo que me habéis visto hacer, daos prisa y haced lo que yo he hecho!”
ତହିଁରେ ଅବୀମେଲକ୍ ଓ ତାହାର ସଙ୍ଗୀ ଲୋକ ସମସ୍ତେ ସଲମୋନ୍ ପର୍ବତକୁ ଉଠିଗଲେ ଓ ଅବୀମେଲକ୍ ହାତରେ କୁହ୍ରାଡ଼ି ଘେନି ବୃକ୍ଷରୁ ଖଣ୍ଡିଏ ଡାଳ ହାଣିଲା ଓ ତାହା ଉଠାଇ ଆପଣା କାନ୍ଧରେ ରଖିଲା; ଆଉ ଆପଣା ସଙ୍ଗୀମାନଙ୍କୁ କହିଲା, “ତୁମ୍ଭେମାନେ ମୋତେ ଯାହା କରିବାର ଦେଖିଲ, ତାହା ଶୀଘ୍ର କର ଓ ମୁଁ ଯେପରି କଲି, ସେପରି କର;”
49 Asimismo, todo el pueblo cortó cada uno su rama, siguió a Abimelec y las puso en la base de la fortaleza, y le prendió fuego a ésta, de modo que también murió toda la gente de la torre de Siquem, unos mil hombres y mujeres.
ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ସେହିପରି ଏକ ଏକ ଡାଳ କାଟି ଅବୀମେଲକ୍ର ପଛେ ପଛେ ଯାଇ ସେହି ଉଚ୍ଚ ଗୃହ ପାଖରେ ରଖିଲେ ଓ ସେହି ଉଚ୍ଚ ଗୃହରେ ସେମାନଙ୍କ ଉପରେ ଅଗ୍ନି ଲଗାଇଲେ; ତେଣୁ ଶିଖିମ ଗଡ଼ର ସମସ୍ତ ଲୋକ ମଧ୍ୟ ମଲେ, ସେମାନେ ସ୍ତ୍ରୀ ପୁରୁଷ ଊଣାଧିକ ଏକ ହଜାର ଲୋକ ଥିଲେ।
50 Entonces Abimelec fue a Tebez y acampó contra Tebez, y la tomó.
ଏଉତ୍ତାରେ ଅବୀମେଲକ୍ ତେବେସକୁ ଗଲା ଓ ତେବସ ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କଲା।
51 Pero había una torre fuerte dentro de la ciudad, y todos los hombres y mujeres de la ciudad huyeron allí, se encerraron y subieron al techo de la torre.
ମାତ୍ର ସେହି ନଗର ଭିତରେ ଗୋଟିଏ ଦୃଢ଼ ଗଡ଼ ଥିଲା; ଏଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ସେସ୍ଥାନକୁ ପଳାଇ ତହିଁ ଭିତରେ ଆପଣାମାନଙ୍କୁ ରୁଦ୍ଧ କରି ଗଡ଼ର ଛାତ ଉପରକୁ ଗଲେ।
52 Abimelec llegó a la torre y luchó contra ella, y se acercó a la puerta de la torre para quemarla con fuego.
ତହୁଁ ଅବୀମେଲକ୍ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହା ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ଗଡ଼ଦ୍ୱାରର ଅତି ନିକଟକୁ ଗଲା।
53 Una mujer arrojó una piedra de molino sobre la cabeza de Abimelec y le rompió el cráneo.
ତହିଁରେ ଜଣେ ସ୍ତ୍ରୀ ଚକିର ଉପର-ପଟ ଅବୀମେଲକ୍ର ମୁଣ୍ଡ ଉପରକୁ ପକାଇ ତାହାର ଖପୁରି ଭାଙ୍ଗି ପକାଇଲା।
54 Entonces llamó apresuradamente al joven, su portador de armadura, y le dijo: “Saca tu espada y mátame, para que no digan de mí: “Una mujer lo mató”. El joven lo atravesó, y murió”.
ତେଣୁ ସେ ଶୀଘ୍ର ଆପଣା ଅସ୍ତ୍ରବାହକ ଯୁବାକୁ ଡାକି ତାହାକୁ କହିଲା, “ତୁମ୍ଭ ଖଡ୍ଗ ବାହାର କରି ମୋତେ ବଧ କର, ଯେପରି ଲୋକମାନେ ଆମ୍ଭ ବିଷୟରେ ନ କହିବେ ଯେ, ‘ଜଣେ ସ୍ତ୍ରୀ ତାହାକୁ ବଧ କଲା।’” ତହିଁରେ ତାହାର ଯୁବା ଲୋକ ତାହାକୁ ଭୁସି ଦିଅନ୍ତେ, ସେ ମଲା।
55 Cuando los hombres de Israel vieron que Abimelec había muerto, se fueron cada uno a su lugar.
ତହିଁରେ ଇସ୍ରାଏଲ ଲୋକମାନେ ଅବୀମେଲକ୍ର ମରଣ ଦେଖି ପ୍ରତ୍ୟେକେ ଆପଣା ଆପଣା ସ୍ଥାନକୁ ଚାଲିଗଲେ।
56 Así pagó Dios la maldad de Abimelec, que hizo a su padre matando a sus setenta hermanos;
ଏହିରୂପେ ଅବୀମେଲକ୍ ଆପଣାର ସତୁରି ଭାଇଙ୍କୁ ବଧ କରି ଆପଣା ପିତା ବିରୁଦ୍ଧରେ ଯେଉଁ ଦୁଷ୍କର୍ମ କରିଥିଲା, ପରମେଶ୍ୱର ତହିଁର ପ୍ରତିଫଳ ତାହାକୁ ଦେଲେ;
57 y Dios pagó toda la maldad de los hombres de Siquem sobre sus cabezas; y la maldición de Jotam hijo de Jerobaal cayó sobre ellos.
ପୁଣି ପରମେଶ୍ୱର ଶିଖିମ ନିବାସୀ ଲୋକମାନଙ୍କୁ ସମସ୍ତ ଦୁଷ୍କର୍ମର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇଲେ ଓ ଯିରୁବ୍ବାଲ୍ଙ୍କ ପୁତ୍ର ଯୋଥମ୍ର ଅଭିଶାପ ସେମାନଙ୍କ ଉପରେ ଫଳିଲା।