< Éxodo 33 >

1 Yahvé habló a Moisés: “Vete, sube de aquí, tú y el pueblo que has sacado de la tierra de Egipto, a la tierra que juré a Abraham, a Isaac y a Jacob, diciendo: ‘La daré a tu descendencia’.
ଏହାପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଅବ୍ରହାମ ଓ ଇସ୍‌ହାକ ଓ ଯାକୁବ ନିକଟରେ ଶପଥ କରି ଯେଉଁ ଦେଶ ବିଷୟରେ କହିଥିଲୁ, ତୁମ୍ଭ ବଂଶକୁ ଏହି ଦେଶ ଦେବା, ସେହି ଦେଶକୁ ଯିବା ପାଇଁ ତୁମ୍ଭେ ଓ ମିସରରୁ ଆନୀତ ଲୋକମାନେ ଏହି ସ୍ଥାନରୁ ପ୍ରସ୍ଥାନ କର;
2 Enviaré un ángel delante de ti, y expulsaré al cananeo, al amorreo, al hitita, al ferezeo, al heveo y al jebuseo.
ଆମ୍ଭେ ତୁମ୍ଭ ଆଗେ ଆଗେ ଏକ ଦୂତ ପଠାଇବା; ପୁଣି, ଆମ୍ଭେ କିଣାନୀୟ, ଇମୋରୀୟ, ହିତ୍ତୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ିଦେବା।
3 Vayan a una tierra que fluye leche y miel; pero yo no subiré en medio de ustedes, porque son un pueblo de cuello duro, no sea que los consuma en el camino.”
ଏନିମନ୍ତେ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଯାଅ; ମାତ୍ର ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ହୋଇ ଯିବା ନାହିଁ; ଗଲେ ଆମ୍ଭେ ପଥ ମଧ୍ୟରେ ତୁମ୍ଭଙ୍କୁ ସଂହାର କରିବା, କାରଣ ତୁମ୍ଭେ ଶକ୍ତଗ୍ରୀବ ଲୋକ।”
4 Al oír esta mala noticia, el pueblo se puso de luto y nadie se puso sus joyas.
ଲୋକମାନେ ଏହି ଅଶୁଭ ସମ୍ବାଦ ଶୁଣି ଶୋକ କଲେ; କେହି ଆପଣା ଶରୀରରେ ଆଭରଣ ପରିଧାନ କଲେ ନାହିଁ।
5 Yahvé había dicho a Moisés: “Di a los hijos de Israel: ‘Sois un pueblo de cuello duro. Si subiera entre vosotros un momento, os consumiría. Por lo tanto, quítense ahora sus joyas, para que yo sepa qué hacer con ustedes’”.
କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କୁହ, ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ; ଯଦି ଆମ୍ଭେ ଏକ ନିମିଷ ତୁମ୍ଭ ମଧ୍ୟକୁ ଯିବା, ତେବେ ତୁମ୍ଭଙ୍କୁ ସଂହାର କରିବା; ତୁମ୍ଭେ ଏବେ ଆପଣା ଶରୀରରୁ ଆଭରଣ ଦୂର କର, ତହିଁରେ ତୁମ୍ଭ ପ୍ରତି କି କର୍ତ୍ତବ୍ୟ ତାହା ଜାଣିବା।”
6 Los hijos de Israel se despojaron de sus joyas a partir del monte Horeb.
ଏଥିରେ ଇସ୍ରାଏଲ-ସନ୍ତାନଗଣ ହୋରେବ ପର୍ବତ ନିକଟରୁ ଅଗ୍ରସର ହୋଇଯାଉ ଯାଉ ଆପଣା ଆପଣା ସମସ୍ତ ଆଭରଣ ଦୂର କଲେ।
7 Moisés acostumbraba a tomar la tienda y a armarla fuera del campamento, lejos de él, y la llamaba “Tienda del Encuentro”. Todos los que buscaban a Yahvé salían a la Tienda del Encuentro, que estaba fuera del campamento.
ଏସମୟରେ ଏପରି ଥିଲା ଯେ, ମୋଶା ଆପଣା ତମ୍ବୁ ନେଇ ଛାଉଣିର ବାହାରେ ଓ ଛାଉଣିଠାରୁ ଦୂରରେ ସ୍ଥାପନ କଲେ ଓ ତାହାର ନାମ ସମାଗମ-ତମ୍ବୁ ଦେଲେ। ସଦାପ୍ରଭୁଙ୍କ ଅନ୍ୱେଷଣକାରୀ ପ୍ରତ୍ୟେକ ଲୋକ ଛାଉଣିର ବାହାରସ୍ଥିତ ସେହି ସମାଗମ-ତମ୍ବୁ ନିକଟକୁ ଯାʼନ୍ତି।
8 Cuando Moisés salió a la Tienda, todo el pueblo se levantó y se puso de pie, cada uno a la puerta de su tienda, y observó a Moisés hasta que éste entró en la Tienda.
ପୁଣି, ଏପରି ଘଟିଲା ଯେ, ମୋଶା ବାହାର ହୋଇ ସେହି ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକ ଉଠି ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ତମ୍ବୁରେ ପ୍ରବେଶ କଲେ ନାହିଁ, ସେପର୍ଯ୍ୟନ୍ତ ସେମାନେ ତାଙ୍କର ପଶ୍ଚାତ୍‍ ଅନାଇ ରହିଲେ।
9 Cuando Moisés entró en la Carpa, la columna de nube descendió, se puso a la puerta de la Carpa, y Yahvé habló con Moisés.
ଏଉତ୍ତାରେ ମୋଶା ତମ୍ବୁରେ ପ୍ରବେଶ କରନ୍ତେ, ମେଘସ୍ତମ୍ଭ ଓହ୍ଲାଇ ତମ୍ବୁ ଦ୍ୱାରରେ ଅବସ୍ଥିତ ହେଲା; ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ ଆଳାପ କଲେ।
10 Todo el pueblo vio que la columna de nube estaba a la puerta de la Carpa, y todo el pueblo se levantó y adoró, cada uno a la puerta de su carpa.
ତମ୍ବୁ ଦ୍ୱାରରେ ଅବସ୍ଥିତ ମେଘସ୍ତମ୍ଭ ଦେଖନ୍ତେ, ସମସ୍ତ ଲୋକ ଉଠି ପ୍ରତ୍ୟେକେ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ।
11 Yahvé habló con Moisés cara a cara, como un hombre habla con su amigo. Volvió a entrar en el campamento, pero su siervo Josué, hijo de Nun, un joven, no salió de la Tienda.
ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୋଶାଙ୍କ ସହିତ ଆଳାପ କଲେ; ଏଉତ୍ତାରେ ମୋଶା ଛାଉଣିକୁ ବାହୁଡ଼ି ଆସିଲେ, ମାତ୍ର ନୂନର ପୁତ୍ର ଯିହୋଶୂୟ ନାମକ ତାଙ୍କର ଯୁବା ପରିଚାରକ ତମ୍ବୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ।
12 Moisés dijo a Yahvé: “He aquí que tú me dices: ‘Haz subir a este pueblo’, y no me has hecho saber a quién enviarás conmigo. Sin embargo, has dicho: ‘Te conozco por tu nombre, y también has hallado gracia ante mis ojos’.
ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଦେଖ, ତୁମ୍ଭେ ଏହି ଲୋକମାନଙ୍କୁ ଘେନିଯିବା ନିମନ୍ତେ ମୋତେ କହୁଅଛ; ମାତ୍ର ତୁମ୍ଭେ ମୋʼ ସଙ୍ଗରେ କାହାକୁ ପଠାଇବ, ଏହା ତୁମ୍ଭେ ମୋତେ ଜଣାଇ ନାହଁ। ତଥାପି ତୁମ୍ଭେ କହିଅଛ, ଆମ୍ଭେ ନାମ ଦ୍ୱାରା ତୁମ୍ଭକୁ ଜାଣୁ ଓ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛ।
13 Ahora, pues, si he hallado gracia ante tus ojos, muéstrame ahora tu camino, para que te conozca y pueda hallar gracia ante tus ojos; y considera que esta nación es tu pueblo.”
ଉତ୍ତମ, ମୁଁ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ପାଇଁ ଯେପରି ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ମାର୍ଗ ଜଣାଅ; ପୁଣି, ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ, ଏହା ବିବେଚନା କର।”
14 Dijo: “Mi presencia irá contigo y te daré descanso”.
ସେତେବେଳେ ସେ କହିଲେ, “ମୋହର ଉପସ୍ଥିତି ତୁମ୍ଭ ସହିତ ଗମନ କରିବ, ପୁଣି, ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା।”
15 Moisés le dijo: “Si tu presencia no va conmigo, no nos subas de aquí.
ତହିଁରେ ସେ ତାହାଙ୍କୁ କହିଲେ, “ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ଗମନ ନ କରନ୍ତି, ତେବେ ଏହି ସ୍ଥାନରୁ ଆମ୍ଭମାନଙ୍କୁ ନେଇଯାଅ ନାହିଁ।”
16 Pues ¿cómo sabrá la gente que he hallado gracia ante tus ojos, yo y tu pueblo? ¿No es que tú vas con nosotros, para que estemos separados, yo y tu pueblo, de todos los pueblos que están sobre la superficie de la tierra?”
କାରଣ ମୁଁ ଓ ତୁମ୍ଭର ଏହି ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ଏହା ଏବେ କିପରି ଜଣାଯିବ? ଯେପରି ମୁଁ ଓ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକଠାରୁ ବିଶେଷ ଲୋକ ହେବା, ଆମ୍ଭମାନଙ୍କ ସହିତ ତୁମ୍ଭର ଗମନ ଦ୍ୱାରା କି ଏହା ଜଣାଯାଏ ନାହିଁ?
17 Yahvé dijo a Moisés: “También haré esto que has dicho, porque has hallado gracia ante mis ojos y te conozco por tu nombre.”
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଯେଉଁ କଥା ତୁମ୍ଭେ କହିଅଛ, ତାହା ହିଁ ଆମ୍ଭେ କରିବା, କାରଣ ତୁମ୍ଭେ ମୋʼ ଦୃଷ୍ଟିରେ ଅନୁଗ୍ରହ ପାଇଅଛ, ପୁଣି, ଆମ୍ଭେ ତୁମ୍ଭକୁ ନାମ ଦ୍ୱାରା ଜାଣିଅଛୁ।”
18 Moisés dijo: “Por favor, muéstrame tu gloria”.
ପୁଣି, ସେ କହିଲେ, “ବିନୟ କରୁଅଛି, ତୁମ୍ଭେ ମୋତେ ଆପଣା ମହିମା ଦେଖାଅ।”
19 Dijo: “Haré pasar ante ti toda mi bondad, y proclamaré el nombre de Yahvé ante ti. Tendré piedad con quien tenga piedad, y mostraré misericordia con quien tenga piedad”.
ସେ ଉତ୍ତର କଲେ, “ଆମ୍ଭେ ତୁମ୍ଭ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନ କରାଇବା, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରିବା; ଆମ୍ଭେ ଯାହାକୁ ଅନୁଗ୍ରହ କରୁ, ତାହାକୁ ଅନୁଗ୍ରହ କରିବା ଓ ଯାହାକୁ ଦୟା କରୁ, ତାହାକୁ ଦୟା କରିବା।”
20 Dijo: “No puedes ver mi rostro, porque el hombre no puede verme y vivir.”
ସେ ଆହୁରି କହିଲେ, “ତୁମ୍ଭେ ଆମ୍ଭର ମୁଖ ଦେଖି ପାରିବ ନାହିଁ; କାରଣ ମନୁଷ୍ୟ ଆମ୍ଭଙ୍କୁ ଦେଖି ବଞ୍ଚିବ ନାହିଁ।”
21 Yahvé también dijo: “He aquí que hay un lugar junto a mí, y tú estarás sobre la roca.
ସଦାପ୍ରଭୁ କହିଲେ, “ଦେଖ, ଆମ୍ଭ ନିକଟରେ ଏକ ସ୍ଥାନ ଅଛି, ତୁମ୍ଭେ ସେହି ଶୈଳ ଉପରେ ଠିଆ ହେବ;
22 Sucederá que, mientras pasa mi gloria, te pondré en una hendidura de la roca y te cubriré con mi mano hasta que haya pasado;
ତହିଁରେ ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ଆମ୍ଭେ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବା ଓ ଆମ୍ଭ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଚ୍ଛନ୍ନ କରିବା।
23 entonces quitaré mi mano, y verás mi espalda; pero mi rostro no se verá.”
ଏଥିଉତ୍ତାରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ, ମାତ୍ର ଆମ୍ଭର ମୁଖ ଦେଖାଯିବ ନାହିଁ।”

< Éxodo 33 >