< Jueces 20 >
1 Todos los israelitas, desde Dan hasta Beerseba, incluyendo la tierra de Galaad, fueron y se reunieron en Mizpa ante el Señor. La asamblea estaba unida en su propósito.
ଏଥିଉତ୍ତାରେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଓ ଗିଲୀୟଦ ଦେଶ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ସମସ୍ତେ ବାହାର ହେଲେ ଓ ସମଗ୍ର ମଣ୍ଡଳୀ ଏକ ମନୁଷ୍ୟ ପରି ମିସ୍ପାରେ ସଦାପ୍ରଭୁଙ୍କ ସାକ୍ଷାତରେ ଏକତ୍ରିତ ହେଲେ।
2 Los líderes de todo el pueblo de cada tribu israelita tomaron sus posiciones asignadas en el ejército reunido del pueblo de Dios, cuatrocientos mil soldados armados con espadas.
ପରମେଶ୍ୱରଙ୍କ ଲୋକଗଣର ସେହି ସମାଜରେ ଇସ୍ରାଏଲର ସମୁଦାୟ ବଂଶୀୟ ଲୋକଙ୍କ ପ୍ରଧାନବର୍ଗ ଓ ଚାରି ଲକ୍ଷ ଖଡ୍ଗଧାରୀ ପଦାତିକ ଉପସ୍ଥିତ ହେଲେ।
3 La tribu de Benjamín se enteró de que los israelitas se habían reunido en Mizpa. Los israelitas preguntaron: “Díganos, ¿cómo pudo ocurrir un acto tan horrendo?”.
(ତହୁଁ ଇସ୍ରାଏଲ-ସନ୍ତାନଗଣ ଯେ ମିସ୍ପାକୁ ଯାଇଅଛନ୍ତି, ଏହା ବିନ୍ୟାମୀନୀୟ ସନ୍ତାନଗଣ ଶୁଣିଲେ)। ଇସ୍ରାଏଲ-ସନ୍ତାନଗଣ ପଚାରିଲେ, “ଏହି ଦୁଷ୍ଟତା କିପ୍ରକାରେ ହେଲା? ତାହା ଆମ୍ଭମାନଙ୍କୁ କୁହ।”
4 El levita, esposo de la mujer asesinada, explicó: “Yo y mi concubina vinimos a pasar la noche a la ciudad de Guibeá, en el territorio de Benjamín.
ତହିଁରେ ସେହି ହତ ସ୍ତ୍ରୀର ଲେବୀୟ ଉପପତି ଉତ୍ତର ଦେଇ କହିଲା, “ମୁଁ ଓ ମୋର ଉପପତ୍ନୀ ରାତ୍ରି କ୍ଷେପଣ ନିମନ୍ତେ ବିନ୍ୟାମୀନ୍ର ଅଧିକାରସ୍ଥ ଗିବୀୟାକୁ ଆସିଥିଲୁ।
5 Los dirigentes de Guibeá vinieron a atacarme por la noche. Rodearon la casa con la intención de matarme. Violaron a mi concubina y ésta murió.
ପୁଣି ଗିବୀୟାର ଲୋକମାନେ ମୋʼ ବିରୁଦ୍ଧରେ ଉଠି ରାତ୍ରିରେ ଗୃହ ଚତୁର୍ଦ୍ଦିଗରେ ମୋତେ ଘେରିଲେ; ମୋତେ ସେମାନେ ବଧ କରିବାକୁ ବିଚାର କଲେ, ପୁଣି ମୋର ଉପପତ୍ନୀକୁ ବଳାତ୍କାର କଲେ, ତହିଁରେ ସେ ମଲା।
6 Tomé a mi concubina y la corté en pedazos, y envié estos pedazos a todas las partes del país que habían sido entregadas a Israel, porque esos hombres habían hecho algo vergonzoso y repugnante en Israel.
ତହୁଁ ମୁଁ ନିଜ ଉପପତ୍ନୀକୁ ନେଇ ଖଣ୍ଡ ଖଣ୍ଡ କରି ଇସ୍ରାଏଲର ଅଧିକାରସ୍ଥ ପ୍ରଦେଶର ସର୍ବତ୍ର ପଠାଇଲି; କାରଣ ସେମାନେ ଇସ୍ରାଏଲ ମଧ୍ୟରେ ଦୁଷ୍ଟତା ଓ ମୂଢ଼ତାର କର୍ମ କରିଅଛନ୍ତି।
7 ¡Así que todos ustedes, israelitas, tienen que decidir aquí y ahora qué van a hacer al respecto!”
ଦେଖ, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେ ସମସ୍ତେ ଏ ବିଷୟରେ ଆପଣା ଆପଣା ମତ ଓ ମନ୍ତ୍ରଣା ଦିଅ।”
8 Todos se pusieron de pie y declararon unidos: “¡Ninguno de nosotros va a volver a su casa, ni a sus tiendas! Ninguno de nosotros volverá a sus casas.
ତହିଁରେ ସମସ୍ତେ ଏକ ଲୋକ ପରି ଉଠି କହିଲେ, “ଆମ୍ଭେମାନେ କେହି ଆପଣା ତମ୍ବୁକୁ ଯିବୁ ନାହିଁ, କିଅବା ଆମ୍ଭେମାନେ କେହି ଆପଣା ଘରକୁ ଫେରିବୁ ନାହିଁ।
9 Esto es lo que vamos a hacer a Guibeá: la atacaremos con nuestras fuerzas elegidas por sorteo.
ମାତ୍ର ଗିବୀୟା ପ୍ରତି ଏବେ ଆମ୍ଭେମାନେ ଏହି କଥା କରିବୁ; ଗୁଲିବାଣ୍ଟ କ୍ରମେ ତାହା ବିରୁଦ୍ଧରେ ଯିବୁ;
10 Tomaremos diez hombres de cien de todas las tribus israelitas, luego cien de mil, y luego mil de diez mil, para organizar la comida del ejército, de modo que cuando las tropas lleguen a Guibeá, en Benjamín, puedan pagarles por todas estas cosas repugnantes que han hecho en Israel”.
ପୁଣି ଲୋକମାନଙ୍କ ନିମନ୍ତେ ଖାଦ୍ୟଦ୍ରବ୍ୟ ଆଣିବା ପାଇଁ ଆମ୍ଭେମାନେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଶହକେ ଦଶ ଜଣ, ହଜାରକେ ଏକ ଶହ ଜଣ, ଦଶ ହଜାରରେ ଏକ ହଜାର ଜଣ ଲେଖାଏଁ ନେବୁ, ତହିଁରେ ଲୋକମାନେ ବିନ୍ୟାମୀନ୍ର ଅଧିକାରସ୍ଥ ଗିବୀୟାକୁ ଆସିଲେ, ସେମାନେ ଇସ୍ରାଏଲ ମଧ୍ୟରେ ଯେସମସ୍ତ ମୂଢ଼ତାର କର୍ମ କରିଅଛନ୍ତି, ତଦନୁସାରେ ସେମାନଙ୍କୁ ପ୍ରତିଫଳ ଦେବେ।”
11 Todos los hombres de Israel se pusieron de acuerdo y se reunieron para atacar la ciudad.
ଏହିରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଏକ ମନୁଷ୍ୟ ପରି ଯୁକ୍ତ ହୋଇ ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ।
12 Las tribus israelitas también enviaron hombres a todo el territorio de Benjamín, preguntando a la gente: “¿Qué están haciendo con este terrible mal que ha ocurrido entre ustedes?
ଏଥିଉତ୍ତାରେ ଇସ୍ରାଏଲ ବଂଶ ବିନ୍ୟାମୀନ୍ର ସମୁଦାୟ ବଂଶ ନିକଟକୁ ଲୋକ ପଠାଇ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଅଛି?
13 ¡Entreguen a estos malvados para que podamos ejecutarlos y deshacernos de este mal de Israel!” Pero los benjamitas se negaron a escuchar lo que sus compañeros israelitas tenían que decir.
ଏବେ ତୁମ୍ଭେମାନେ ସେହି ଗିବୀୟାର ଦୁଷ୍ଟ ଲୋକମାନଙ୍କୁ ସମର୍ପଣ କର, ତହିଁରେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା।” ମାତ୍ର ବିନ୍ୟାମୀନ୍ ଆପଣା ଭ୍ରାତା ଇସ୍ରାଏଲ-ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ।
14 Salieron de sus ciudades y se reunieron en Guibeá para ir a luchar contra los demás israelitas.
ପୁଣି ଇସ୍ରାଏଲ-ସନ୍ତାନଗଣ ସଙ୍ଗେ ଯୁଦ୍ଧ କରିବା ପାଇଁ ବିନ୍ୟାମୀନ୍-ସନ୍ତାନଗଣ ନଗରମାନରୁ ବାହାରି ଗିବୀୟାକୁ ଯାଇ ଏକତ୍ରିତ ହେଲେ।
15 Ese día se convocó a un total de veintiséis mil hombres armados con espadas de las ciudades de Benjamín, además de los setecientos guerreros experimentados de Guibeá.
ସେହି ଦିନ ନଗରମାନରୁ ଆସିଥିବା ବିନ୍ୟାମୀନ୍-ସନ୍ତାନଗଣର ଛବିଶ ହଜାର ଖଡ୍ଗଧାରୀ ଲୋକ ଗଣିତ ହେଲେ, ଏହାଛଡ଼ା ଗିବୀୟା ନିବାସୀ ଲୋକମାନଙ୍କର ସାତ ଶହ ବଛା ଲୋକ ଗଣିତ ହେଲେ।
16 Formaban parte de este ejército setecientos soldados experimentados que usaban la mano izquierda. Todos ellos podían disparar una honda y no fallar ni por asomo.
ଏହି ଲୋକସମୂହ ମଧ୍ୟରେ ସାତ ଶହ ବଛା ଲୋକ ବାଁହାତିଆ ଥିଲେ; ସେମାନେ ପ୍ରତ୍ୟେକେ ବଣା ନ ହୋଇ ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣୀ ମାରି ପାରନ୍ତି।
17 El ejército israelita (excluyendo a Benjamín) contaba con cuatrocientos mil guerreros experimentados, todos armados con espadas.
ବିନ୍ୟାମୀନ୍ ଛଡ଼ା ଇସ୍ରାଏଲର ଖଡ୍ଗଧାରୀ ଚାରି ଲକ୍ଷ ଲୋକ ଗଣିତ ହେଲେ; ଏସମସ୍ତେ ଯୋଦ୍ଧା।
18 Los israelitas fueron a Betel y le preguntaron a Dios: “¿Quiénes de nosotros deben ser los primeros en ir a luchar contra los benjamitas?” “Judá debe ir primero”, respondió el Señor.
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଉଠି ବେଥେଲ୍କୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ; “ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରୁ ପ୍ରଥମେ କିଏ ଯିବ?” ସଦାପ୍ରଭୁ କହିଲେ, “ଯିହୁଦା ପ୍ରଥମେ ଯିବ।”
19 A la mañana siguiente, los israelitas salieron y acamparon cerca de Guibeá.
ତହିଁରେ ଇସ୍ରାଏଲ-ସନ୍ତାନଗଣ ପ୍ରଭାତରେ ଉଠି ଗିବୀୟା ବିରୁଦ୍ଧରେ ଛାଉଣି ସ୍ଥାପନ କଲେ।
20 Luego salieron a la batalla con el ejército de Benjamín, tomando sus posiciones para atacar Guibeá.
ପୁଣି ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍ ସଙ୍ଗେ ଯୁଦ୍ଧ କରିବାକୁ ବାହାରିଲେ ଓ ଇସ୍ରାଏଲୀୟ ଲୋକମାନେ ଗିବୀୟା ନିକଟରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ।
21 Pero los benjamitas salieron de Guibeá y mataron a veintidós mil israelitas en el campo de batalla ese día.
ତହିଁରେ ବିନ୍ୟାମୀନ୍-ସନ୍ତାନଗଣ ଗିବୀୟାରୁ ବାହାରି ସେହି ଦିନ ଇସ୍ରାଏଲ ମଧ୍ୟରୁ ବାଇଶ ହଜାର ଲୋକଙ୍କୁ ସଂହାର କରି ଭୂମିରେ ନିପାତ କଲେ।
22 Pero los israelitas se animaron unos a otros a tener confianza, y tomaron las mismas posiciones que tenían el primer día.
ତହିଁ ଉତ୍ତାରେ ଇସ୍ରାଏଲୀୟ ଲୋକମାନେ ଆପଣାମାନଙ୍କୁ ଆଶ୍ୱାସ ଦେଇ ପ୍ରଥମ ଦିନ ଯେଉଁ ସ୍ଥାନରେ ଆପଣାମାନଙ୍କୁ ସଜାଇଥିଲେ, ପୁନର୍ବାର ସେହି ସ୍ଥାନରେ ଯୁଦ୍ଧ ସଜାଇଲେ।
23 Los israelitas fueron y clamaron ante el Señor hasta el atardecer y preguntaron: “¿Debemos ir a atacar de nuevo a los benjamitas, nuestros parientes?” “Vayan y atáquenlos”, respondió el Señor.
ପୁଣି ଇସ୍ରାଏଲ-ସନ୍ତାନଗଣ ଉଠିଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, “ଆମ୍ଭେ କି ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା?” ତହିଁରେ ସଦାପ୍ରଭୁ କହିଲେ, “ତାହା ବିରୁଦ୍ଧରେ ଯାଅ।”
24 Así que el segundo día avanzaron para atacar al ejército de Benjamín.
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଦ୍ୱିତୀୟ ଦିନ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ।
25 Sin embargo, los benjamitas salieron de Guibeá una vez más y mataron a dieciocho mil israelitas, todos armados con espadas.
ପୁଣି ବିନ୍ୟାମୀନ୍ ସେହି ଦ୍ୱିତୀୟ ଦିନ ସେମାନଙ୍କ ବିରୁଦ୍ଧରେ ଗିବୀୟାରୁ ବାହାରି ଇସ୍ରାଏଲ-ସନ୍ତାନଗଣର ଅଠର ହଜାର ଲୋକଙ୍କୁ ପୁନର୍ବାର ସଂହାର କରି ଭୂମିରେ ନିପାତ କଲେ; ଏସମସ୍ତେ ଖଡ୍ଗଧାରୀ ଥିଲେ।
26 Entonces todos los israelitas y todo su ejército fueron a Betel y se sentaron allí a llorar ante el Señor. Ese día ayunaron hasta la noche y dieron holocaustos y ofrendas de comunión al Señor.
ତେବେ ସମସ୍ତ ଇସ୍ରାଏଲ ସନ୍ତାନ ଓ ସମସ୍ତ ଲୋକ ଉଠି ବେଥେଲ୍କୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
27 Los israelitas le preguntaron al Señor qué debían hacer. En aquel tiempo se guardaba allí el Arca del Acuerdo de Dios.
ସେହି ସମୟରେ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସେଠାରେ ଥିଲା, ପୁଣି ହାରୋଣର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍ ସେହି ସମୟରେ ତହିଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା।
28 Finés, hijo de Eleazar y nieto de Aarón, era el sacerdote. Los israelitas le preguntaron al Señor: “¿Debemos ir y luchar de nuevo contra nuestros parientes de Benjamín, o no?” “¡Sí, vayan! Mañana se los entregaré”, respondió el Señor.
ଏହେତୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରି କହିଲେ, “ଆମ୍ଭେ ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏବେ ହେଁ କି ପୁନର୍ବାର ଯିବା, ଅବା କ୍ଷାନ୍ତ ହେବା?” ସଦାପ୍ରଭୁ କହିଲେ, ଯାଅ; “ଆମ୍ଭେ କାଲି ତୁମ୍ଭ ହସ୍ତରେ ତାହାକୁ ସମର୍ପଣ କରିବା।”
29 Entonces los israelitas prepararon una emboscada alrededor de Guibeá.
ତହୁଁ ଇସ୍ରାଏଲ ଗିବୀୟାର ଚତୁର୍ଦ୍ଦିଗରେ ଲୋକ ଛକି ବସାଇ ରଖିଲା।
30 Al tercer día tomaron las mismas posiciones de antes.
ଏଥିଉତ୍ତାରେ ତୃତୀୟ ଦିନ ଇସ୍ରାଏଲ-ସନ୍ତାନଗଣ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଉଠିଗଲେ ଓ ପୂର୍ବ ପରି ଗିବୀୟା ନିକଟରେ ଆପଣାମାନଙ୍କୁ ସଜାଇଲେ।
31 Los benjamitas salieron a atacarlos y se alejaron de la ciudad mientras comenzaban a matar a los israelitas como lo habían hecho antes. Unos treinta israelitas murieron en el campo de batalla y a lo largo de los caminos, el que va hacia Betel y el que vuelve hacia Guibeá.
ତହୁଁ ବିନ୍ୟାମୀନ୍-ସନ୍ତାନଗଣ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନଗରଠାରୁ ଦୂରକୁ ଆକର୍ଷିତ ହେଲେ; ପୁଣି ପୂର୍ବ ସମୟ ପରି ଲୋକମାନଙ୍କୁ ଆଘାତ ଓ ବଧ କରିବାକୁ ଲାଗିଲେ; ଆଉ ବେଥେଲ୍ ଆଡ଼େ ଓ କ୍ଷେତ୍ର ଦେଇ ଗିବୀୟା ଆଡ଼େ ଯିବା ଦୁଇ ସଡ଼କରେ ସେମାନେ ଊଣାଧିକ ଇସ୍ରାଏଲୀୟ ତିରିଶ ଲୋକଙ୍କୁ ବଧ କଲେ।
32 “Los estamos derrotando, como antes”, gritaron los benjamitas. Pero los israelitas dijeron: “Huyamos de ellos y alejémoslos del pueblo hacia los caminos”.
ତହୁଁ ବିନ୍ୟାମୀନ୍-ସନ୍ତାନମାନେ କହିଲେ, “ଏମାନେ ତ ପୂର୍ବ ପରି ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି।” ମାତ୍ର ଇସ୍ରାଏଲ-ସନ୍ତାନଗଣ କହିଲେ, “ଆମ୍ଭେମାନେ ପଳାଇ ନଗରରୁ ସଡ଼କକୁ ସେମାନଙ୍କୁ ଆକର୍ଷଣ କରିନେଉ।”
33 El grueso del ejército israelita salió de donde estaba y tomó posiciones en Baal-tamar, mientras que los que estaban en la emboscada al oeste de Guibeá salieron a atacar desde donde se habían escondido.
ତହୁଁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ସ୍ଥାନରୁ ଉଠି ବାଲ୍ତାମରରେ ଆପଣାମାନଙ୍କୁ ସଜାଇଲେ; ଏଥିମଧ୍ୟରେ ଇସ୍ରାଏଲର ଛକି ବସିବା ଲୋକମାନେ ଗିବୀୟାସ୍ଥ ଆପଣା ଆପଣା ସ୍ଥାନରୁ ଏକାବେଳେ ଉଠି ଆସିଲେ।
34 Diez mil aguerridos guerreros israelitas atacaron Guibeá, y la lucha fue tan intensa que los benjamitas no se dieron cuenta de que estaban al borde del desastre.
ତହୁଁ ଇସ୍ରାଏଲୀୟ ସମସ୍ତ ଲୋକଙ୍କ ମଧ୍ୟରୁ ଦଶ ହଜାର ବଛା ଲୋକ ଗିବୀୟା ନିକଟକୁ ଆସନ୍ତେ, ଭାରୀ ଯୁଦ୍ଧ ହେଲା; ମାତ୍ର ଅମଙ୍ଗଳ ଆସି ଯେ ସେମାନଙ୍କ ଉପରେ ପଡ଼ିଲାଣି, ଏହା ସେମାନେ ଜାଣିଲେ ନାହିଁ।
35 Así que el Señor derrotó a Benjamín ante Israel. Ese día los israelitas mataron a veinticinco mil cien benjamitas, todos armados con espadas.
ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସମ୍ମୁଖରେ ବିନ୍ୟାମୀନ୍କୁ ଆଘାତ କଲେ; ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି ଦିନ ବିନ୍ୟାମୀନ୍ର ପଚିଶ ହଜାର ଏକ ଶହ ଲୋକ ବଧ କଲେ; ଏସମସ୍ତେ ଖଡ୍ଗଧାରୀ ଥିଲେ।
36 Los benjamitas vieron que estaban derrotados. Los israelitas habían retrocedido ante los benjamitas porque confiaban en que la emboscada que habían preparado cerca de Guibeá tendría éxito.
ଏହିରୂପେ ବିନ୍ୟାମୀନ୍-ସନ୍ତାନଗଣ ଆପଣାମାନଙ୍କୁ ପରାସ୍ତ ହେବାର ଦେଖିଲେ; କାରଣ ଇସ୍ରାଏଲୀୟ ଲୋକମାନେ ଗିବୀୟାରେ ଛକି ବସାଇଥିବା ଲୋକମାନଙ୍କ ଉପରେ ନିର୍ଭର ରଖି ବିନ୍ୟାମୀନ୍କୁ ସ୍ଥାନ ଛାଡ଼ିଦେଲେ।
37 Los hombres de la emboscada corrieron a atacar el pueblo, y mataron a todos los que estaban en él.
ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ି ଆସି ଗିବୀୟା ଆକ୍ରମଣ କଲେ; ପୁଣି ଛକି ବସିବା ଲୋକମାନେ ଆସି ଖଡ୍ଗଧାରରେ ସମସ୍ତ ନଗର ଆଘାତ କଲେ।
38 El acuerdo fue que enviarían una gran nube de humo para mostrar que la ciudad había caído.
ଆଉ ସେହି ଛକି ବସିବା ଲୋକମାନେ ଯେପରି ନଗରରୁ ବୃହତ ଧୂମ-ମେଘ ଉଠାଇବେ; ଇସ୍ରାଏଲୀୟ ଲୋକଙ୍କ ସହିତ ସେମାନଙ୍କର ଏହି ଚିହ୍ନ ସ୍ଥିର ହୋଇଥିଲା।
39 El ejército israelita se volvió para atacar a los benjamitas, que ya habían matado a unos treinta israelitas. Los benjamitas decían: “¡Los estamos derrotando completamente, como en la primera batalla!”.
ଏହେତୁ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧ ବେଳେ ମୁଖ ଫେରାଇଲେ, ତହୁଁ ବିନ୍ୟାମୀନ୍ ଇସ୍ରାଏଲର ଲୋକମାନଙ୍କୁ ଆଘାତ କରି ଊଣାଧିକ ତିରିଶ ଜଣଙ୍କୁ ବଧ କଲେ; କାରଣ ସେମାନେ କହିଲେ, ପ୍ରଥମ ଯୁଦ୍ଧରେ ଯେପରି, ଏବେ ମଧ୍ୟ ସେପରି, ନିଶ୍ଚୟ ଏମାନେ ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି।
40 Sin embargo, cuando los israelitas vieron que las columnas de humo se elevaban hacia el cielo hasta formar una gran nube sobre toda la ciudad,
ମାତ୍ର ଯେତେବେଳେ ନଗରରୁ ସ୍ତମ୍ଭାକାରରେ ଧୂମ-ମେଘ ଉଠିବାକୁ ଲାଗିଲା, ସେତେବେଳେ ବିନ୍ୟାମୀନୀୟ ଲୋକମାନେ ପଛକୁ ଅନାଇଲେ, ଆଉ ଦେଖ, ସମୁଦାୟ ନଗରର ଧୂମ ଆକାଶକୁ ଉଠୁଅଛି।
41 se volvieron contra sus enemigos. Los benjamitas se horrorizaron al verlo y se dieron cuenta de que estaban condenados.
ତହୁଁ ଇସ୍ରାଏଲୀୟ ଲୋକମାନେ ନେଉଟିଲେ, ପୁଣି ବିନ୍ୟାମୀନୀୟ ଲୋକମାନେ ଅବାକ୍ ହେଲେ; କାରଣ ସେମାନେ ଆପଣାମାନଙ୍କ ଉପରେ ଅମଙ୍ଗଳ ଆସି ପଡ଼ିଲା ବୋଲି ଦେଖିଲେ।
42 Se volvieron y huyeron de los israelitas hacia el desierto, pero la batalla los alcanzó, y los israelitas también mataron a los que salieron de las ciudades en el camino.
ଏଣୁ ସେମାନେ ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରୁ ପ୍ରାନ୍ତର-ପଥ ଆଡ଼େ ଫେରିଲେ; ମାତ୍ର ଯୁଦ୍ଧ ସେମାନଙ୍କ ପଛେ ପଛେ ଲାଗି ରହିଲା; ପୁଣି ନଗରମାନରୁ ଆସିଥିବା ଲୋକମାନେ ସେମାନଙ୍କୁ ପଥ ମଧ୍ୟରେ ସଂହାର କଲେ।
43 Persiguiendo a los benjamitas, los israelitas los rodearon y los alcanzaron fácilmente al este de Guibeá.
ସେମାନେ ବିନ୍ୟାମୀନୀୟ ଲୋକମାନଙ୍କୁ ଚାରିଆଡ଼ୁ ଘେରିଲେ ଓ ସେମାନଙ୍କୁ ଗୋଡ଼ାଇ ସେମାନଙ୍କ ବିଶ୍ରାମ ସ୍ଥାନରେ ସୂର୍ଯ୍ୟୋଦୟ ଆଡ଼େ ଗିବୀୟା ସମ୍ମୁଖସ୍ଥ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିରେ ଦଳି ପକାଇଲେ।
44 Murieron dieciocho mil benjamitas, todos ellos valientes guerreros.
ତହିଁରେ ବିନ୍ୟାମୀନ୍ର ଅଠର ହଜାର ଲୋକ ହତ ହେଲେ; ସେସମସ୍ତେ ବୀର ଥିଲେ।
45 Algunos de los benjamitas que quedaron corrieron hacia la Roca de la Granada en el desierto, y los israelitas mataron a otros cinco mil hombres en el camino. Persiguieron a otro grupo de benjamitas hasta Guidón y mataron a otros mil.
ଏଉତ୍ତାରେ ସେମାନେ ଫେରି ପ୍ରାନ୍ତର ଆଡ଼େ ରିମ୍ମୋନ୍ ଶୈଳକୁ ପଳାଇଲେ; ତହୁଁ ଏମାନେ ସଡ଼କରେ ପାଞ୍ଚ ହଜାର ଲୋକଙ୍କୁ ଗୋଟାଇ ସାଉଣ୍ଟି ମାରିଲେ; ପୁଣି ଗିଦୀୟୋମ୍ ପର୍ଯ୍ୟନ୍ତ ସେମାନଙ୍କ ପଛେ ଲାଗି ରହି ସେମାନଙ୍କର ଦୁଇ ହଜାର ଲୋକଙ୍କୁ ବଧ କଲେ।
46 Así que ese día mataron a veinticinco mil benjamitas, todos armados con espadas y todos guerreros valientes.
ଏହିରୂପେ ସେହି ଦିନ ବିନ୍ୟାମୀନ୍ର ଖଡ୍ଗଧାରୀ ପଚିଶ ହଜାର ଲୋକ ହତ ହେଲେ; ସେସମସ୍ତେ ବୀର ଥିଲେ।
47 Hubo seiscientos que huyeron a la Roca de la Granada, en el desierto, y permanecieron allí cuatro meses.
ମାତ୍ର ଛଅ ଶହ ଲୋକ ନେଉଟି ପ୍ରାନ୍ତର ଆଡ଼େ ରିମ୍ମୋନ୍ ଶୈଳକୁ ପଳାଇଲେ ଓ ରିମ୍ମୋନ୍ ଶୈଳରେ ଚାରି ମାସ ରହିଲେ।
48 Los israelitas volvieron a entrar en el territorio de los benjamitas, y yendo de pueblo en pueblo, mataron todo: personas, animales, todo lo que encontraron. Luego quemaron todos los pueblos en su camino.
ଏଥିଉତ୍ତାରେ ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍-ସନ୍ତାନଗଣର ବିରୁଦ୍ଧରେ ଫେରି ସମୁଦାୟ ନଗର ଓ ପଶୁ ଓ ଯାହା କିଛି ପାଇଲେ, ସେସବୁକୁ ଖଡ୍ଗଧାରରେ ଆଘାତ କଲେ; ଆହୁରି ସେମାନେ ଯେତେ ନଗର ପାଇଲେ, ସେସବୁରେ ଅଗ୍ନି ଲଗାଇଲେ।