< 1 Crónicas 4 >
1 Los hijos de Judá fueron Fares, Hezrón, Carmi, Hur y Sobal.
ଯିହୁଦାର ସନ୍ତାନଗଣ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍।
2 Reaía, hijo de Sobal, fue el padre de Jahath. Jahat fue el padre de Ahumai y Lahad. Estas fueron las familias de los zoratitas.
ପୁଣି, ଶୋବଲ୍ର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି, ଯହତ୍ ଅହୂମୟ ଓ ଲହଦକୁ ଜାତ କଲା। ଏମାନେ ସରାୟୀୟ ଗୋଷ୍ଠୀ।
3 Estos fueron los hijos de Etam: Jezreel, Isma e Ibdas. Su hermana se llamaba Haze-lelponi.
ଐଟମ୍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍ବଶ; ଏମାନଙ୍କ ଭଗିନୀର ନାମ ହତ୍ସଲିଲ୍-ପୋନୀ ଥିଲା।
4 Penuel fue el padre de Gedor, y Ezer fue el padre de Husa. Estos fueron los descendientes de Hur, primogénito de Efrata y padre de Belén.
ଆଉ ଗଦୋରର ପିତା ପନୂୟେଲ ଓ ହୂଶଃର ପିତା ଏସର୍; ଏମାନେ ବେଥଲିହିମର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ।
5 Asur fue el padre de Tecoa y tuvo dos esposas, Helá y Naara.
ପୁଣି, ତକୋୟର ପିତା ଅସ୍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ।
6 Naara fue la madre de Ahuzam, Hefer, Temeni y Ahastari. Estos fueron los hijos de Naara.
ନାରା ତାହାର ଔରସରେ ଅହୁଷମକୁ, ହେଫରକୁ, ତୈମିନିକୁ ଓ ଅହସ୍ତରିକୁ ପ୍ରସବ କଲା। ଏମାନେ ନାରାର ସନ୍ତାନ।
7 Los hijos de Hela: Zeret, Zohar, Etnán,
ଆଉ ହିଲାର ସନ୍ତାନ ସେରତ୍, ୟସ୍ହାର ଓ ଇତ୍ନନ୍।
8 y Cos, que fue el padre de Anub y Zobeba, y de las familias de Aharhel, hijo de Harum.
ପୁଣି, ହକ୍କୋସ୍ ଆନୂବକୁ, ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲର ଗୋଷ୍ଠୀକୁ ଜାତ କଲା।
9 Jabes fue más fiel a Dios que sus hermanos. Su madre le había puesto el nombre de Jabes, diciendo: “Lo di a luz con dolor”.
ପୁଣି, ଯାବେଷ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍ ରଖିଥିଲା, କାରଣ ସେ କହିଥିଲା, “ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ।”
10 Jabes suplicó al Dios de Israel: “¡Por favor, bendíceme y amplía mis fronteras! Acompáñame y mantenme a salvo de cualquier daño para que no tenga dolor”. Y Dios le dio lo que pidió.
ମାତ୍ର ଏହି ଯାବେଷ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା, “ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର, ଆମ୍ଭ ସୀମା ବୃଦ୍ଧି କର, ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି, ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର।” ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ।
11 Quelub, hermano de Súa, fue el padre de Mehir, quien a su vez fue el padre de Estón.
ଶୂହାର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍ର ପିତା।
12 Estón fue el padre de Bet-Rafa, Paseah y Tehina, el padre de Ir-Nahas. Estos fueron los hombres de Reca.
ଇଷ୍ଟୋନ୍ ବେଥ୍-ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା। ଏମାନେ ରେକାର ଲୋକ।
13 Los hijos de Kenaz: Otoniel y Seraías. Los hijos de Otoniel: Hatat y Meonothai.
କନସର ପୁତ୍ର ଅତ୍ନୀୟେଲର ଓ ସରାୟ; ଅତ୍ନୀୟେଲର ପୁତ୍ରମାନେ; ହଥତ୍।
14 Meonothai fue el padre de Ofra. Seraías fue el padre de Joab, el padre de Gue-Harashim, llamado así porque allí vivían artesanos.
ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି, ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ।
15 Los hijos de Caleb hijo de Jefone: Iru, Ela y Naam. El hijo de Elah: Kenaz.
ଆଉ ଯିଫୁନ୍ନିର ପୁତ୍ର କାଲେବଙ୍କର ସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ।
16 Los hijos de Jehalelel: Zif, Zifa, Tirías y Asarel.
ଯିହଲିଲେର ପୁତ୍ରଗଣ; ସୀଫ୍, ସୀଫା, ତୀରିୟ ଓ ଅସାରେଲ।
17 Los hijos de Esdras: Jeter, Mered, Efer y Jalón. Una de las esposas de Mered fue la madre de Miriam, Samai e Ishbah el padre de Estemoa.
ଆଉ, ଏଜ୍ରାର ପୁତ୍ରଗଣ; ଯେଥର, ମେରଦ୍, ଏଫର ଓ ଯାଲୋନ୍ (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା।
18 (Otra esposa que vino de Judá fue la madre de Jered el padre de Gedor, Heber el padre de Soco, y Jecuthiel el padre de Zanoa.) Estos eran Los hijos de Bitia, la hija del Faraón, con quien Mered se había casado.
ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ, ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା। ମାତ୍ର ସେମାନେ ଫାରୋର କନ୍ୟା ବିଥିୟାର ସନ୍ତାନ ଥିଲେ, ମେରଦ୍ ତାହାକୁ ବିବାହ କରିଥିଲା।
19 Los hijos de la esposa de Hodías, hermana de Natán: un hijo fue el padre de Keila la Garmita, y otro el padre de Estemoa la Maacatea.
ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାଥୀୟ ଇଷ୍ଟିମୋୟ।
20 Los hijos de Simón: Amnón, Rinah, Ben-Hanan y Tilón. Los hijos de Isi: Zohet y Ben-Zohet.
ଆଉ, ଶିମୋନର ସନ୍ତାନ ଅମ୍ନୋନ, ରିଣ୍ଣ, ବିନ୍ହାନନ୍ ଓ ତୀଲୋନ୍। ଆଉ ଈଶୀର ସନ୍ତାନ ସୋହେତ୍ ଓ ବିନ୍-ସୋହେତ୍।
21 Los hijos de Selá hijo de Judá: Er, que fue el padre de Leca; Laada, que fue el padre de Maresa; las familias de los trabajadores del lino en Beth Asbea;
ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର ଓ ମାରେଶାର ପିତା ଲାଦା, ଆଉ ବେଥ୍-ଅସବେୟର ବଂଶଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;
22 Jaocim, los hombres de Cozeba, y Joas y Saraf, que gobernaron sobre Moab y Jasubi-Lehem.
ପୁଣି, ଯୋକୀମ୍, କୋଷେବାର ଲୋକମାନେ, ଯୋୟାଶ୍, ସାରଫ୍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍। ଏହା ଲିଖିତ ବିବରଣୀ ଅଟେ।
23 Eran alfareros, habitantes de Netaim y Gedera, que vivían allí y trabajaban para el rey.
ଏମାନେ କୁମ୍ଭକାର, ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ।
24 Los hijos de Simeón: Nemuel, Jamín, Jarib, Zera y Saúl.
ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍, ଯାରୀବ, ସେରହ, ଶୌଲ;
25 Salum era hijo de Saúl, Mibsam su hijo y Mismá su hijo.
ତାହାର ପୁତ୍ର ଶଲ୍ଲୁମ୍, ତାହାର ପୁତ୍ର ମିବ୍ସମ୍, ତାହାର ପୁତ୍ର ମିଶ୍ମା।
26 Los hijos de Mismá: Hamuel su hijo, Zacur su hijo y Simei su hijo.
ପୁଣି, ମିଶ୍ମାର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍କୁର, ତାହାର ପୁତ୍ର ଶିମୀୟି।
27 Simei tuvo dieciséis hijos y seis hijas, pero sus hermanos no tuvieron muchos hijos, por lo que su tribu no fue tan numerosa como la de Judá.
ଆଉ, ଶିମୀୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ।
28 Vivían en Beerseba, Molada, Hazar Sual,
ଆଉ, ସେମାନେ ବେର୍ଶେବାରେ, ମୋଲାଦାରେ, ହତ୍ସର-ଶୁୟାଲ୍ରେ,
ବିଲ୍ହାରେ, ଏତ୍ସମ୍ରେ, ତୋଲଦରେ,
30 Betuel, Horma, Ziclag,
ବଥୂୟେଲରେ, ହର୍ମାରେ, ସିକ୍ଲଗ୍ରେ,
31 Bet Marcabot, Hazar Susim, Bet Birai y Saaraim. Estas fueron sus ciudades hasta que David llegó a ser rey.
ବେଥ୍-ମର୍କାବୋତ୍ରେ, ହତ୍ସର୍-ସୂଷୀମ୍ରେ, ବେଥ୍-ବିରୀରେ ଓ ଶାରୟିମ୍ରେ ବାସ କଲେ। ଦାଉଦଙ୍କର ରାଜତ୍ୱ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା।
32 También vivían en Etam, Ain, Rimón, Toquén y Asán, un total de cinco ciudades,
ଆଉ, ଗ୍ରାମସୁଦ୍ଧା ଐଟମ୍, ଐନ୍, ରିମ୍ମୋନ୍, ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର;
33 junto con todas las aldeas de los alrededores hasta Baal. Estos fueron los lugares donde vivieron y registraron su genealogía.
ପୁଣି, ବାଲ୍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା। ଏହିସବୁ ସେମାନଙ୍କର ନିବାସ ସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି।
34 Mesobab, Jamlec, Josá, hijo de Amasías,
ଆଉ, ମଶୋବବ୍, ଯମ୍ଲେକ ଓ ଅମତ୍ସୀୟର ପୁତ୍ର ଯୋଶ
35 Joel, Jehú, hijo de Josibías, hijo de Seraías, hijo de Asiel,
ଓ ଯୋୟେଲ, ପୁଣି, ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବିୟର ପୁତ୍ର ଯେହୂ;
36 Elioenai, Jaacoba, Jesohaía, Asaías, Adiel, Jesimiel, Benaía,
ଇଲୀୟୋଐନୟ, ଯାକୋବା, ଯିଶୋହାୟ, ଅସାୟ, ଅଦୀୟେଲ, ଯିଶୀମିୟେଲ ଓ ବନାୟ;
37 y Ziza, hijo de Sifi, hijo de Alón, hijo de Jedaiah, hijo de Shimri, hijo de Semaías.
ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମ୍ରିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫିୟିର ପୁତ୍ର ସୀଷଃ;
38 Estos fueron los nombres de los jefes de sus familias, cuyo linaje aumentó considerablemente.
ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ।
39 Llegaron hasta la frontera de Gedor, en el lado oriental del valle, para buscar pastos para sus rebaños.
ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ୱେଷଣ କରିବାକୁ ଗଦୋରର ପ୍ରବେଶ ସ୍ଥାନ, ଅର୍ଥାତ୍, ଉପତ୍ୟକାର ପୂର୍ବ ପାର୍ଶ୍ୱ ପର୍ଯ୍ୟନ୍ତ ଗଲେ।
40 Allí encontraron buenos pastos, y la zona era abierta, tranquila y apacible, pues los que vivían allí eran descendientes de Cam.
ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶାନ୍ତ ଓ ନିର୍ବିରୋଧ ଥିଲା; କାରଣ ହାମବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ।
41 En la época de Ezequías, rey de Judá, los líderes mencionados por su nombre vinieron y atacaron a estos descendientes de Cam donde vivían, junto con los meunitas de allí y los destruyeron totalmente, como está claro hasta el día de hoy. Luego se establecieron allí, porque había pastizales para sus rebaños.
ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ବୁ ଓ ସେଠାରେ ପ୍ରାପ୍ତ ମିୟନୀୟମାନଙ୍କୁ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, (ତାହା ଆଜି ପର୍ଯ୍ୟନ୍ତ ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା।
42 Algunos de estos simeonitas invadieron el monte de Seir: quinientos hombres dirigidos por Pelatías, Nearías, Refaías y Uziel, los hijos de Isi.
ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଈଶୀର ସନ୍ତାନ ପ୍ଲଟୀୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର ପର୍ବତକୁ ଗଲେ।
43 Destruyeron al resto de los amalecitas que habían escapado. Ellos han vivido allí hasta el día de hoy.
ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।