< 1 Crónicas 24 >
1 Los hijos de Aarón fueron colocados en divisiones de la siguiente manera. Los hijos de Aarón eran Nadab, Abiú, Eleazar e Itamar.
ହାରୋଣ-ସନ୍ତାନଗଣର ପାଳିର ବୃତ୍ତାନ୍ତ। ହାରୋଣଙ୍କର ପୁତ୍ର ନାଦବ୍, ଅବୀହୂ, ଇଲୀୟାସର ଓ ଈଥାମର।
2 Pero Nadab y Abiú murieron antes que su padre, y no tuvieron hijos. Sólo Eleazar e Itamar continuaron como sacerdotes.
ମାତ୍ର ନାଦବ୍, ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ।
3 Con la ayuda de Sadoc, descendiente de Eleazar, y de Itamar, descendiente de Ahimelec, David los colocó en divisiones según sus funciones asignadas.
ଆଉ ଦାଉଦ ଓ ଇଲୀୟାସରର ସନ୍ତାନ ସାଦୋକ ଓ ଈଥାମରର ସନ୍ତାନ ଅହୀମେଲକ୍, ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବାକର୍ମରେ ବିଭକ୍ତ କଲେ।
4 Como los descendientes de Eleazar tenían más jefes que los de Itamar, se dividieron así: dieciséis jefes de familia de los descendientes de Eleazar, y ocho de los descendientes de Itamar.
ପୁଣି, ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶର ପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ।
5 Se dividieron echando suertes, sin preferencia, porque había oficiales del santuario y oficiales de Dios tanto de los hijos de Eleazar como de los hijos de Itamar.
ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ୱାରା ବିଭକ୍ତ କରାଗଲେ; କାରଣ, ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର ସ୍ଥାନର ଅଧିପତି ଓ ପରମେଶ୍ୱରଙ୍କ ଗୃହର ଅଧିପତି ହେଲେ।
6 Semaías hijo de Netanel, un levita, era el secretario. Anotó los nombres y las asignaciones en presencia del rey, de los funcionarios, del sacerdote Sadoc, de Ahimelec hijo de Abiatar y de los jefes de familia de los sacerdotes y levitas. Una familia de Eleazar y otra de Itamar fueron elegidas por turno.
ପୁଣି, ରାଜାଙ୍କର, ଅଧିପତିମାନଙ୍କର, ସାଦୋକ ଯାଜକର, ଅବୀୟାଥରର ପୁତ୍ର ଅହୀମେଲକ୍ର, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଲେବୀ ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା।
7 La primera suerte recayó en Joiarib. El segundo a Jedaías.
ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ୍ ପାଇଁ ଉଠିଲା, ଦ୍ୱିତୀୟ ଯିଦୟୀୟ ପାଇଁ;
8 La tercera a Harim. El cuarto a Seorim.
ତୃତୀୟ ହାରୀମ୍ ପାଇଁ, ଚତୁର୍ଥ ସୀୟୋରୀମ୍ ପାଇଁ;
9 La quinta a Malquías. La sexta a Mijamín.
ପଞ୍ଚମ ମଲ୍କୀୟ ପାଇଁ; ଷଷ୍ଠ ମିୟାମୀନ୍ ପାଇଁ;
10 La séptima a Cos. La octava a Abías.
ସପ୍ତମ ହକ୍କୋସ୍ ପାଇଁ, ଅଷ୍ଟମ ଅବୀୟ ପାଇଁ;
11 La novena a Jesúa. La décima por Secanías.
ନବମ ଯେଶୂୟ ପାଇଁ; ଦଶମ ଶଖନୀୟ ପାଇଁ;
12 La undécima por Eliasib. La duodécima a Jacim.
ଏକାଦଶ ଇଲୀୟାଶୀବ ପାଇଁ, ଦ୍ୱାଦଶ ଯାକୀମ୍ ପାଇଁ;
13 La decimotercera por Hupah. La decimocuarta por Jeshebeab.
ତ୍ରୟୋଦଶ ହୁପ୍ପା ପାଇଁ, ଚତୁର୍ଦ୍ଦଶ ଯେଶବା ପାଇଁ;
14 La decimoquinta por Bilga. El decimosexto a Immer.
ପଞ୍ଚଦଶ ବିଲ୍ଗା ପାଇଁ, ଷୋଡ଼ଶ ଇମ୍ମେର ପାଇଁ;
15 El decimoséptimo a Hezir. El decimoctavo a Afisés.
ସପ୍ତଦଶ ହେଷୀର ପାଇଁ, ଅଷ୍ଟାଦଶ ହିପ୍ପି ପାଇଁ;
16 La decimonovena a Petaías. El vigésimo a Hezequiel.
ଊନବିଂଶ ପଥାହୀୟ ପାଇଁ, ବିଂଶ ଯିହିଷ୍କେଲ ପାଇଁ;
17 El vigésimo primero a Jaquín. El vigésimo segundo a Gamul.
ଏକବିଂଶ ଯାଖୀନ୍ ପାଇଁ, ଦ୍ୱାବିଂଶ ଗାମୂଲ୍ ପାଇଁ;
18 El vigésimo tercero a Delaía. El vigésimo cuarto a Maazías.
ତ୍ରୟୋବିଂଶ ଦଲୟିୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା।
19 Este era el orden en que cada grupo debía servir cuando entraba en la casa del Señor, siguiendo el procedimiento que les había definido su antepasado Aarón, según las instrucciones del Señor, el Dios de Israel.
ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେମାନଙ୍କ ପିତା ହାରୋଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିରୂପିତ ବିଧି ଅନୁଯାୟୀ ସଦାପ୍ରଭୁଙ୍କ ଗୃହରେ ଉପସ୍ଥିତ ହେବା ବିଷୟରେ ସେମାନଙ୍କ ସେବାକର୍ମ ନିମନ୍ତେ ଏହି ଶ୍ରେଣୀ ହେଲା।
20 Estos fueron el resto de los hijos de Leví: de Los hijos de Amram: Shubael; de Los hijos de Shubael: Jehdeiah.
ଲେବୀର ଅବଶିଷ୍ଟ ସନ୍ତାନମାନଙ୍କ କଥା। ଅମ୍ରାମ୍ର ସନ୍ତାନମାନଙ୍କ ମଧ୍ୟରେ ଶୂୟେଲ; ଶବୂୟେଲର ସନ୍ତାନମାନଙ୍କ ମଧ୍ୟରେ ଯେହଦୀୟ।
21 Para Rehabía, de sus hijos Isías (el primogénito).
ରହବୀୟର କଥା; ରହବୀୟ-ସନ୍ତାନଗଣ ମଧ୍ୟରେ ଯିଶୀୟ ପ୍ରଧାନ।
22 De los Izharitas: Shelomoth; de Los hijos de Shelomoth: Jahat.
ଯିଷ୍ହରୀୟମାନଙ୍କ ମଧ୍ୟରେ ଶଲୋମୀତ୍; ଶଲୋମୀତ୍ର ପୁତ୍ରମାନଙ୍କ ମଧ୍ୟରେ ଯହତ୍।
23 Los hijos de Hebrón: Jeriah (el mayor), Amariah (el segundo), Jahaziel (el tercero) y Jecamán (el cuarto).
ହିବ୍ରୋଣର ପୁତ୍ର ଯିରୀୟ ପ୍ରଥମ, ଦ୍ୱିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍।
24 El hijo de Uziel: Miqueas; de Los hijos de Miqueas: Shamir.
ଉଷୀୟେଲର ପୁତ୍ର ମୀଖା; ମୀଖାର ପୁତ୍ରମାନଙ୍କ ମଧ୍ୟରେ ଶାମୀର୍।
25 El hermano de Micaías: Isías; de Los hijos de Isías: Zacarías.
ମୀଖାର ଭ୍ରାତା ଯିଶୀୟ; ଯିଶୀୟର ପୁତ୍ରମାନଙ୍କ ମଧ୍ୟରେ ଜିଖରୀୟ।
26 Los hijos de Merari: Mahli y Musi. El hijo de Jaaziah: Beno.
ମରାରିର ପୁତ୍ର ମହଲି ଓ ମୂଶି; ଯାସୀୟର ପୁତ୍ର ବିନୋ।
27 Los hijos de Merari: de Jaaziah: Beno, Shoham, Zaccur e Ibri.
ମରାରିର ସନ୍ତାନଗଣ ଯାସୀୟର ପୁତ୍ର ବିନୋ, ଶୋହମ୍, ସକ୍କୁର ଓ ଇବ୍ରି।
28 De Mahli: Eleazar, que no tuvo hijos.
ମହଲିର ପୁତ୍ର ଇଲୀୟାସର, ଏହାର ପୁତ୍ର ନ ଥିଲେ।
29 De Cis: el hijo de Cis, Jerajmeel.
କୀଶ୍ର କଥା; କୀଶ୍ର ପୁତ୍ର ଯିରହମେଲ।
30 Los hijos de Musi: Mahli, Eder y Jerimot. Estos eran los hijos de los levitas, según sus familias.
ପୁଣି, ମୂଶିର ପୁତ୍ର ମହଲି, ଏଦର ଓ ଯିରେମୋତ୍। ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ।
31 También echaron suertes de la misma manera que sus parientes los descendientes de Aarón. Lo hicieron en presencia del rey David, de Sadoc, de Ahimelec y de los jefes de familia de los sacerdotes y de los levitas, tanto de los jefes de familia como de sus hermanos menores.
ଏମାନେ ହିଁ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣ ତୁଲ୍ୟ ଦାଉଦ ରାଜା, ସାଦୋକ ଓ ଅହୀମେଲକ୍, ପୁଣି, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଗୁଲିବାଣ୍ଟ କଲେ; ପୁଣି, ବଂଶର ପ୍ରଧାନ ଲୋକ ଯେପରି କଲା, ତାହାର କନିଷ୍ଠ ଭ୍ରାତା ହିଁ ସେହିପରି କଲା।