< 2 Kroniška 22 >

1 Prebivalci Jeruzalema so namesto njega za kralja postavili njegovega najmlajšega sina Ahazjája, kajti četa mož, ki je prišla z Arabci k taboru, je umorila vse starejše. Tako je zakraljeval Ahazjá, sin Judovega kralja Jehoráma.
ଏଥିଉତ୍ତାରେ ଯିରୂଶାଲମ ନିବାସୀମାନେ ତାଙ୍କର କନିଷ୍ଠ ପୁତ୍ର ଅହସୀୟଙ୍କୁ ତାଙ୍କ ପଦରେ ରାଜା କଲେ; କାରଣ ଆରବୀୟମାନଙ୍କ ସହିତ ଯେଉଁ ଲୋକଦଳ ଛାଉଣିକୁ ଆସିଥିଲେ, ସେମାନେ ଜ୍ୟେଷ୍ଠ ସମସ୍ତଙ୍କୁ ବଧ କରିଥିଲେ। ଏହେତୁ ଯିହୁଦାର ରାଜା ଯିହୋରାମ୍‍ଙ୍କର ପୁତ୍ର ଅହସୀୟ ରାଜ୍ୟ କଲେ।
2 Ahazjá je bil star dvainštirideset let, ko je začel kraljevati in v Jeruzalemu je kraljeval eno leto. Ime njegove matere je bilo Ataljá, Omrijeva hči.
ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବୟାଳିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅଥଲୀୟା, ସେ ଅମ୍ରିରର କନ୍ୟା ଥିଲେ।
3 Tudi on je hodil po poteh Ahábove hiše, kajti njegova mati je bila njegova svetovalka, da počne zlobno.
ଅହସୀୟ ଆହାବ-ବଂଶର ପଥରେ ଗମନ କଲେ; କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ।
4 Zaradi česar je počel zlo v Gospodovih očeh, kakor Ahábova hiša, kajti bili so njegovi svetovalci po smrti njegovega očeta, njemu v uničenje.
ତହିଁରେ ସେ ଆହାବ-ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ତାଙ୍କର ପିତାଙ୍କ ମୃତ୍ୟୁୁ ଉତ୍ତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ପରାମର୍ଶଦାତା ଥିଲେ।
5 Hodil je tudi po njihovem nasvetu in odšel z Ahábovim sinom Jehorámom, Izraelovim kraljem, da se vojskuje zoper sirskega kralja Hazaéla pri Ramót Gileádu. Sirci pa so udarili Joráma.
ମଧ୍ୟ ସେ ସେମାନଙ୍କ ପରାମର୍ଶନୁସାରେ ଚାଲିଲେ, ପୁଣି ସେ ଇସ୍ରାଏଲର ରାଜା ଆହାବଙ୍କର ପୁତ୍ର ଯିହୋରାମ୍‍ଙ୍କ ସଙ୍ଗେ ରାମୋତ୍‍-ଗିଲୀୟଦରେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ; ତହିଁରେ ଅରାମୀୟମାନେ ଯୋରାମ୍‍ଙ୍କୁ କ୍ଷତବିକ୍ଷତ କଲେ।
6 Vrnil se je, da bi bil ozdravljen v Jezreélu, zaradi ran, ki so mu bile zadane pri Rami, ko se je boril s sirskim kraljem Hazaélom. In Azarjá, Jehorámov sin, Judov kralj, je odšel dol, da pogleda Ahábovega sina Jehoráma pri Jezreélu, ker je bil bolan.
ଏଣୁ ସେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବା ବେଳେ ରାମାରେ ଯେଉଁ ଆଘାତ ପାଇଥିଲେ, ତହିଁରୁ ଆରୋଗ୍ୟ ପାଇବା ନିମନ୍ତେ ଯିଷ୍ରିୟେଲକୁ ଫେରିଗଲେ। ପୁଣି, ଆହାବଙ୍କର ପୁତ୍ର ଯିହୋରାମ୍‍ ପୀଡ଼ିତ ହେବା ସକାଶୁ ଯିହୁଦାର ରାଜା ଯିହୋରାମ୍‍ଙ୍କର ପୁତ୍ର ଅସରୀୟ ଯିଷ୍ରିୟେଲରେ ତାଙ୍କୁ ଦେଖିବାକୁ ଗଲେ।
7 To je bilo od Boga, da je prišlo k Ahazjáju uničenje, da je šel k Jehorámu, kajti ko je prišel, je z Jehorámom odšel ven zoper Nimšíjevega sina Jehúja, ki ga je Gospod mazilil, da iztrebi Ahábovo hišo.
ଅହସୀୟ ଯୋରାମ୍‍ଙ୍କ ନିକଟକୁ ଯିବା ସକାଶୁ ପରମେଶ୍ୱରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା; କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍‍ଶିର ପୁତ୍ର ଯେଉଁ ଯେହୂଙ୍କୁ ଅଭିଷିକ୍ତ କରିଥିଲେ, ତାଙ୍କର ପ୍ରତିକୂଳରେ ସେ ଆସି ଯୋରାମ୍‍ଙ୍କ ସଙ୍ଗେ ଗଲେ।
8 Pripetilo se je, da ko je Jehú izvrševal sodbo nad Ahábovo hišo in našel Judove prince in sinove Ahazjájevih bratov, da služijo Ahazjáju, jih je usmrtil.
ତହିଁରେ ଯେହୂ ଆହାବ-ବଂଶ ଉପରେ ଦଣ୍ଡାଜ୍ଞା ସଫଳ କରିବା ବେଳେ ସେ ଯିହୁଦାର ଅଧିପତିମାନଙ୍କୁ ଓ ଅହସୀୟଙ୍କର ପରିଚର୍ଯ୍ୟାକାରୀ ଅହସୀୟଙ୍କର ଭ୍ରାତୃପୁତ୍ରଗଣକୁ ପାଇ ବଧ କଲେ।
9 Iskal je Ahazjá, in ujeli so ga (kajti skrit je bil v Samariji) ter ga privedli k Jehúju. Ko so ga umorili, so ga pokopali: »Ker, « so rekli, »on je Józafatov sin, ki je z vsem svojim srcem iskal Gospoda.« Tako Ahazjájeva hiša ni imela moči, da kraljestvo obdrži mirno.
ଏସମୟରେ ଅହସୀୟ ଶମରୀୟାରେ ଲୁଚିଥିଲେ, ତହିଁରେ ଯେହୂ ତାଙ୍କର ଅନ୍ୱେଷଣ କରନ୍ତେ, ଲୋକମାନେ ତାଙ୍କୁ ଧରି ଯେହୂଙ୍କ ନିକଟକୁ ଆଣି ତାଙ୍କୁ ବଧ କଲେ; ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, “ଯେଉଁ ଯିହୋଶାଫଟ୍‍ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ, ଏ ତାଙ୍କର ସନ୍ତାନ।” ଏଉତ୍ତାରେ ଅହସୀୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ।
10 Toda ko je Ahazjájeva mati Ataljá videla, da je bil njen sin mrtev, je vstala in uničila vse kraljeve potomce Judove hiše.
ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ।
11 Toda kraljeva hči Jošébah je vzela Ahazjájevega sina Joáša in ga ukradla izmed kraljevih sinov, ki so bili umorjeni in postavila njega ter njegovo dojiljo v spalnico. Tako ga je Jošébah, hči kralja Jehoráma, žena duhovnika Jojadája (kajti bila je Ahazjájeva sestra) skrila pred Ataljo, tako da ga ta ni usmrtila.
ମାତ୍ର ରାଜାଙ୍କର କନ୍ୟା ଯିହୋଶାବତ୍‍ ଅହସୀୟଙ୍କର ପୁତ୍ର ଯୋୟାଶ୍‍ଙ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକୁ ଶୟନାଗାରରେ ରଖିଲା। ଏହିରୂପେ ଯିହୋୟାଦା ଯାଜକର ଭାର୍ଯ୍ୟା, ଯିହୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶାବତ୍‍, ଅଥଲୀୟାଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରି ପାରିଲେ ନାହିଁ।
12 Šest let je bil z njimi skrit v Božji hiši, Ataljá pa je kraljevala nad deželo.
ଏଉତ୍ତାରେ ଯୋୟାଶ୍‍ ସେମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଛଅ ବର୍ଷ ରହିଲେ; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲେ।

< 2 Kroniška 22 >