< Книга пророка Иезекииля 17 >
1 И бысть слово Господне ко мне глаголя:
ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
2 сыне человечь, повеждь повесть и рцы притчу на дом Израилев,
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ନିକଟରେ ଗୋଟିଏ ପ୍ରହେଳିକା ଉତ୍ଥାପନ କର ଓ ଏକ ଦୃଷ୍ଟାନ୍ତ କଥା କୁହ;
3 и речеши: сия глаголет Адонаи Господь: орел великий, великокрилый, долгий протяжением, исполнь ногтей, иже имать повеление внити в Ливан, и взя избранныя кедра,
ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଗୋଟିଏ ବଡ଼ ଉତ୍କ୍ରୋଶ ପକ୍ଷୀର ପକ୍ଷ ଥିଲା, ତାହାର ପକ୍ଷ ବଡ଼, ଡେଣା ଦୀର୍ଘ ଓ ଚିତ୍ରବିଚିତ୍ର ଲୋମରେ ପରିପୂର୍ଣ୍ଣ, ସେ ଲିବାନୋନକୁ ଆସି ଏରସ ବୃକ୍ଷର ଅଗ୍ରଭାଗ ନେଇଗଲା:
4 и верхи мягкости острога, и принесе я в землю Хананейску, во граде огражденнем положи я:
ସେ ତହିଁର ସାନ ସାନ ପଲ୍ଲବର ଉଚ୍ଚତମ ପଲ୍ଲବ କାଟି ବାଣିଜ୍ୟ ଦେଶକୁ ନେଇ ବଣିକମାନଙ୍କର ଗୋଟିଏ ନଗରରେ ରଖିଲା।
5 и взя от семене земнаго и даде е на поли плодне, (да утвердит корение) над водами многими, видено учини е:
ଆହୁରି, ସେ ଦେଶର ବୀଜ ନେଇ ଏକ ଉର୍ବର ଭୂମିରେ ତାହା ରୋପଣ କଲା; ସେ ଜଳରାଶିର ନିକଟରେ ବାଇଶୀ ବୃକ୍ଷ ତୁଲ୍ୟ ତାହା ରୋପଣ କଲା।
6 и прозябе и бысть в виноград немощен и мал величеством, еже являтися лозию его на нем, и корение его под ним бяше: и бысть в виноград, и сотвори розги, и простре отрасли своя.
ତହୁଁ ତାହା ବଢ଼ି ଅଳ୍ପ ଉଚ୍ଚ ଦ୍ରାକ୍ଷାଲତା ପରି ବଢ଼ିଲା, ତହିଁର ଶାଖାସବୁ ତାହାର ସମ୍ମୁଖ ହେଲା ଓ ତହିଁର ମୂଳ ତାହାର ତଳେ ରହିଲା; ଏହି ପ୍ରକାରେ ତାହା ଦ୍ରାକ୍ଷାଲତା ହୋଇ ଶାଖାବିଶିଷ୍ଟ ଓ ପଲ୍ଲବିତ ହେଲା।
7 И бысть орел другий велик, великокрилный, мног ногтьми, и се, виноград сей оплетаяся об нем: и корение его к нему, и лозие свое испусти ему, еже напаяти себе со грудием сада своего.
ପୁଣି, ଆଉ ଗୋଟିଏ ବଡ଼ ବଡ଼ ପକ୍ଷ ଓ ଅନେକ ଲୋମବିଶିଷ୍ଟ ବୃହତ ଉତ୍କ୍ରୋଶ ପକ୍ଷୀ ଥିଲା; ଆଉ ଦେଖ, ସେହି ଦ୍ରାକ୍ଷାଲତା ଜଳରେ ସେଚିତ ହେବା ପାଇଁ ଆପଣା ରୋପିତ ହେବା କିଆରିରୁ ତାହାର ପ୍ରତି ଆପଣା ମୂଳ ବକ୍ର କରି ଶାଖା ବିସ୍ତାର କଲା।
8 На поли добре, на воде мнозе питается той, еже сотворити прозябения и приносити плод, еже быти в виноград велик.
ତାହା ଯେପରି ଶାଖାବିଶିଷ୍ଟ ଓ ଫଳବତୀ ହୋଇ ଉତ୍ତମ ଦ୍ରାକ୍ଷାଲତା ହେବ, ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହୋଇଥିଲା।
9 Сего ради рцы: сия глаголет Адонаи Господь: еда исправится? Не корение ли мягкоты его и плод изгниет? И изсхнут вся леторасли его, и не мышцею ли великою, ни людьми многими еже исторгнути его из корения его?
ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତାହା କି କୃତକାର୍ଯ୍ୟ ହେବ? ତାହା ଯେପରି ଶୁଷ୍କ ହେବ, ଏଥିପାଇଁ ସେ କି ତହିଁର ମୂଳ ଉପାଡ଼ି ତହିଁର ଫଳ କାଟି ପକାଇବ ନାହିଁ? ମହାପରାକ୍ରମ ଓ ଅନେକ ଲୋକ ବିହୁନେ ହିଁ ତହିଁର ମୂଳ ଉତ୍ପାଟିତ ହୋଇ ତହିଁର ଅଙ୍କୁରିତ ନବୀନ ପତ୍ରସବୁ କି ମ୍ଳାନ ହେବ ନାହିଁ?
10 И се, тыет: еда успеет? Не абие ли, егда коснется ему ветр знойный, посхнет сухотою? Со грудием прозябения своего изсхнет.
ହଁ, ଦେଖ, ରୋପିତ ହୋଇଅଛି ବୋଲି ତାହା କି କୃତକାର୍ଯ୍ୟ ହେବ? ପୂର୍ବୀୟ ବାୟୁ ସ୍ପର୍ଶ କଲେ ତାହା କି ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହୋଇ ନ ଯିବ? ବଢ଼ିବା କିଆରିରେ ତାହା ଶୁଷ୍କ ହୋଇଯିବ।”
11 И бысть слово Господне ко мне глаголя:
ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
12 сыне человечь, рцы ко дому прогневляющему мя: не весте ли, что суть сия? Рцы им: се, грядет царь Вавилонск на Иерусалим, и возмет царя его и князя его, и отведет я к себе в Вавилон:
“ତୁମ୍ଭେ ସେହି ବିଦ୍ରୋହୀ-ବଂଶକୁ କୁହ, ତୁମ୍ଭେମାନେ କି ଏହିସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୂଶାଲମକୁ ଆସି ତହିଁର ରାଜାକୁ ଓ ତହିଁର ଅଧିପତିଗଣକୁ ଆପଣାର ନିକଟକୁ ବାବିଲକୁ ନେଇଗଲା;
13 и поймет от племене царска, и завещает с ним завет, и введет его в клятве, и старейшины земли возмет,
ପୁଣି, ରାଜ୍ୟ ଯେପରି ଅବନତ ହୋଇ ଆଉ ଉନ୍ନତ ନୋହିବ, ମାତ୍ର ତାହାର ନିୟମ ପାଳନ କରି ଯେପରି ସ୍ଥିର ହେବ, ଏଥିପାଇଁ
14 еже быти в царство немощно, еже весьма не возноситися, (но) хранити завет его и стояти в нем:
ସେ ରାଜବଂଶରୁ ଗୋଟିଏ ବୀଜ ନେଇ ତାହା ସଙ୍ଗେ ନିୟମ କଲା, ମଧ୍ୟ ତାହାକୁ ଶପଥାଧୀନ କଲା ଓ ଦେଶର ପରାକ୍ରମୀ ଲୋକମାନଙ୍କୁ ନେଇଗଲା।
15 и отвержется от него посылая послы своя во Египет дати ему кони и люди многи: еда исправит? Спасется ли творяй сопротивная? И преступаяй завет спасется ли?
ମାତ୍ର ସେ ଅଶ୍ୱଗଣ ଓ ଅନେକ ଲୋକ ପାଇବା ନିମନ୍ତେ ମିସରକୁ ଆପଣା ଦୂତଗଣ ପଠାଇ ବାବିଲ ରାଜାର ବିଦ୍ରୋହୀ ହେଲା। ସେ କି କୃତକାର୍ଯ୍ୟ ହେବ? ଯେ ଏପରି କାର୍ଯ୍ୟ କରେ, ସେ କି ରକ୍ଷା ପାଇବ? ସେ ନିୟମ ଲଙ୍ଘନ କରି କି ରକ୍ଷା ପାଇବ?
16 Живу Аз, глаголет Адонаи Господь, аще не на месте, идеже царь воцаривый его, иже похули клятву Мою и иже преступи завет Мой, с ним среде Вавилона скончается.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯେଉଁ ରାଜା ତାହାକୁ ରାଜା କଲା, ଯାହାର ଶପଥ ସେ ତୁଚ୍ଛ କଲା ଓ ଯାହାର ନିୟମ ସେ ଭାଙ୍ଗିଲା, ସେହି ରାଜାର ବାସସ୍ଥାନ ବାବିଲ ମଧ୍ୟରେ ଓ ତାହାର ନିକଟରେ, ସେ ନିଶ୍ଚୟ ମରିବ।
17 И не в силе велицей, ниже в народе мнозе сотворит с ним фараон брань во острозе и в сограждении стрельниц, еже изяти душы многи.
ପୁଣି, ଅନେକ ଲୋକଙ୍କୁ ଉଚ୍ଛିନ୍ନ କରିବା ପାଇଁ ସେମାନେ ଯେତେବେଳେ ବନ୍ଧ ବାନ୍ଧିବେ ଓ ଗଡ଼ ନିର୍ମାଣ କରିବେ, ସେତେବେଳେ ଫାରୋ ଆପଣାର ପରାକ୍ରାନ୍ତ ସୈନ୍ୟସାମନ୍ତ ଓ ମହାସୈନ୍ୟଦଳ ଦ୍ୱାରା ଯୁଦ୍ଧରେ ତାହାର ସାହାଯ୍ୟ କରିବ ନାହିଁ।
18 И похули клятву, еже преступити завет, и се, даде руку свою и вся сия сотвори ему: не спасется.
କାରଣ, ସେ ନିୟମ ଭଗ୍ନ କରି ଶପଥ ତୁଚ୍ଛ କରିଅଛି ଓ ଦେଖ, ସେ ଆପଣା ହସ୍ତ ଦେଲେ ହେଁ ଏହିସବୁ କାର୍ଯ୍ୟ କରିଅଛି; ସେ ରକ୍ଷା ପାଇବ ନାହିଁ।
19 Сего ради рцы: сия глаголет Адонаи Господь: живу Аз, аще не клятву Мою, юже похули, и завет Мой, егоже преступи, дам на главу его:
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେ ଆମ୍ଭର ଯେଉଁ ଶପଥ ତୁଚ୍ଛ କରିଅଛି ଓ ଆମ୍ଭର ଯେଉଁ ନିୟମ ଭଙ୍ଗ କରିଅଛି, ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ତହିଁର ପ୍ରତିଫଳ ତାହାର ମସ୍ତକରେ ବର୍ତ୍ତାଇବା।
20 и простру мрежу Мою нань, и ят будет во одержании ея: и приведу его в Вавилон и разсуждуся с ним тамо о неправде его, еюже неправдова ко Мне:
ପୁଣି, ଆମ୍ଭେ ଆପଣା ଜାଲ ତାହା ଉପରେ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ, ଆଉ ଆମ୍ଭେ ତାହାକୁ ବାବିଲକୁ ନେଇଯିବା ଓ ସେ ଆମ୍ଭ ବିରୁଦ୍ଧରେ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କରିଅଛି, ତହିଁ ସକାଶୁ ସେହି ସ୍ଥାନରେ ଆମ୍ଭେ ତାହାର ବିଚାର କରିବା।
21 и вси избегшии его и вси избраннии со всеми ополчении его мечем падут, и вся оставшая их разсею по всему ветру, и увесте, яко Аз Господь глаголах.
ପୁଣି, ତାହାର ସକଳ ସୈନ୍ୟଦଳ ମଧ୍ୟରୁ ପଳାତକ ସମସ୍ତେ ଖଡ୍ଗରେ ପତିତ ହେବେ ଓ ଅବଶିଷ୍ଟ ଥିବା ଲୋକମାନେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ ହେବେ; ତହିଁରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ।”
22 Сего ради сия глаголет Адонаи Господь: и возму Аз от избранных кедра высокаго от верха и дам от главы отраслей его, сердца их остружу и насажду аз на горе высоце:
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଏରସ ବୃକ୍ଷର ଉଚ୍ଚ ଅଗ୍ରଭାଗ ନେଇ ତାହା ସ୍ଥାପନ କରିବା; ଆମ୍ଭେ ତାହାର ଉଚ୍ଚତମ ପଲ୍ଲବମାନର ମଧ୍ୟରୁ ଗୋଟିଏ କୋମଳ ପଲ୍ଲବ କାଟି ନେଇ ଏକ ଉଚ୍ଚ ଓ ଉନ୍ନତ ପର୍ବତରେ ରୋପଣ କରିବା;
23 и повешу и в горе высоце Израилеве и насажду и, и прорастит отрасль и сотворит плод и будет в кедр велик: и почиет под ним всяк зверь, и под сению его почиет всяка птица, и лозие его паки устроятся:
ଇସ୍ରାଏଲର ଉଚ୍ଚତମ ପର୍ବତରେ ଆମ୍ଭେ ତାହା ରୋପଣ କରିବା, ତହିଁରେ ତାହା ଶାଖାବିଶିଷ୍ଟ ଓ ଫଳବାନ ହୋଇ ଉତ୍ତମ ଏରସ ବୃକ୍ଷ ହେବ; ତହିଁର ତଳେ ସର୍ବଜାତୀୟ ପକ୍ଷୀ ବାସ କରିବେ; ସେମାନେ ତହିଁର ଶାଖାମାନର ଛାୟାରେ ବାସ କରିବେ।
24 и увесть всяко древо полевое, яко Аз Господь смиряяй древо высокое и возносяй древо смиренное, и изсушаяй древо зеленое и проращаяй древо сухое: Аз Господь глаголах и сотворю.
ତହିଁରେ ଆମ୍ଭେ ସଦାପ୍ରଭୁ ଯେ ଉଚ୍ଚ ବୃକ୍ଷକୁ ନୀଚ କରିଅଛୁ ଓ ନୀଚ ବୃକ୍ଷକୁ ଉଚ୍ଚ କରିଅଛୁ, ସତେଜ ବୃକ୍ଷକୁ ଶୁଷ୍କ କରିଅଛୁ ଓ ଶୁଷ୍କ ବୃକ୍ଷକୁ ସତେଜ କରିଅଛୁ, ଏହା କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଜାଣିବେ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସିଦ୍ଧ କରିଅଛୁ।”