< Joshua 7 >
1 Asi vaIsraeri vakaita zvisina kutendeka pamusoro pezvinhu zvakatukwa; Akani mwanakomana waKami, mwanakomana waZimiri, mwanakomana waZera, worudzi rwaJudha, akatora zvimwe zvezvinhu zvakatukwa. Naizvozvo hasha dzaJehovha dzakamukira vaIsraeri.
ମାତ୍ର ଇସ୍ରାଏଲ-ସନ୍ତାନଗଣ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କଲେ; କାରଣ ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍ ବର୍ଜିତ ବସ୍ତୁରୁ କିଛି ହରଣ କଲା; ତହିଁରେ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
2 Zvino Joshua akatuma vanhu kubva kuJeriko kuenda kuAi, iri pedyo neBheti Avheni kumabudazuva kweBheteri, akavaudza kuti, “Endai munosora nzvimbo iyi.” Naizvozvo varume vakaenda vakanosora Ai.
ଏଥିମଧ୍ୟରେ ଯିହୋଶୂୟ ଯିରୀହୋଠାରୁ ବେଥେଲ୍ର ପୂର୍ବଦିଗସ୍ଥିତ ବେଥ୍-ଆବନର ପାର୍ଶ୍ୱସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, “ଉଠ, ଯାଇ ଦେଶ ଅନୁସନ୍ଧାନ କର;” ଏଥିରେ ଲୋକମାନେ ଯାଇ ଅୟ ନଗର ଅନୁସନ୍ଧାନ କଲେ।
3 Pavakadzoka kuna Joshua, vakati, “Hazvifaniri kuti vanhu vose vaende kundorwa neAi. Tumirai varume zviuru zviviri kana zvitatu kuti vaitore, mugorega kunetsa vanhu vose ava, nokuti ikoko kuna vanhu vashomanana chete.”
ଏଉତ୍ତାରେ ସେମାନେ ଯିହୋଶୂୟଙ୍କ ନିକଟକୁ ଫେରିଆସି ତାଙ୍କୁ କହିଲେ, “ସମସ୍ତ ଲୋକ ନ ଯାଉନ୍ତୁ; କେବଳ ଦୁଇ ତିନି ସହସ୍ର ଲୋକ ଯାଇ ଅୟ ନଗର ପରାସ୍ତ କରନ୍ତୁ; ସେଠାରେ ସମସ୍ତ ଲୋକଙ୍କୁ ପରିଶ୍ରମ କରାଅ ନାହିଁ, ଯେହେତୁ ସେଠାର ଲୋକେ ଅଳ୍ପମାତ୍ର।”
4 Naizvozvo kwakaenda varume zviuru zvitatu; asi vakamhanyiswa zvakaipisisa navarume veAi,
ତେଣୁ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ସହସ୍ର ସେଠାକୁ ଗଲେ, ମାତ୍ର ସେମାନେ ଅୟ ନଗରସ୍ଥ ଲୋକମାନଙ୍କ ସମ୍ମୁଖରୁ ପଳାଇଲେ।
5 avo vakauraya vaIsraeri makumi matatu navatanhatu vavo. Vakavadzinganisa kubva pasuo reguta kusvikira kuShebharimu vakavaurayira pamawere, ipapo mwoyo yavanhu yakanyongodeka ikaita semvura.
ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ ଊଣାଧିକ ଛତିଶ ଜଣଙ୍କୁ ଆଘାତ କଲେ; ନଗରଦ୍ୱାରରୁ ଶବାରୀମ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିନେଇ ଗଡ଼ନ୍ତି ବାଟରେ ଆଘାତ କଲେ; ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା।
6 Zvino Joshua akabvarura nguo dzake akawira pasi nechiso chake pamberi peareka yaJehovha akaramba aripo kusvikira madekwana. Vakuru vavaIsraeri vakaitawo saizvozvo, vakadira guruva pamisoro yavo.
ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ।
7 Zvino Joshua akati, “Haiwa! Ishe Jehovha, makamboyambutsirei vanhu ava Jorodhani kuti mutiise mumaoko avaAmori kuti vatiparadze? Dai takangogutsikana hedu takagara mhiri kweJorodhani!
ପୁଣି ଯିହୋଶୂୟ କହିଲେ, “ହାୟ ହାୟ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର କରାଇ ଆଣିଲ କାହିଁକି, କି ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବାକୁ? ଆହା, ଯେବେ ଆମ୍ଭେମାନେ ସନ୍ତୁଷ୍ଟ ହୋଇ ଯର୍ଦ୍ଦନ ସେପାରିରେ ରହିଥାʼନ୍ତୁ!
8 Haiwa Ishe, ndingatiiko zvino vaIsraeri zvavakundwa navavengi vavo?
ହେ ପ୍ରଭୋ, ମୁଁ କଅଣ କହିବି, ଇସ୍ରାଏଲ ତ ଶତ୍ରୁ ସମ୍ମୁଖରୁ ପିଠି କରି ଆସିଲାଣି।
9 VaKenani navamwe vanhu vari munyika muno vachazvinzwa vagotikomberedza nokubvisa zita redu pano pasi. Zvino muchagozoitei nezita renyu guru?”
କାରଣ କିଣାନୀୟମାନେ ଓ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ, ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ, ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କʼଣ କରିବ?”
10 Jehovha akati kuna Joshua, “Simuka! Wawireiko pasi nechiso chako?
ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଉଠ, ଏ କଅଣ, ତୁମ୍ଭେ କାହିଁକି ଅଧୋମୁଖ ହୋଇ ପଡ଼ିଅଛ?
11 VaIsraeri vatadza; vadarika sungano yangu, yandakavarayira kuti vaichengete. Vatora zvimwe zvezvinhu zvakatukwa; vaba, vanyepa, vazvivhenganisa nezvinhu zvavo.
ଇସ୍ରାଏଲ ପାପ କରିଅଛନ୍ତି; ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ସେମାନେ ଲଙ୍ଘନ କରିଅଛନ୍ତି; ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣାମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି।
12 Ndokusaka vaIsraeri vasingagoni kumisidzana navavengi vavo; vanofuratira vachitiza nokuti vava vanhu vakatukwa.
ଏଥିଲାଗି ଇସ୍ରାଏଲ-ସନ୍ତାନଗଣ ବର୍ଜିତ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରୁ ନାହାନ୍ତି, ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁ ଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପାଟନ ନ କଲେ, ଆମ୍ଭେ ଆଉ ତୁମ୍ଭମାନଙ୍କ ସଙ୍ଗରେ ରହିବା ନାହିଁ।
13 “Enda unonatsa vanhu. Uvataurire kuti, ‘Zvinatsei muchigadzirira zuva ramangwana; nokuti zvanzi naJehovha, Mwari waIsraeri: Chinhu chakatukwa chiri pakati penyu, imi vaIsraeri. Hamungagoni kumisidzana navavengi venyu kusvikira machibvisa.
ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ।
14 “‘Zvino mangwana mangwanani, munofanira kuzviratidza rudzi norudzi. Rudzi ruchabatwa naJehovha runofanira kuuya mberi imba neimba; imba ichabatwa naJehovha inofanira kuuya mberi, mhuri nemhuri; mhuri ichabatwa naJehovha inofanira kuuya mberi munhu nomunhu.
ଏନିମନ୍ତେ ତୁମ୍ଭେମାନେ ପ୍ରାତଃକାଳରେ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଯିବ; ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ, ସେହି ବଂଶର ଏକ ଏକ ଗୋଷ୍ଠୀ ନିକଟକୁ ଆସିବେ ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ, ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ; ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ, ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ।
15 Uyo achawanikwa ane zvinhu zvakatukwa achaparadzwa nomoto, nazvose zvaanazvo. Akanganisa sungano yaJehovha uye aita chinhu chinonyadzisa muIsraeri!’”
ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।”
16 Mangwana mangwanani Joshua akati vaIsraeri vauye rudzi norudzi; rudzi rwaJudha rukabatwa.
ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଇସ୍ରାଏଲକୁ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଇଲେ; ତହିଁରେ ଯିହୁଦା ବଂଶ ନିର୍ଣ୍ଣୀତ ହେଲା।
17 Dzimba dzokwaJudha dzakauya mberi imba yavaZera ikabatwa. Akauyisa imba yavaZera nemhuri dzayo, Zimiri akabatwa.
ତହୁଁ ସେ ଯିହୁଦା ଗୋଷ୍ଠୀକୁ ନିକଟକୁ ଅଣାନ୍ତେ, ସେରହର ଗୋଷ୍ଠୀ ନିର୍ଣ୍ଣୀତ ହେଲା; ତହୁଁ ସେ ସେରହ ଗୋଷ୍ଠୀର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ସବ୍ଦି ନିର୍ଣ୍ଣୀତ ହେଲା।
18 Joshua akauyisa mhuri yake munhu nomunhu, uye Akani mwanakomana waKami, mwanakomana waZimiri, mwanakomana waZera, worudzi rwaJudha, akabatwa.
ତହୁଁ ସେ ତାହାର ପରିବାରର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍ ନିର୍ଣ୍ଣୀତ ହେଲା।
19 Ipapo akati kuna Akani, “Mwanakomana wangu, ipa mbiri kuna Jehovha, Mwari waIsraeri, ureurure kwaari. Ndiudze kuti chii chawaita; usandivanzira.”
ତେବେ ଯିହୋଶୂୟ ଆଖନ୍କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର; ଆଚ୍ଛା, ତୁମ୍ଭେ କଅଣ କରିଅଛ, ମୋତେ କୁହ; ମୋʼ ଠାରୁ ତାହା ଲୁଚାଅ ନାହିଁ।”
20 Akani akapindura achiti, “Ichokwadi! Ndakatadzira Jehovha, Mwari waIsraeri. Izvi ndizvo zvandakaita:
ତହିଁରେ ଆଖନ୍ ଉତ୍ତର କରି ଯିହୋଶୂୟଙ୍କୁ କହିଲା, “ସତ୍ୟ, ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ମୁଁ ଅମୁକ ଅମୁକ କାର୍ଯ୍ୟ କରିଅଛି।
21 Pandakaona pakati pezvakapambwa nguo yakanaka yokuBhabhironi, mashekeri mazana maviri esirivha negoridhe rairema mashekeri makumi mashanu, ndakazvichiva ndikazvitora. Zvakavigwa pasi mutende, sirivha iri pasi pazvo.”
ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ ଦୁଇ ଶହ ଶେକଲ ରୂପା ଓ ପଚାଶ ଶେକଲ ପରିମିତ ଏକ ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି; ଆଉ ଦେଖ, ସେସବୁ ମୋʼ ତମ୍ବୁ ମଧ୍ୟରେ ଭୂମିରେ ପୋତା ଅଛି, ଆଉ ରୂପା ତହିଁ ତଳେ ଅଛି।”
22 Naizvozvo Joshua akatuma nhume, vakamhanyira kutende, vakanowana zviriko, zvakavigwa mutende rake, sirivha iri pasi.
ଏଥିରେ ଯିହୋଶୂୟ ଦୂତ ପଠାନ୍ତେ, ସେମାନେ ତମ୍ବୁକୁ ଦୌଡ଼ି ଗଲେ; ଆଉ ଦେଖ, ତାହା ତାହାର ତମ୍ବୁରେ ପୋତା ଓ ତହିଁ ତଳେ ରୂପା ଅଛି।
23 Vakazvibvisa mutende, vakauya nazvo kuna Joshua nokuvaIsraeri vose, vakazviwadzira pamberi paJehovha.
ତେବେ ସେମାନେ ତମ୍ବୁ ମଧ୍ୟରୁ ସେସବୁ ନେଇ ଯିହୋଶୂୟଙ୍କର ଓ ଇସ୍ରାଏଲର ସମସ୍ତ ସନ୍ତାନଗଣର ନିକଟକୁ ଆଣିଲେ, ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଥୋଇଦେଲେ।
24 Ipapo Joshua, pamwe chete navaIsraeri vose vakatora Akani mwanakomana waZera, nesirivha, nenguo, negoridhe, navanakomana navanasikana vake, mombe dzake, nembongoro dzake namakwai ake, netende rake nezvose zvaaiva nazvo, vakaenda nazvo kuMupata weAkori.
ପୁଣି, ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ସନ୍ତାନ ସେହି ଆଖନ୍କୁ ଓ ସେହି ରୂପା ଓ ବସ୍ତ୍ର ଓ ସୁନାମୁଣ୍ଡା ଓ ତାହାର ପୁତ୍ର ଓ କନ୍ୟାମାନଙ୍କୁ ଓ ତାହାର ଗୋରୁ ଓ ଗଧ ଓ ମେଣ୍ଢା ଓ ତମ୍ବୁ, ସର୍ବସ୍ୱ ନେଇ ଆଖୋର୍ ଉପତ୍ୟକାକୁ ଆଣିଲେ।
25 Joshua akati, “Watipinzireiko mudambudziko iri? Jehovha achakupinza mudambudziko nhasi.” Ipapo vaIsraeri vose vakamutema namatombo, uye shure kwokuvatema vose, vakavapisa nomoto.
ପୁଣି ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ।” ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ।
26 Vakaunganidza murwi wamatombo mukuru pamusoro paAkani, uchiripo nanhasi. Ipapo Jehovha akadzora kutsamwa kwake kukuru. Naizvozvo nzvimbo iyi yakanzi Mupata weAkori kubvira ipapo.
ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛି; ଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍ ଉପତ୍ୟକା ବୋଲି ଖ୍ୟାତ ଅଛି।