< Dhuteronomi 8 >
1 Muchenjerere kutevera murayiro mumwe nomumwe, wandinokupai nhasi, kuitira kuti mugorarama, mugowanda, mugopinda mugotora nyika iyo Jehovha akavimbisa madzitateguru enyu nemhiko.
ଆଜି ମୁଁ ତୁମ୍ଭକୁ ଯେଉଁ ସମସ୍ତ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭେମାନେ ମନୋଯୋଗ କରି ପାଳନ କରିବ, ତହିଁରେ ତୁମ୍ଭେମାନେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ, ଆଉ ସଦାପ୍ରଭୁ ଯେଉଁ ଦେଶ ବିଷୟରେ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ପ୍ରବେଶ କରି ତାହା ଅଧିକାର କରିବ।
2 Rangarirai matungamirirwo amakaitwa naJehovha Mwari wenyu munzira yose yomurenje makore ose aya makumi mana, achikuninipisai uye achikuedzai kuti azive zvaiva mumwoyo menyu, kana makanga muchida kuchengeta mirayiro yake kana kuti kwete.
ପୁଣି ତୁମ୍ଭେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ, ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଚାଳିଶ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେଉଁ ସକଳ ପଥରେ ଗମନ କରାଇଅଛନ୍ତି, ତାହା ସ୍ମରଣ କର।
3 Akakuninipisai, akakuitai kuti muziye nenzara akakugutsai nemana, iyo yakanga isingazivikanwi nemi kunyange namadzibaba enyu, kuti akudzidzisei kuti munhu haararame nechingwa chete asi neshoko rimwe nerimwe rinobva mumuromo maJehovha.
ଆଉ ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ, ତହିଁରେ ହିଁ ବଞ୍ଚେ, ଏହା ତୁମ୍ଭକୁ ଜଣାଇବା ପାଇଁ ସେ ତୁମ୍ଭକୁ ନମ୍ର ଓ କ୍ଷୁଧିତ କରି ତୁମ୍ଭର ଅଜ୍ଞାତ ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି।
4 Nguo dzenyu hadzina kusakara uye tsoka dzenyu hadzina kuzvimba pamakore aya makumi mana.
ଏହି ଚାଳିଶ ବର୍ଷସାରା ତୁମ୍ଭ ଶରୀରରେ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭର ପାଦ ଫୁଲିଲା ନାହିଁ।
5 Naizvozvo zvizive mumwoyo wako kuti Jehovha Mwari wako anokuranga, somunhu anoranga mwanakomana wake.
ପୁଣି ମନୁଷ୍ୟ ଯେପରି ଆପଣା ପୁତ୍ରକୁ ଶାସନ କରେ, ତଦ୍ରୂପ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଶାସନ କରନ୍ତି, ଏହା ତୁମ୍ଭେ ଆପଣା ମନରେ ବିବେଚନା କରିବ।
6 Chengeta mirayiro yaJehovha Mwari wako, ufambe munzira dzake uye umukudze.
ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ।
7 Nokuti Jehovha Mwari wako ari kukuuyisa kunyika yakanaka, nyika ine hova dzemvura namatsime, nezvitubu zvinoerera mumupata nomumakomo;
କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଏକ ଉତ୍ତମ ଦେଶକୁ ନେଇ ଯାଉଅଛନ୍ତି; ତାହା ସମସ୍ଥଳୀ ଓ ପର୍ବତରେ ପ୍ରବାହିତ ସ୍ରୋତ ଓ ନିର୍ଝର ଓ ଜଳାଶୟର ଦେଶ;
8 nyika ine zviyo nebhari, mizambiringa nemiti yemionde, neyemitamba, namafuta emiorivhi nouchi;
ସେହି ଦେଶ ଗହମ, ଯବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମୟ ସେହି ଦେଶ ଜୀତ ତୈଳ ଓ ମଧୁମୟ;
9 nyika isingashayikwi chingwa uye hamuchazoshayiwi chinhu; nyika ine mabwe endarira uye uchachera mhangura mumakomo ayo.
ସେହି ଦେଶରେ ତୁମ୍ଭେ ଅଭାବ ବିନା ଆହାର ଭୋଜନ କରିବ, ସେଠାରେ ତୁମ୍ଭର କୌଣସି ବିଷୟର ଅଭାବ ହେବ ନାହିଁ; ସେହି ଦେଶର ପଥର ଲୁହା ଓ ତୁମ୍ଭେ ତହିଁର ପର୍ବତରୁ ପିତ୍ତଳ ଖୋଳି ପାରିବ।
10 Kana uchinge wadya waguta rumbidza Jehovha Mwari wako nokuda kwenyika yakanaka yaakakupa,
ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁ ସକାଶୁ ତାହାଙ୍କର ଧନ୍ୟବାଦ କରିବ।
11 chenjera kuti urege kukanganwa Jehovha Mwari wako uchirega kuchengeta zvaakarayira, mirayiro yake nemitemo yake yandinokupai nhasi.
ସାବଧାନ, ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି, ତାହା ପାଳନ ନ କରି ଯେପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରି ନ ଯାଅ।
12 Nokuti zvichida kana wadya ukaguta, kana ukavaka dzimba dzakanaka uye wagadzikana,
ନୋହିଲେ ତୁମ୍ଭେ ଭୋଜନ କରି ତୃପ୍ତ ହେଲେ ଓ ଉତ୍ତମ ଗୃହ ନିର୍ମାଣ କରି ତହିଁରେ ବାସ କଲେ,
13 uye kana mombe dzako namapoka amakwai ako zvawanda, nesirivha negoridhe rako zvawanda uye zvose zvaunazvo zvikawanda,
ପୁଣି ତୁମ୍ଭର ଗୋମେଷାଦି ପଲ ବୃଦ୍ଧି ପାଇଲେ, ତୁମ୍ଭର ରୂପା ଓ ସୁନା ପ୍ରଚୁର ହେଲେ ଓ ତୁମ୍ଭର ଯାହା ଅଛି, ତାହାସବୁ ବୃଦ୍ଧି ପାଇଲେ,
14 ipapo mwoyo wako uchazvikudza zvino uchakanganwa Jehovha Mwari wako, akakubudisa kubva kuIjipiti, kubva kunyika youranda.
ତୁମ୍ଭର ଅନ୍ତଃକରଣ ଅହଙ୍କାରୀ ହେବ, ପୁଣି ଯେ ମିସର ଦେଶରୁ, ଦାସ୍ୟଗୃହରୁ ତୁମ୍ଭକୁ ବାହାର କରି ଆଣିଲେ,
15 Akakutungamirirai murenje guru rinotyisa, munyika iyo yakaoma isina mvura, nenyoka dzayo nezvinyavada zvine uturu. Akakubudisirai mvura kubva padombo rakaoma.
ଯେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ଜ୍ୱାଳାଦାୟୀ ସର୍ପ ଓ ବିଚ୍ଛା, ପୁଣି ନିର୍ଜଳ ଶୁଷ୍କ ଭୂମି ଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ପ୍ରାନ୍ତର ଦେଇ ତୁମ୍ଭକୁ ଗମନ କରାଇଲେ; ଯେ ତୁମ୍ଭ ନିମନ୍ତେ ଚକ୍ମକି-ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ;
16 Akakupai mana kuti mudye murenje, chinhu chakanga chisingambozivikanwi namadzibaba enyu, kuti akuninipisei nokukuedzai kuitira kuti zvikuitirei zvakanaka pakupedzisira.
ଯେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନା ଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ, ଏପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ତୁମ୍ଭେ ପାସୋରି ଯିବ।
17 Ungati mumwoyo mako, “Simba rangu nesimba ramaoko angu ndizvo zvakandiitira upfumi uhu.”
ପୁଣି ତୁମ୍ଭେ ଆପଣା ମନେ ମନେ କହିବ, “ଆମ୍ଭର ପରାକ୍ରମ ଓ ବାହୁ ବଳ ଏହିସବୁ ଐଶ୍ୱର୍ଯ୍ୟ ଲାଭ କରିଅଛି।”
18 Asi urangarire Jehovha Mwari wako, nokuti ndiye anokupa simba rokuita upfumi, naizvozvo achisimbisa sungano yake, yaakapikira madzitateguru enyu, sezvazviri nhasi.
ମାତ୍ର ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସ୍ମରଣ କରିବ, କାରଣ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଆପଣାର ଯେଉଁ ନିୟମ ବିଷୟରେ ଶପଥ କରିଥିଲେ, ତାହା ସେ ଆଜି ଦିନ ପରି ସ୍ଥିର କରିବା ପାଇଁ ତୁମ୍ଭକୁ ଐଶ୍ୱର୍ଯ୍ୟ ପାଇବାର ସାମର୍ଥ୍ୟ ଦେଲେ।
19 Kana mukangokanganwa Jehovha Mwari wenyu muchitevera vamwe vamwari nokuvanamata uye nokuvapfugamira, ndinokupupurirai nhasi kuti zvirokwazvo muchaparadzwa.
ଆଉ ଯେବେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରିବ, ଅନ୍ୟ ଦେବତାଗଣର ପଶ୍ଚାଦ୍ଗାମୀ ହୋଇ ସେମାନଙ୍କ ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ, ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ଆଜି ଏହି ସାକ୍ଷ୍ୟ ଦେଉଅଛି ଯେ, ତୁମ୍ଭେମାନେ ନିତାନ୍ତ ବିନଷ୍ଟ ହେବ।
20 Imi muchaparadzwa sendudzi dzakaparadzwa naJehovha pamberi penyu, kana mukaramba kuteerera Jehovha Mwari wenyu.
ତୁମ୍ଭମାନଙ୍କ ସମ୍ମୁଖରେ ସଦାପ୍ରଭୁ ଯେଉଁ ଗୋଷ୍ଠୀୟ ଲୋକମାନଙ୍କୁ ବିନାଶ କରନ୍ତି, ସେମାନଙ୍କ ପରି ତୁମ୍ଭେମାନେ ବିନଷ୍ଟ ହେବ; କାରଣ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ ଅବଧାନ ନ କଲେ ତୁମ୍ଭମାନଙ୍କୁ ଏହା ଘଟିବ।