< 2 Makoronike 17 >

1 Jehoshafati mwanakomana wake akamutevera paumambo uye akazvisimbisa pakurwisana neIsraeri.
ଏଥିଉତ୍ତାରେ ତାଙ୍କର ପୁତ୍ର ଯିହୋଶାଫଟ୍‍ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ।
2 Akaisa varwi mumaguta akakomberedzwa namasvingo eJudha aya akaisa mapoka avarwi muJudha nomumaguta eEfuremu akanga atapwa nababa vake Asa.
ପୁଣି ସେ ଯିହୁଦାର ସକଳ ପ୍ରାଚୀର-ବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଯିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରୟିମର ସକଳ ନଗରରେ ପ୍ରହରୀ-ଦଳ ସ୍ଥାପନ କଲେ।
3 Jehovha vaiva naJehoshafati nokuti pamazuva ake okutonga akafamba munzira dzaiteverwa nababa vake Dhavhidhi. Haana kubvunza kuna vana Bhaari.
ଆଉ, ଯିହୋଶାଫଟ୍‍ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣରୂପ ପଥରେ ଗମନ କରି ବାଲ୍‍ ଦେବଗଣର ଅନ୍ୱେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ;
4 Asi akatsvaka Mwari wababa vake akatevera kurayira kwake akasatevera mabasa aIsraeri.
ପୁଣି, ସେ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ତାହାଙ୍କ ଆଜ୍ଞାଗୁଡ଼ିକୁ ପାଳନ କଲେ, ଓ ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ।
5 Jehovha akasimbisa umambo hwaiva pasi pake; uye Judha yose yakauya nezvipo kuna Jehoshafati, saka akava nepfuma zhinji nokuremekedzwa kukuru.
ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଯିହୁଦା ଯିହୋଶାଫଟ୍‍ଙ୍କ ନିକଟକୁ ଦର୍ଶନୀ ଆଣିଲେ; ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ।
6 Mwoyo wake wakanga wakazvipira kunzira dzaJehovha uyezve akabvisa nzvimbo dzakakwirira namatanda aAshera kubva muJudha.
ପୁଣି, ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା; ଆହୁରି ସେ ଯିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତିସବୁ ଦୂର କଲେ।
7 Mugore rechitatu rokutonga kwake akatuma vakuru vavabati vake vaiti Bheni-Hairi, Obhadhia, Zekaria, Netaneri naMikaya kuti vandodzidzisa mumaguta eJudha.
ମଧ୍ୟ ସେ ଆପଣା ରାଜତ୍ଵର ତୃତୀୟ ବର୍ଷରେ ଯିହୁଦାର ନଗରସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ, ଅର୍ଥାତ୍‍, ବିନ୍‍ହୟିଲ, ଓବଦୀୟ, ଜିଖରୀୟ, ନଥନେଲ ଓ ମୀଖାୟକୁ ପଠାଇଲେ;
8 Pamwe chete navo paiva navamwe vaRevhi vaiti: Shemaya, Netania, Zebhadhia, Asaheri, Shemiramoti, Jehonatani, Adhoniya, Tobhiya naTobhi-Adhoniya, uye navaprista Erishama naJehoramu.
ଆଉ ସେମାନଙ୍କ ସଙ୍ଗେ ଲେବୀୟମାନଙ୍କୁ, ଅର୍ଥାତ୍‍, ଶମୟୀୟ, ନଥନୀୟ, ସବଦୀୟ, ଅସାହେଲ, ଶମୀରାମୋତ୍‍, ଯିହୋନାଥନ୍‍, ଅଦୋନୀୟ, ଟୋବୀୟ ଓ ଟୋବଦୋନୀୟ, ଏହି ଲେବୀୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲୀଶାମା ଓ ଯିହୋରାମ୍‍ ଯାଜକକୁ ପଠାଇଲେ।
9 Vakadzidzisa Judha yose vaine Bhuku roMurayiro waJehovha; vakatenderera kumaguta ose aJudha vakadzidzisa vanhu.
ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ସଙ୍ଗରେ ନେଇ ଯିହୁଦା ଦେଶରେ ଶିକ୍ଷା ଦେଲେ; ଆଉ, ସେମାନେ ଯିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ।
10 Kutya Jehovha kwakawira madzimambo enyika dzakanga dzakapoteredza Judha, zvokuti havana kuda kurwa naJehoshafati.
ତହୁଁ ଯିହୁଦାର ଚତୁର୍ଦ୍ଦିଗସ୍ଥ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡ଼ୁ ଭୟ ଉପସ୍ଥିତ ହେଲା, ଏଣୁ ସେମାନେ ଯିହୋଶାଫଟ୍‍ଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ।
11 Vamwe vaFiristia vakavigira Jehoshafati zvipo nesirivha somutero, uye vaArabhu vakamuvigira mapoka amakwai aiti: zviuru zvinomwe namazana manomwe amakondobwe nezviuru zvinomwe namazana manomwe embudzi.
ପୁଣି, କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟ୍‍ଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ; ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ ପଲ କରି ସାତ ହଜାର ସାତ ଶହ ମେଷ ଓ ସାତ ହଜାର ସାତ ଶହ ଛାଗ ଆଣିଲେ।
12 Jehoshafati akazova nesimba guru kwazvo; akavaka nhare namaguta amatura muJudha;
ତହିଁରେ ଯିହୋଶାଫଟ୍‍ ବେଳକୁ ବେଳ ଅତି ମହାନ ହୋଇ ଉଠିଲେ ଓ ସେ ଯିହୁଦା ଦେଶରେ ଦୁର୍ଗ ଓ ଭଣ୍ଡାର-ନଗରମାନ ନିର୍ମାଣ କଲେ।
13 uye akaita mabasa mazhinji mumaguta eJudha. Aivawo navarwi vane ruzivo rwokurwa muJerusarema.
ଆଉ, ଯିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଯିରୂଶାଲମରେ ଯୋଦ୍ଧା, ମହାବିକ୍ରମଶାଳୀ ଲୋକ ଥିଲେ।
14 Kunyoreswa kwavo nemhuri dzavo kwakanga kwakadai: Kubva kuJudha, vatungamiri vamapoka avarwi chiuru: Adhina mutungamiri aiva navarwi zviuru mazana matatu;
ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି; ଯିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନହ ସେନାପତି ଥିଲା ଓ ତାହା ସଙ୍ଗରେ ତିନି ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ।
15 aitevera ndiJehohanani mutungamiri aiva navarwi zviuru mazana maviri namakumi masere;
ତାହା ଉତ୍ତାରେ ଯିହୋହାନନ୍‍ ସେନାପତି ଥିଲା, ତାହା ସଙ୍ଗରେ ଦୁଇ ଲକ୍ଷ ଅଶୀ ହଜାର ଲୋକ ଥିଲେ।
16 aitevera ndiAmasia mwanakomana waZikiri, uyo akazvipira kushandira Jehovha, aina varwi zviuru mazana maviri.
ପୁଣି, ତାହା ଉତ୍ତାରେ ସିଖ୍ରିର ପୁତ୍ର ଅମସୀୟ, ସେ ସ୍ୱେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା; ତାହା ସଙ୍ଗରେ ଦୁଇ ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ;
17 Kubva kuBhenjamini: Eriadha murwi akanga akashinga, aiva murwi aiva navarwi zviuru mazana maviri vakanga vakabata uta nenhoo;
ପୁଣି, ବିନ୍ୟାମୀନ୍ ମଧ୍ୟରୁ ଇଲୀୟାଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ ଦୁଇ ଲକ୍ଷ ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ;
18 aitevera ndiJehozabhadhi navarume zviuru zana namakumi masere vakagadzirira kurwa hondo.
ଆଉ ତାହା ଉତ୍ତାରେ ଯିହୋଷାବଦ୍‍ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ ଏକ ଲକ୍ଷ ଅଶୀ ହଜାର ଲୋକ ଥିଲେ।
19 Ava ndivo varume vaibatira mambo, tisingaverengi avo vaakaisa mumaguta ane masvingo muJudha yose.
ରାଜା ଯିହୁଦାର ସର୍ବତ୍ର ପ୍ରାଚୀର-ବେଷ୍ଟିତ ନଗରମାନରେ ଯେଉଁମାନଙ୍କୁ ରଖିଥିଲେ, ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ।

< 2 Makoronike 17 >