< 1 Samueri 23 >
1 Dhavhidhi akati audzwa kuti, “Tarirai, vaFiristia vari kurwa neKeira uye vari kupamba zvirimwa pamapuriro,”
ଏଥିଉତ୍ତାରେ ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟୀୟମାନେ କିୟୀଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି।
2 akabvunza Jehovha akati, “Ndoenda here kundorwa navaFiristia ava?” Jehovha akamupindura akati, “Enda, urwise vaFiristia ugoponesa Keira.”
ଏନିମନ୍ତେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ ଯାଇ କି ଏହି ପଲେଷ୍ଟୀୟମାନଙ୍କୁ ଆଘାତ କରିବି?” ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଯାଅ, ପଲେଷ୍ଟୀୟମାନଙ୍କୁ ଆଘାତ କରି କିୟୀଲାକୁ ଉଦ୍ଧାର କର।”
3 Asi vanhu vaDhavhidhi vakati kwaari, “Isu vokuno kuJudha tinotya. Zvino, zvikuru sei kana tikaenda kuKeira kundorwa navarwi vavaFiristia!”
ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଏ ଯିହୁଦା ଦେଶରେ ଭୟ କରୁଅଛୁ; ଯେବେ ପଲେଷ୍ଟୀୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିୟୀଲାକୁ ଯିବା, ତେବେ କେତେ ଅଧିକ ଭୟ ନ କରିବା?”
4 Dhavhidhi akabvunza kuna Jehovha, Jehovha akamupindura akati, “Buruka uende kuKeira, nokuti ndichaisa vaFiristia muruoko rwako.”
ତେଣୁ ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଚାରିଲେ। ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ; କାରଣ ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
5 Saka Dhavhidhi navanhu vake vakaenda kuKeira, vakarwa navaFiristia uye akavatorera zvipfuwo zvavo. Akauraya vaFiristia vakawanda kwazvo akaponesa vanhu vokuKeira.
ଏଥିରେ ଦାଉଦ ଓ ତାଙ୍କର ଲୋକମାନେ କିୟୀଲାକୁ ଯାଇ ପଲେଷ୍ଟୀୟମାନଙ୍କ ସଙ୍ଗରେ ଯୁଦ୍ଧ କଲେ ଓ ସେମାନଙ୍କ ପଶୁଗଣକୁ ନେଇଗଲେ ଓ ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏହିରୂପେ ଦାଉଦ କିୟୀଲା ନିବାସୀମାନଙ୍କୁ ଉଦ୍ଧାର କଲେ।
6 (Zvino Abhiatari mwanakomana waAhimereki akanga auya neefodhi paakatiza achidzika kuna Dhavhidhi kuKeira.)
ଯେତେବେଳେ ଅହୀମେଲକ୍ର ପୁତ୍ର ଅବୀୟାଥର କିୟୀଲାକୁ ଦାଉଦଙ୍କ କତିକି ପଳାଇ ଆସିଥିଲା, ସେତେବେଳେ ଏକ ଏଫୋଦ ହାତରେ ନେଇ ଆସିଥିଲା।
7 Sauro akaudzwa kuti Dhavhidhi akanga aenda kuKeira, ndokuti, “Mwari amuisa muruoko rwangu, nokuti Dhavhidhi azvipfigira zvaapinda muguta rina masuo namazariro.”
ପୁଣି, ଦାଉଦ କିୟୀଲାକୁ ଆସିଅଛି ବୋଲି ଶାଉଲଙ୍କୁ କୁହାଯାଆନ୍ତେ, ଶାଉଲ କହିଲେ, “ପରମେଶ୍ୱର ତାହାକୁ ମୋʼ ହସ୍ତରେ ପରିତ୍ୟାଗ କରିଅଛନ୍ତି; ଯେହେତୁ ସେ ଦ୍ୱାର ଓ ଅର୍ଗଳବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ଅବରୁଦ୍ଧ ହୋଇଅଛି।”
8 Uye Sauro akadana varwi vake vose kuhondo, kuti vaburuke vaende kuKeira kundokomba Dhavhidhi navanhu vake.
ଏଥିରେ କିୟୀଲାକୁ ଯାଇ ଦାଉଦଙ୍କୁ ଓ ତାଙ୍କର ଲୋକମାନଙ୍କୁ ଘେରିବା ପାଇଁ ଶାଉଲ ଆପଣାର ସମସ୍ତ ଲୋକଙ୍କୁ ଯୁଦ୍ଧକୁ ଡକାଇଲେ।
9 Dhavhidhi akati anzwa kuti Sauro akanga ari kuita rangano yakaipa pamusoro pake, akati kuna Abhiatari muprista, “Uya neefodhi.”
ପୁଣି, ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି; ଏଣୁ ସେ ଅବୀୟାଥର ଯାଜକକୁ କହିଲେ, “ଏଠାକୁ ଏଫୋଦ ଆଣ।”
10 Dhavhidhi akati, “Haiwa Jehovha, Mwari waIsraeri, muranda wenyu anzwa zvechokwadi kuti Sauro ari kuronga kuti auye kuKeira kuti aparadze guta iri nokuda kwangu.
ତେବେ ଦାଉଦ କହିଲେ, ହେ ସଦାପ୍ରଭୋ, “ଇସ୍ରାଏଲର ପରମେଶ୍ୱର, ଶାଉଲ କିୟୀଲାକୁ ଆସି ମୋʼ ସକାଶେ ସେହି ନଗର ଉଚ୍ଛିନ୍ନ କରିବାକୁ ଚାହୁଁଅଛନ୍ତି ବୋଲି ତୁମ୍ଭ ଦାସ ନିଶ୍ଚିତ ରୂପେ ଶୁଣିଅଛି।
11 Ko, vanhu veKeira vachandiisa kwaari here? Ko, Sauro achaburuka here, sokunzwa kwaita muranda wenyu? Haiwa Jehovha, Mwari waIsraeri, zivisai muranda wenyu.” Uye Jehovha akati, “Achauya.”
କିୟୀଲା ନିବାସୀମାନେ କʼଣ ମୋତେ ତାଙ୍କ ହସ୍ତରେ ସମର୍ପି ଦେବେ? ତୁମ୍ଭ ଦାସ ଯେପରି ଶୁଣିଅଛି, ସେପରି କʼଣ ଶାଉଲ ଆସିବେ? ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ଆପଣା ଦାସକୁ ଏହା ଜଣାଅ।” ତହିଁରେ ସଦାପ୍ରଭୁ କହିଲେ, “ସେ ଆସିବ।”
12 Dhavhidhi akatizve, “Ko, vanhu veKeira vachaisa ini navanhu vangu kuna Sauro here?” Uye Jehovha akati, “Vachaita saizvozvo.”
ତେବେ ଦାଉଦ କହିଲେ, “କିୟୀଲା ନିବାସୀମାନେ ମୋତେ ଓ ମୋʼ ଲୋକମାନଙ୍କୁ କʼଣ ଶାଉଲଙ୍କ ହସ୍ତରେ ସମର୍ପଣ କରିବେ?” ତହିଁରେ ସଦାପ୍ରଭୁ କହିଲେ, “ସେମାନେ ତୁମ୍ଭକୁ ସମର୍ପଣ କରିବେ।”
13 Saka Dhavhidhi navanhu vake, vanenge mazana matanhatu pakuwanda, vakabva kuKeira vakaramba vachifamba vachibva pane imwe nzvimbo vachienda pane imwe nzvimbo. Sauro akati audzwa kuti Dhavhidhi akanga apunyuka kubva paKeira, haana kuzoendako.
ତହୁଁ ଦାଉଦ ଓ ତାଙ୍କର ଊଣାଧିକ ଛଅ ଶହ ଲୋକ ଉଠି କିୟୀଲାରୁ ପ୍ରସ୍ଥାନ କଲେ ଓ ଯେଉଁଠାକୁ ଯାଇ ପାରିଲେ, ସେଠାକୁ ଗଲେ। ଏଥିରେ ଦାଉଦ କିୟୀଲାରୁ ପଳାଇ ଯାଇଅଛି ବୋଲି ଶାଉଲଙ୍କୁ କୁହାଗଲା; ତେଣୁ ସେ ଯିବାରୁ କ୍ଷାନ୍ତ ହେଲେ।
14 Dhavhidhi akagara munhare dzomurenje uye nomuzvikomo zvomuRenje reZifi. Zuva nezuva Sauro akamutsvaka, asi Mwari haana kuisa Dhavhidhi mumaoko ake.
ଏଥିଉତ୍ତାରେ ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସୀଫ୍ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି, ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, ମାତ୍ର ପରମେଶ୍ୱର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ।
15 Dhavhidhi paakanga ari paHoreshi muRenje reZifi, akanzwa kuti Sauro akanga auya kuzomuuraya.
ଏଉତ୍ତାରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରାଣ ନେବା ପାଇଁ ବାହାର ହୋଇ ଆସିଅଛନ୍ତି; ସେସମୟରେ ଦାଉଦ ସୀଫ୍ ପ୍ରାନ୍ତରସ୍ଥ ବଣରେ ଥିଲେ।
16 Uye Jonatani mwanakomana waSauro akaenda kuna Dhavhidhi paHoreshi akamubatsira kuti awane simba muna Mwari.
ଏଣୁ ଶାଉଲଙ୍କର ପୁତ୍ର ଯୋନାଥନ ଉଠି ଦାଉଦଙ୍କ କତିକି ବଣକୁ ଗଲା ଓ ପରମେଶ୍ୱରଙ୍କଠାରେ ତାଙ୍କ ହସ୍ତ ସବଳ କଲା।
17 Akati kwaari, “Usatya. Baba vangu Sauro havasi kuzokubata. Iwe uchava mambo weIsraeri, uye ini ndichava wechipiri kwauri. Kunyange baba vangu Sauro vanozviziva izvi.”
ପୁଣି, ସେ ତାଙ୍କୁ କହିଲା, “ଭୟ ନ କର; କାରଣ ମୋର ପିତା ଶାଉଲଙ୍କର ହସ୍ତ ତୁମ୍ଭକୁ ପାଇବ ନାହିଁ; ପୁଣି, ତୁମ୍ଭେ ଇସ୍ରାଏଲ ଉପରେ ରାଜା ହେବ ଓ ମୁଁ ତୁମ୍ଭର ଦ୍ୱିତୀୟ ହେବି; ଏହା ମଧ୍ୟ ମୋର ପିତା ଶାଉଲ ଜାଣନ୍ତି।”
18 Vaviri ava vakaita sungano pamberi paJehovha. Ipapo Jonatani akaenda kumba asi Dhavhidhi akasara paHoreshi.
ଏଥିରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ; ତହୁଁ ଦାଉଦ ବଣରେ ବାସ କଲେ ଓ ଯୋନାଥନ ଆପଣା ଘରକୁ ଗଲା।
19 VaZifi vakaenda kuna Sauro paGibhea vakati, “Ko, Dhavhidhi haana kuvanda here pakati pedu munhare yapaHoreshi, pachikomo cheHakira, zasi kweJeshimoni?
ଏଉତ୍ତାରେ ସୀଫୀୟ ଲୋକମାନେ ଗିବୀୟାକୁ ଶାଉଲଙ୍କ କତିକି ଆସି କହିଲେ, “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ମରୁଭୂମିର ଦକ୍ଷିଣ ଦିଗସ୍ଥ ହଖୀଲା ପର୍ବତର ବଣରେ ନାନା ଦୁର୍ଗମ ସ୍ଥାନରେ ଲୁଚି ରହି ନାହିଁ?
20 Zvino, imi mambo, burukai pamunodira kuita izvozvo, uye richava basa redu isu kumuisa kwamuri imi mambo.”
ଏହେତୁ ହେ ମହାରାଜ, ଆପଣଙ୍କ ଆଗମନର ସମସ୍ତ ମନୋବାଞ୍ଛାନୁସାରେ ଆସନ୍ତୁ, ପୁଣି, ମହାରାଜଙ୍କ ହସ୍ତରେ ତାହାକୁ ସମର୍ପଣ କରିବା ଭାର ଆମ୍ଭମାନଙ୍କର।”
21 Sauro akapindura akati, “Jehovha ngaakuropafadzei nokuda kwehanya yamunayo pamusoro pangu.
ତହୁଁ ଶାଉଲ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଆଶୀର୍ବାଦର ପାତ୍ର; କାରଣ ତୁମ୍ଭେମାନେ ମୋʼ ପ୍ରତି କୃପା କଲ।
22 Endai mundonyatsogadzirira. Mutsvakisise muone kunogaroenda Dhavhidhi uye kuti ndiani akamuonako. Ivo vanondiudza kuti iye munhu ano unyengeri kwazvo.
ମୁଁ ବିନୟ କରୁଅଛି, ତୁମ୍ଭେମାନେ ଯାଇ ଆହୁରି ସ୍ଥିର କର ଓ କେଉଁଠାରେ ତାହାର ଖୋଜ ପଡ଼ିଅଛି, କିଏ ତାହାକୁ ସେଠାରେ ଦେଖିଅଛି, ଏହା ବୁଝି ଦେଖ; କାରଣ ମୋତେ କୁହାଯାଇଅଛି ଯେ, ସେ ଅତି ସତର୍କ ହୋଇ ଚଳୁଅଛି।
23 Mutsvakisisei pamusoro penzvimbo dzose dzokuvanda dzaanovanda mugodzoka kwandiri neshoko rakananga. Ipapo ndichaenda nemi; kana ari munharaunda, ndichamutsvakisisa pakati pedzimba dzaJudha.”
ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋʼ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।”
24 Saka vakasimuka vakaenda kuZifi pamberi paSauro. Zvino Dhavhidhi navanhu vake vakanga vari muRenje reMaoni, muArabha zasi kweJeshimoni.
ତହୁଁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫ୍କୁ ଗଲେ; ସେତେବେଳେ ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ଦକ୍ଷିଣସ୍ଥିତ ପଦାରେ ମାୟୋନ୍ ପ୍ରାନ୍ତରରେ ଥିଲେ।
25 Sauro navanhu vake vakatanga kutsvaka, uye Dhavhidhi akati azvinzwa akaburuka akaenda kune rimwe dombo uye akagara muRenje reMaoni. Sauro akati anzwa izvi, akaenda kuRenje reMaoni achitevera Dhavhidhi.
ଏଣୁ ଶାଉଲ ଓ ତାଙ୍କର ଲୋକମାନେ ତାଙ୍କୁ ଖୋଜିବାକୁ ଗଲେ; ମାତ୍ର ଲୋକମାନେ ଦାଉଦଙ୍କୁ ଏହା ଜଣାନ୍ତେ, ସେ ଶୈଳକୁ ଓହ୍ଲାଇ ଆସି ମାୟୋନ୍ ପ୍ରାନ୍ତରରେ ରହିଲେ। ଏଉତ୍ତାରେ ଶାଉଲ ତାହା ଶୁଣି ମାୟୋନ୍ ପ୍ରାନ୍ତରରେ ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ।
26 Sauro akaenda ari kuno rumwe rutivi rwegomo, uye Dhavhidhi navanhu vake vakaenda nokuno rumwe rutivi, vachikurumidza kuti vatize kubva kuna Sauro. Sauro navarwi vake paakanga ava pedyo naDhavhidhi navanhu vake kuti avabate,
ପୁଣି, ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ।
27 nhume yakasvika kuna Sauro, ikati, “Uyai nokukurumidza! VaFiristia vava kupamba nyika.”
ଏପରି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ; କାରଣ ପଲେଷ୍ଟୀୟମାନେ ଦେଶ ଆକ୍ରମଣ କଲେଣି।”
28 Ipapo Sauro akarega kudzinganisa Dhavhidhi akaenda kundosangana navaFiristia. Ndokusaka vakatumidza nzvimbo iyi kuti Sera Hamarekoti.
ତହୁଁ ଶାଉଲ ଦାଉଦଙ୍କର ପଶ୍ଚାତ୍ ଗୋଡ଼ାଇବାରୁ ଫେରି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯାତ୍ରା କଲେ; ଏଣୁ ସେମାନେ ସେହି ସ୍ଥାନର ନାମ ସେଲା-ହମ୍ମହଲିକୋତ୍ (ବିଭାଗକାରୀ ଶୈଳ) ରଖିଲେ।
29 Zvino Dhavhidhi akakwidza kubva ipapo akandogara munhare dzeEni Gedhi.
ଏଉତ୍ତାରେ ଦାଉଦ ସେହି ସ୍ଥାନରୁ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।