< Jezekilj 47 >

1 Potom odvede me opet k vratima od doma, i gle, voda izlažaše ispod praga od doma k istoku, jer lice domu bijaše prema istoku; i voda tecijaše dolje s desne strane doma, s južne strane oltara.
ଏଥିଉତ୍ତାରେ ସେ ମୋତେ ଫେରାଇ ଗୃହର ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ଗୃହ-ପ୍ରବେଶ ସ୍ଥାନର ତଳରୁ ଜଳ ନିର୍ଗତ ହୋଇ ପୂର୍ବ ଦିଗରେ ବହିଲା, କାରଣ ଗୃହର ଅଗ୍ରଭାଗ ପୂର୍ବାଭିମୁଖ ଥିଲା; ଆଉ, ସେହି ଜଳ ତଳରୁ ଗୃହର ଦକ୍ଷିଣ ପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା।
2 Potom me izvede vratima sjevernijem, i provede me okolo spoljašnjim putem k spoljašnjim vratima, putem koji gleda na istok, i gle, voda tecijaše s desne strane.
ତେବେ ସେ ମୋତେ ଉତ୍ତର ଦ୍ୱାରର ପଥ ଦେଇ ବାହାର କରାଇ ଆଣିଲେ, ଆଉ ବାହାର ପଥ ଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ବାହାର ଦ୍ୱାରକୁ ନେଇଗଲେ; ଆଉ ଦେଖ, ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିଲା।
3 I kad èovjek izide na istok s mjerom u ruci, izmjeri tisuæu lakata, i prevede me preko vode, i voda bijaše do gležanja.
ସେହି ବ୍ୟକ୍ତି ଯେତେବେଳେ ପରିମାପକ ରଜ୍ଜୁ ଆପଣା ହସ୍ତରେ ଧରି ପୂର୍ବ ଆଡ଼େ ବାହାରିଲେ, ସେତେବେଳେ ସେ ଏକ ହଜାର ହାତ ମାପିଲେ, ପୁଣି, ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ବଳାଗଣ୍ଠି ପର୍ଯ୍ୟନ୍ତ ହେଲା।
4 Potom opet izmjeri tisuæu lakata, i prevede me preko vode, a voda bješe do koljena; opet izmjeri tisuæu lakata, i prevede me, a voda bješe do pojasa.
ପୁନର୍ବାର ସେ ଏକ ହଜାର ହାତ ମାପିଲେ ଓ ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର ସେ ଏକ ହଜାର ହାତ ମାପିଲେ, ଜଳ ମଧ୍ୟଦେଇ ମୋତେ ଗମନ କରାଇଲେ, ଜଳ କଟି ପର୍ଯ୍ୟନ୍ତ ହେଲା।
5 I opet izmjeri tisuæu lakata, i posta rijeka, koje ne mogoh prijeæi, jer voda ustade da trebaše plivati, posta rijeka koja se ne može pregaziti.
ତହିଁ ଉତ୍ତାରେ ସେ ଏକ ହଜାର ହାତ ମାପିଲେ; ସେତେବେଳେ ତାହା ଗୋଟିଏ ନଦୀ ହେଲା, ମୁଁ ତହିଁ ମଧ୍ୟଦେଇ ଗମନ କରି ପାରିଲି ନାହିଁ, କାରଣ ଜଳ ବଢ଼ି ଉଠିଥିଲା, ତାହା ପହଁରିବା ଭଳି ଜଳ, ପାର ହେବାକୁ ଅଗମ୍ୟ ନଦୀ ହୋଇଥିଲା।
6 Tada mi reèe: vidje li, sine èovjeèji? I odvede me i povrati me na brijeg rijeci.
ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ?” ତହିଁରେ ସେ ମୋତେ ଫେରାଇ ନଦୀତୀରକୁ ଆଣିଲେ।
7 A kad se vratih, gle, po brijegu rijeci vrlo mnogo drva otud i odovud.
ମୁଁ ଫେରି ଆସିଲା ବେଳେ ଦେଖ, ନଦୀତୀରର ଏପାଖରେ ଓ ସେପାଖରେ ଅନେକ ଅନେକ ବୃକ୍ଷ ଥିଲା।
8 I reèe mi: ova voda teèe u Galileju prvu, i spušta se u polje, i utjeèe u more, i kad doðe u more, njegova æe voda postati zdrava.
ତହିଁରେ ସେ ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି ଓ ତାହା ଗଡ଼ି ଆରବାକୁ ଯିବ; ଆଉ, ତାହା ସମୁଦ୍ର ଆଡ଼କୁ ଯିବ; ଯେଉଁ ଜଳସବୁ ନିର୍ଗତ ହେଲା, ତାହାସବୁ ସମୁଦ୍ରରେ ପ୍ରବେଶ କରିବ; ତହୁଁ ସେ ଜଳ ଉତ୍ତମ ହେବ।
9 I sve životinje što se mièu kuda god doðu ove rijeke, biæe žive i biæe veliko mnoštvo riba, jer kad doðe ova voda onamo, druga æe postati zdrava, i sve æe biti živo gdje ova rijeka doðe.
ପୁଣି, ଏହି ନଦୀସବୁ ଯେସକଳ ସ୍ଥାନ ଦେଇ ବହିବ, ସେସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେହି ସ୍ଥାନରେ ଅପାର ମତ୍ସ୍ୟ ହେବେ; କାରଣ ଏହିସବୁ ଜଳ ସେସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ, ଆଉ ଯେକୌଣସି ସ୍ଥାନ ଦେଇ ଏହି ନଦୀ ବହେ, ସେସ୍ଥାନର ସକଳ ହିଁ ସଞ୍ଜୀବିତ ହେବେ।
10 I ribari æe stajati kraj njega od Engada do En-Eglaima i razapinjati mreže; i biæe riba svakojakih vrlo mnogo kao u velikom moru.
ଆଉ, ତହିଁ ନିକଟରେ ମତ୍ସ୍ୟଧାରୀମାନେ ଠିଆ ହେବେ; ଐନଗଦୀଠାରୁ ଐନଇଗ୍ଳଇମ୍‍ ପର୍ଯ୍ୟନ୍ତ ଜାଲ ପ୍ରସାରିବାର ସ୍ଥାନ ହେବ ଓ ମତ୍ସ୍ୟସବୁ ସ୍ୱ ସ୍ୱ ଜାତି ଅନୁସାରେ ମହାସମୁଦ୍ରର ମତ୍ସ୍ୟନ୍ୟାୟ ସଂଖ୍ୟାରେ ଅତିଶୟ ହେବେ।
11 A bare njegove i glibovi neæe biti zdravi, nego æe ostati slani.
ମାତ୍ର ତହିଁର ପଙ୍କ ସ୍ଥାନ ଓ ଝିଲ ଭୂମିସକଳ ଉତ୍ତମ ହେବ ନାହିଁ; ସେହି ସବୁ ଲବଣ ପାଇଁ ସମର୍ପିତ ହେବ।
12 A kraj rijeke po brijegu otud i odovud rašæe drveta svakojaka rodna, kojima lišæe neæe opadati niti æe roda na njima nestajati; svakoga æe mjeseca raðati nov rod, jer joj voda teèe iz svetinje; zato æe rod njihov biti za jelo i lišæe njihovo za lijek.
ଆଉ, ନଦୀ ନିକଟରେ ତହିଁର ତୀର ଉପରେ, ଏପାଖରେ ଓ ସେପାଖରେ ସର୍ବପ୍ରକାର ଭୋଜନାର୍ଥ ଫଳବୃକ୍ଷ ହେବ, ତହିଁର ପତ୍ର ମଳିନ ହେବ ନାହିଁ, କିଅବା ତହିଁର ଫଳର ଅଭାବ ହେବ ନାହିଁ; ସେହି ଜଳସବୁ ପବିତ୍ର ସ୍ଥାନରୁ ନିର୍ଗତ ହେବା ସକାଶୁ ବୃକ୍ଷ ପ୍ରତି ମାସ ନୂତନ ଫଳ ଫଳିବ ଓ ତହିଁର ଫଳ ଆହାରାର୍ଥେ ଓ ତହିଁର ପତ୍ର ଆରୋଗ୍ୟାର୍ଥେ ହେବ।”
13 Ovako veli Gospod Gospod: ovo su meðe u kojima æete naslijediti zemlju po dvanaest plemena Izrailjevijeh: Josifu dva dijela.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: “ତୁମ୍ଭେମାନେ ଇସ୍ରାଏଲ ବଂଶର ଦ୍ୱାଦଶ ଗୋଷ୍ଠୀର ଅନୁସାରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି; ଯୋଷେଫ ଏକରୁ ଅଧିକ ଅଂଶ ପାଇବ।
14 Naslijediæete je kako jedan tako drugi, za koju podigoh ruku svoju da æu je dati ocima vašim; i pripašæe vam ta zemlja u našljedstvo.
ଆଉ, ତୁମ୍ଭମାନଙ୍କର ଏକ ଯେପରି, ଅନ୍ୟ ସେହିପରି, ତାହା ଉତ୍ତରାଧିକାର ରୂପେ ପାଇବ; ତଦ୍‍ବିଷୟରେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ତାହା ଦେବା ପାଇଁ ଆମ୍ଭେ ଆପଣା ହସ୍ତ ଉଠାଇଲୁ ଓ ଏହି ଦେଶ ଉତ୍ତରାଧିକାର ନିମନ୍ତେ ତୁମ୍ଭମାନଙ୍କର ହେବ।
15 Ovo je dakle meða zemlji: na sjevernoj strani od velikoga mora na Etlon kako se ide u Sedad,
ପୁଣି, ଦେଶର ସୀମା ଏହି ହେବ; ଉତ୍ତର ଦିଗରେ, ହିତ୍‍ଲୋନ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦ୍‍ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ;
16 Emat, Virota, Sivrajim, koji je izmeðu meðe Damaštanske i meðe Ematske, Asaratihon, koji je na meði Avranskoj.
ହମାତ୍‍, ବରୋଥା, ଦମ୍ମେଶକର ଓ ହମାତ୍‍ର ସୀମାର ମଧ୍ୟସ୍ଥିତ ସିବ୍ରୟିମ; ହୌରଣର ସୀମା ନିକଟସ୍ଥ ହତ୍‍ତ୍ସରହତ୍ତୀକୋନ୍‍।
17 Tako æe biti meðe od mora Asarenan, meða Damaštanska i sjeverna strana na sjever, i meða Ematska; to je sjeverna strana.
ପୁଣି, ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହତ୍‍ସର-ଐନନ୍‍ ହେବ, ଆଉ ଉତ୍ତର ଦିଗରେ ଉତ୍ତରରେ ହମାତ୍‍ର ସୀମା। ଏହା ଉତ୍ତର ସୀମା।
18 A istoènu stranu izmjerite od Avrana i od Damaska i od Galada i od zemlje Izrailjeve na Jordanu, od te meðe do mora istoènoga. I to je istoèna strana.
ଆଉ, ପୂର୍ବ ଦିଗରେ ହୌରଣ, ଦମ୍ମେଶକ ଓ ଗିଲୀୟଦ, ଆଉ ଇସ୍ରାଏଲ ଦେଶର ମଧ୍ୟବର୍ତ୍ତୀ ଯର୍ଦ୍ଦନ ହେବ; ତୁମ୍ଭେମାନେ ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ମାପିବ। ଏହା ପୂର୍ବ ସୀମା।
19 A južna strana prema jugu od Tamara do vode Merive u Kadisu, duž potoka do velikoga mora. I to je južna strana prema jugu.
ଆଉ, ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍‍-କାଦେଶସ୍ଥ ଜଳ, ମିସରର ସ୍ରୋତୋମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।
20 A zapadna æe strana biti veliko more, od te meðe do prema ulasku u Emat; to je zapadna strana.
ପୁଣି, ଦକ୍ଷିଣ ସୀମାଠାରୁ ହମାତ୍‍ର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ। ଏହା ପଶ୍ଚିମ ସୀମା।
21 I razdijelite tu zemlju meðu se po plemenima Izrailjevijem.
ଏହିରୂପେ ତୁମ୍ଭେମାନେ ଇସ୍ରାଏଲର ଗୋଷ୍ଠୀ ଅନୁସାରେ ଆପଣାମାନଙ୍କ ମଧ୍ୟରେ ଏହି ଦେଶ ବିଭାଗ କରିବ।
22 A razdijelite je u našljedstvo meðu se i meðu inostrance koji se bave meðu vama, koji bi izrodili sinove meðu vama, i oni neka su vam kao domorodac meðu sinovima Izrailjevijem, s vama neka dobiju našljedstvo meðu plemenima Izrailjevijem.
ପୁଣି, ତୁମ୍ଭେମାନେ ଆପଣାମାନଙ୍କର ଓ ଯେଉଁ ବିଦେଶୀ ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସ କରନ୍ତି ଓ ତୁମ୍ଭମାନଙ୍କ ମଧ୍ୟରେ ସନ୍ତାନସନ୍ତତି ଉତ୍ପନ୍ନ କରିବେ, ସେମାନଙ୍କର ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ; ଆଉ, ସେମାନେ ତୁମ୍ଭମାନଙ୍କ ପ୍ରତି ଇସ୍ରାଏଲ-ସନ୍ତାନଗଣର ମଧ୍ୟରେ ଗୃହଜାତ ସନ୍ତାନଗଣର ତୁଲ୍ୟ ହେବେ; ସେମାନେ ତୁମ୍ଭମାନଙ୍କର ସହିତ ଇସ୍ରାଏଲର ଗୋଷ୍ଠୀଗଣ ମଧ୍ୟରେ ଉତ୍ତରାଧିକାର ପ୍ରାପ୍ତ ହେବେ।
23 I u kom se plemenu inostranac bavi, u onom mu podajte našljedstvo, govori Gospod Gospod.
ଆଉ, ବିଦେଶୀୟ ଲୋକ ଯେଉଁ ଗୋଷ୍ଠୀ ମଧ୍ୟରେ ପ୍ରବାସ କରେ, ସେହି ସ୍ଥାନରେ ତୁମ୍ଭେମାନେ ତାହାକୁ ଅଧିକାର ଦେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

< Jezekilj 47 >