< 2 Kraljevima 10 >

1 A Ahav imaše sedamdeset sinova u Samariji; i Juj napisa knjigu i posla je u Samariju ka glavarima Jezraelskim, starješinama i hraniteljima Ahavovijem, i reèe:
ଶମରୀୟାରେ ଆହାବଙ୍କର ସତୁରି ପୁତ୍ର ଥିଲେ। ଏଣୁ ଯେହୂ ଶମରୀୟାରେ ଯିଷ୍ରିୟେଲର ଅଧ୍ୟକ୍ଷଗଣ, ପ୍ରାଚୀନମାନଙ୍କୁ ଓ ଆହାବଙ୍କର ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ, ଯଥା,
2 Kako ova knjiga doðe k vama, u kojih su sinovi gospodara vašega i kola i konji i grad tvrdi i oružje,
“ତୁମ୍ଭମାନଙ୍କ ପ୍ରଭୁର ପୁତ୍ରଗଣ ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ପୁଣି ରଥ ଓ ଅଶ୍ୱଗଣ, ମଧ୍ୟ ଏକ ପ୍ରାଚୀର-ବେଷ୍ଟିତ ନଗର ଓ ଅସ୍ତ୍ରଶସ୍ତ୍ର ତୁମ୍ଭମାନଙ୍କର ହସ୍ତଗତ ଅଛି।
3 Gledajte koji je najbolji i najvještiji izmeðu sinova gospodara vašega, te ga posadite na prijesto oca njegova, i bijte se za dom gospodara svoga.
ଏହେତୁ ତୁମ୍ଭମାନଙ୍କ ନିକଟରେ ଏହି ପତ୍ର ଉପସ୍ଥିତ ହେବା ମାତ୍ରେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରଗଣ ମଧ୍ୟରୁ ସର୍ବାପେକ୍ଷା ଉତ୍ତମ ଓ ଉପଯୁକ୍ତ ଜଣକୁ ବାଛ ଓ ତାହାକୁ ତାହାର ପିତାର ସିଂହାସନରେ ବସାଅ ଓ ତୁମ୍ଭେମାନେ ଆପଣା ପ୍ରଭୁର ବଂଶ ପକ୍ଷରେ ଯୁଦ୍ଧ କର।”
4 Ali se oni vrlo uplašiše i rekoše: eto, dva cara ne odolješe mu, a kako æemo mu mi odoljeti?
ମାତ୍ର ସେମାନେ ଅତିଶୟ ଭୀତ ହୋଇ କହିଲେ, “ଦେଖ, ସେ ଦୁଇ ରାଜା ତାହା ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ; ତେବେ ଆମ୍ଭେମାନେ କିପରି ଠିଆ ହେବା?”
5 I koji bijaše nad domom, i koji bijaše nad gradom, i starješine i hranitelji poslaše k Juju govoreæi: mi smo sluge tvoje, èiniæemo sve što nam kažeš; neæemo nikoga postavljati carem; èini što ti je volja.
ଏହେତୁ ଗୃହାଧ୍ୟକ୍ଷ ଓ ନଗରାଧ୍ୟକ୍ଷ, ମଧ୍ୟ ପ୍ରାଚୀନମାନେ ଓ ସନ୍ତାନଗଣର ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଆମ୍ଭେମାନେ ଆପଣଙ୍କର ଦାସ ଓ ଆପଣ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିବେ, ଆମ୍ଭେମାନେ ତାହାସବୁ କରିବୁ; ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ; ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା ଆପଣ କରନ୍ତୁ।”
6 I on im napisa drugu knjigu govoreæi: ako ste moji i slušate mene, uzmite glave svijeh sinova gospodara svojega i doðite k meni sjutra u ovo doba u Jezrael. A sinovi carevi, sedamdeset ljudi, bijahu kod najznatnijih graðana, koji ih hranjahu.
ତହୁଁ ଯେହୂ ଦ୍ୱିତୀୟ ଥର ସେମାନଙ୍କ ନିକଟକୁ ପତ୍ର ଲେଖିଲେ, ଯଥା, “ଯଦି ତୁମ୍ଭେମାନେ ମୋହର ପକ୍ଷ ଓ ଯଦି ତୁମ୍ଭେମାନେ ମୋʼ କଥାରେ ମନୋଯୋଗ କରିବ, ତେବେ ତୁମ୍ଭେମାନେ ଆପଣା ପ୍ରଭୁର ପୁତ୍ରମାନଙ୍କ ମସ୍ତକ ଘେନି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋʼ ନିକଟକୁ ଆସ।” ସେହି ସତୁରି ଜଣ ରାଜପୁତ୍ର ଆପଣାମାନଙ୍କ ପ୍ରତିପାଳକ ନଗରସ୍ଥ ପ୍ରଧାନ ଲୋକଙ୍କ ସଙ୍ଗରେ ଥିଲେ।
7 I kad im doðe ova knjiga, uzeše sinove careve i poklaše, sedamdeset ljudi, i metnuvši glave njihove u kotarice poslaše mu u Jezrael.
ଏଥିଉତ୍ତାରେ ସେମାନଙ୍କ ନିକଟରେ ପତ୍ର ଉପସ୍ଥିତ ହୁଅନ୍ତେ, ସେମାନେ ସେହି ସତୁରି ଜଣ ରାଜପୁତ୍ରଙ୍କୁ ନେଇ ବଧ କଲେ ଓ ସେମାନଙ୍କର ମସ୍ତକ ଟୋକେଇରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ।
8 I doðe glasnik, koji mu javi govoreæi: donesoše glave sinova carevijeh. A on reèe: složite ih u dvije gomile na vratima, neka stoje do sjutra.
ଏଥିରେ ଜଣେ ଦୂତ ଆସି ଯେହୂଙ୍କୁ ଜଣାଇ କହିଲା, “ସେମାନେ ରାଜପୁତ୍ରମାନଙ୍କ ମସ୍ତକ ଆଣିଅଛନ୍ତି।” ତହିଁରେ ସେ କହିଲେ, “ଦ୍ୱାର-ପ୍ରବେଶ ସ୍ଥାନରେ ଦୁଇ ଗଦା କରି ପ୍ରାତଃକାଳ ପର୍ଯ୍ୟନ୍ତ ସେସବୁ ରଖ।”
9 A ujutru izašav stade i reèe svemu narodu: vi nijeste krivi; eto, ja se podigoh na gospodara svojega i ubih ga; ali ko pobi sve ove?
ଏଥିଉତ୍ତାରେ ପ୍ରାତଃକାଳରେ ଯେହୂ ବାହାରକୁ ଯାଇ ଠିଆ ହୋଇ ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭେମାନେ ଧାର୍ମିକ ଲୋକ; ଦେଖ, ମୁଁ ଆପଣା ପ୍ରଭୁ ବିରୁଦ୍ଧରେ ଚକ୍ରାନ୍ତ କରି ତାହାକୁ ବଧ କଲି; ମାତ୍ର ଏସମସ୍ତଙ୍କୁ କିଏ ବଧ କଲା?
10 Vidite sada da nije izostala nijedna rijeè Gospodnja koju reèe Gospod za dom Ahavov, nego je Gospod uèinio što je govorio preko sluge svojega Ilije.
ଏବେ ଜାଣ ଯେ, ସଦାପ୍ରଭୁ ଆହାବ-ବଂଶ ବିଷୟରେ ଯାହା କହିଅଛନ୍ତି, ସଦାପ୍ରଭୁଙ୍କ ସେହି ବାକ୍ୟରୁ କିଛି ହିଁ ତଳେ ପଡ଼ିବ ନାହିଁ; କାରଣ ସଦାପ୍ରଭୁ ଆପଣା ଦାସ ଏଲୀୟଙ୍କ ଦ୍ୱାରା ଯାହା କହିଥିଲେ, ତାହା ସଫଳ କରିଅଛନ୍ତି।”
11 Potom pobi Juj sve koji bijahu ostali od doma Ahavova u Jezraelu i sve vlastelje njegove i prijatelje njegove i sveštenike njegove, da ne osta nijedan.
ତହୁଁ ଯେହୂ ଆହାବଙ୍କର କାହାକୁ ଅବଶିଷ୍ଟ ନ ରଖିବା ପର୍ଯ୍ୟନ୍ତ ଯିଷ୍ରିୟେଲରେ ତାଙ୍କ ବଂଶର ଅବଶିଷ୍ଟ ସମସ୍ତଙ୍କୁ, ଓ ତାଙ୍କ ପ୍ରଧାନ ଲୋକ ସମସ୍ତଙ୍କୁ, ତାଙ୍କ ଆତ୍ମୀୟ ବନ୍ଧୁମାନଙ୍କୁ, ଓ ତାଙ୍କର ଯାଜକମାନଙ୍କୁ ବଧ କଲେ।
12 Potom se podiže i poðe da ide u Samariju; i kad bijaše kod kolibe pastirske na putu,
ଏଥିଉତ୍ତାରେ ଯେହୂ ଉଠି ପ୍ରସ୍ଥାନ କରି ଶମରୀୟାକୁ ଗଲେ। ପୁଣି ସେ ପଥ ମଧ୍ୟରେ ମେଷପାଳକମାନଙ୍କ ମେଷଲୋମ-ଚ୍ଛେଦନ ଗୃହ ନିକଟରେ ଉପସ୍ଥିତ ହୁଅନ୍ତେ,
13 Naðe Juj braæu Ohozije cara Judina, i reèe: ko ste? Oni rekoše: mi smo braæa Ohozijina i idemo da pozdravimo sinove careve i sinove carièine.
ଯେହୂ ଯିହୁଦାର ରାଜା ଅହସୀୟଙ୍କର ଭ୍ରାତୃଗଣକୁ ଭେଟି ପଚାରିଲେ, “ତୁମ୍ଭେମାନେ କିଏ?” ସେମାନେ ଉତ୍ତର କଲେ, “ଆମ୍ଭେମାନେ ଅହସୀୟଙ୍କର ଭାଇ; ଆଉ ଆମ୍ଭେମାନେ ରାଜାଙ୍କ ସନ୍ତାନମାନଙ୍କର ଓ ରାଣୀଙ୍କ ସନ୍ତାନମାନଙ୍କର ମଙ୍ଗଳବାଦ କରିବାକୁ ଯାଉଅଛୁ।”
14 Tada reèe: pohvatajte ih žive. I pohvataše ih žive i poklaše ih na studencu kod kolibe pastirske, njih èetrdeset, i ne ostavi nijednoga od njih.
ଏଥିରେ ଯେହୂ କହିଲେ, “ଏମାନଙ୍କୁ ଜିଅନ୍ତା ଧର।” ତହୁଁ ଲୋକମାନେ ସେମାନଙ୍କୁ ଜୀଅନ୍ତା ଧରି ମେଷଲୋମ ଚ୍ଛେଦନଗୃହର ଗର୍ତ୍ତ ନିକଟରେ ସେହି ବୟାଳିଶ ଜଣଙ୍କୁ ବଧ କଲେ, ସେ ସେମାନଙ୍କର କାହାକୁ ଅବଶିଷ୍ଟ ରଖିଲେ ନାହିଁ।
15 Potom otišav odande naðe Jonadava sina Rihavova, koji ga srete. A on ga pozdravi i reèe mu: je li srce tvoje pravo kao što je moje srce prema tvome? A Jonadav odgovori: jest. Ako jest, odgovori Juj, daj mi ruku. I dade mu ruku; a on ga uze k sebi u kola.
ଏଥିଉତ୍ତାରେ ଯେହୂ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍‍କୁ ଭେଟିଲେ। ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, “ଯେପରି ତୁମ୍ଭ ପ୍ରତି ମୋʼ ମନ ସରଳ, ସେପରି ତୁମ୍ଭ ମନ କି ମୋʼ ପ୍ରତି ଅଛି?” ଏଥିରେ ଯିହୋନାଦବ୍‍ ଉତ୍ତର କଲା, “ହଁ, ଅଛି।” “ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ।” ତହୁଁ ଯିହୋନାଦବ୍‍ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା ନିକଟକୁ ରଥ ଉପରକୁ ନେଲେ।
16 I reèe: hajde sa mnom, i vidi moju revnost za Gospoda. I odvezoše ga na njegovijem kolima.
ପୁଣି ଯେହୂ କହିଲେ, “ମୋʼ ସଙ୍ଗେ ଆସ, ସଦାପ୍ରଭୁଙ୍କ ନିମନ୍ତେ ମୋହର ଉଦ୍‍ଯୋଗ ଦେଖ।” ଏହିରୂପେ ସେମାନେ ତାହାକୁ ତାଙ୍କ ରଥରେ ଚଢ଼ାଇଲେ।
17 I kad doðe u Samariju, pobi sve što bješe ostalo od doma Ahavova u Samariji dokle ga ne istrijebi po rijeèi koju Gospod reèe Iliji.
ଏଥିଉତ୍ତାରେ ଯେହୂ ଶମରୀୟାରେ ଉପସ୍ଥିତ ହୁଅନ୍ତେ, ସଦାପ୍ରଭୁ ଏଲୀୟଙ୍କୁ ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯେହୂ ଆହାବଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଶମରୀୟାସ୍ଥ ତାଙ୍କର ଅବଶିଷ୍ଟ ସମସ୍ତଙ୍କୁ ବଧ କଲେ।
18 Potom sabra Juj sav narod i reèe mu: Ahav je malo služio Valu, Juj æe mu služiti više.
ପୁଣି ଯେହୂ ସମଗ୍ର ଲୋକଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଆହାବ ବାଲ୍‍ର ଅଳ୍ପ ସେବା କଲା, ମାତ୍ର ଯେହୂ ତାହାର ବହୁତ ସେବା କରିବ।
19 Zato dozovite mi sve proroke Valove, sve sluge njegove i sve sveštenike njegove, nijedan da ne izostane, jer veliku žrtvu hoæu da prinesem Valu; ko ne doðe, poginuæe. A Juj èinjaše tako iz prijevare hoteæi pobiti sluge Valove.
ଏହେତୁ ଏବେ ବାଲ୍‍ର ସମସ୍ତ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ତାହାର ପୂଜକ ସମସ୍ତଙ୍କୁ ଓ ତାହାର ଯାଜକ ସମସ୍ତଙ୍କୁ ମୋʼ ନିକଟକୁ ଡାକ; କେହି ଅନୁପସ୍ଥିତ ନ ରହନ୍ତୁ; କାରଣ ବାଲ୍‍ ଉଦ୍ଦେଶ୍ୟରେ ମୋହର ଏକ ବଡ଼ ଯଜ୍ଞ କରିବାର ଅଛି; ଯେକେହି ଅନୁପସ୍ଥିତ ହେବ, ସେ ବଞ୍ଚିବ ନାହିଁ।” ମାତ୍ର ଯେହୂ ବାଲ୍‍ର ପୂଜକମାନଙ୍କୁ ବିନାଶ କରିବା ଅଭିପ୍ରାୟରେ ଏହା ଛଳ ଭାବରେ କଲେ।
20 I reèe Juj: svetkujte svetkovinu Valu. I oglasiše je.
ଆଉ ଯେହୂ କହିଲେ, “ବାଲ୍‍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ନିରୂପଣ କର।” ତହୁଁ ସେମାନେ ତାହା ଘୋଷଣା କଲେ।
21 I posla Juj po svemu Izrailju, te doðoše sve sluge Valove, i ne izosta nijedan da ne doðe; i uðoše u kuæu Valovu, i napuni se kuæa Valova od kraja do kraja.
ପୁଣି ଯେହୂ ସମଗ୍ର ଇସ୍ରାଏଲ ମଧ୍ୟକୁ ଲୋକ ପଠାଇଲେ; ତହିଁରେ ବାଲ୍‍ର ପୂଜକ ସମସ୍ତେ ଆସିଲେ, ଯେ ନ ଆସିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ। ଆଉ ଲୋକମାନେ ବାଲ୍‍ର ମନ୍ଦିରକୁ ଆସନ୍ତେ, ବାଲ୍‍ର ମନ୍ଦିରର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ପୂର୍ଣ୍ଣ ହେଲା।
22 Tada reèe onomu koji bijaše nad riznicom: iznesi haljine svijem slugama Valovijem. I iznese im haljine.
ତେବେ ସେ ବସ୍ତ୍ରାଗାରର ଅଧ୍ୟକ୍ଷଙ୍କୁ କହିଲେ, “ବାଲ୍‍ର ସମସ୍ତ ପୂଜକଙ୍କ ନିମନ୍ତେ ବସ୍ତ୍ର ବାହାର କରି ଆଣ।” ଏଥିରେ ସେ ବସ୍ତ୍ର ବାହାର କରି ଆଣିଲା।
23 Zatijem uðe Juj s Jonadavom sinom Rihavovijem u kuæu Valovu, i reèe slugama Valovijem: promotrite i vidite da nije tu s vama koji sluga Gospodnji, nego same sluge Valove.
ତହିଁରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ୍‍ ବାଲ୍‍ ମନ୍ଦିରକୁ ଗଲେ; ଆଉ ସେ ବାଲ୍‍ର ପୂଜକମାନଙ୍କୁ କହିଲେ, “ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ବାଲ୍‍ର ପୂଜକମାନଙ୍କ ବ୍ୟତୀତ ସଦାପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କେହି ଯେପରି ନ ଥାଏ, ଏଥିପାଇଁ ଖୋଜି ଦେଖ।”
24 I tako uðoše da prinesu prinose i žrtve paljenice, a Juj namjesti napolju osamdeset ljudi, i reèe: ako uteèe koji od ovijeh ljudi koje vam dajem u ruke, duša æe vaša biti za dušu njegovu.
ଏଥିଉତ୍ତାରେ ସେମାନେ ବଳିଦାନ ଓ ହୋମ କରିବାକୁ ଭିତରକୁ ଗଲେ। ଯେହୂ ଆପଣାର ଅଶୀ ଜଣକୁ ବାହାରେ ନିଯୁକ୍ତ କରି କହିଥିଲେ, “ମୁଁ ଯେଉଁ ଲୋକମାନଙ୍କୁ ତୁମ୍ଭମାନଙ୍କର ହସ୍ତଗତ କରାଇବି, ସେମାନଙ୍କ ମଧ୍ୟରୁ କେହି ଯେବେ ପଳାଏ, ତେବେ ଯେ ତାହାକୁ ଛାଡ଼ିଦିଏ, ତାହାର ପ୍ରାଣ ସେ ଲୋକର ପ୍ରାଣର ବଦଳ ହେବ।”
25 A kad se svrši žrtva paljenica, zapovjedi Juj vojnicima i vojvodama: uðite, pobijte ih, da ne izaðe nijedan. I tako ih pobiše oštrijem maèem i pobacaše ih vojnici i vojvode; potom otidoše u svaki grad gdje bješe kuæa Valova.
ଏଥିଉତ୍ତାରେ ଯେହୂ ହୋମବଳି ଉତ୍ସର୍ଗ ଶେଷ କରିବା କ୍ଷଣେ, ସେ ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ, ସେମାନଙ୍କୁ ବଧ କର; କାହାକୁ ବାହାରକୁ ଆସିବାକୁ ଦିଅ ନାହିଁ।” ତହୁଁ ସେମାନେ ଖଡ୍ଗଧାରରେ ସେମାନଙ୍କୁ ବଧ କଲେ; ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କୁ ବାହାରେ ପକାଇଦେଇ ବାଲ୍‍ ମନ୍ଦିରର ଗୃହକୁ ଗଲେ।
26 I izbaciše likove iz kuæe Valove, i spališe ih.
ପୁଣି ସେମାନେ ବାଲ୍‍ ମନ୍ଦିରରୁ ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ।
27 I izlomiše lik Valov i raskopaše kuæu Valovu, i od nje naèiniše prohode do današnjega dana.
ଆଉ ବାଲ୍‍ର ସ୍ତମ୍ଭ ଭାଙ୍ଗି ପକାଇଲେ ଓ ବାଲ୍‍ର ମନ୍ଦିର ଭାଙ୍ଗି ପକାଇ ତାକୁ ମଳଗୃହ କଲେ, ତାହା ଆଜି ପର୍ଯ୍ୟନ୍ତ ଅଛି।
28 Tako Juj istrijebi Vala iz Izrailja.
ଏହି ପ୍ରକାରେ ଯେହୂ ଇସ୍ରାଏଲ ମଧ୍ୟରୁ ବାଲ୍‍କୁ ଉଚ୍ଛିନ୍ନ କଲେ।
29 Ali ne otstupi Juj od grijehova Jerovoama sina Navatova, kojima navede na grijeh Izrailja, od zlatnijeh telaca, koji bijahu u Vetilju i u Danu.
ତଥାପି ବେଥେଲ୍‍ ଓ ଦାନ୍‍ରେ ଥିବା ଯେଉଁ ସୁବର୍ଣ୍ଣ ଗୋବତ୍ସ ଦ୍ୱାରା ନବାଟର ପୁତ୍ର ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ଯେହୂ ତାଙ୍କର ସେହି ପାପାନୁଗମନ ତ୍ୟାଗ କଲେ ନାହିଁ।
30 A Gospod reèe Juju: što si dobro svršio što je pravo preda mnom, i što si uèinio domu Ahavovu sve što mi je bilo u srcu, zato æe sinovi tvoji sjedjeti na prijestolu Izrailjevu do èetvrtoga koljena.
ଏଥିଉତ୍ତାରେ ସଦାପ୍ରଭୁ ଯେହୂଙ୍କୁ କହିଲେ, “ଆମ୍ଭ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ସାଧନ କରି ତୁମ୍ଭେ ଭଲ କରିଅଛ ଓ ଆମ୍ଭ ମନରେ ଯାହା ଯାହା ଥିଲା, ତଦନୁସାରେ ତୁମ୍ଭେ ଆହାବ-ବଂଶ ପ୍ରତି କରିଅଛ, ଏହେତୁ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ।”
31 Ali Juj ne pažaše da hodi po zakonu Gospoda Boga Izrailjeva svijem srcem svojim, ne otstupi od grijehova Jerovoamovijeh, kojima navede na grijeh Izrailja.
ତଥାପି ଯେହୂ ଆପଣାର ସର୍ବାନ୍ତଃକରଣ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବାକୁ କିଛି ମନୋଯୋଗ କଲେ ନାହିଁ; ଯାରବୀୟାମ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ, ତାଙ୍କର ସେହି ପାପ ସେ ପରିତ୍ୟାଗ କଲେ ନାହିଁ।
32 U to vrijeme poèe Gospod krnjiti Izrailja, jer ih pobi Azailo po svijem meðama Izrailjevim.
ସେସମୟରେ ସଦାପ୍ରଭୁ ଇସ୍ରାଏଲକୁ ଊଣା କରିବାକୁ ଲାଗିଲେ; ପୁଣି ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ସେମାନଙ୍କୁ ଆଘାତ କଲା;
33 Od Jordana k istoku sunèanom, svu zemlju Galadsku, Gadovu i Ruvimovu i Manasijinu, od Aroira na potoku Arnonu, i Galad i Vasan.
ଯର୍ଦ୍ଦନଠାରୁ ପୂର୍ବ ଦିଗରେ ସମସ୍ତ ଗିଲୀୟଦ ଦେଶ, ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍‍ ଓ ରୁବେନ୍‍ ଓ ମନଃଶି-ବଂଶୀୟ ଲୋକମାନଙ୍କ ଦେଶ, ଅର୍ଥାତ୍‍, ଗିଲୀୟଦ ଓ ବାଶନକୁ ଆଘାତ କଲା।
34 A ostala djela Jujeva i sve što je èinio, i sva junaštva njegova, nijesu li zapisana u dnevniku careva Izrailjevijeh?
ଯେହୂଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ସମସ୍ତ ପରାକ୍ରମ କʼଣ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
35 I poèinu Juj kod otaca svojih, i pogreboše ga u Samariji; a na njegovo se mjesto zacari Joahaz sin njegov.
ପୁଣି ଯେହୂଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ। ତହିଁ ଉତ୍ତାରେ ତାଙ୍କର ପୁତ୍ର ଯିହୋୟାହସ୍‍ ତାଙ୍କ ପଦରେ ରାଜ୍ୟ କଲେ।
36 A carova Juj nad Izrailjem u Samariji dvadeset i osam godina.
ଶମରୀୟାରେ ଇସ୍ରାଏଲ ଉପରେ ଯେହୂଙ୍କର ରାଜ୍ୟ କରିବାର ସମୟ ଅଠାଇଶ ବର୍ଷ ଥିଲା।

< 2 Kraljevima 10 >