< ప్రకాశితం 7 >

1 అనన్తరం చత్వారో దివ్యదూతా మయా దృష్టాః, తే పృథివ్యాశ్చతుర్షు కోణేషు తిష్ఠనతః పృథివ్యాం సముద్రే వృక్షేషు చ వాయు ర్యథా న వహేత్ తథా పృథివ్యాశ్చతురో వాయూన్ ధారయన్తి|
ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।
2 అనన్తరం సూర్య్యోదయస్థానాద్ ఉద్యన్ అపర ఏకో దూతో మయా దృష్టః సోఽమరేశ్వరస్య ముద్రాం ధారయతి, యేషు చర్తుషు దూతేషు పృథివీసముద్రయో ర్హింసనస్య భారో దత్తస్తాన్ స ఉచ్చైరిదం అవదత్|
ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ବରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ,
3 ఈశ్వరస్య దాసా యావద్ అస్మాభి ర్భాలేషు ముద్రయాఙ్కితా న భవిష్యన్తి తావత్ పృథివీ సముద్రో తరవశ్చ యుష్మాభి ర్న హింస్యన్తాం|
ଆମ୍ଭେମାନେ ଆପଣାମାନଙ୍କ ଈଶ୍ବରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ।
4 తతః పరం ముద్రాఙ్కితలోకానాం సంఖ్యా మయాశ్రావి| ఇస్రాయేలః సర్వ్వవంశాయాశ్చతుశ్చత్వారింశత్సహస్రాధికలక్షలోకా ముద్రయాఙ్కితా అభవన్,
ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,
5 అర్థతో యిహూదావంశే ద్వాదశసహస్రాణి రూబేణవంశే ద్వాదశసహస్రాణి గాదవంశే ద్వాదశసహస్రాణి,
ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର,
6 ఆశేరవంశే ద్వాదశసహస్రాణి నప్తాలివంశే ద్వాదశసహస్రాణి మినశివంశే ద్వాదశసహస్రాణి,
ଆଶେର ବଂଶରୁ ବାର ହଜାର, ନପ୍ତାଲି ବଂଶରୁ ବାର ହଜାର, ମନଃଶି ବଂଶରୁ ବାର ହଜାର,
7 శిమియోనవంశే ద్వాదశసహస్రాణి లేవివంశే ద్వాదశసహస్రాణి ఇషాఖరవంశే ద్వాదశసహస్రాణి,
ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର,
8 సిబూలూనవంశే ద్వాదశసహస్రాణి యూషఫవంశే ద్వాదశసహస్రాణి బిన్యామీనవంశే చ ద్వాదశసహస్రాణి లోకా ముద్రాఙ్కితాః|
ସବୂଲୂନ ବଂଶରୁ ବାର ହଜାର, ଯୋଷେଫ ବଂଶରୁ ବାର ହଜାର, ବିନ୍ୟାମୀନ୍ ବଂଶରୁ ବାର ହଜାର।
9 తతః పరం సర్వ్వజాతీయానాం సర్వ్వవంశీయానాం సర్వ్వదేశీయానాం సర్వ్వభాషావాదినాఞ్చ మహాలోకారణ్యం మయా దృష్టం, తాన్ గణయితుం కేనాపి న శక్యం, తే చ శుభ్రపరిచ్ఛదపరిహితాః సన్తః కరైశ్చ తాలవృన్తాని వహన్తః సింహాసనస్య మేషశావకస్య చాన్తికే తిష్ఠన్తి,
ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ଡାଳଗୁଡ଼ିକ ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;
10 ఉచ్చైఃస్వరైరిదం కథయన్తి చ, సింహాసనోపవిష్టస్య పరమేశస్య నః స్తవః| స్తవశ్చ మేషవత్సస్య సమ్భూయాత్ త్రాణకారణాత్|
ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, “ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ବରଙ୍କର, ଓ ମେଷଶାବକଙ୍କର କାର୍ଯ୍ୟ।”
11 తతః సర్వ్వే దూతాః సింహాసనస్య ప్రాచీనవర్గస్య ప్రాణిచతుష్టయస్య చ పరితస్తిష్ఠన్తః సింహాసనస్యాన్తికే న్యూబ్జీభూయేశ్వరం ప్రణమ్య వదన్తి,
ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ବରଙ୍କୁ ପ୍ରଣାମ କରି କହୁଅଛନ୍ତି,
12 తథాస్తు ధన్యవాదశ్చ తేజో జ్ఞానం ప్రశంసనం| శౌర్య్యం పరాక్రమశ్చాపి శక్తిశ్చ సర్వ్వమేవ తత్| వర్త్తతామీశ్వరేఽస్మాకం నిత్యం నిత్యం తథాస్త్వితి| (aiōn g165)
“ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ବରଙ୍କର, ଆମେନ୍‍।” (aiōn g165)
13 తతః పరం తేషాం ప్రాచీనానామ్ ఏకో జనో మాం సమ్భాష్య జగాద శుభ్రపరిచ్ఛదపరిహితా ఇమే కే? కుతో వాగతాః?
ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?
14 తతో మయోక్తం హే మహేచ్ఛ భవానేవ తత్ జానాతి| తేన కథితం, ఇమే మహాక్లేశమధ్యాద్ ఆగత్య మేషశావకస్య రుధిరేణ స్వీయపరిచ్ఛదాన్ ప్రక్షాలితవన్తః శుక్లీకృతవన్తశ్చ|
ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ବଳୀକୃତ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି।
15 తత్కారణాత్ త ఈశ్వరస్య సింహాసనస్యాన్తికే తిష్ఠన్తో దివారాత్రం తస్య మన్దిరే తం సేవన్తే సింహాసనోపవిష్టో జనశ్చ తాన్ అధిస్థాస్యతి|
ସେଥିପାଇଁ, “ସେମାନେ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ଥାଇ, ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି,” “ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ୱରୂପ ହେବେ।
16 తేషాం క్షుధా పిపాసా వా పున ర్న భవిష్యతి రౌద్రం కోప్యుత్తాపో వా తేషు న నిపతిష్యతి,
ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ,” “ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,
17 యతః సింహాసనాధిష్ఠానకారీ మేషశావకస్తాన్ చారయిష్యతి, అమృతతోయానాం ప్రస్రవణానాం సన్నిధిం తాన్ గమయిష్యతి చ, ఈశ్వరోఽపి తేషాం నయనభ్యః సర్వ్వమశ్రు ప్రమార్క్ష్యతి|
କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପ୍ରତିପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟରେ ସେମାନଙ୍କୁ କଢ଼ାଇ ନେବେ,” “ପୁଣି, ଈଶ୍ବର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।”

< ప్రకాశితం 7 >