< ରୋମିଣଃ 15 >
1 ବଲୱଦ୍ଭିରସ୍ମାଭି ର୍ଦୁର୍ବ୍ବଲାନାଂ ଦୌର୍ବ୍ବଲ୍ୟଂ ସୋଢୱ୍ୟଂ ନ ଚ ସ୍ୱେଷାମ୍ ଇଷ୍ଟାଚାର ଆଚରିତୱ୍ୟଃ|
ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ୍ ନୁହେଁ।
2 ଅସ୍ମାକମ୍ ଏକୈକୋ ଜନଃ ସ୍ୱସମୀପୱାସିନୋ ହିତାର୍ଥଂ ନିଷ୍ଠାର୍ଥଞ୍ଚ ତସ୍ୟୈୱେଷ୍ଟାଚାରମ୍ ଆଚରତୁ|
ଆସ ଆମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀର ନିଷ୍ଠା ନିମନ୍ତେ ମଙ୍ଗଳ ସାଧନ କରି ତାହାର ସୁଖ ଚେଷ୍ଟା କରୁ।
3 ଯତଃ ଖ୍ରୀଷ୍ଟୋଽପି ନିଜେଷ୍ଟାଚାରଂ ନାଚରିତୱାନ୍, ଯଥା ଲିଖିତମ୍ ଆସ୍ତେ, ତ୍ୱନ୍ନିନ୍ଦକଗଣସ୍ୟୈୱ ନିନ୍ଦାଭି ର୍ନିନ୍ଦିତୋଽସ୍ମ୍ୟହଂ|
କାରଣ ଖ୍ରୀଷ୍ଟ ମଧ୍ୟ ଆପଣାର ସୁଖ ଚେଷ୍ଟା କରି ନ ଥିଲେ; କିନ୍ତୁ ଯେପରି ଲେଖାଅଛି, ତୁମ୍ଭ ନିନ୍ଦକମାନଙ୍କର ନିନ୍ଦା ମୋʼ ଉପରେ ପଡ଼ିଲା।
4 ଅପରଞ୍ଚ ୱଯଂ ଯତ୍ ସହିଷ୍ଣୁତାସାନ୍ତ୍ୱନଯୋ ର୍ଜନକେନ ଶାସ୍ତ୍ରେଣ ପ୍ରତ୍ୟାଶାଂ ଲଭେମହି ତନ୍ନିମିତ୍ତଂ ପୂର୍ୱ୍ୱକାଲେ ଲିଖିତାନି ସର୍ୱ୍ୱୱଚନାନ୍ୟସ୍ମାକମ୍ ଉପଦେଶାର୍ଥମେୱ ଲିଲିଖିରେ|
ପୁଣି, ଆମ୍ଭେମାନେ ଯେପରି ଶାସ୍ତ୍ର ଅନୁସାରେ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥିନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି।
5 ସହିଷ୍ଣୁତାସାନ୍ତ୍ୱନଯୋରାକରୋ ଯ ଈଶ୍ୱରଃ ସ ଏୱଂ କରୋତୁ ଯତ୍ ପ୍ରଭୁ ର୍ୟୀଶୁଖ୍ରୀଷ୍ଟ ଇୱ ଯୁଷ୍ମାକମ୍ ଏକଜନୋଽନ୍ୟଜନେନ ସାର୍ଦ୍ଧଂ ମନସ ଐକ୍ୟମ୍ ଆଚରେତ୍;
ଧୈର୍ଯ୍ୟ ଓ ସାନ୍ତ୍ୱନାଦାତା ଈଶ୍ବର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହେବାକୁ ଦିଅନ୍ତୁ,
6 ଯୂଯଞ୍ଚ ସର୍ୱ୍ୱ ଏକଚିତ୍ତା ଭୂତ୍ୱା ମୁଖୈକେନେୱାସ୍ମତ୍ପ୍ରଭୁଯୀଶୁଖ୍ରୀଷ୍ଟସ୍ୟ ପିତୁରୀଶ୍ୱରସ୍ୟ ଗୁଣାନ୍ କୀର୍ତ୍ତଯେତ|
ଯେପରି ଏକଚିତ୍ତରେ ଏକ ମୁଖରେ ତୁମ୍ଭେମାନେ ଈଶ୍ବରଙ୍କ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତାଙ୍କର ଗୌରବ କର।
7 ଅପରମ୍ ଈଶ୍ୱରସ୍ୟ ମହିମ୍ନଃ ପ୍ରକାଶାର୍ଥଂ ଖ୍ରୀଷ୍ଟୋ ଯଥା ଯୁଷ୍ମାନ୍ ପ୍ରତ୍ୟଗୃହ୍ଲାତ୍ ତଥା ଯୁଷ୍ମାକମପ୍ୟେକୋ ଜନୋଽନ୍ୟଜନଂ ପ୍ରତିଗୃହ୍ଲାତୁ|
ଅତଏବ ଈଶ୍ବରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର।
8 ଯଥା ଲିଖିତମ୍ ଆସ୍ତେ, ଅତୋଽହଂ ସମ୍ମୁଖେ ତିଷ୍ଠନ୍ ଭିନ୍ନଦେଶନିୱାସିନାଂ| ସ୍ତୁୱଂସ୍ତ୍ୱାଂ ପରିଗାସ୍ୟାମି ତୱ ନାମ୍ନି ପରେଶ୍ୱର||
କାରଣ ମୁଁ କହେ, ଖ୍ରୀଷ୍ଟ, ଈଶ୍ବରଙ୍କ ସତ୍ୟ ନିମନ୍ତେ ସୁନ୍ନତିପ୍ରାପ୍ତ ଲୋକମାନଙ୍କର ସେବକ କରାଯାଇଅଛନ୍ତି, ଯେପରି ସେ ପିତୃପୁରୁଷମାନଙ୍କୁ ପ୍ରଦତ୍ତ ପ୍ରତିଜ୍ଞାସକଳ ସ୍ଥିର କରନ୍ତି,
9 ତସ୍ୟ ଦଯାଲୁତ୍ୱାଚ୍ଚ ଭିନ୍ନଜାତୀଯା ଯଦ୍ ଈଶ୍ୱରସ୍ୟ ଗୁଣାନ୍ କୀର୍ତ୍ତଯେଯୁସ୍ତଦର୍ଥଂ ଯୀଶୁଃ ଖ୍ରୀଷ୍ଟସ୍ତ୍ୱକ୍ଛେଦନିଯମସ୍ୟ ନିଘ୍ନୋଽଭୱଦ୍ ଇତ୍ୟହଂ ୱଦାମି| ଯଥା ଲିଖିତମ୍ ଆସ୍ତେ, ଅତୋଽହଂ ସମ୍ମୁଖେ ତିଷ୍ଠନ୍ ଭିନ୍ନଦେଶନିୱାସିନାଂ| ସ୍ତୁୱଂସ୍ତ୍ୱାଂ ପରିଗାସ୍ୟାମି ତୱ ନାମ୍ନି ପରେଶ୍ୱର||
ପୁଣି, ଯେପରି ଅଣଯିହୁଦୀମାନେ ଈଶ୍ବରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖାଅଛି, “ଏଥିପାଇଁ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି, ଆଉ ତୁମ୍ଭ ନାମର କୀର୍ତ୍ତନ କରିବି।”
10 ଅପରମପି ଲିଖିତମ୍ ଆସ୍ତେ, ହେ ଅନ୍ୟଜାତଯୋ ଯୂଯଂ ସମଂ ନନ୍ଦତ ତଜ୍ଜନୈଃ|
ପୁନଶ୍ଚ ସେ କହନ୍ତି, “ହେ ଅଣଯିହୁଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର।”
11 ପୁନଶ୍ଚ ଲିଖିତମ୍ ଆସ୍ତେ, ହେ ସର୍ୱ୍ୱଦେଶିନୋ ଯୂଯଂ ଧନ୍ୟଂ ବ୍ରୂତ ପରେଶ୍ୱରଂ| ହେ ତଦୀଯନରା ଯୂଯଂ କୁରୁଧ୍ୱଂ ତତ୍ପ୍ରଶଂସନଂ||
ପୁନଶ୍ଚ, “ହେ ଅଣଯିହୁଦୀ ସମସ୍ତେ ପ୍ରଭୁଙ୍କ ପ୍ରଶଂସା କର, ଆଉ, ଲୋକମାନେ ସମସ୍ତେ ତାହାଙ୍କର ପ୍ରଶଂସା କରନ୍ତୁ।”
12 ଅପର ଯୀଶାଯିଯୋଽପି ଲିଲେଖ, ଯୀଶଯସ୍ୟ ତୁ ଯତ୍ ମୂଲଂ ତତ୍ ପ୍ରକାଶିଷ୍ୟତେ ତଦା| ସର୍ୱ୍ୱଜାତୀଯନୃଣାଞ୍ଚ ଶାସକଃ ସମୁଦେଷ୍ୟତି| ତତ୍ରାନ୍ୟଦେଶିଲୋକୈଶ୍ଚ ପ୍ରତ୍ୟାଶା ପ୍ରକରିଷ୍ୟତେ||
ପୁନର୍ବାର ଯିଶାଇୟ କହନ୍ତି, “ଯିଶୀଙ୍କ ମୂଳ ରହିବ, ଆଉ ଯେ ଅଣଯିହୁଦୀଙ୍କ ଉପରେ ଶାସନ କରିବାକୁ ଉଠିବେ, ଅଣଯିହୁଦୀମାନେ ତାହାଙ୍କ ଉପରେ ଭରସା ରଖିବେ।”
13 ଅତଏୱ ଯୂଯଂ ପୱିତ୍ରସ୍ୟାତ୍ମନଃ ପ୍ରଭାୱାଦ୍ ଯତ୍ ସମ୍ପୂର୍ଣାଂ ପ୍ରତ୍ୟାଶାଂ ଲପ୍ସ୍ୟଧ୍ୱେ ତଦର୍ଥଂ ତତ୍ପ୍ରତ୍ୟାଶାଜନକ ଈଶ୍ୱରଃ ପ୍ରତ୍ୟଯେନ ଯୁଷ୍ମାନ୍ ଶାନ୍ତ୍ୟାନନ୍ଦାଭ୍ୟାଂ ସମ୍ପୂର୍ଣାନ୍ କରୋତୁ|
ସେହି ଭରସାର ଈଶ୍ବର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର।
14 ହେ ଭ୍ରାତରୋ ଯୂଯଂ ସଦ୍ଭାୱଯୁକ୍ତାଃ ସର୍ୱ୍ୱପ୍ରକାରେଣ ଜ୍ଞାନେନ ଚ ସମ୍ପୂର୍ଣାଃ ପରସ୍ପରୋପଦେଶେ ଚ ତତ୍ପରା ଇତ୍ୟହଂ ନିଶ୍ଚିତଂ ଜାନାମି,
ଆଉ ହେ ମୋହର ଭାଇମାନେ, ତୁମ୍ଭେମାନେ ଯେ ଆପେ ଆପେ ଉତ୍ତମତା ଓ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ; ପୁଣି, ପରସ୍ପରକୁ ଚେତନା ଦେବା ନିମନ୍ତେ ମଧ୍ୟ ସକ୍ଷମ, ଏହା ମୁଁ ନିଜେ ସୁଦ୍ଧା ତୁମ୍ଭମାନଙ୍କ ବିଷୟରେ ନିଶ୍ଚୟ ବୋଧ କରୁଅଛି।
15 ତଥାପ୍ୟହଂ ଯତ୍ ପ୍ରଗଲ୍ଭତରୋ ଭୱନ୍ ଯୁଷ୍ମାନ୍ ପ୍ରବୋଧଯାମି ତସ୍ୟୈକଂ କାରଣମିଦଂ|
ତଥାପି ମୋତେ ଈଶ୍ବରଙ୍କ କର୍ତ୍ତୃକ ଦିଆଯାଇଥିବା ଅନୁଗ୍ରହ ହେତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ସ୍ମରଣ କରାଇବା ନିମନ୍ତେ କେତେକ ପରିମାଣରେ ଅଧିକ ସାହସ ସହିତ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି।
16 ଭିନ୍ନଜାତୀଯାଃ ପୱିତ୍ରେଣାତ୍ମନା ପାୱିତନୈୱେଦ୍ୟରୂପା ଭୂତ୍ୱା ଯଦ୍ ଗ୍ରାହ୍ୟା ଭୱେଯୁସ୍ତନ୍ନିମିତ୍ତମହମ୍ ଈଶ୍ୱରସ୍ୟ ସୁସଂୱାଦଂ ପ୍ରଚାରଯିତୁଂ ଭିନ୍ନଜାତୀଯାନାଂ ମଧ୍ୟେ ଯୀଶୁଖ୍ରୀଷ୍ଟସ୍ୟ ସେୱକତ୍ୱଂ ଦାନଂ ଈଶ୍ୱରାତ୍ ଲବ୍ଧୱାନସ୍ମି|
କାରଣ ଅଣଯିହୁଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ବରଙ୍କ ସୁସମାଚାରର ଯାଜକତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି।
17 ଈଶ୍ୱରଂ ପ୍ରତି ଯୀଶୁଖ୍ରୀଷ୍ଟେନ ମମ ଶ୍ଲାଘାକରଣସ୍ୟ କାରଣମ୍ ଆସ୍ତେ|
ଏଣୁ ଈଶ୍ବରଙ୍କ ସେବା ବିଷୟରେ ମୋହର ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରିବାର ଅଛି।
18 ଭିନ୍ନଦେଶିନ ଆଜ୍ଞାଗ୍ରାହିଣଃ କର୍ତ୍ତୁଂ ଖ୍ରୀଷ୍ଟୋ ୱାକ୍ୟେନ କ୍ରିଯଯା ଚ, ଆଶ୍ଚର୍ୟ୍ୟଲକ୍ଷଣୈଶ୍ଚିତ୍ରକ୍ରିଯାଭିଃ ପୱିତ୍ରସ୍ୟାତ୍ମନଃ ପ୍ରଭାୱେନ ଚ ଯାନି କର୍ମ୍ମାଣି ମଯା ସାଧିତୱାନ୍,
କାରଣ ଅଣଯିହୁଦୀମାନଙ୍କୁ ଆଜ୍ଞାବହ କରିବା ନିମନ୍ତେ ଖ୍ରୀଷ୍ଟ ମୋʼ ଦ୍ୱାରା ବାକ୍ୟରେ ଓ କର୍ମରେ, ଅର୍ଥାତ୍ ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମରେ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଯାହା ଯାହା ସାଧନ କରି ନାହାନ୍ତି, ଏପରି କୌଣସି ବିଷୟ କହିବାକୁ ମୁଁ ସାହସ କରିବି ନାହିଁ।
19 କେୱଲଂ ତାନ୍ୟେୱ ୱିନାନ୍ୟସ୍ୟ କସ୍ୟଚିତ୍ କର୍ମ୍ମଣୋ ୱର୍ଣନାଂ କର୍ତ୍ତୁଂ ପ୍ରଗଲ୍ଭୋ ନ ଭୱାମି| ତସ୍ମାତ୍ ଆ ଯିରୂଶାଲମ ଇଲ୍ଲୂରିକଂ ଯାୱତ୍ ସର୍ୱ୍ୱତ୍ର ଖ୍ରୀଷ୍ଟସ୍ୟ ସୁସଂୱାଦଂ ପ୍ରାଚାରଯଂ|
ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ଦେଶ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି,
20 ଅନ୍ୟେନ ନିଚିତାଯାଂ ଭିତ୍ତାୱହଂ ଯନ୍ନ ନିଚିନୋମି ତନ୍ନିମିତ୍ତଂ ଯତ୍ର ଯତ୍ର ସ୍ଥାନେ ଖ୍ରୀଷ୍ଟସ୍ୟ ନାମ କଦାପି କେନାପି ନ ଜ୍ଞାପିତଂ ତତ୍ର ତତ୍ର ସୁସଂୱାଦଂ ପ୍ରଚାରଯିତୁମ୍ ଅହଂ ଯତେ|
ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଢ଼େ, ଏଥିନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି;
21 ଯାଦୃଶଂ ଲିଖିତମ୍ ଆସ୍ତେ, ଯୈ ର୍ୱାର୍ତ୍ତା ତସ୍ୟ ନ ପ୍ରାପ୍ତା ଦର୍ଶନଂ ତୈସ୍ତୁ ଲପ୍ସ୍ୟତେ| ଯୈଶ୍ଚ ନୈୱ ଶ୍ରୁତଂ କିଞ୍ଚିତ୍ ବୋଦ୍ଧୁଂ ଶକ୍ଷ୍ୟନ୍ତି ତେ ଜନାଃ||
ଯେପରି ଲେଖାଅଛି, “ଯେଉଁମାନେ ତାହାଙ୍କ ସମ୍ବାଦ ପାଇ ନାହାନ୍ତି, ସେମାନେ ଦେଖିବେ, ଆଉ ଯେଉଁମାନେ ଶୁଣି ନାହାନ୍ତି, ସେମାନେ ବୁଝିବେ।”
22 ତସ୍ମାଦ୍ ଯୁଷ୍ମତ୍ସମୀପଗମନାଦ୍ ଅହଂ ମୁହୁର୍ମୁହୁ ର୍ନିୱାରିତୋଽଭୱଂ|
ଏହି କାରଣରୁ ମଧ୍ୟ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଅନେକ ଥର ରୋକାଯାଇଅଛି;
23 କିନ୍ତ୍ୱିଦାନୀମ୍ ଅତ୍ର ପ୍ରଦେଶେଷୁ ମଯା ନ ଗତଂ ସ୍ଥାନଂ କିମପି ନାୱଶିଷ୍ୟତେ ଯୁଷ୍ମତ୍ସମୀପଂ ଗନ୍ତୁଂ ବହୁୱତ୍ସରାନାରଭ୍ୟ ମାମକୀନାକାଙ୍କ୍ଷା ଚ ୱିଦ୍ୟତ ଇତି ହେତୋଃ
କିନ୍ତୁ ଏବେ ଏହିସବୁ ଅଞ୍ଚଳରେ କାର୍ଯ୍ୟ କରିବାକୁ ଆଉ ସ୍ଥାନ ନ ଥିବାରୁ ପୁଣି, ଅନେକ ବର୍ଷ ହେଲା ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଆକାଂକ୍ଷା କରି ଆସୁଥିବାରୁ,
24 ସ୍ପାନିଯାଦେଶଗମନକାଲେଽହଂ ଯୁଷ୍ମନ୍ମଧ୍ୟେନ ଗଚ୍ଛନ୍ ଯୁଷ୍ମାନ୍ ଆଲୋକିଷ୍ୟେ, ତତଃ ପରଂ ଯୁଷ୍ମତ୍ସମ୍ଭାଷଣେନ ତୃପ୍ତିଂ ପରିଲଭ୍ୟ ତଦ୍ଦେଶଗମନାର୍ଥଂ ଯୁଷ୍ମାଭି ର୍ୱିସର୍ଜଯିଷ୍ୟେ, ଈଦୃଶୀ ମଦୀଯା ପ୍ରତ୍ୟାଶା ୱିଦ୍ୟତେ|
ମୁଁ ସ୍ପେନ ଦେଶକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେ ସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି।
25 କିନ୍ତୁ ସାମ୍ପ୍ରତଂ ପୱିତ୍ରଲୋକାନାଂ ସେୱନାଯ ଯିରୂଶାଲମ୍ନଗରଂ ୱ୍ରଜାମି|
କିନ୍ତୁ ଏବେ ସାଧୁମାନଙ୍କର ସେବା କରିବା ନିମନ୍ତେ ମୁଁ ଯିରୂଶାଲମ ସହରକୁ ଯାଉଅଛି।
26 ଯତୋ ଯିରୂଶାଲମସ୍ଥପୱିତ୍ରଲୋକାନାଂ ମଧ୍ୟେ ଯେ ଦରିଦ୍ରା ଅର୍ଥୱିଶ୍ରାଣନେନ ତାନୁପକର୍ତ୍ତୁଂ ମାକିଦନିଯାଦେଶୀଯା ଆଖାଯାଦେଶୀଯାଶ୍ଚ ଲୋକା ଐଚ୍ଛନ୍|
କାରଣ ଯିରୂଶାଲମସ୍ଥ ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର, ସେମାନଙ୍କ ନିମନ୍ତେ ମାକିଦନିଆ ଓ ଆଖାୟାର ମଣ୍ଡଳୀ-ସମୂହ ସହଭାଗିତାସୂଚକ କିଛି ଦାନ ସଂଗ୍ରହ କରିବାକୁ ଭଲ ମଣିଅଛନ୍ତି।
27 ଏଷା ତେଷାଂ ସଦିଚ୍ଛା ଯତସ୍ତେ ତେଷାମ୍ ଋଣିନଃ ସନ୍ତି ଯତୋ ହେତୋ ର୍ଭିନ୍ନଜାତୀଯା ଯେଷାଂ ପରମାର୍ଥସ୍ୟାଂଶିନୋ ଜାତା ଐହିକୱିଷଯେ ତେଷାମୁପକାରସ୍ତୈଃ କର୍ତ୍ତୱ୍ୟଃ|
ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୁଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ।
28 ଅତୋ ମଯା ତତ୍ କର୍ମ୍ମ ସାଧଯିତ୍ୱା ତସ୍ମିନ୍ ଫଲେ ତେଭ୍ୟଃ ସମର୍ପିତେ ଯୁଷ୍ମନ୍ମଧ୍ୟେନ ସ୍ପାନିଯାଦେଶୋ ଗମିଷ୍ୟତେ|
ଅତଏବ, ଏହି କର୍ମ ସମ୍ପନ୍ନ କଲା ଉତ୍ତାରେ ଓ ଏହି ସଂଗୃହୀତ ଧନରୂପ ଫଳ ସେମାନଙ୍କ ହସ୍ତରେ ସମର୍ପଣ କଲା ପରେ ତୁମ୍ଭମାନଙ୍କ ନିକଟ ଦେଇ ସ୍ପେନକୁ ଯିବି।
29 ଯୁଷ୍ମତ୍ସମୀପେ ମମାଗମନସମଯେ ଖ୍ରୀଷ୍ଟସ୍ୟ ସୁସଂୱାଦସ୍ୟ ପୂର୍ଣୱରେଣ ସମ୍ବଲିତଃ ସନ୍ ଅହମ୍ ଆଗମିଷ୍ୟାମି ଇତି ମଯା ଜ୍ଞାଯତେ|
ଆଉ ମୁଁ ଜାଣେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବି, ସେତେବେଳେ ଖ୍ରୀଷ୍ଟଙ୍କ ଆଶୀର୍ବାଦର ପୂର୍ଣ୍ଣତାରେ ଉପସ୍ଥିତ ହେବି।
30 ହେ ଭ୍ରାତୃଗଣ ପ୍ରଭୋ ର୍ୟୀଶୁଖ୍ରୀଷ୍ଟସ୍ୟ ନାମ୍ନା ପୱିତ୍ରସ୍ୟାତ୍ମାନଃ ପ୍ରେମ୍ନା ଚ ୱିନଯେଽହଂ
ହେ ଭାଇମାନେ, ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଓ ଆତ୍ମାଙ୍କ ପ୍ରେମ ହେତୁ ମୋʼ ନିମନ୍ତେ ଈଶ୍ବରଙ୍କ ନିକଟରେ ମୋʼ ସହିତ ଯତ୍ନ ସହକାରେ ପ୍ରାର୍ଥନା କରିବା ପାଇଁ ତୁମ୍ଭମାନଙ୍କୁ ବିନତି କରୁଅଛି,
31 ଯିହୂଦାଦେଶସ୍ଥାନାମ୍ ଅୱିଶ୍ୱାସିଲୋକାନାଂ କରେଭ୍ୟୋ ଯଦହଂ ରକ୍ଷାଂ ଲଭେଯ ମଦୀଯୈତେନ ସେୱନକର୍ମ୍ମଣା ଚ ଯଦ୍ ଯିରୂଶାଲମସ୍ଥାଃ ପୱିତ୍ରଲୋକାସ୍ତୁଷ୍ୟେଯୁଃ,
ଯେପରି ମୁଁ ଯିହୂଦିୟା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ,
32 ତଦର୍ଥଂ ଯୂଯଂ ମତ୍କୃତ ଈଶ୍ୱରାଯ ପ୍ରାର୍ଥଯମାଣା ଯତଧ୍ୱଂ ତେନାହମ୍ ଈଶ୍ୱରେଚ୍ଛଯା ସାନନ୍ଦଂ ଯୁଷ୍ମତ୍ସମୀପଂ ଗତ୍ୱା ଯୁଷ୍ମାଭିଃ ସହିତଃ ପ୍ରାଣାନ୍ ଆପ୍ୟାଯିତୁଂ ପାରଯିଷ୍ୟାମି|
ପୁଣି, ଈଶ୍ବରଙ୍କ ଇଚ୍ଛାରେ ମୁଁ ଯେପରି ଆନନ୍ଦରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ତୁମ୍ଭମାନଙ୍କ ସହିତ ଆରାମ ପ୍ରାପ୍ତ ହୁଏ।
33 ଶାନ୍ତିଦାଯକ ଈଶ୍ୱରୋ ଯୁଷ୍ମାକଂ ସର୍ୱ୍ୱେଷାଂ ସଙ୍ଗୀ ଭୂଯାତ୍| ଇତି|
ଶାନ୍ତିଦାତା ଈଶ୍ବର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ, ଆମେନ୍।