< ମଥିଃ 5 >
1 ଅନନ୍ତରଂ ସ ଜନନିୱହଂ ନିରୀକ୍ଷ୍ୟ ଭୂଧରୋପରି ୱ୍ରଜିତ୍ୱା ସମୁପୱିୱେଶ|
ଲୋକମାନଙ୍କୁ ଦେଖି ଯୀଶୁ ପାହାଡ ଉପରକୁ ଚଢ଼ିଲେ, ପୁଣି, ବସିବା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ।
2 ତଦାନୀଂ ଶିଷ୍ୟେଷୁ ତସ୍ୟ ସମୀପମାଗତେଷୁ ତେନ ତେଭ୍ୟ ଏଷା କଥା କଥ୍ୟାଞ୍ଚକ୍ରେ|
ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ,
3 ଅଭିମାନହୀନା ଜନା ଧନ୍ୟାଃ, ଯତସ୍ତେ ସ୍ୱର୍ଗୀଯରାଜ୍ୟମ୍ ଅଧିକରିଷ୍ୟନ୍ତି|
“ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।
4 ଖିଦ୍ୟମାନା ମନୁଜା ଧନ୍ୟାଃ, ଯସ୍ମାତ୍ ତେ ସାନ୍ତ୍ୱନାଂ ପ୍ରାପ୍ସନ୍ତି|
ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ।
5 ନମ୍ରା ମାନୱାଶ୍ଚ ଧନ୍ୟାଃ, ଯସ୍ମାତ୍ ତେ ମେଦିନୀମ୍ ଅଧିକରିଷ୍ୟନ୍ତି|
ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ।
6 ଧର୍ମ୍ମାଯ ବୁଭୁକ୍ଷିତାଃ ତୃଷାର୍ତ୍ତାଶ୍ଚ ମନୁଜା ଧନ୍ୟାଃ, ଯସ୍ମାତ୍ ତେ ପରିତର୍ପ୍ସ୍ୟନ୍ତି|
ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ।
7 କୃପାଲୱୋ ମାନୱା ଧନ୍ୟାଃ, ଯସ୍ମାତ୍ ତେ କୃପାଂ ପ୍ରାପ୍ସ୍ୟନ୍ତି|
ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ।
8 ନିର୍ମ୍ମଲହୃଦଯା ମନୁଜାଶ୍ଚ ଧନ୍ୟାଃ, ଯସ୍ମାତ୍ ତ ଈଶ୍ଚରଂ ଦ୍ରକ୍ଷ୍ୟନ୍ତି|
ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ବରଙ୍କ ଦର୍ଶନ ପାଇବେ।
9 ମେଲଯିତାରୋ ମାନୱା ଧନ୍ୟାଃ, ଯସ୍ମାତ୍ ତ ଈଶ୍ଚରସ୍ୟ ସନ୍ତାନତ୍ୱେନ ୱିଖ୍ୟାସ୍ୟନ୍ତି|
ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ବରଙ୍କ ସନ୍ତାନ ଭାବରେ ପରିଚିତ ହେବେ।
10 ଧର୍ମ୍ମକାରଣାତ୍ ତାଡିତା ମନୁଜା ଧନ୍ୟା, ଯସ୍ମାତ୍ ସ୍ୱର୍ଗୀଯରାଜ୍ୟେ ତେଷାମଧିକରୋ ୱିଦ୍ୟତେ|
ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର।
11 ଯଦା ମନୁଜା ମମ ନାମକୃତେ ଯୁଷ୍ମାନ୍ ନିନ୍ଦନ୍ତି ତାଡଯନ୍ତି ମୃଷା ନାନାଦୁର୍ୱ୍ୱାକ୍ୟାନି ୱଦନ୍ତି ଚ, ତଦା ଯୁଯଂ ଧନ୍ୟାଃ|
ଲୋକେ ଯେବେ ତୁମ୍ଭମାନଙ୍କୁ ମୋʼ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ।
12 ତଦା ଆନନ୍ଦତ, ତଥା ଭୃଶଂ ହ୍ଲାଦଧ୍ୱଞ୍ଚ, ଯତଃ ସ୍ୱର୍ଗେ ଭୂଯାଂସି ଫଲାନି ଲପ୍ସ୍ୟଧ୍ୱେ; ତେ ଯୁଷ୍ମାକଂ ପୁରାତନାନ୍ ଭୱିଷ୍ୟଦ୍ୱାଦିନୋଽପି ତାଦୃଗ୍ ଅତାଡଯନ୍|
ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ।
13 ଯୁଯଂ ମେଦିନ୍ୟାଂ ଲୱଣରୂପାଃ, କିନ୍ତୁ ଯଦି ଲୱଣସ୍ୟ ଲୱଣତ୍ୱମ୍ ଅପଯାତି, ତର୍ହି ତତ୍ କେନ ପ୍ରକାରେଣ ସ୍ୱାଦୁଯୁକ୍ତଂ ଭୱିଷ୍ୟତି? ତତ୍ କସ୍ୟାପି କାର୍ୟ୍ୟସ୍ୟାଯୋଗ୍ୟତ୍ୱାତ୍ କେୱଲଂ ବହିଃ ପ୍ରକ୍ଷେପ୍ତୁଂ ନରାଣାଂ ପଦତଲେନ ଦଲଯିତୁଞ୍ଚ ଯୋଗ୍ୟଂ ଭୱତି|
ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ।
14 ଯୂଯଂ ଜଗତି ଦୀପ୍ତିରୂପାଃ, ଭୂଧରୋପରି ସ୍ଥିତଂ ନଗରଂ ଗୁପ୍ତଂ ଭୱିତୁଂ ନହି ଶକ୍ଷ୍ୟତି|
ତୁମ୍ଭେମାନେ ଜଗତର ଜ୍ୟୋତିଃ। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ;
15 ଅପରଂ ମନୁଜାଃ ପ୍ରଦୀପାନ୍ ପ୍ରଜ୍ୱାଲ୍ୟ ଦ୍ରୋଣାଧୋ ନ ସ୍ଥାପଯନ୍ତି, କିନ୍ତୁ ଦୀପାଧାରୋପର୍ୟ୍ୟେୱ ସ୍ଥାପଯନ୍ତି, ତେନ ତେ ଦୀପା ଗେହସ୍ଥିତାନ୍ ସକଲାନ୍ ପ୍ରକାଶଯନ୍ତି|
କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକକୁ ଆଲୋକ ଦିଏ।
16 ଯେନ ମାନୱା ଯୁଷ୍ମାକଂ ସତ୍କର୍ମ୍ମାଣି ୱିଲୋକ୍ୟ ଯୁଷ୍ମାକଂ ସ୍ୱର୍ଗସ୍ଥଂ ପିତରଂ ଧନ୍ୟଂ ୱଦନ୍ତି, ତେଷାଂ ସମକ୍ଷଂ ଯୁଷ୍ମାକଂ ଦୀପ୍ତିସ୍ତାଦୃକ୍ ପ୍ରକାଶତାମ୍|
ସେପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ।
17 ଅହଂ ୱ୍ୟୱସ୍ଥାଂ ଭୱିଷ୍ୟଦ୍ୱାକ୍ୟଞ୍ଚ ଲୋପ୍ତୁମ୍ ଆଗତୱାନ୍, ଇତ୍ଥଂ ମାନୁଭୱତ, ତେ ଦ୍ୱେ ଲୋପ୍ତୁଂ ନାଗତୱାନ୍, କିନ୍ତୁ ସଫଲେ କର୍ତ୍ତୁମ୍ ଆଗତୋସ୍ମି|
ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି।
18 ଅପରଂ ଯୁଷ୍ମାନ୍ ଅହଂ ତଥ୍ୟଂ ୱଦାମି ଯାୱତ୍ ୱ୍ୟୋମମେଦିନ୍ୟୋ ର୍ଧ୍ୱଂସୋ ନ ଭୱିଷ୍ୟତି, ତାୱତ୍ ସର୍ୱ୍ୱସ୍ମିନ୍ ସଫଲେ ନ ଜାତେ ୱ୍ୟୱସ୍ଥାଯା ଏକା ମାତ୍ରା ବିନ୍ଦୁରେକୋପି ୱା ନ ଲୋପ୍ସ୍ୟତେ|
କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ।
19 ତସ୍ମାତ୍ ଯୋ ଜନ ଏତାସାମ୍ ଆଜ୍ଞାନାମ୍ ଅତିକ୍ଷୁଦ୍ରାମ୍ ଏକାଜ୍ଞାମପୀ ଲଂଘତେ ମନୁଜାଂଞ୍ଚ ତଥୈୱ ଶିକ୍ଷଯତି, ସ ସ୍ୱର୍ଗୀଯରାଜ୍ୟେ ସର୍ୱ୍ୱେଭ୍ୟଃ କ୍ଷୁଦ୍ରତ୍ୱେନ ୱିଖ୍ୟାସ୍ୟତେ, କିନ୍ତୁ ଯୋ ଜନସ୍ତାଂ ପାଲଯତି, ତଥୈୱ ଶିକ୍ଷଯତି ଚ, ସ ସ୍ୱର୍ଗୀଯରାଜ୍ୟେ ପ୍ରଧାନତ୍ୱେନ ୱିଖ୍ୟାସ୍ୟତେ|
ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେକେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ।
20 ଅପରଂ ଯୁଷ୍ମାନ୍ ଅହଂ ୱଦାମି, ଅଧ୍ୟାପକଫିରୂଶିମାନୱାନାଂ ଧର୍ମ୍ମାନୁଷ୍ଠାନାତ୍ ଯୁଷ୍ମାକଂ ଧର୍ମ୍ମାନୁଷ୍ଠାନେ ନୋତ୍ତମେ ଜାତେ ଯୂଯମ୍ ଈଶ୍ୱରୀଯରାଜ୍ୟଂ ପ୍ରୱେଷ୍ଟୁଂ ନ ଶକ୍ଷ୍ୟଥ|
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ।
21 ଅପରଞ୍ଚ ତ୍ୱଂ ନରଂ ମା ୱଧୀଃ, ଯସ୍ମାତ୍ ଯୋ ନରଂ ହନ୍ତି, ସ ୱିଚାରସଭାଯାଂ ଦଣ୍ଡାର୍ହୋ ଭୱିଷ୍ୟତି, ପୂର୍ୱ୍ୱକାଲୀନଜନେଭ୍ୟ ଇତି କଥିତମାସୀତ୍, ଯୁଷ୍ମାଭିରଶ୍ରାୱି|
ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ‘ନରହତ୍ୟା କର ନାହିଁ, ଆଉ ଯେ କେହି ନରହତ୍ୟା କରେ ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ।’
22 କିନ୍ତ୍ୱହଂ ଯୁଷ୍ମାନ୍ ୱଦାମି, ଯଃ କଶ୍ଚିତ୍ କାରଣଂ ୱିନା ନିଜଭ୍ରାତ୍ରେ କୁପ୍ୟତି, ସ ୱିଚାରସଭାଯାଂ ଦଣ୍ଡାର୍ହୋ ଭୱିଷ୍ୟତି; ଯଃ କଶ୍ଚିଚ୍ଚ ସ୍ୱୀଯସହଜଂ ନିର୍ବ୍ବୋଧଂ ୱଦତି, ସ ମହାସଭାଯାଂ ଦଣ୍ଡାର୍ହୋ ଭୱିଷ୍ୟତି; ପୁନଶ୍ଚ ତ୍ୱଂ ମୂଢ ଇତି ୱାକ୍ୟଂ ଯଦି କଶ୍ଚିତ୍ ସ୍ୱୀଯଭ୍ରାତରଂ ୱକ୍ତି, ତର୍ହି ନରକାଗ୍ନୌ ସ ଦଣ୍ଡାର୍ହୋ ଭୱିଷ୍ୟତି| (Geenna )
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ। ପୁଣି, ଯେ କେହି ଆପଣା ଭାଇ କି ‘ମୂର୍ଖ’ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ‘ପାଷାଣ୍ଡ’ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ। (Geenna )
23 ଅତୋ ୱେଦ୍ୟାଃ ସମୀପଂ ନିଜନୈୱେଦ୍ୟେ ସମାନୀତେଽପି ନିଜଭ୍ରାତରଂ ପ୍ରତି କସ୍ମାଚ୍ଚିତ୍ କାରଣାତ୍ ତ୍ୱଂ ଯଦି ଦୋଷୀ ୱିଦ୍ୟସେ, ତଦାନୀଂ ତୱ ତସ୍ୟ ସ୍ମୃତି ର୍ଜାଯତେ ଚ,
ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ,
24 ତର୍ହି ତସ୍ୟା ୱେଦ୍ୟାଃ ସମୀପେ ନିଜନୈୱୈଦ୍ୟଂ ନିଧାଯ ତଦୈୱ ଗତ୍ୱା ପୂର୍ୱ୍ୱଂ ତେନ ସାର୍ଦ୍ଧଂ ମିଲ, ପଶ୍ଚାତ୍ ଆଗତ୍ୟ ନିଜନୈୱେଦ୍ୟଂ ନିୱେଦଯ|
ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର।
25 ଅନ୍ୟଞ୍ଚ ଯାୱତ୍ ୱିୱାଦିନା ସାର୍ଦ୍ଧଂ ୱର୍ତ୍ମନି ତିଷ୍ଠସି, ତାୱତ୍ ତେନ ସାର୍ଦ୍ଧଂ ମେଲନଂ କୁରୁ; ନୋ ଚେତ୍ ୱିୱାଦୀ ୱିଚାରଯିତୁଃ ସମୀପେ ତ୍ୱାଂ ସମର୍ପଯତି ୱିଚାରଯିତା ଚ ରକ୍ଷିଣଃ ସନ୍ନିଧୌ ସମର୍ପଯତି ତଦା ତ୍ୱଂ କାରାଯାଂ ବଧ୍ୟେଥାଃ|
ତୁମ୍ଭର ବିବାଦୀ ସହିତ ବାଟରେ ଥିବା ସମୟରେ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଅ, କାଳେ ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ତୁମ୍ଭେ କାରାଗାରରେ ନିକ୍ଷିପ୍ତ ହେବ।
26 ତର୍ହି ତ୍ୱାମହଂ ତଥ୍ଥଂ ବ୍ରୱୀମି, ଶେଷକପର୍ଦକେଽପି ନ ପରିଶୋଧିତେ ତସ୍ମାତ୍ ସ୍ଥାନାତ୍ କଦାପି ବହିରାଗନ୍ତୁଂ ନ ଶକ୍ଷ୍ୟସି|
ମୁଁ ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ଶେଷ ପାହୁଲାଟି ନ ଶୁଝିବା ପର୍ଯ୍ୟନ୍ତ ସେ ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସିପାରିବ ନାହିଁ।
27 ଅପରଂ ତ୍ୱଂ ମା ୱ୍ୟଭିଚର, ଯଦେତଦ୍ ୱଚନଂ ପୂର୍ୱ୍ୱକାଲୀନଲୋକେଭ୍ୟଃ କଥିତମାସୀତ୍, ତଦ୍ ଯୂଯଂ ଶ୍ରୁତୱନ୍ତଃ;
ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ‘ବ୍ୟଭିଚାର କର ନାହିଁ।’
28 କିନ୍ତ୍ୱହଂ ଯୁଷ୍ମାନ୍ ୱଦାମି, ଯଦି କଶ୍ଚିତ୍ କାମତଃ କାଞ୍ଚନ ଯୋଷିତଂ ପଶ୍ୟତି, ତର୍ହି ସ ମନସା ତଦୈୱ ୱ୍ୟଭିଚରିତୱାନ୍|
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ-ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି।
29 ତସ୍ମାତ୍ ତୱ ଦକ୍ଷିଣଂ ନେତ୍ରଂ ଯଦି ତ୍ୱାଂ ବାଧତେ, ତର୍ହି ତନ୍ନେତ୍ରମ୍ ଉତ୍ପାଟ୍ୟ ଦୂରେ ନିକ୍ଷିପ, ଯସ୍ମାତ୍ ତୱ ସର୍ୱ୍ୱୱପୁଷୋ ନରକେ ନିକ୍ଷେପାତ୍ ତୱୈକାଙ୍ଗସ୍ୟ ନାଶୋ ୱରଂ| (Geenna )
ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ି ଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। (Geenna )
30 ଯଦ୍ୱା ତୱ ଦକ୍ଷିଣଃ କରୋ ଯଦି ତ୍ୱାଂ ବାଧତେ, ତର୍ହି ତଂ କରଂ ଛିତ୍ତ୍ୱା ଦୂରେ ନିକ୍ଷିପ, ଯତଃ ସର୍ୱ୍ୱୱପୁଷୋ ନରକେ ନିକ୍ଷେପାତ୍ ଏକାଙ୍ଗସ୍ୟ ନାଶୋ ୱରଂ| (Geenna )
ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। (Geenna )
31 ଉକ୍ତମାସ୍ତେ, ଯଦି କଶ୍ଚିନ୍ ନିଜଜାଯାଂ ପରିତ୍ୟକ୍ତ୍ତୁମ୍ ଇଚ୍ଛତି, ତର୍ହି ସ ତସ୍ୟୈ ତ୍ୟାଗପତ୍ରଂ ଦଦାତୁ|
ଆହୁରି ଉକ୍ତ ଅଛି, ‘ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ।’
32 କିନ୍ତ୍ୱହଂ ଯୁଷ୍ମାନ୍ ୱ୍ୟାହରାମି, ୱ୍ୟଭିଚାରଦୋଷେ ନ ଜାତେ ଯଦି କଶ୍ଚିନ୍ ନିଜଜାଯାଂ ପରିତ୍ୟଜତି, ତର୍ହି ସ ତାଂ ୱ୍ୟଭିଚାରଯତି; ଯଶ୍ଚ ତାଂ ତ୍ୟକ୍ତାଂ ସ୍ତ୍ରିଯଂ ୱିୱହତି, ସୋପି ୱ୍ୟଭିଚରତି|
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।
33 ପୁନଶ୍ଚ ତ୍ୱଂ ମୃଷା ଶପଥମ୍ ନ କୁର୍ୱ୍ୱନ୍ ଈଶ୍ଚରାଯ ନିଜଶପଥଂ ପାଲଯ, ପୂର୍ୱ୍ୱକାଲୀନଲୋକେଭ୍ୟୋ ଯୈଷା କଥା କଥିତା, ତାମପି ଯୂଯଂ ଶ୍ରୁତୱନ୍ତଃ|
ପୁଣି, ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ‘ତୁମ୍ଭେ ମିଥ୍ୟା ଶପଥ କର ନାହିଁ ମାତ୍ର ଆପଣା ଶପଥସବୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପାଳନ କରିବ।’
34 କିନ୍ତ୍ୱହଂ ଯୁଷ୍ମାନ୍ ୱଦାମି, କମପି ଶପଥଂ ମା କାର୍ଷ୍ଟ, ଅର୍ଥତଃ ସ୍ୱର୍ଗନାମ୍ନା ନ, ଯତଃ ସ ଈଶ୍ୱରସ୍ୟ ସିଂହାସନଂ;
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଦୌ ଶପଥ କର ନାହିଁ; ସ୍ୱର୍ଗର ଶପଥ କର ନାହିଁ, କାରଣ ତାହା ଈଶ୍ବରଙ୍କ ସିଂହାସନ;
35 ପୃଥିୱ୍ୟା ନାମ୍ନାପି ନ, ଯତଃ ସା ତସ୍ୟ ପାଦପୀଠଂ; ଯିରୂଶାଲମୋ ନାମ୍ନାପି ନ, ଯତଃ ସା ମହାରାଜସ୍ୟ ପୁରୀ;
କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମ ସହରର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ;
36 ନିଜଶିରୋନାମ୍ନାପି ନ, ଯସ୍ମାତ୍ ତସ୍ୟୈକଂ କଚମପି ସିତମ୍ ଅସିତଂ ୱା କର୍ତ୍ତୁଂ ତ୍ୱଯା ନ ଶକ୍ୟତେ|
ଆପଣା ମସ୍ତକର ଶପଥ କର ନାହିଁ, କାରଣ ତାହାର ଗୋଟିଏ କେଶ ଧଳା ବା କଳା କରିବାକୁ ତୁମ୍ଭର ଶକ୍ତି ନାହିଁ।
37 ଅପରଂ ଯୂଯଂ ସଂଲାପସମଯେ କେୱଲଂ ଭୱତୀତି ନ ଭୱତୀତି ଚ ୱଦତ ଯତ ଇତୋଽଧିକଂ ଯତ୍ ତତ୍ ପାପାତ୍ମନୋ ଜାଯତେ|
କିନ୍ତୁ ତୁମ୍ଭମାନଙ୍କ ହଁ କଥା ‘ହଁ’ ହେଉ, ନା କଥା ‘ନା’ ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ।
38 ଅପରଂ ଲୋଚନସ୍ୟ ୱିନିମଯେନ ଲୋଚନଂ ଦନ୍ତସ୍ୟ ୱିନିମଯେନ ଦନ୍ତଃ ପୂର୍ୱ୍ୱକ୍ତମିଦଂ ୱଚନଞ୍ଚ ଯୁଷ୍ମାଭିରଶ୍ରୂଯତ|
ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ‘ଚକ୍ଷୁର ପରିବର୍ତ୍ତେ ଚକ୍ଷୁ ଓ ଦନ୍ତର ପରିବର୍ତ୍ତେ ଦନ୍ତ;’
39 କିନ୍ତ୍ୱହଂ ଯୁଷ୍ମାନ୍ ୱଦାମି ଯୂଯଂ ହିଂସକଂ ନରଂ ମା ୱ୍ୟାଘାତଯତ| କିନ୍ତୁ କେନଚିତ୍ ତୱ ଦକ୍ଷିଣକପୋଲେ ଚପେଟାଘାତେ କୃତେ ତଂ ପ୍ରତି ୱାମଂ କପୋଲଞ୍ଚ ୱ୍ୟାଘୋଟଯ|
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ।
40 ଅପରଂ କେନଚିତ୍ ତ୍ୱଯା ସାର୍ଧ୍ଦଂ ୱିୱାଦଂ କୃତ୍ୱା ତୱ ପରିଧେଯୱସନେ ଜିଘୃତିତେ ତସ୍ମାଯୁତ୍ତରୀଯୱସନମପି ଦେହି|
ଆଉ କେହି ଯଦି ତୁମ୍ଭ ସହିତ ବିଚାରସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ବସ୍ତ୍ର ମଧ୍ୟ ଦେଇଦିଅ।
41 ଯଦି କଶ୍ଚିତ୍ ତ୍ୱାଂ କ୍ରୋଶମେକଂ ନଯନାର୍ଥଂ ଅନ୍ୟାଯତୋ ଧରତି, ତଦା ତେନ ସାର୍ଧ୍ଦଂ କ୍ରୋଶଦ୍ୱଯଂ ଯାହି|
ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ।
42 ଯଶ୍ଚ ମାନୱସ୍ତ୍ୱାଂ ଯାଚତେ, ତସ୍ମୈ ଦେହି, ଯଦି କଶ୍ଚିତ୍ ତୁଭ୍ୟଂ ଧାରଯିତୁମ୍ ଇଚ୍ଛତି, ତର୍ହି ତଂ ପ୍ରତି ପରାଂମୁଖୋ ମା ଭୂଃ|
ଯେ ତୁମ୍ଭକୁ ମାଗେ, ତାହାକୁ ଦିଅ, ପୁଣି, ଯେ ତୁମ୍ଭଠାରୁ ଋଣ ନେବାକୁ ଇଚ୍ଛା କରେ, ତାହା ପ୍ରତି ବିମୁଖ ହୁଅ ନାହିଁ।
43 ନିଜସମୀପୱସିନି ପ୍ରେମ କୁରୁ, କିନ୍ତୁ ଶତ୍ରୁଂ ପ୍ରତି ଦ୍ୱେଷଂ କୁରୁ, ଯଦେତତ୍ ପୁରୋକ୍ତଂ ୱଚନଂ ଏତଦପି ଯୂଯଂ ଶ୍ରୁତୱନ୍ତଃ|
ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ‘ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର।’
44 କିନ୍ତ୍ୱହଂ ଯୁଷ୍ମାନ୍ ୱଦାମି, ଯୂଯଂ ରିପୁୱ୍ୱପି ପ୍ରେମ କୁରୁତ, ଯେ ଚ ଯୁଷ୍ମାନ୍ ଶପନ୍ତେ, ତାନ, ଆଶିଷଂ ୱଦତ, ଯେ ଚ ଯୁଷ୍ମାନ୍ ଋତୀଯନ୍ତେ, ତେଷାଂ ମଙ୍ଗଲଂ କୁରୁତ, ଯେ ଚ ଯୁଷ୍ମାନ୍ ନିନ୍ଦନ୍ତି, ତାଡଯନ୍ତି ଚ, ତେଷାଂ କୃତେ ପ୍ରାର୍ଥଯଧ୍ୱଂ|
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,
45 ତତ୍ର ଯଃ ସତାମସତାଞ୍ଚୋପରି ପ୍ରଭାକରମ୍ ଉଦାଯଯତି, ତଥା ଧାର୍ମ୍ମିକାନାମଧାର୍ମ୍ମିକାନାଞ୍ଚୋପରି ନୀରଂ ୱର୍ଷଯତି ତାଦୃଶୋ ଯୋ ଯୁଷ୍ମାକଂ ସ୍ୱର୍ଗସ୍ଥଃ ପିତା, ଯୂଯଂ ତସ୍ୟୈୱ ସନ୍ତାନା ଭୱିଷ୍ୟଥ|
ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି, ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି।
46 ଯେ ଯୁଷ୍ମାସୁ ପ୍ରେମ କୁର୍ୱ୍ୱନ୍ତି, ଯୂଯଂ ଯଦି କେୱଲଂ ତେୱ୍ୱେୱ ପ୍ରେମ କୁରୁଥ, ତର୍ହି ଯୁଷ୍ମାକଂ କିଂ ଫଲଂ ଭୱିଷ୍ୟତି? ଚଣ୍ଡାଲା ଅପି ତାଦୃଶଂ କିଂ ନ କୁର୍ୱ୍ୱନ୍ତି?
ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର? କରଗ୍ରାହୀମାନେ ସୁଦ୍ଧା କଅଣ ତାହା କରନ୍ତି ନାହିଁ?
47 ଅପରଂ ଯୂଯଂ ଯଦି କେୱଲଂ ସ୍ୱୀଯଭ୍ରାତୃତ୍ୱେନ ନମତ, ତର୍ହି କିଂ ମହତ୍ କର୍ମ୍ମ କୁରୁଥ? ଚଣ୍ଡାଲା ଅପି ତାଦୃଶଂ କିଂ ନ କୁର୍ୱ୍ୱନ୍ତି?
ଆଉ ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଅଣ କର? ଅଣଯିହୁଦୀମାନେ ସୁଦ୍ଧା କଅଣ ତାହା କରନ୍ତି ନାହିଁ?
48 ତସ୍ମାତ୍ ଯୁଷ୍ମାକଂ ସ୍ୱର୍ଗସ୍ଥଃ ପିତା ଯଥା ପୂର୍ଣୋ ଭୱତି, ଯୂଯମପି ତାଦୃଶା ଭୱତ|
ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।