< ଲୂକଃ 17 >
1 ଇତଃ ପରଂ ଯୀଶୁଃ ଶିଷ୍ୟାନ୍ ଉୱାଚ, ୱିଘ୍ନୈରୱଶ୍ୟମ୍ ଆଗନ୍ତୱ୍ୟଂ କିନ୍ତୁ ୱିଘ୍ନା ଯେନ ଘଟିଷ୍ୟନ୍ତେ ତସ୍ୟ ଦୁର୍ଗତି ର୍ଭୱିଷ୍ୟତି|
ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;
2 ଏତେଷାଂ କ୍ଷୁଦ୍ରପ୍ରାଣିନାମ୍ ଏକସ୍ୟାପି ୱିଘ୍ନଜନନାତ୍ କଣ୍ଠବଦ୍ଧପେଷଣୀକସ୍ୟ ତସ୍ୟ ସାଗରାଗାଧଜଲେ ମଜ୍ଜନଂ ଭଦ୍ରଂ|
ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାଆନ୍ତା।
3 ଯୂଯଂ ସ୍ୱେଷୁ ସାୱଧାନାସ୍ତିଷ୍ଠତ; ତୱ ଭ୍ରାତା ଯଦି ତୱ କିଞ୍ଚିଦ୍ ଅପରାଧ୍ୟତି ତର୍ହି ତଂ ତର୍ଜଯ, ତେନ ଯଦି ମନଃ ପରିୱର୍ତ୍ତଯତି ତର୍ହି ତଂ କ୍ଷମସ୍ୱ|
ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ।
4 ପୁନରେକଦିନମଧ୍ୟେ ଯଦି ସ ତୱ ସପ୍ତକୃତ୍ୱୋଽପରାଧ୍ୟତି କିନ୍ତୁ ସପ୍ତକୃତ୍ୱ ଆଗତ୍ୟ ମନଃ ପରିୱର୍ତ୍ୟ ମଯାପରାଦ୍ଧମ୍ ଇତି ୱଦତି ତର୍ହି ତଂ କ୍ଷମସ୍ୱ|
ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ-ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର।”
5 ତଦା ପ୍ରେରିତାଃ ପ୍ରଭୁମ୍ ଅୱଦନ୍ ଅସ୍ମାକଂ ୱିଶ୍ୱାସଂ ୱର୍ଦ୍ଧଯ|
ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।
6 ପ୍ରଭୁରୁୱାଚ, ଯଦି ଯୁଷ୍ମାକଂ ସର୍ଷପୈକପ୍ରମାଣୋ ୱିଶ୍ୱାସୋସ୍ତି ତର୍ହି ତ୍ୱଂ ସମୂଲମୁତ୍ପାଟିତୋ ଭୂତ୍ୱା ସମୁଦ୍ରେ ରୋପିତୋ ଭୱ କଥାଯାମ୍ ଏତସ୍ୟାମ୍ ଏତଦୁଡୁମ୍ବରାଯ କଥିତାଯାଂ ସ ଯୁଷ୍ମାକମାଜ୍ଞାୱହୋ ଭୱିଷ୍ୟତି|
ପ୍ରଭୁ କହିଲେ, “ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।”
7 ଅପରଂ ସ୍ୱଦାସେ ହଲଂ ୱାହଯିତ୍ୱା ୱା ପଶୂନ୍ ଚାରଯିତ୍ୱା କ୍ଷେତ୍ରାଦ୍ ଆଗତେ ସତି ତଂ ୱଦତି, ଏହି ଭୋକ୍ତୁମୁପୱିଶ, ଯୁଷ୍ମାକମ୍ ଏତାଦୃଶଃ କୋସ୍ତି?
“କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ?
8 ୱରଞ୍ଚ ପୂର୍ୱ୍ୱଂ ମମ ଖାଦ୍ୟମାସାଦ୍ୟ ଯାୱଦ୍ ଭୁଞ୍ଜେ ପିୱାମି ଚ ତାୱଦ୍ ବଦ୍ଧକଟିଃ ପରିଚର ପଶ୍ଚାତ୍ ତ୍ୱମପି ଭୋକ୍ଷ୍ୟସେ ପାସ୍ୟସି ଚ କଥାମୀଦୃଶୀଂ କିଂ ନ ୱକ୍ଷ୍ୟତି?
ସେ କଅଣ ବରଂ ତାହାକୁ କହିବ ନାହିଁ, ମୋହର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋହର ସେବା କର, ତାହା ପରେ ତୁ ଖିଆପିଆ କରିବୁ?
9 ତେନ ଦାସେନ ପ୍ରଭୋରାଜ୍ଞାନୁରୂପେ କର୍ମ୍ମଣି କୃତେ ପ୍ରଭୁଃ କିଂ ତସ୍ମିନ୍ ବାଧିତୋ ଜାତଃ? ନେତ୍ଥଂ ବୁଧ୍ୟତେ ମଯା|
ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ?
10 ଇତ୍ଥଂ ନିରୂପିତେଷୁ ସର୍ୱ୍ୱକର୍ମ୍ମସୁ କୃତେଷୁ ସତ୍ମୁ ଯୂଯମପୀଦଂ ୱାକ୍ୟଂ ୱଦଥ, ୱଯମ୍ ଅନୁପକାରିଣୋ ଦାସା ଅସ୍ମାଭିର୍ୟଦ୍ୟତ୍କର୍ତ୍ତୱ୍ୟଂ ତନ୍ମାତ୍ରମେୱ କୃତଂ|
ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ‘ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ।’”
11 ସ ଯିରୂଶାଲମି ଯାତ୍ରାଂ କୁର୍ୱ୍ୱନ୍ ଶୋମିରୋଣ୍ଗାଲୀଲ୍ପ୍ରଦେଶମଧ୍ୟେନ ଗଚ୍ଛତି,
ସେ ଯିରୂଶାଲମ ସହରକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ।
12 ଏତର୍ହି କୁତ୍ରଚିଦ୍ ଗ୍ରାମେ ପ୍ରୱେଶମାତ୍ରେ ଦଶକୁଷ୍ଠିନସ୍ତଂ ସାକ୍ଷାତ୍ କୃତ୍ୱା
ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ;
13 ଦୂରେ ତିଷ୍ଠନତ ଉଚ୍ଚୈ ର୍ୱକ୍ତୁମାରେଭିରେ, ହେ ପ୍ରଭୋ ଯୀଶୋ ଦଯସ୍ୱାସ୍ମାନ୍|
ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ।
14 ତତଃ ସ ତାନ୍ ଦୃଷ୍ଟ୍ୱା ଜଗାଦ, ଯୂଯଂ ଯାଜକାନାଂ ସମୀପେ ସ୍ୱାନ୍ ଦର୍ଶଯତ, ତତସ୍ତେ ଗଚ୍ଛନ୍ତୋ ରୋଗାତ୍ ପରିଷ୍କୃତାଃ|
ପୁଣି, ସେ ସେମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।” ଆଉ ସେମାନେ ଯାଉ ଯାଉ ଶୁଚି ହେଲେ।
15 ତଦା ତେଷାମେକଃ ସ୍ୱଂ ସ୍ୱସ୍ଥଂ ଦୃଷ୍ଟ୍ୱା ପ୍ରୋଚ୍ଚୈରୀଶ୍ୱରଂ ଧନ୍ୟଂ ୱଦନ୍ ୱ୍ୟାଘୁଟ୍ୟାଯାତୋ ଯୀଶୋ ର୍ଗୁଣାନନୁୱଦନ୍ ତଚ୍ଚରଣାଧୋଭୂମୌ ପପାତ;
କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି,
ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ।
17 ତଦା ଯୀଶୁରୱଦତ୍, ଦଶଜନାଃ କିଂ ନ ପରିଷ୍କୃତାଃ? ତହ୍ୟନ୍ୟେ ନୱଜନାଃ କୁତ୍ର?
ସେଥିରେ ଯୀଶୁ ଉତ୍ତର ଦେଲେ, “ଦଶ ଜଣ କଅଣ ଶୁଚି ହେଲେ ନାହିଁ?
18 ଈଶ୍ୱରଂ ଧନ୍ୟଂ ୱଦନ୍ତମ୍ ଏନଂ ୱିଦେଶିନଂ ୱିନା କୋପ୍ୟନ୍ୟୋ ନ ପ୍ରାପ୍ୟତ|
ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?”
19 ତଦା ସ ତମୁୱାଚ, ତ୍ୱମୁତ୍ଥାଯ ଯାହି ୱିଶ୍ୱାସସ୍ତେ ତ୍ୱାଂ ସ୍ୱସ୍ଥଂ କୃତୱାନ୍|
ପୁଣି, ସେ ତାହାକୁ କହିଲେ, “ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
20 ଅଥ କଦେଶ୍ୱରସ୍ୟ ରାଜତ୍ୱଂ ଭୱିଷ୍ୟତୀତି ଫିରୂଶିଭିଃ ପୃଷ୍ଟେ ସ ପ୍ରତ୍ୟୁୱାଚ, ଈଶ୍ୱରସ୍ୟ ରାଜତ୍ୱମ୍ ଐଶ୍ୱର୍ୟ୍ୟଦର୍ଶନେନ ନ ଭୱିଷ୍ୟତି|
ଈଶ୍ବରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ;
21 ଅତ ଏତସ୍ମିନ୍ ପଶ୍ୟ ତସ୍ମିନ୍ ୱା ପଶ୍ୟ, ଇତି ୱାକ୍ୟଂ ଲୋକା ୱକ୍ତୁଂ ନ ଶକ୍ଷ୍ୟନ୍ତି, ଈଶ୍ୱରସ୍ୟ ରାଜତ୍ୱଂ ଯୁଷ୍ମାକମ୍ ଅନ୍ତରେୱାସ୍ତେ|
କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।”
22 ତତଃ ସ ଶିଷ୍ୟାନ୍ ଜଗାଦ, ଯଦା ଯୁଷ୍ମାଭି ର୍ମନୁଜସୁତସ୍ୟ ଦିନମେକଂ ଦ୍ରଷ୍ଟୁମ୍ ୱାଞ୍ଛିଷ୍ୟତେ କିନ୍ତୁ ନ ଦର୍ଶିଷ୍ୟତେ, ଈଦୃକ୍କାଲ ଆଯାତି|
କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ।
23 ତଦାତ୍ର ପଶ୍ୟ ୱା ତତ୍ର ପଶ୍ୟେତି ୱାକ୍ୟଂ ଲୋକା ୱକ୍ଷ୍ୟନ୍ତି, କିନ୍ତୁ ତେଷାଂ ପଶ୍ଚାତ୍ ମା ଯାତ, ମାନୁଗଚ୍ଛତ ଚ|
ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ।
24 ଯତସ୍ତଡିଦ୍ ଯଥାକାଶୈକଦିଶ୍ୟୁଦିଯ ତଦନ୍ୟାମପି ଦିଶଂ ୱ୍ୟାପ୍ୟ ପ୍ରକାଶତେ ତଦ୍ୱତ୍ ନିଜଦିନେ ମନୁଜସୂନୁଃ ପ୍ରକାଶିଷ୍ୟତେ|
କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ।
25 କିନ୍ତୁ ତତ୍ପୂର୍ୱ୍ୱଂ ତେନାନେକାନି ଦୁଃଖାନି ଭୋକ୍ତୱ୍ୟାନ୍ୟେତଦ୍ୱର୍ତ୍ତମାନଲୋକୈଶ୍ଚ ସୋଽୱଜ୍ଞାତୱ୍ୟଃ|
ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ।
26 ନୋହସ୍ୟ ୱିଦ୍ୟମାନକାଲେ ଯଥାଭୱତ୍ ମନୁଷ୍ୟସୂନୋଃ କାଲେପି ତଥା ଭୱିଷ୍ୟତି|
ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ;
27 ଯାୱତ୍କାଲଂ ନୋହୋ ମହାପୋତଂ ନାରୋହଦ୍ ଆପ୍ଲାୱିୱାର୍ୟ୍ୟେତ୍ୟ ସର୍ୱ୍ୱଂ ନାନାଶଯଚ୍ଚ ତାୱତ୍କାଲଂ ଯଥା ଲୋକା ଅଭୁଞ୍ଜତାପିୱନ୍ ୱ୍ୟୱହନ୍ ୱ୍ୟୱାହଯଂଶ୍ଚ;
ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା।
28 ଇତ୍ଥଂ ଲୋଟୋ ୱର୍ତ୍ତମାନକାଲେପି ଯଥା ଲୋକା ଭୋଜନପାନକ୍ରଯୱିକ୍ରଯରୋପଣଗୃହନିର୍ମ୍ମାଣକର୍ମ୍ମସୁ ପ୍ରାୱର୍ତ୍ତନ୍ତ,
ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ,
29 କିନ୍ତୁ ଯଦା ଲୋଟ୍ ସିଦୋମୋ ନିର୍ଜଗାମ ତଦା ନଭସଃ ସଗନ୍ଧକାଗ୍ନିୱୃଷ୍ଟି ର୍ଭୂତ୍ୱା ସର୍ୱ୍ୱଂ ୱ୍ୟନାଶଯତ୍
କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା।
30 ତଦ୍ୱନ୍ ମାନୱପୁତ୍ରପ୍ରକାଶଦିନେପି ଭୱିଷ୍ୟତି|
ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ।
31 ତଦା ଯଦି କଶ୍ଚିଦ୍ ଗୃହୋପରି ତିଷ୍ଠତି ତର୍ହି ସ ଗୃହମଧ୍ୟାତ୍ କିମପି ଦ୍ରୱ୍ୟମାନେତୁମ୍ ଅୱରୁହ୍ୟ ନୈତୁ; ଯଶ୍ଚ କ୍ଷେତ୍ରେ ତିଷ୍ଠତି ସୋପି ୱ୍ୟାଘୁଟ୍ୟ ନାଯାତୁ|
ସେହି ଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ।
ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ।
33 ଯଃ ପ୍ରାଣାନ୍ ରକ୍ଷିତୁଂ ଚେଷ୍ଟିଷ୍ୟତେ ସ ପ୍ରାଣାନ୍ ହାରଯିଷ୍ୟତି ଯସ୍ତୁ ପ୍ରାଣାନ୍ ହାରଯିଷ୍ୟତି ସଏୱ ପ୍ରାଣାନ୍ ରକ୍ଷିଷ୍ୟତି|
ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ।
34 ଯୁଷ୍ମାନହଂ ୱଚ୍ମି ତସ୍ୟାଂ ରାତ୍ରୌ ଶଯ୍ୟୈକଗତଯୋ ର୍ଲୋକଯୋରେକୋ ଧାରିଷ୍ୟତେ ପରସ୍ତ୍ୟକ୍ଷ୍ୟତେ|
ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
35 ସ୍ତ୍ରିଯୌ ଯୁଗପତ୍ ପେଷଣୀଂ ୱ୍ୟାୱର୍ତ୍ତଯିଷ୍ୟତସ୍ତଯୋରେକା ଧାରିଷ୍ୟତେ ପରାତ୍ୟକ୍ଷ୍ୟତେ|
ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
36 ପୁରୁଷୌ କ୍ଷେତ୍ରେ ସ୍ଥାସ୍ୟତସ୍ତଯୋରେକୋ ଧାରିଷ୍ୟତେ ପରସ୍ତ୍ୟକ୍ଷ୍ୟତେ|
[ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।]”
37 ତଦା ତେ ପପ୍ରଚ୍ଛୁଃ, ହେ ପ୍ରଭୋ କୁତ୍ରେତ୍ଥଂ ଭୱିଷ୍ୟତି? ତତଃ ସ ଉୱାଚ, ଯତ୍ର ଶୱସ୍ତିଷ୍ଠତି ତତ୍ର ଗୃଧ୍ରା ମିଲନ୍ତି|
ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, “ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ।”